Washington DC White House Shooting / ହ୍ୱାଇଟ୍ ହାଉସ୍ ନିକଟରେ ଗୁଳିକାଣ୍ଡ, ୫ ଜଣ ଆହତ; ଆକ୍ରମଣକାରୀକୁ ଖୋଜୁଛି ପୋଲିସ
·1 hour ago·2 min read

Key Points
ଆମେରିକାର ୱାଶିଂଟନ୍ ଡିସିର ଲୋଗାନ୍ ସର୍କଲ୍ ଅଞ୍ଚଳରେ ଗୁରୁବାର ଗୁଳିକାଣ୍ଡରେ ୫ ଜଣ ଆହତ ହୋଇଥିବା ଖବର ମିଳିଛି। ଏହି ସ୍ଥାନ ହ୍ୱାଇଟ୍ ହାଉସ୍ଠାରୁ ପ୍ରାୟ ଏକ ମାଇଲ୍ ଦୂରରେ। ପୋଲିସ ଅଞ୍ଚଳକୁ ଘେରାବନ୍ଦୀ କରି ସନ୍ଦିଗ୍ଧଙ୍କୁ ଖୋଜୁଛି। ଗୁଳିକାଣ୍ଡର କାରଣ ଓ ଆହତଙ୍କ ସ୍ଥିତି ସମ୍ପର୍କରେ ଅଧିକ ତଥ୍ୟ ମିଳିନାହିଁ।
ୱାଶିଂଟନ୍ (12/11): ଗୁରୁବାର (୧୨ ନଭେମ୍ବର) ରାଜଧାନୀ ୱାଶିଂଟନ୍ ଡିସି ସ୍ଥିତ, ଆମେରିକୀୟ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ହ୍ୱାଇଟ୍ ହାଉସ୍ ନିକଟରେ ହୋଇଛି ଗୁଳିକାଣ୍ଡ। ଏହି ଗୁଳିକାଣ୍ଡ ଘଟଣାରେ ୫ ଜଣ ଆହତ ହୋଇଥିବାର ଖବର ମିଳିଛି। ହ୍ୱାଇଟ୍ ହାଉସ୍ ଠାରୁ ମାତ୍ର କିଛି ଦୂରରେ ଏହି ଗୁଳିକାଣ୍ଡ ଘଟିଥିଲା। ପୋଲିସ ଏକ ବିବୃତ୍ତି ଜାରି କରି କହିଛି ଯେ ଗୁଳିକାଣ୍ଡ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ। ଗୁଳିକାଣ୍ଡର ସଠିକ୍ ସ୍ଥାନ ମଧ୍ୟ ଅଜଣା ରହିଛି। ସଦ୍ୟତମ ଖବର ଅନୁଯାୟୀ, ଲୋଗାନ୍ ସର୍କଲ ଠାରେ ଏହି ଗୁଳିକାଣ୍ଡ ହୋଇଥିବାର କୁହାଯାଇଛି। ଗୁଳିକାଣ୍ଡ ପରେ ପୋଲିସ ଘଟଣାସ୍ଥଳରେ ଘେରାବନ୍ଦୀ କରିବା ଏହାର ତଦନ୍ତ କରୁଛି।
ନ୍ୟୁଜ ଏଜେନ୍ସି ଏପି (News Agency AP) ରିପୋର୍ଟ ଅନୁଯାୟୀ, ଗୁରୁବାର ୱାଶିଂଟନ୍ ଡିସି ସ୍ଥିତ ଲୋଗାନ୍ ସର୍କଲ୍ ଅଞ୍ଚଳରେ ୫ ଜଣଙ୍କ ଉପରକୁ ଗୁଳିମାଡ଼ କରାଯାଇଥିଲା। ଏହି ଘଟଣା ପରେ ପୋଲିସ ଏକ ବଡ଼ ଅଭିଯାନ ଆରମ୍ଭ କରିଥିଲା। ଏହି ଅଞ୍ଚଳ ହ୍ୱାଇଟ୍ ହାଉସ୍ ଠାରୁ ପ୍ରାୟ ଏକ ମାଇଲ୍ ଉତ୍ତରରେ ଅବସ୍ଥିତ। ପୋଲିସ ମୁଖପାତ୍ର ନିକୋଲ୍ ଡିନର୍ କହିଛନ୍ତି ଯେ ଗୁଳିକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତକୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ। ଗୁଳିକାଣ୍ଡର ସଠିକ୍ ସ୍ଥାନ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ। ପୋଲିସ, "୧୫ ଷ୍ଟ୍ରିଟ୍ ଏନଡବ୍ଲ୍ୟୁ ୧୫୦୦ ବ୍ଲକ୍" (15th Street NW 1500 Blcok) ସମେତ ଅଞ୍ଚଳର ଅନେକ ସ୍ଥାନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି। ସ୍ଥାନୀୟ କର୍ତ୍ତୃପକ୍ଷ ଦୋକାନ, ଏକ ଚର୍ଚ୍ଚ ଏବଂ ଆବାସିକ କୋଠାକୁ ଘେରାବନ୍ଦୀ କରି ରଖିଥିଲେ। ମେଟ୍ରୋପଲିଟାନ୍ ପୋଲିସ ବିଭାଗ (MPD) ଘଟଣାସ୍ଥଳରେ ତଦନ୍ତ କରୁଥିବା ସମୟରେ ଲୋକଙ୍କୁ ଏହି ଅଞ୍ଚଳକୁ ଆସିବାକୁ ଏଡାଇବା ଲାଗି ଅନୁରୋଧ କରିଛି।
ଏହା ସହ ପଢନ୍ତୁ: ହ୍ୱାଇଟ୍ ହାଉସ୍ରେ ହାଇଆଲର୍ଟ, କାର୍ ଧକ୍କା ପରେ ସିକ୍ରେଟ୍ ସର୍ଭିସ୍ ଅଧିକାରୀଙ୍କ ସହ ଡ୍ରାଇଭରଙ୍କ ମାରପିଟ୍
AP ଅନୁଯାୟୀ ପୋଲିସ ଏପର୍ଯ୍ୟନ୍ତ ଗୁଳିମାଡ଼ରେ ଆହତ ହୋଇଥିବା ୫ ଜଣ ପୀଡିତଙ୍କ ପରିଚୟ କିମ୍ବା ସେମାନଙ୍କ ସ୍ଥିତି ସମ୍ପର୍କରେ କିଛି କହିନାହିଁ। ସେମାନଙ୍କୁ କେଉଁଠାରେ ଗୁଳି କରାଯାଇଥିଲା କିମ୍ବା କେଉଁ କାରଣରୁ ଏଭଳି ହିଂସାକାଣ୍ଡ ହୋଇଥିଲା ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ଯଦିଓ "15th Street NW 1500 Blcok" ଛକ ନିକଟରେ ଗୁଳିକାଣ୍ଡ ହୋଇଥିବାର କୁହାଯାଉଛି। ସ୍ଥାନୀୟ ଗଣମାଧ୍ୟମ ୱାଶିଂଟନ୍ ପୋଷ୍ଟ (Washington Post) ରିପୋର୍ଟ ଅନୁଯାୟୀ ପୋଲିସ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଖୋଜୁଛି। MPD ମୁଖପାତ୍ର ଅଧିକାରୀ ଲି ଲିପ୍ ଏହି ଘଟଣାକୁ ଏକ "ସକ୍ରିୟ ଆକ୍ରମଣକାରୀ" (Active Shooter) ପରିସ୍ଥିତି ଭାବରେ ବର୍ଣ୍ଣନା କରିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: