US Triton Drone / କେତେ ମହଙ୍ଗା ଏମକ୍ୟୁ-୪ସି ଟ୍ରାଇଟନ୍ ଡ୍ରୋନ୍; ଯିଏ ହର୍ମୁଜ ପ୍ରଣାଳୀରେ ହୋଇଗଲା ଅଚାନକ ଗାଏବ
·2 hours ago·2 min read

Key Points
ମଧ୍ୟ ପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ଆମେରିକା ସେନା ଏହାର ଅନେକ ଶାକ୍ତିଶାଳୀ ଘାତକ ଡ୍ରୋନ ହରାଇ ସାରିଲାଣି।
US MQ-4C Triton Drone Cost: ମଧ୍ୟ ପ୍ରାଚ୍ୟରେ ଇରାନ ସହ ଚାଲିଥିବା ଯୁଦ୍ଧରେ ଆମେରିକାକୁ ଲାଗିଛି ଜବରଦସ୍ତ ଝ଼ଟକା। ଆମେରିକୀୟ ନୌସେନାର ଏମକ୍ୟୁ-୪ସି ଟ୍ରାଇଟନ୍ ଡ୍ରୋନ୍ ହର୍ମୁଜ ପ୍ରଣାଳୀରେ ହଠାତ୍ ଗାଏବ ହୋଇଯାଇଛି। ଆମେରିକା ନୌସେନାର ସବୁଠାରୁ ମହଙ୍ଗା ହତିଆର ଭାବରେ ପରିଚିତ ଏହି ଡ୍ରୋନ୍। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏମକ୍ୟୁ-୪ସି ଟ୍ରାଇଟନ୍ ଡ୍ରୋନ୍ ପାରସ୍ୟ ଉପସାଗର ଏବଂ ହର୍ମୁଜ୍ ପ୍ରଣାଳୀର ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ନିରୀକ୍ଷଣ କରିଥିଲା। ପରେ ଏହି ଡ୍ରୋନ ଇଟାଲୀ ସ୍ଥିତ ନୌସେନା ବାୟୁସେନା ଷ୍ଟେସନ୍ ସିଗୋନେଲା ଠାରେ ରହିଥିବା ଏହାର ବେସ୍ କୁ ଫେରିଥାନ୍ତ।
ଅନଲାଇନ୍ ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ Flightradar24 ରିପୋର୍ଟ ଅନୁସାରେ ଏହି ଡ୍ରୋନ୍, ସାଧାରଣ ଜରୁରୀକାଳୀନ ପରିସ୍ଥିତି ପାଇଁ ବ୍ୟବହୃତ ହେଉଥିବା କୋଡ୍ ୭୭୦୦ ପଠାଇବା ପରେ ଅବତରଣ ଆରମ୍ଭ କରିବା ଆରମ୍ଭ କରିଥିଲା। ଅବତରଣ କରିବା ସମୟରେ ଏହି ଡ୍ରୋନ୍ ଇରାନ ଆଡକୁ ସାମାନ୍ୟ ଢଳି ଯାଇଥିଲା। ଏହି ମାନବହୀନ ବିମାନ ଅଦୃଶ୍ୟ ହେବା ପୂର୍ବରୁ ଦ୍ରୁତ ଗତିରେ ଏହାର ଉଚ୍ଚତା ହରାଇଥିବାର ଟ୍ରାକ୍ କରାଯାଇଥିଲା।
ଏହା ସହ ପଢନ୍ତୁ: ଇରାନ ଆକ୍ରମଣରେ ଧ୍ୱଂସ ହୋଇଗଲା ସବୁଠାରୁ ଘାତକ ଡ୍ରୋନ; ଚିନ୍ତାରେ ଟ୍ରମ୍ପ
ଆମେରିକୀୟ ନୌସେନା ଦ୍ୱାରା ବ୍ୟବହୃତ ହେଉଥିବା ଏମକ୍ୟୁ-୪ସି ଟ୍ରାଇଟନ୍ ଡ୍ରୋନ୍ ର ମୂଲ୍ୟ ପ୍ରାୟ ୨୦୦ ମିଲିୟନ୍ ଡଲାରରୁ ଅଧିକ। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ହେଉଛି ୧୬୬୦ କୋଟି ଟଙ୍କା। ଏହି ଡ୍ରୋନ୍ ଉପସାଗରୀୟ ଅଞ୍ଚଳରେ ଆମେରିକା କେନ୍ଦ୍ରୀୟ କମାଣ୍ଡର ଅଧିନସ୍ଥ କ୍ଷେତ୍ରରେ ନିୟୋଜିତ ହୋଇଛି। ପାରମ୍ପରିକ ବିମାନର ବିପରୀତ ଏହି ଡ୍ରୋନ୍ ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ଦୀର୍ଘକାଳୀନ ରଣନୈତିକ ନିରୀକ୍ଷଣ ସୁବିଧା ପ୍ରଦାନ କରିଥାଏ। ଯାହାକୁ ନିରନ୍ତର ଏବଂ ବଡ଼ ଧରଣର ସାମୁଦ୍ରିକ ନିରୀକ୍ଷଣ ପାଇଁ ବିକଶିତ କରାଯାଇଛି।
ଏମକ୍ୟୁ-୪ସି ଟ୍ରାଇଟନ୍ (MQ-4C Triton Drone) ହେଉଛି ଏକମାତ୍ର ସ୍ୱୟଂଚାଳିତ ଏବଂ ଅଧିକ ଉଚ୍ଚତାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଉଡ଼ାଣ ଭରୁଥିବା ଏକ ଡ୍ରୋନ। (High Altitude Long Endurance)। ଯିଏ ଏକ ସାମୁଦ୍ରିକ ବିମାନ ଭଳି ୨୪ ଘଣ୍ଟାରୁ ଅଧିକ ସମୟ ପାଇଁ ୫୦ ହଜାର ଫୁଟରୁ ଅଧିକ ଉଚ୍ଚତାରେ ଉଡ଼ିପାରିବ। ଯାହାର ଲକ୍ଷ୍ୟଭେଦ କରିବାର କ୍ଷମତା ହେଉଛି ୭୪୦୦ ନଟିକାଲ୍ ମାଇଲ୍ (୧୩୭୦୪ କିଲୋମିଟର)।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
MQ-4C Triton drone priceUS Navy drone crash Strait of HormuzMost expensive US surveillance droneMQ-4C Triton features and capabilitiesMQ-4C Triton vs F-35 cost comparisonSquawk code 7700 drone emergencyHigh-Altitude Long-Endurance (HALE) droneNorthrop Grumman MQ-4C TritonUS-Iran regional tension 2026Class A mishap US Navy