Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Currency Printing / ଆମେରିକା-ବ୍ରିଟେନକୁ ଚକ୍‌ମା; ଭାରତର ୫ ପଡ଼ୋଶୀ ଦେଶର ନୋଟ୍ ଛାପୁଛି ଚୀନ୍

Sushanta Sahoo
Browse all articles by Sushanta Sahoo
·8 months ago·2 min read
ଆମେରିକା-ବ୍ରିଟେନକୁ ଚକ୍‌ମା; ଭାରତର ୫ ପଡ଼ୋଶୀ ଦେଶର ନୋଟ୍ ଛାପୁଛି ଚୀନ୍

Key Points

କେବଳ ନେପାଳ ନୁହେଁ ପଡ଼ୋଶୀ ଶ୍ରୀଲଙ୍କା ସହ ମାଲେସିଆ, ବାଂଲାଦେଶ, ଥାଇଲାଣ୍ଡ ଆଦି ଦେଶ ଚୀନରେ ସେମାନଙ୍କ ନୋଟ୍ ଛାପୁଛନ୍ତି । ବିଗତ କିଛିବର୍ଷରେ ଏସିଆ ମହାଦେଶରେ ଚୀନ କରେନ୍ସିର ଏକ ବଡ଼ କେନ୍ଦ୍ର ଭାବେ ଉଭା ହୋଇଛି ।
ନୂଆଦିଲ୍ଲୀ: ଶସ୍ତାରେ ସାମଗ୍ରୀ ମିଳିବା ଲାଗି ଚୀନ୍ ବେଶ ଜଣାଶୁଣା । ସେ ବୈଦ୍ୟୁତିକ ଉପକରଣ ହେଉ କି ଅନ୍ୟ ସାମଗ୍ରୀ, ଚୀନରେ ବେଶ ଶସ୍ତା ଦରରେ ମିଳେ । ଏବେ ଭାରତର ଅନ୍ୟ ପଡ଼ୋଶୀ ରାଷ୍ଟ୍ର ଭଳି ନେପାଳ ଶସ୍ତା ଦାମ ପାଇଁ ତା'ର ନୋଟ୍ ଚୀନରେ ଛାପିବ ।

ଏନେଇ ନେପାଳ ରାଷ୍ଟ୍ରୀୟ ବ୍ୟାଙ୍କ (NRB) ନଭେମ୍ବର ୭ ଓ ୮ରେ ୧୦୦୦ ଟଙ୍କାର ୪୩ କୋଟି ନୋଟ୍ ଛାପିବାକୁ ଏକ ଟେଣ୍ଡର ଜାରି କରିଛି । ଉକ୍ତ ଟେଣ୍ଡର ପାଇଛି ଚୀନର ଏକ କମ୍ପାନୀ । ଚୀନର CBPMC ଏହି ଟେଣ୍ଡର ପାଇଛି ।

ଏହାପୂର୍ବରୁ ନେପାଳ ୧୯୪୫ରୁ ୧୯୫୫ ପର୍ଯ୍ୟନ୍ତ ଭାରତରେ ନୋଟ୍ ଛାପୁଥିଲା । ନାସିକ ସ୍ଥିତ ସିକ୍ୟୁରିଟି ପ୍ରେସ୍‌ରେ ଛପା ଯାଉଥିଲା ନେପାଳର ନୋଟ୍ । ଏହାପରେ ନେପାଳ ସହ ଭାରତର ସମ୍ପର୍କ ଆହୁରି ଘନିଷ୍ଠ ହୋଇଥିଲା ।

ଏଥିସହ ପଢ଼ନ୍ତୁ: IPLରେ ବଦଳିଲା ରବୀନ୍ଦ୍ର ଜାଡ଼େଜାଙ୍କ ସହ ସଞ୍ଜୁ ସାମସନଙ୍କ ଦଳ, ଜାଣନ୍ତୁ କେଉଁ ଟିମ୍‌ରେ ହେଲେ ସାମିଲ୍

ତେବେ ୨୦୧୫ରେ ନେପାଳର ରାଷ୍ଟ୍ରୀୟ ବ୍ୟାଙ୍କ ବୈଶ୍ଵିକ ଟେଣ୍ଡର ଆହ୍ଵାନ କରିଥିଲା । ଆଉ ଏହି ଟେଣ୍ଡର ଜରିଆରେ ନେପାଳ ନୋଟ୍ ଛାପିବା ପାଇଁ ଚାଇନା ବ୍ୟାଙ୍କ ନୋଟ୍ ପ୍ରିଣ୍ଟିଂ ଆଣ୍ଡ ମିଟିଂ କର୍ପୋରେସନ୍ (CBPMC)କୁ ମିଳିଥିଲା ଅନୁମତି । ସେବେଠୁ ନେପାଳ ଅଧିକାଂଶ ନୋଟ୍ ଚୀନରେ ହିଁ ଛାପୁଛି ।

