US Reaper Drone Crash / ଇରାନ ଆକ୍ରମଣରେ ଧ୍ୱଂସ ହୋଇଗଲା ସବୁଠାରୁ ଘାତକ ଡ୍ରୋନ; ଚିନ୍ତାରେ ଟ୍ରମ୍ପ
·2 hours ago·3 min read

Key Points
ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ବେଳେ ଆମେରିକୀୟ ଏମକ୍ୟୁ-୯ ରିପର ଡ୍ରୋନ୍ ମାରି ଖସାଇ ଦେଇଥିବାର ଦାବି କରିଛି ଇସଲାମିକ୍ ରିପବ୍ଲିକ୍ ଗାର୍ଡ କର୍ପସ।
MQ-9 Reaper Drone Shut Down By Iran: ପ୍ରଥମେ ବିମାନ ବାହକ ଯୁଦ୍ଧପୋତ ୟୁଏସଏସ ଆବ୍ରାହମ ଲିଙ୍କନ, ପରେ ଏଡବ୍ଲ୍ୟୁଏସିଏସ ବିମାନ, ଆଉ ଏବେ ଏମକ୍ୟୁ-୯ ରିପର ଡ୍ରୋନ୍, ଇରାନ ଆକ୍ରମଣରେ ଧ୍ୱଂସ ହୋଇଯାଇଛି। ବିଶ୍ୱର ସବୁଠାରୁ ଘାତକ ଡ୍ରୋନ୍ କୁହାଯାଉଥିବା ଏମକ୍ୟୁ-୯, ଇରାନ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ନଷ୍ଟ ହୋଇଥିବାର ରିପୋର୍ଟ ଦେଇଛି ଋଷିଆର ସରକାରୀ ନ୍ୟୁଜ ଏଜେନ୍ସି ଟାସ୍। ଇସଲାମିକ୍ ରିପବ୍ଲିକ୍ ଗାର୍ଡ କର୍ପସ (IRGC) ସୂତ୍ରରୁ ମିଳିଥିବା ଖବର ଅନୁସାରେ ଟାସ୍ କହିଛି ଇସ୍ଫାହାନ ସହରରେ ଏକ ଏମକ୍ୟୁ-୯ ରିପର ଡ୍ରୋନ୍କୁ ମାରି ଖସାଇ ଦିଆଯାଇଛି। ମଧ୍ୟ ପ୍ରାଚ୍ୟରେ ଚାଲିଥିବା ଯୁଦ୍ଧରେ ଏପର୍ଯ୍ୟନ୍ତ ଅନେକ ଆମେରିକୀୟ ଏମକ୍ୟୁ-୯ ରିପର ଡ୍ରୋନ୍ ନଷ୍ଟ ହୋଇଥିବାର ଖବର ଆସୁଛି। ରିପୋର୍ଟ ଅନୁଯାୟୀ ଗୋଟିଏ ଏମକ୍ୟୁ-୯ ଡ୍ରୋନ୍ ର ମୂଲ୍ୟ ଭାରତୀୟ ମୁଦ୍ରାରେ ୨୫୦ ରୁ ୨୬୫ କୋଟି ହେବ ବୋଲି କୁହାଯାଇଛି।
ପ୍ରାୟ ମାସଧିକ କାଳ ଧରି ଚାଲିଥିବା ଯୁଦ୍ଧରେ ଅନେକ ଆମେରିକୀୟ ଯୁଦ୍ଧ ବିମାନ ଯଥା ଏଫ୍-୧୫ (F-15 Strike Eagle), ଏଫ୍-୧୬ (F-16 Fighting Falcon), ଏଫ୍-୧୮ (F/A-18E/F Super Hornet), ଏଫ୍-୩୫ (F-35 Lightning) ମାରି ଖସାଇ ଦେଇଥିବାର ଇରାନ୍ ଦାବି କରିଛି। କେବଳ ଯୁଦ୍ଧ ବିମାନ ନୁହେଁ ଆମେରିକୀୟ ନୌସେନାର ବିମାନ ବାହକ ଯୁଦ୍ଧପୋତ ୟୁଏସଏସ ଆବ୍ରାହମ ଲିଙ୍କନ (US Navy Aircraft Carrier Abraham Lincoln), ପରେ ବାୟୁସେନାର ଏଡବ୍ଲ୍ୟୁଏସିଏସ ବିମାନ (US Air Force Awacs Aircraft) ମାରି ଖସାଇ ଦେଇଥିବାର ଦାବି କରିଥିଲା ଇରାନର ଇସଲାମିକ୍ ରିପବ୍ଲିକ୍ ଗାର୍ଡ କର୍ପସ (IRGC)।
ଏହା ସହ ପଢନ୍ତୁ: USS Abraham Lincoln / ଇରାନ ମିସାଇଲ ହମଲାରେ ଥରହର ଆବ୍ରାହମ୍ ଲିଙ୍କନ; ଆକ୍ରମଣକୁ ନେଇ କ'ଣ କହିଲେ ରାଷ୍ଟ୍ରପତି ଟ୍ରମ୍ପ
