Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

IPL Trade / IPLରେ ବଦଳିଲା ରବୀନ୍ଦ୍ର ଜାଡ଼େଜାଙ୍କ ସହ ସଞ୍ଜୁ ସାମସନଙ୍କ ଦଳ, ଜାଣନ୍ତୁ କେଉଁ ଟିମ୍‌ରେ ହେଲେ ସାମିଲ୍

Sushanta Sahoo
Browse all articles by Sushanta Sahoo
·8 months ago·2 min read
IPLରେ ବଦଳିଲା ରବୀନ୍ଦ୍ର ଜାଡ଼େଜାଙ୍କ ସହ ସଞ୍ଜୁ ସାମସନଙ୍କ ଦଳ, ଜାଣନ୍ତୁ କେଉଁ ଟିମ୍‌ରେ ହେଲେ ସାମିଲ୍

Key Points

ଆଇପିଏଲ୍-୨୦୨୬ ସଂସ୍କରଣ ପୂର୍ବରୁ ସମସ୍ତ ଫ୍ରାଞ୍ଚାଇଜ୍ ପାଇଁ ଖେଳାଳି ରିଣ୍ଟେନସନ୍‌ର ଆଜି ଥିଲା ଶେଷ ତାରିଖ । ଏହି ଟ୍ରେଡ୍ ୱିଣ୍ଡୋରେ ରବୀନ୍ଦ୍ର ଜାଡ଼େଜା, ସଞ୍ଜୁ ସାମସନ, ସାମ କରନ, ମହମ୍ମଦ ସାମି, ମୟଙ୍କ ମାର୍କେଣ୍ଡେୟ, ଅର୍ଜୁନ ତେନ୍ଦୁଲକର, ନୀତିଶ ରାଣା ଓ ଦେନୋବନ ଫରେରା ଆଦିଙ୍କ ନାଁ ସାମିଲ୍ ଥିଲା ।
ମୁମ୍ବାଇ: ଆଇପିଏଲ୍-୨୦୨୬ ପୂର୍ବରୁ ବଡ଼ ଡିଲ୍ । ୨ ଦଳ ମଧ୍ୟରେ ପ୍ଲେୟାର୍ ଏକ୍ସଚେଞ୍ଜ ! ଖେଳାଳି ଦେଣନେଣ କରିଛନ୍ତି ଚେନ୍ନାଇ ସୁପର୍ କିଙ୍ଗ୍ସ (CSK) ଏବଂ ରାଜସ୍ଥାନ ରୟାଲ୍ସ (RR) । ଚେନ୍ନାଇର ଷ୍ଟାର ଖେଳାଳି ରବୀନ୍ଦ୍ର ଜାଡ଼େଜା ରାଜସ୍ଥାନ ରୟାଲ୍ସ ସହ ପୁଣି ଥରେ ଯୋଡ଼ି ହୋଇଛନ୍ତି ।

୧୪ କୋଟି ମୂଲ୍ୟରେ ରବୀନ୍ଦ୍ର ଜାଡ଼େଜା ରାଜସ୍ଥାନ ରୟାଲ୍ସ ପାଇଁ ଆଗାମୀ ଆଇପିଏଲ୍ ସଂସ୍କରଣରେ ଖେଳିବେ । ସେହିଭଳି ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ଯାଇଛନ୍ତି । ସଞ୍ଜୁ ସାମସନଙ୍କୁ ୧୮ କୋଟିରେ ନେଇଛି ଚେନ୍ନାଇ । ଦୁଇ ଦଳ ଭିତରେ ଏହି ଡିଲ୍ ପାଇଁ ଦୀର୍ଘ ଦିନରୁ ଆଲୋଚନା ଚାଲିଥିଲା ।

ଏଥିସହ ପଢ଼ନ୍ତୁ: ବିରାଟ ବିସ୍ଫୋରଣ ! ୩୦୦ ଫୁଟ ଦୂରରେ ପଡ଼ିଲା ମାଂସ ଖଣ୍ଡ, ୭ ମୃତ-୩୦ ଆହତ

ଆଇପିଏଲ୍-୨୦୨୬ ସଂସ୍କରଣ ପୂର୍ବରୁ ସମସ୍ତ ଫ୍ରାଞ୍ଚାଇଜ୍ ପାଇଁ ଖେଳାଳି ରିଣ୍ଟେନସନ୍‌ର ଆଜି ଥିଲା ଶେଷ ତାରିଖ । ଏହି ଟ୍ରେଡ୍ ୱିଣ୍ଡୋରେ ରବୀନ୍ଦ୍ର ଜାଡ଼େଜା, ସଞ୍ଜୁ ସାମସନ, ସାମ କରନ, ମହମ୍ମଦ ସାମି, ମୟଙ୍କ ମାର୍କେଣ୍ଡେୟ, ଅର୍ଜୁନ ତେନ୍ଦୁଲକର, ନୀତିଶ ରାଣା ଓ ଦେନୋବନ ଫରେରା ଆଦିଙ୍କ ନାଁ ସାମିଲ୍ ଥିଲା । ଆସନ୍ତୁ ଜାଣିବା କେଉଁ ଖେଳାଳି, କେଉଁ ଦଳକୁ ଗଲେ ।

ରବୀନ୍ଦ୍ର ଜାଡ଼େଜା

ବରିଷ୍ଠ ଅଲରାଉଣ୍ଡର ଓ ଚେନ୍ନାଇ ସୁପର୍ କିଙ୍ଗ୍ସର ପୂର୍ବତନ ଅଧିନାୟକ ଜାଡ଼େଜା ୨୦୨୬ ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିବେ । ଆଇପିଏଲ୍‌ରେ ଚେନ୍ନାଇ ସୁପର୍ କିଙ୍ଗ୍ସ ପାଇଁ ୧୨ଟି ସଂସ୍କରଣ ଖେଳିଥିବା ଜାଡ଼େଜାଙ୍କ ମୂଲ୍ୟ ୧୮ କୋଟିରୁ ୧୪ କୋଟିକୁ ଖସି ଆସିଛି ।

ସଞ୍ଜୁ ସାମସନ

ରାଜସ୍ଥାନ ରୟାଲ୍ସର ଅଧିନାୟକ ଓ ଭାରତର ୱିକେଟ୍ ରକ୍ଷକ, ବ୍ଯାଟ୍ସମ୍ୟାନ ସଞ୍ଜୁ ସାମସନ ଏବେ ଚେନ୍ନାଇ ସୁପର୍ କିଙ୍ଗ୍ସ ପାଇଁ ଖେଳିବେ । ସାମସନ ସମାନ ୧୮ କୋଟି ମୂଲ୍ୟରେ ଚେନ୍ନାଇ ସହ ଯୋଡ଼ି ହୋଇଛନ୍ତି ।

ସାମ କରନ

ଇଂଲଣ୍ଡର ଅଲରାଉଣ୍ଡର ସାମ କରନ ଚେନ୍ନାଇରୁ ରାଜସ୍ଥାନ ଯାଇଛନ୍ତି । ସାମଙ୍କୁ ରାଜସ୍ଥାନ ୨.୪ କୋଟିରେ ନେଇଛି । ସେ ଆଇପିଏଲ୍‌ର ତୃତୀୟ ଦଳ ଭାବେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିବେ ।

ଏଥିସହ ପଢ଼ନ୍ତୁ: ବିହାରରେ 'ଡବଲ୍ ଇଞ୍ଜିନ' ସୁନାମି; ଏହି ରଣନୀତି ଦେଲା ସୁନିଶ୍ଚିତ ବିଜୟ 

ମହମ୍ମଦ ସାମି

ବରିଷ୍ଠ ପେସ୍ ବୋଲର ମହମ୍ମଦ ସାମିଙ୍କ ମଧ୍ୟ ଦଳ ବଦଳିଛି । ସନରାଇଜର୍ସ ହାଇଦ୍ରାବାଦରୁ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍‌କୁ ଯାଇଛନ୍ତି ସାମି । ଲକ୍ଷ୍ନୌ ସାମିଙ୍କୁ ୧୦ କୋଟିରେ ନେଇଛି । ୧୧୯ଟି ଆଇପିଏଲ୍ ମ୍ୟାଚ୍ ଖେଳିଥିବା ସାମି ୨୦୨୩ରେ ପାଇଥିଲେ ପର୍ପଲ କପ୍ ।

ମୟଙ୍କ ମାର୍କେଣ୍ଡେୟ

ଲେଗ୍-ସ୍ପିନର ମୟଙ୍କ କୋଲକାତା ନାଇଟ୍ ରାଇଡର୍ସରୁ ଘର ବାହୁଡ଼ିଛନ୍ତି । ମୟଙ୍କଙ୍କୁ ୩୦ ଲକ୍ଷରେ ନେଇଛି ମୁମ୍ବାଇ ଇଣ୍ଡିଆନ୍ସ । ୩୭ ମ୍ୟାଚ୍ ଖେଳି ୩୭ଟି ୱିକେଟ୍ ନେଇଥିବା ମୟଙ୍କ ମୁମ୍ବାଇ ପାଇଁ ଜଣେ ସ୍ପିନ୍ ବିକଳ୍ପ ହୋଇପାରନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
IPL 2026 Shock Swap: Jadeja to Rajasthan Royals, Sanju Samson to CSK | Player Trades | Argus News | Argus News