କେବଳ ନେପାଳ ନୁହେଁ ପଡ଼ୋଶୀ ଶ୍ରୀଲଙ୍କା ସହ ମାଲେସିଆ, ବାଂଲାଦେଶ, ଥାଇଲାଣ୍ଡ ଆଦି ଦେଶ ଚୀନରେ ସେମାନଙ୍କ ନୋଟ୍ ଛାପୁଛନ୍ତି । ବିଗତ କିଛିବର୍ଷରେ ଏସିଆ ମହାଦେଶରେ ଚୀନ କରେନ୍ସିର ଏକ ବଡ଼ କେନ୍ଦ୍ର ଭାବେ ଉଭା ହୋଇଛି । ଫଳରେ ଆମେରିକା ସହ ବ୍ରିଟେନର ମୁଦ୍ରା ଛାପୁଥିବା ବଜାର ପ୍ରଭାବିତ ହୋଇଛି ।

୨୦୧୦ରୁ ବାଂଲାଦେଶ, ୨୦୧୫ରୁ ଶ୍ରୀଲଙ୍କା

ବାଂଲାଦେଶର ମୁଦ୍ରା ଟକା ୨୦୧୦ରୁ ଚୀନରେ ଛପା ଯାଉଛି । ଶସ୍ତା ଦର ସହ ଉନ୍ନତ ସୁରକ୍ଷା ବୈଶିଷ୍ଟ୍ୟ ପାଇଁ ଏହାକୁ ପ୍ରୋତ୍ସାହ ମିଳୁଛି । ସେହିଭଳି ୨୦୧୫ରୁ ଶ୍ରୀଲଙ୍କା ଟଙ୍କା ଛାପିବା ପାଇଁ ମୁଖ୍ୟତଃ ଚୀନ୍ ଉପରେ ନିର୍ଭର କରୁଛି । ଏହାଛଡ଼ା ୨୦୦୦ ମସିହାରୁ ଆଫଗାନିସ୍ତାନର ଆଫଗାନୀ ମୁଦ୍ରା ଚୀନ୍ ଛାପୁଛି ।

ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟର ରିପୋର୍ଟ ଅନୁସାରେ, ଥାଇଲାଣ୍ଡ ଓ ମାଲେସିଆ ମଧ୍ୟ ଚୀନରେ ନୋଟ୍ ଛାପୁଛନ୍ତି । ୨୦୧୦ରୁ ମାଲେସିଆ ଓ ୨୦୧୮ରୁ ଥାଇଲାଣ୍ଡ ଚୀନ୍ ଉପରେ ନୋଟ୍ ଛାପିବା ଲାଗି ନିର୍ଭର କରୁଛି । ଯେଉଁଠି ପଲିମର ଆଧାରିତ ନୋଟ୍ ବଜାରରେ ପ୍ରିଣ୍ଟିଂ କରାଯାଉଥିବା ଜାଲ୍ ନୋଟର ପରିମାଣକୁ କମାଇ ପାରିଛି ।

ନୋଟ୍ ଛାପିବାକୁ ଚୀନ୍ କାହିଁକି ପସନ୍ଦ ?

ଅଧିକାଂଶ ଚୀନର କୋଲୋରଣ୍ଡାସ୍ ଟେକ୍ନୋଲୋଜି ପାଇଁ ଆସୁଛନ୍ତି । ଚୀନର ଏହି ଟେକ୍ନୋଲୋଜି ଏକ ଅପ୍ଟିକାଲ୍ ଆଣ୍ଟି-କାଉଣ୍ଟରଫିଟିଂ ଫିଚର୍ ଅଟେ । ଯାହାକି ବ୍ୟାଙ୍କ ନୋଟର ସୁରକ୍ଷା ବୃଦ୍ଧି ପାଇଁ ବିକଶିତ ହୋଇଛି ।

ଏଥିସହ ପଢ଼ନ୍ତୁ: ବିରାଟ ବିସ୍ଫୋରଣ ! ୩୦୦ ଫୁଟ ଦୂରରେ ପଡ଼ିଲା ମାଂସ ଖଣ୍ଡ, ୭ ମୃତ-୩୦ ଆହତ

ଏହି ନୋଟରେ ହୋଲୋଗ୍ରାଫିକ୍ ସିକ୍ୟୁରିଟି ଥ୍ରେଡ୍ ରହିଛି । ଯାହାକି ଜାଲ୍ ନୋଟ୍ ରୋକିବାରେ ପ୍ରଭାବୀ ହେଉଛି । ଏହି ନୋଟରେ ମାଇକ୍ରୋ ନାନୋ ଷ୍ଟକର୍ଚ୍ସର ବ୍ୟବହାର ହେଉଛି । ଫଳରେ ନୋଟକୁ ଟିକିଏ ବୁଲାଇ ଦେଖିଲେ 3D ମାର୍କ ଦେଖାଯାଏ । ଏହି ମାର୍କ ଜାଲ୍‌ ନୋଟରେ କରିବା ମୁସ୍କିଲ୍ ଅଟେ ।

ଏହାଛଡ଼ା ଆମେରିକା ଓ ବ୍ରିଟେନରେ ନୋଟ୍ ଛାପିବା ତୁଳନାରେ ଚୀନରେ ୫୦ ପ୍ରତିଶତ କମ୍ ଖର୍ଚ୍ଚ ହେଉଥିବା ବେଳେ ଗୁଣବତ୍ତା ସମାନ ରହୁଛି । ଫଳରେ ଅନେକ ଦେଶ ଚୀନ ଆଡ଼କୁ ଆକର୍ଷିତ ହେଉଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Why China Prints Money for 5 Asian Nations: Nepal, Bangladesh, Sri Lanka Deals Exposed | Argus News | Argus News