ଋଷୀୟ ନ୍ୟୁଜ ଏଜେନ୍ସି ଟାସ୍ ସହ ସାକ୍ଷାତକାର ଦେବା ସମୟରେ ଆଇଆରଜିସି କହିଛି ଯେ, ଦେଶର ଇସଫାହାନ ସହରରେ ଏକ ଆମେରିକୀୟ ଏମକ୍ୟୁ-୯ ରିପର ଡ୍ରୋନ୍କୁ ଅଟକା ଯିବା ସହ ଏହାକୁ ନଷ୍ଟ କରାଯାଇଥିଲା। ଉନ୍ନତ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ଏହି ଡ୍ରୋନ୍କୁ ଅଟକାଇ ଦିଆଯାଇଥିଲା।
ଏହା ପ୍ରଥମ ଥର ପାଇଁ ହୋଇ ନାହିଁ ଯେତେବେଳେ ଆମେରିକୀୟ ଏମକ୍ୟୁ-୯ ରିପର ଡ୍ରୋନ୍ ଧ୍ୱଂସ ହୋଇଯାଇଛି। ପୂର୍ବରୁ ବିଭିନ୍ନ ସମୟରେ ଏହି ଡ୍ରୋନ୍ ବୈଷୟିକ କାରଣରୁ ଦୁର୍ଘଟଣାଗ୍ରସ୍ତ ଅଥବା ଶତ୍ରୁ ପକ୍ଷର ଆକ୍ରମଣର ଧ୍ୱଂସ ହୋଇଥିବାର ଖବର ଆସିସାରିଛି। ଗତ ୨୦୨୪ ରୁ ଏ ପର୍ଯ୍ୟନ୍ତ ୟମେନ୍-ସିରିଆ ଠାରେ ସକ୍ରିୟ ରହିଥିବା ଇରାନ୍ ସମର୍ଥିତ ବିଦ୍ରୋହୀ ଗୋଷ୍ଠୀ ଦ୍ୱାରା ହୋଇଥିବା ଅକ୍ରମଣରେ ଏହି ଆମେରିକୀୟ ଡ୍ରୋନ୍ ଧ୍ୱଂସ ହୋଇଥିବାର ଖବର ଆସିଛି।
ଗତ ୨୦୨୪ ଶେଷ ଭାଗରେ (୮ ନଭେମ୍ବର ଏବଂ ୨୮ ଡିସେମ୍ବର) ୟମେନ୍ ରେ ସକ୍ରିୟ ରହିଥିବା ହୁଥି ବିଦ୍ରୋହୀଙ୍କ ଆକ୍ରମଣରେ ନଷ୍ଟ ହୋଇଥିଲା ଏମକ୍ୟୁ-୯। ସେହିପରି ୨୦୨୫ ମାର୍ଚ୍ଚ-ଅପ୍ରେଲ ମାସରେ ଏହି ଆମେରିକୀୟ ଡ୍ରୋନ୍କୁ ମାରି ଖସାଇ ଦିଆଯାଇଥିଲା। ସେହିପରି ୨୦୨୬ ରେ ପ୍ରଥମେ ଜାନୁଆରୀ ୧୦ ଏବଂ ପରେ ମାର୍ଚ୍ଚ ୨ ତାରିଖରେ ଏହି ଡ୍ରୋନ୍ ସହ ସମାନ ଘଟଣା ଘଟିଥିଲା। ଏହା ପୂର୍ବରୁ ୨୦୧୭ ରେ ୟମେନ୍ ର ରାଜଧାନୀ ସନ୍ନା ଏବଂ ପରେ ୨୦୧୯ ଜୁନ ୬ରେ ଦେଶର ଧାମର ସହରରେ ଏହି ଆମେରିକୀୟ ଡ୍ରୋନ୍କୁ ମାରି ଖସାଇ ଦିଆଯାଇଥିଲା।
Also Read: Attack On AWACS / ଇରାନ ଆକ୍ରମଣରେ ବର୍ବାଦ ହୋଇଗଲା ଆମେରିକାର AWACS ବିମାନ; କ'ଣ ରହିଛି ଏହାର ବିଶେଷତ୍ୱ
ୟମେନ୍ ବ୍ୟତୀତ ସିରିଆରେ ମଧ୍ୟ ଆମେରିକୀୟ ଡ୍ରୋନ୍ ଏମକ୍ୟୁ-୯ ରିପର୍ ଧ୍ୱଂସ ହୋଇଥିବାର ଖବର ଆସିଛି। ଅଲ-ହାସାକାହ ଠାରେ ଆମେରିକା ନେତୃତ୍ୱାଧିନ ଗୋଷ୍ଠୀ ମଧ୍ୟରେ ଭୁଲବଶତଃ ହୋଇଥିବା ମୁକାବିଲା (୯ ଡିସେମ୍ବର ୨୦୨୪), ଗତ ୨୦୨୦ ରେ ଇଦଲିବ ଏବଂ ୨୦୧୬ ରେ ତାବକା ନିକଟରେ ହୋଇଥିବା ଦୁର୍ଘଟଣାରେ ଧ୍ୱଂସ ହୋଇଥିଲା ଆମେରିକୀୟ ଡ୍ରୋନ୍। ଏକ ଯାନ୍ତ୍ରିକ ସମସ୍ୟା ଯୋଗୁଁ ଗତ ୨୦୧୭ ମେ ରେ ଆମେରିକାର କେନ୍ଦ୍ରୀୟ କମାଣ୍ଡ ଅଞ୍ଚଳରେ ଏକ ଏମକ୍ୟୁ-୯ ରିପର୍ ନିଖୋଜ ହୋଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories