Nepal Flash Flood 2026 / ପ୍ରଳୟଙ୍କାରୀ ବନ୍ୟାରେ ଛାରଖାର ନେପାଳ; ସନ୍ଦେହ ଘେରରେ ଚତୁର ଚୀନ୍
·29 mins ago·3 min read

Key Points
ଚୀନ୍ ରେ ହିମାଳୟରେ ଆସିଥିବା ଭୟଙ୍କର ବନ୍ୟାର ପ୍ରଭାବ ବିଷୟରେ ବହୁତ କମ୍ ସୂଚନା ସାମ୍ନାକୁ ଆସିଛି। ସେଠାକାର ବର୍ତ୍ତମାନର ପରିସ୍ଥିତି କ’ଣ? ଚୀନର ସରକାରୀ ଗଣମାଧ୍ୟମ ପୀଡିତଙ୍କ ଦୁଃଖ ଅପେକ୍ଷା ଉଦ୍ଧାର କାର୍ଯ୍ୟ ଉପରେ ଅଧିକ ଧ୍ୟାନ ଦେଉଛି।
China's doubtful role on Nepal floods: ଅଚାନକ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ଛାରଖାର ହୋଇଯାଇଛି ନେପାଳ। ବନ୍ୟାରେ ପ୍ରାୟ ୬୭୬ ଜଣଙ୍କ ମୃତ୍ୟୁ ହୋଇଥିବା ୩ ହଜାରରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ଦେଶର ଅନେକ ସହର ବଜାର ଗାଁ ଗଣ୍ଡା ଭଗ୍ନାବଶେଷ ତଳେ ପୋତି ହୋଇଯାଇଛି। ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆଗକୁ ବଢ଼ିବା ସହିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ସମୟରେ ନେପାଳରେ ଆସିଥିବା ବନ୍ୟାକୁ ନେଇ ଚତୁର ଚୀନ୍ ର ଭୂମିକାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ବ୍ରିଟିଶ ଗଣମାଧ୍ୟମ "ଦି ଗାର୍ଡିଆନ୍" (The Guardian) ଖବର ଅନୁଯାୟୀ, ଚୀନ୍ ଗଣମାଧ୍ୟମ ଏହି ଦୁଃଖଦ ଘଟଣା ଉପରେ ନୀରବ ରହିଛି। ଯଦି କେହି ପ୍ରଭାବିତ ଅଞ୍ଚଳରେ ତୃଣମୂଳ ସ୍ତରରୁ ଖବର ସଂଗ୍ରହ (Ground Zero Reporting) କରୁଛନ୍ତି, ତାହେଲେ ସେମାନେ କୌଣସି ବନ୍ୟା ପ୍ରଭାବିତ ଲୋକଙ୍କ ସହ କଥା ହେଉନାହାଁନ୍ତି। ଏହି ବ୍ରିଟିଶ ସମ୍ବାଦପତ୍ର ଦାବି କରିଛି ଯେ ଚୀନ୍ ସମଗ୍ର ସୂଚନା ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଛି। ଏହି ସମୟରେ, ଭାରତୀୟ ବିଶେଷଜ୍ଞ ମଧ୍ୟ ବିପର୍ଯ୍ୟୟ ପାଇଁ ଚୀନ୍କୁ ଦାୟୀ କରୁଛନ୍ତି। ପ୍ରତିରକ୍ଷା ବିଶେଷଜ୍ଞ ପି.କେ. ସେହଗଲ୍ ସ୍ପଷ୍ଟ ଭାବରେ ନେପାଳରେ ଆସିଥିବା ବନ୍ୟା ପାଇଁ ଚୀନ୍ କୁ ଦାୟୀ କରିଛନ୍ତି।
ଚୀନ୍ ଗଣମାଧ୍ୟମରେ ପ୍ରାସରିତ ହେଉଛି କେବଳ ଉଦ୍ଧାର ଅଭିଯାନ ଖବର
"ଦି ଗାର୍ଡିଆନ୍" ରିପୋର୍ଟ ଅନୁସାରେ ଏହି ପ୍ରାକୃତିକ ବିପର୍ଯ୍ୟୟ ପରେ, ବିଶ୍ୱ ଗଣମାଧ୍ୟମର ଧ୍ୟାନ ନେପାଳ, ଚୀନ୍ ଏବଂ ତିବ୍ଦତର ବନ୍ୟା ପ୍ରଭାବିତ ଅଞ୍ଚଳ ଉପରେ କେନ୍ଦ୍ରୀତ ହୋଇଛି। ହେଲେ ଅଧିକାଂଶ କ୍ଷୟକ୍ଷତି ରିପୋର୍ଟ କେବଳ ନେପାଳ ସମ୍ପର୍କରେ କୁହାଯଉଛି। ବନ୍ୟା କାରଣରୁ ଚୀନ୍ରେ କ’ଣ ହୋଇଥିଲା ଏବଂ ସେଠାରେ ବର୍ତ୍ତମାନର ସ୍ଥିତି କ’ଣ ସେ ବିଷୟରେ କମ୍ ଖବର ପ୍ରକାଶିତ ହେଉଛି। ରିପୋର୍ଟ ଅନୁଯାୟୀ, ଚୀନ୍ ର ସରକାରୀ ଗଣମାଧ୍ୟମ ବନ୍ୟା ପୀଡି଼ତଙ୍କ ଦୁଃଖ ଅପେକ୍ଷା ଉଦ୍ଧାର କାର୍ଯ୍ୟ ଉପରେ ଅଧିକ ଧ୍ୟାନ ଦେଉଛି।
ଏହା ସହ ପଢନ୍ତୁ: ୪୫ ମିନିଟ୍ ବିଳମ୍ବରେ ମିଳିଲା ବନ୍ୟା ଚେତାବନୀ; ଚୀନ୍ ର ଭୂମିକାକୁ ନେଇ ଉଠିଲା ପ୍ରଶ୍ନ
ବନ୍ୟା ଯୋଗୁଁ ନେପାଳରେ ୬୭୬ ଏବଂ ଚୀନ୍ ରେ ୫ ମୃତ
ବନ୍ୟା ଯୋଗୁଁ ନେପାଳରେ ମୃତ୍ୟୁ ସଂଖ୍ୟା ବଢି ୭୭୬ ହୋଇ ସାରିଲାଣି। ସେହିପରି ଚୀନ୍ ରେ ମୃତକଙ୍କ ସଂଖ୍ୟା କେବଳ ୫ ରହିଛି। ହେଲେ ବନ୍ୟା ପ୍ରଭାବିତ ଲୋକଙ୍କ କହିବା କଥା ଯେ ଗ୍ୟାରଙ୍ଗ ସୀମା ପୋଷ୍ଟ ଚାରିପାଖରେ ଥିବା ଗାଁରେ ହଜାର ହଜାର ଲୋକ ବସବାସ କରିଥାନ୍ତି। ହେଲେ ଏଠାରେ କେବଳ ୫ ଜଣ ଲୋକଙ୍କ ମୃତ୍ୟୁ ହେବାକୁ ନେଇ ସନ୍ଦେହ ବଢିବାରେ ଲାଗିଛି।
ତୃମଣୂଳ ସ୍ତରରେ ପୀଡି଼ତଙ୍କ ସହିତ କୌଣସି ସମ୍ପର୍କ ନାହିଁ
"ଦି ଗାର୍ଡିଆନ" ରିପୋର୍ଟ ଆହୁରି କହିଛି ଯେ ଚୀନ୍ ର ସରକାରୀ ଗଣମାଧ୍ୟମ ବନ୍ୟା ବିଷୟରେ ଅନେକ ଖବର ପ୍ରସାରଣ କରିଥିଲା। ଏପରିକି ସାମ୍ବାଦିକଙ୍କୁ ମଧ୍ୟ ତୃମଣୂଳ ସ୍ତରକୁ ପଠାଇଥିଲା। ଚୀନୀ ଗଣମାଧ୍ୟମ ରିପୋର୍ଟ କ୍ଷୟକ୍ଷତି ପରିମାଣ ଅପେକ୍ଷା ଉଦ୍ଧାର କାର୍ଯ୍ୟ ଉପରେ ଅଧିକ ଧ୍ୟାନ ଦେଇଥିଲା। ତିବ୍ଦତ ସ୍ଥିତ ଏକ ରିଲିଫ୍ ଶିବିରରେ ଚୀନୀ ଗଣମାଧ୍ୟମ ରିପୋର୍ଟି କରିବା ସମୟରେ, ସାମ୍ବାଦିକ ତାଙ୍କ ପଛରେ ବସିଥିବା ଲୋକଙ୍କ ସହିତ କଥା ହୋଇନଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: ବିଶ୍ୱର ଚିନ୍ତା ବଢାଇଲା 'ପାଣିପାଗ ଯୁଦ୍ଧ'; ସୀମା ପାର କରିଗଲା ଚୀନ୍
