NASA Supersonic Plane / ନାସା ଚଳାଇଛି ପ୍ରସ୍ତୁତି; ୫୩ ବର୍ଷ ପରେ ଉଡ଼ିବ ସୁପରସୋନିକ୍ ବିମାନ
·1 hour ago·3 min read

Key Points
ସୋନିକ୍ ବୁମ୍ ଯୋଗୁଁ ଆମେରିକା ସରକାର ୧୯୭୩ ମସିହାରେ ସୁପରସୋନିକ୍ ବିମାନ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ହେଲେ ଏବେ ନାସା ଏହାର ଏକ ସମାଧାନ ଖୋଜି ପାଇଛି।
Silent Supersonic Plane NASA: ପ୍ରାୟ ୫୩ ବର୍ଷ ପରେ ଆମେରିକାରେ ଉଡ଼ାଣ ଭରିବାକୁ ପ୍ରସ୍ତୁତ ହେଉଛି ସୁପରସୋନିକ ବିମାନ (Supersonic Plane)। ଯିଏ ଶବ୍ଦର ଗତି ଅପେକ୍ଷା ଦ୍ରୁତ ବେଗରେ ଉଡ଼ିବାକୁ ସକ୍ଷମ। ଏଥିପାଇଁ ଦେଶର ମହାକାଶ ଗବେଷାଣା ସଂସ୍ଥା ନାସା ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଆମେରିକ ସରକାର ଏହି ସୁପରସୋନିକ୍ ବିମାନ ଉପରେ ୫୩ ବର୍ଷରୁ ଅଧିକ ସମୟ ଧରି ଲାଗୁ ହୋଇଥିବା ପୁରୁଣା ପ୍ରତିବନ୍ଧକ ଉଠାଇବାକୁ ପ୍ରସ୍ତୁତ ହେଉଛନ୍ତି। ଆମେରିକା ସରକାର ଏପରି ବିମାନ ପାଇଁ ଶବ୍ଦ ସୀମା ନିର୍ଦ୍ଧାରଣ କରି ଏକ ନୂତନ ପ୍ରସ୍ତାବ ଜାରି କରିଛନ୍ତି। ଆମେରିକାର ପରିବହନ ବିଭାଗ ଗତକାଲି (ଜୁନ୍ ୩୦) ଏହି ପଦକ୍ଷେପ ନେଇଛି।
ଗତ ମାସ ଆରମ୍ଭରେ, ଆମେରିକାର ମହାକାଶ ସଂସ୍ଥା ନାସା ଏହାର ପରୀକ୍ଷାମୂଳକ X-59 ବିମାନର (NASA X-59 Aircraft) ସଫଳତାର ସହିତ ପରୀକ୍ଷଣ କରିଥିଲା। ଏହି ବିମାନ ଶବ୍ଦର ଗତି ଅପେକ୍ଷା ଦ୍ରୁତ ଗତିରେ ଉଡ଼ାଣ ଭରିଥିଲା। ହେଲେ ଏହା ସାଧାରଣ ଉଚ୍ଚ ବିସ୍ଫୋରଣ "ସୋନିକ୍ ବୁମ୍" (Sonic Boom) ସୃଷ୍ଟି କରିନଥିଲା। ଏହି "ସୋନିକ୍ ବୁମ୍" ଏତେ ଜୋରରେ ଧ୍ୱନି ନିର୍ଗତ କରିଥାଏ ଯେ ଏହା ଘରର ଝରକାକୁ ହଲାଇପାରେ। ଯଦି କୌଣସି ଅତ୍ୟଧିକ ଉଚ୍ଚ ହୋଇଥାଏ, ତାହେଲେ ଏହା ମଧ୍ୟ କ୍ଷତିଗ୍ରସ୍ତ ହୋଇଥାଏ। ଆମେରିକାର ସଂଘୀୟ ବିମାନ ଚଳାଚଳ (US Federal Aviation Administration) ବିଭାଗର ନୂତନ ପ୍ରସ୍ତାବ ୧୯୭୩ ମସିହାର ଏକ ନିୟମକୁ ବଦଳାଇବ। ଯାହା ସ୍ଥଳଭାଗ ଉପରେ ସୁପରସୋନିକ୍ ବିମାନକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିଥିଲା। ନୂତନ ପ୍ରସ୍ତାବ ଅନୁଯାୟୀ, ଯଦି ବିମାନର ଶବ୍ଦ ନିର୍ଦ୍ଧାରିତ ସୀମା ତଳେ ରହେ, ତାହେଲେ ଏହା ସ୍ଥଳଭାଗରେ ମଧ୍ୟ ମାକ୍ 1 (ଶବ୍ଦର ଗତି, ପ୍ରାୟ ୭୬୭ ମାଇଲ ପ୍ରତି ଘଣ୍ଟା) ଅତିକ୍ରମ କରି ଉଡ଼ିପାରିବ।
କ'ଣ ରହିଛି ପ୍ରସ୍ତୁତି?
