Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

NASA Night World Map / ନାସା କ୍ୟାମେରାରେ କଏଦ ହେଲା ବିଶ୍ୱର ସବୁଠାରୁ ଉଜ୍ୱଳମୟ ସ୍ଥାନ

Subhramjit Ray
Browse all articles by Subhramjit Ray
·2 months ago·3 min read
ନାସା କ୍ୟାମେରାରେ କଏଦ ହେଲା ବିଶ୍ୱର ସବୁଠାରୁ ଉଜ୍ୱଳମୟ ସ୍ଥାନ
NASA Night World Map

Key Points

ନାସା ଦ୍ୱାରା ମହାକାଶରୁ ଉଠାଯାଇଥିବା ଏହି ଫଟୋରେ ଦେଶର ଦୁଇ ରାଜ୍ୟକୁ ପୃଥିବୀର ସବୁଠାରୁ ଉଜ୍ଜ୍ୱଳ ସ୍ଥାନ ଭାବରେ ଦର୍ଶାଯାଇଛି। ଏହା ଇଣ୍ଟରନେଟରେ ଲୋକମାନଙ୍କୁ ବିଭ୍ରାନ୍ତ କରିଛି। ହେଲେ ଏହା ପଛରେ ଏକ ଆକର୍ଷଣୀୟ କାହାଣୀ ରହିଛି।
NASA Earth Map: ଆମେରିକୀୟ ମହାକାଶ ସଂସ୍ଥା ନାସା ପକ୍ଷରୁ ନିଆଯାଇଥିବା ପୃଥିବୀର ଏକ ରାତ୍ରୀ କାଳୀନ ଫଟୋ ଏବେ ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଥିରେ ଉତ୍ତର ପ୍ରଦେଶ-ବିହାର ରାଜ୍ୟ ଦ୍ୱୟକୁ ପୃଥିବୀର ସବୁଠାରୁ ଉଜ୍ଜ୍ୱଳମୟ ସ୍ଥାନ ଭାବରେ ଦର୍ଶାଯାଇଛି। ମହାକାଶରୁ ନିଆଯାଇଥିବା ବିଶ୍ୱର "ନାଇଟ୍ ୱାର୍ଲ୍ଡ ମ୍ୟାପ୍" ରେ ଉତ୍ତର ପ୍ରଦେଶ-ବିହାର ସବୁଠାରୁ ଉଜ୍ଜଳମୟ ଦୃଶ୍ୟମାନ ହେଉଛନ୍ତି। ଏହି ଫଟୋ ଦେଖିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ହେଲେ ଏହା ପଛରେ ରହିଥିବା କାହାଣୀ ବେଶ ଆକର୍ଷଣୀୟ।

୧.୬ ଲକ୍ଷ ସାଟେଲାଇଟ୍ ଫଟୋର ହୋଇଥିଲା ବିଶ୍ଳେଷଣ
ଗତ ୧୩ ତାରିଖରେ, ନାସା ସାଟେଲାଇଟ୍ ଫଟୋ ଉପରେ ଆଧାରିତ ଏକ ନୂତନ ବିଶ୍ୱ ମାନଚିତ୍ର ପ୍ରକାଶ କରିଛି। ଯେଉଁଥିରେ ଦର୍ଶାଯାଇଛି ଯେ ଗତ ୨୦୧୪ ରୁ ୨୦୨୨ ମଧ୍ୟରେ ପୃଥିବୀ ପୃଷ୍ଠରେ ରାତି ସମୟର ଆଲୋକରେ କିପରି ପରିବର୍ତ୍ତନ ହୋଇଛି। ପୃଥିବୀର ଏହି ଫଟୋକୁ ତିଆରି କରିବା ପାଇଁ ନାସା ବୈଜ୍ଞାନିକ ୯ ବର୍ଷ ଧରି ପ୍ରତି ରାତିରେ ସଂଗୃହିତ ହୋଇଥିବା ୧.୬ ଲକ୍ଷ ସାଟେଲାଇଟ୍ ଫଟୋ କୁ ବିଶ୍ଳେଷଣ କରିଥିଲେ। ଯେଉଁଥିରୁ ଜଣାପଡ଼ିଥିଲା ଯେ ଉତ୍ତର ଭାରତର ସହରାଞ୍ଚଳରେ ହୋଇଥିବା ବିକାଶ, କାରଣରୁ ଉତ୍ତର ପ୍ରଦେଶ ଏବଂ ବିହାରରେ ରାତି ସମୟରେ ଆଲୋକ ସ୍ତର ବୃଦ୍ଧି ପାଇଛି।

ଲୋକଙ୍କ ମଧ୍ୟରେ କୌତୁହଳ ସୃଷ୍ଟି କରିଛି "ନାସା ଆର୍ଥ ମ୍ୟାପ୍"
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଦ୍ୱାରା ନାସା ପକ୍ଷରୁ ରାତି ସମୟର ପୃଥିବୀର ଏକ "ଆର୍ଥ ମ୍ୟାପ୍" ସେୟାର କରାଯାଇଛି। ଯାହା ଲୋକଙ୍କ ମଧ୍ୟରେ କୌତୁହଳ ସୃଷ୍ଟି କରୁଛି। ନାସା ଅନୁସନ୍ଧାନରୁ ଜଣାପଡିଛି ଯେ କନେକ୍ଟିକଟ୍ ବିଶ୍ୱବିଦ୍ୟାଳୟର ତିଆନ ଲି ଏବଂ ଝି ଝୁଙ୍କ ନେତୃତ୍ୱରେ ବୈଜ୍ଞାନିକ "ଭିଜିବଲ୍ ଇନଫ୍ରାରେଡ୍ ଇମେଜିଂ ରେଡିଓମିଟର୍ ସୁଟ୍" (VIIRS) ଦ୍ୱାରା ନିଆଯାଇଥିବା ଫଟୋକୁ ବିଶ୍ଳେଷଣ କରିଛନ୍ତି।
ଏହି ଗବେଷଣା ପାଇଁ ଏକ ନୂତନ ଆଲଗୋରିଦମ ବ୍ୟବହାର କରାଯାଇଥିଲା। ଯେଉଁଥିରେ ସୁନେଲି ରଙ୍ଗ ପ୍ରଦର୍ଶିତ କରୁଥିବା ସ୍ଥାନ ରାତି ସମୟରେ ଅଧକ ଉଜ୍ଜ୍ୱଳ ପ୍ରତିଫଳିତ ହେଉଥିଲା। ଅନ୍ୟପକ୍ଷରେ ଯେତେବେଳେ ବାଇଗଣୀ ରଙ୍ଗରେ ଦୃଶ୍ୟମାନ ହେଉଥିବା ସ୍ଥାନ ରାତି ସମୟର କମ ଆଲୋକିତ ହେଉଥିବାର ଦୃଶ୍ୟମାନ ହେଉଥିଲା।

ଏହା ସହ ପଢନ୍ତୁ: ୧୭୦,୦୦୦ ବର୍ଷ ପରେ ନଜର ଆସିବ ରହସ୍ୟମୟ ଧୂମକେତୁ; କିପରି ଦେଖିବେ ଏପରି ବିରଳ ଦୃଶ୍ୟ

ନାସା ଗବେଷଣା ରିପୋର୍ଟ ଦର୍ଶାଉଛି ଯେ ଭାରତ, ଚୀନ୍, ମଧ୍ୟପ୍ରାଚ୍ୟ ଏବଂ ମଧ୍ୟ ଆମେରିକା ମୁଖ୍ୟତଃ ସୁନେଲି ରଙ୍ଗର ଦୃଶ୍ୟମାନ ହେଉଛି। ଅନ୍ୟପକ୍ଷରେ ଯୁକ୍ତରାଷ୍ଟ୍ର ଆମେରିକାର ପଶ୍ଚିମରେ ସୁନେଲି ଏବଂ ପୂର୍ବ ଅଧିକ ବାଇଗଣୀ ଏବଂ ଧଳା ରଙ୍ଗର କ୍ଷେତ୍ର ରହିଛି। ଅନ୍ୟପକ୍ଷରେ ୟୁରୋପ ପ୍ରାୟତଃ ବାଇଗଣୀ ରଙ୍ଗରେ ନଜର ଆସୁଛି। ଯାହା ସୂଚାଇ ଦେଉଛି ଯେ ଏହି ସମୟରେ ସେହି ଅଞ୍ଚଳରେ ଆଲୋକ ସ୍ତର ହ୍ରାସ ପାଇଛି। ନାସା ଦ୍ୱାରା ହୋଇଥିବା ଏହି ଅଧ୍ୟୟନରେ ବିଶ୍ୱର ଅଧିକାଂଶ ଜନବସତି ଅଞ୍ଚଳକୁ ସାମିଲ କରାଯାଇଥିଲା। ଯାହା ୬୦ ଡିଗ୍ରୀ ଦକ୍ଷିଣ ଏବଂ ୭୦ ଡିଗ୍ରୀ ଉତ୍ତର ଅକ୍ଷାଂଶ ମଧ୍ ଅବସ୍ଥିତ। ବୈଜ୍ଞାନିକ ଏକ ଅନ୍ଧାର ରାଜପଥରେ ଏକ ଟୋଲ୍ ବୁଥ୍ ପରି ଛୋଟ ଆଲୋକର ଉତ୍ସକୁ ମଧ୍ୟ କଏଦ କରିବାରେ ସକ୍ଷମ ହୋଇଥିଲେ।

ପୃଥିବୀ ଆମକୁ ବହୁତ କିଛି ଶିଖାଇପାରେ: ନାସା
ନାସାର ଗୋଡାର୍ଡ ସ୍ପେସ୍ ଫ୍ଲାଇଟ୍ ସେଣ୍ଟରର ବାୟୁମଣ୍ଡଳ ଏବଂ ଡାଟା ସିଷ୍ଟମ୍ସ ଉପନିର୍ଦ୍ଦେଶକ ମିଗୁଏଲ୍ ରୋମାନ କହିଛନ୍ତି, "ଶକ୍ତି କ୍ଷେତ୍ର ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇବା ହେଉଛି ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ନାସାର ତଥ୍ୟ ଜାତୀୟ ସୁରକ୍ଷା ସ୍ୱାର୍ଥକୁ ଆଗକୁ ବଢାଇବାର ଅନେକ ଉପାୟ ମଧ୍ୟରୁ ଗୋଟିଏ। ସେ ଏହା ମଧ୍ୟ କହିଛନ୍ତି ଯେ ରାତି ସମୟରେ ପୃଥିବୀ ଆମକୁ ବହୁତ କିଛି ଶିଖାଇପାରେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
NASA Night Map: Why UP & Bihar Are Among the Brightest Places on Earth? | Argus News