ନେପାଳ ବନ୍ୟାକୁ ନେଇ ଚୀନ୍ ର ଭୂମିକା ଉପରେ ପ୍ରଶ୍ନ ଉଠାଇଲେ ପ୍ରତିରକ୍ଷା ବିଶେଷଜ୍ଞ
ଅବସରପ୍ରାପ୍ତ ମେଜର ଜେନେରାଲ ଏବଂ ପ୍ରତିରକ୍ଷା ବିଶେଷଜ୍ଞ ପି.କେ. ସହଗଲ ନେପାଳରେ ହୋଇଥିବା ଭୟଙ୍କର ବନ୍ୟା ପାଇଁ ଚୀନ୍ ର ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏନେଇ ସେ କହିଛନ୍ତି, "ନିଶ୍ଚିତ ଯେ ଯଦି ଚୀନ୍ ନେପାଳରେ ହୋଇଥିବା ବିଶାଳ କ୍ଷୟକ୍ଷତି ସମ୍ପର୍କରେ ଆଗୁଆ ସମୟୋଚିତ ଏବଂ ସ୍ପଷ୍ଟ ପ୍ରାରମ୍ଭିକ ଚେତାବନୀ ଦେଇଥାନ୍ତା, ତାହେଲେ କ୍ଷୟକ୍ଷତି ପରିମାଣକୁ ଯଥେଷ୍ଟ ମାତ୍ରାରେ ହ୍ରାସ କରାଯାଇ ପାରିଥାନ୍ତା।"
ଚୀନ୍ରେ ବୃହତ୍ ପରିମାଣରେ ନିର୍ମାଣ ଯୋଗୁଁ କ୍ଷତିଗ୍ରସ୍ତ ହେବାରେ ଲାଗିଛି ପରିବେଶ
ସେ ଏହା କହିଛନ୍ତି ଯେ ନେପାଳୀ ନାଗରିକ ତାଙ୍କ ଦେଶରେ ହୋଇଥିବା ବନ୍ୟା ସୋସିଆଲ ମିଡ଼ିଆରେ ଖୋଲାଖୋଲି ଭାବରେ ଚୀନ୍କୁ ଦାୟୀ କରୁଛନ୍ତି। ଚୀନ୍ରେ ହେଉଥିବା ବୃହତ୍ ପରିମାଣର ନିର୍ମାଣ ପୂର୍ବରୁ ଦୁର୍ବଳ ହୋଇ ପଡ଼ିଥିବା ସ୍ଥାନୀୟ ପରିବେଶକୁ ଯଥେଷ୍ଟ କ୍ଷତି ପହଞ୍ଚାଇଛି। ଚୀାନୀ ଇଞ୍ଜିନିୟର ଏହି ଅଞ୍ଚଳରେ ବଡ଼ ଆକାରରେ ଭିତ୍ତିଭୂମି ବିକାଶ, ବନ୍ଧ ନିର୍ମାଣ, ନଦୀର ଦିଗ ପରିବର୍ତ୍ତନ, ସୁଡ଼ଙ୍ଗ ଏବଂ ନୂତନ ରାସ୍ତା ନିର୍ମାଣ ନକରିବାକୁ କହିଥିଲେ ଏବଂ ଚେତାବନୀ ଦେଇଥିଲେ ଯେ ଏହା କ୍ଷତିକାରକ ହେବ। ଚୀନ୍ର ନୀତି ନିର୍ଦ୍ଧାରକ ମଧ୍ୟ ଏହାକୁ ନେଇ ଚିନ୍ତା ପ୍ରକାଶ କରିଥିଲେ। ହେଲେ ଚୀନ୍ ପ୍ରଶାସନ ସେମାନଙ୍କୁ ଅଣଦେଖା କରିଥିଲା।

Related Topics
Explore more stories
Nepal Flash Flood 2026 UpdateChina's suspicious role in Nepal floodNepal Flash Flood 2026 CasualitiesHimalayan climate change disasterGyirong port flooding China Nepal borderTrishuli river overflow Tibet sourceTransboundary water sharing Nepal ChinaHimalayan flood disaster censorshipChina flood secrecyTibet disaster updatesHimalayan climate crisisNepal floods 2026