FAA ଚଳିତ ବର୍ଷ ଶେଷରେ ଆଉ ଏକ ନିୟମ ପ୍ରଚଳନ କରିବାକୁ ପ୍ରସ୍ତୁତ ହେଉଛି। ଏହା ଉଡ଼ାଣ ଏବଂ ଅବତରଣ ସମୟରେ ସୁପରସୋନିକ୍ ବିମାନ ଦ୍ୱାରା ସୃଷ୍ଟି ହେଉଥିବା ଶବ୍ଦ ଉପରେ ସୀମା ସ୍ଥିର କରିବ। ଉଭୟ ନିୟମ ୨୦୨୭ ମଧ୍ୟଭାଗ ସୁଦ୍ଧା ଚୂଡ଼ାନ୍ତ ହେବାର ଆଶା କରାଯାଉଛି। ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଆମେରିକାର ଯେକୌଣସି ବିମାନ କମ୍ପାନୀ ମାକ୍- ୧ ଅପେକ୍ଷା ଦ୍ରୁତ ଗତିରେ ଉଡ଼ିବା ପାଇଁ FAA ଠାରୁ ସ୍ୱତନ୍ତ୍ର ଅନୁମତି ନେବାକୁ ହୋଇଥାଏ। ଏହି ଅନୁମତି କେବଳ ଗବେଷଣା ଏବଂ ପରୀକ୍ଷଣ ପାଇଁ ଏବଂ ବିଚ୍ଛିନ୍ନାଞ୍ଚଳରେ ଉଡ଼ିବା ପାଇଁ ପ୍ରଦାନ କରାଯାଉଛି।
ଏହା ସହ ପଢନ୍ତୁ: ଚର୍ଚ୍ଚାରେ ଏୟାର କାନାଡ଼ା ପାଇଲଟ୍; ଅବସର ବେଳେ ଧରାପଡ଼ିଲା କାରନାମା
NASA ବିକଶିତ କରିଛି ସ୍ୱତନ୍ତ୍ର ସୁପରସୋନିକ୍ ବିମାନ; ଯିଏ ଭରିବ ନୀରବ ଉଡ଼ାଣ
ଗତ ମାସ ପ୍ରାରମ୍ଭରେ, NASA ଏହାର ଏକ ସୁପରସୋନିକ୍ ବିମାନ ଉଡ଼ାଣ ପ୍ରଦର୍ଶନ କରିଥିଲା। ଯିଏ ନୀରବରେ ଉଡ଼ାଣ ଭରିଥିଲା। ନାସା ଦ୍ୱାରା ବିକଶିତ ହୋଇଥିବା X-59 ବିମାନ ୪୩,୪୦୦ ଫୁଟ ଉଚ୍ଚତାରେ ଘଣ୍ଟା ପ୍ରତି ୭୧୩ ମାଇଲ୍ (ମାକ୍ ୧.୧) ସର୍ବାଧିକ ବେଗ ହାସଲ କରିଥିଲା। NASA ଗତ ଜୁନ୍ ୫ ତାରିଖରେ ଘୋଷଣା କରିଥିଲା ଯେ X-59 ଶବ୍ଦର ବେଗ ଅପେକ୍ଷା ଦ୍ରୁତ ଗତିରେ ଉଡ଼ିବା ପାଇଁ ଡିଜାଇନ୍ କରାଯାଇଥିଲା। ହେଲେ ଏହି ବିମାନ ଏକ ଜୋରଦାର ବିସ୍ଫୋରଣ କିମ୍ବା ଏକ ସୋନିକ୍ ବୁମ୍ ବଦଳରେ କେବଳ ଏକ ମୃଦୁ ଶବ୍ଦ ସୃଷ୍ଟି କରିଥିଲା।
ବେଗର ଦ୍ୱିତୀୟ ନାମ ଥିଲା 'କନକର୍ଡ଼"
ଏୟାର ଫ୍ରାନ୍ସ ଏବଂ ବ୍ରିଟିଶ ଏୟାରୱେଜ୍ ପ୍ରଥମେ "କନକର୍ଡ଼" ବିମାନ ଆରମ୍ଭ କରିଥିଲେ। ଏହି ବିମାନ ଶବ୍ଦ ଅପେକ୍ଷା ୨ ଗୁଣ ଅଧିକ ବେଗରେ (ମାକ୍-୨) ଉଡ଼ାଣ ଭରିଥିଲା। ଯିଏ ପ୍ରାୟ ସାଢ଼େ ୩ ଘଣ୍ଟା ମଧ୍ୟରେ ଆଟଲାଣ୍ଟିକ୍ ମହାସାଗର ପାର କରି ଯାଉଥିଲା। ହେଲେ ତଥାପି ଏତେ ଉଚ୍ଚ ଗତି କେବଳ ସମୁଦ୍ର ଉପରେ ଅନୁମତି ଦିଆଯାଇଥିଲା। ସ୍ଥଳ ଉପରେ ଏହାକୁ ସାଧାରଣ ଗତିରେ ଉଡ଼ାଣ ଉଡ଼ିବାକୁ ପଡୁଥିଲା। ହେଲେ ତଥାପି ଏହାର ଅଧିକ ମୂଲ୍ୟ ହେତୁ ଗତ ୨୦୦୩ ରୁ "କନକର୍ଡ'" ସେବା ବନ୍ଦ କରାଯାଇଥିଲା। ନାସା ବ୍ୟତୀତ, ବୁମ୍ ସୁପରସୋନିକ୍ (Boom Supersonic) ଏବଂ ସ୍ପାଇକ୍ ଏରୋସ୍ପେସ୍ (Spike Aerospace) ଭଳି ଆମେରିକୀୟ କମ୍ପାନୀ ମଧ୍ୟ ସୁପରସୋନିକ୍ ବିମାନ ବିକଶିତ କରୁଛନ୍ତି। ସେମାନଙ୍କର ଲକ୍ଷ୍ୟ ହେଉଛି ଭବିଷ୍ୟତରେ ୪ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଆଟଲାଣ୍ଟିକ୍ ମହାସାଗରରେ ଉଡ଼ାଣ (Transatlantic Flight) ସମାପ୍ତ କରିବା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories