Nepal Flood Threat / ନେପାଳ ପାଇଁ ବିପଦ ନୂଆ ହ୍ରଦ; ଚୀନ-ନେପାଳ ସୀମାରେ ପୁଣି...
·1 hour ago·2 min read

Key Points
ଏବେ ଏକ ନୂଆ ହ୍ରଦ ଚିନ୍ତା ବଢ଼ାଇ ଦେଇଛି । ଏହି ହ୍ରଦ ପାହାଡ଼ରୁ ଆସିଥିବା ବରଫ, ବଡ଼ ବଡ଼ ପଥର ଖଣ୍ଡ ଓ କାଦୁଅରୁ ସୃଷ୍ଟି ହୋଇଛି । ଏବେ ସେଠି ପାଣି ଜମା ହେଉଛି ଏବଂ ଅବରୋଧ ଏଡ଼ାଇ ପାଣି ଅତିକ୍ରମ କରୁଥିବା ଜଣାପଡ଼ିଛି ।
ନୂଆଦିଲ୍ଲୀ: ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଫ୍ଲାଶ୍ ଫ୍ଲଡ୍ ଚେତାଇ ଦେଇଛି ପ୍ରକୃତିର ରୌଦ୍ର ରୂପ କେତେ ଯେ ବିପଜ୍ଜନକ ହୋଇପାରେ । ନେପାଳ ବନ୍ୟାରେ ଏବେ ସୁଦ୍ଧା ୪୬୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି ।
କିନ୍ତୁ, ଏବେ ବି ବିନାଶକାରୀ ବନ୍ୟାର ବିପଦ ଟଳିନି । ସୂଚନା ଅନୁସାରେ, ଏବେ ଏକ ନୂଆ ହ୍ରଦ ଚିନ୍ତା ବଢ଼ାଇ ଦେଇଛି । ଏହି ହ୍ରଦ ପାହାଡ଼ରୁ ଆସିଥିବା ବରଫ, ବଡ଼ ବଡ଼ ପଥର ଖଣ୍ଡ ଓ କାଦୁଅରୁ ସୃଷ୍ଟି ହୋଇଛି । ଏବେ ସେଠି ପାଣି ଜମା ହେଉଛି ଏବଂ ଅବରୋଧ ଏଡ଼ାଇ ପାଣି ଅତିକ୍ରମ କରୁଥିବା ଜଣାପଡ଼ିଛି । ଯାହାକୁ ନେଇ ଆଶଙ୍କା ବନ୍ଧ ଭାଙ୍ଗିଲେ ତଳ ଅଞ୍ଚଳରେ ପୁଣି ଥରେ ଆସିପାରେ ବଡ଼ ବନ୍ୟା ।
ଏଥିସହ ପଢ଼ନ୍ତୁ: ମାନବ ଜାତି ପାଇଁ ଲଜ୍ଜା; ବନ୍ୟାରେ ଭାସୁଥିବା ଶବରୁ ସୁନା ଅଳଙ୍କାର ଚୋରି
ଏଥିସହ ଭୋଟେକାଶୀ ଓ ତ୍ରିଶୁଳୀ ନଦୀକୁ ନେଇ ଚିନ୍ତା ପ୍ରକଟ ହୋଇଛି । କାରଣ ହ୍ରଦର ପାଣି ଅବରୋଧ କରିଥିବା ବନ୍ଧ ଭାଙ୍ଗିଲେ ଏସବୁ ନଦୀରେ ଜଳସ୍ତର ବଢ଼ିଯିବ । ନେପାଳର ନ୍ୟାସନାଲ ଡିଜାଷ୍ଟର ରିସ୍କ ରିଡକ୍ସନ୍ ଏଣ୍ଡ ମ୍ୟାନେଜମେଣ୍ଟ ଅଥରିଟି (NDRRMA) ମଧ୍ୟ ଏହାକୁ ନେଇ ସତର୍କ ସୂଚନା ଜାରି କରିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗ୍ଲେସିଅର୍ ଆଣୁଛି 'ଜଳ ପ୍ରଳୟ'
ଗିରଙ୍ଗ ବର୍ଡର ପୋର୍ଟର ଉପରି ଭାଗରେ ଏକ ହ୍ରଦ ସୃଷ୍ଟି ହୋଇଛି । ଯାହାକି ନେପାଳ ଓ ତିବ୍ବତ ସୀମା ନିକଟରେ ରହିଛି । ଯାହାକି ଏକ ବନ୍ଧ ଭଳି । ଯେଉଁଥିପାଇଁ ୨୬ ଅଗଷ୍ଟ (ବୁଧବାର) ନେପାଳ-ଚୀନ ସୀମା ନିକଟରେ ହଠାତ୍ ପ୍ରଳୟଙ୍କାରୀ ବନ୍ୟା ଆସିଥିଲା ।
ସେହି ସମୟରେ ହ୍ରଦର ପ୍ରଖର ସ୍ରୋତ ସହ ବିଶାଳ ବରଫ, ପଥର ଖଣ୍ଡ, ମାଟି ଆଦି ତଳକୁ ଖସିଥିଲା । ଯାହାକି ନଦୀର ଗତିପଥ ରୋକି ଦେଇଥିଲା । ନଦୀର ରାସ୍ତା ରୋକି ହେବା ଯୋଗୁଁ ତା ପଛ ପାର୍ଶ୍ଵରେ ପାଣି ଜମା ହେବାରେ ଲାଗିଥିଲା ଏବଂ ସେଠାରେ ଏକ ପ୍ରାକୃତିକ ହ୍ରଦ ସୃଷ୍ଟି ହୋଇଥିଲା ।
ସାଟେଲଇଟ୍ ଚିତ୍ର କହୁଛି, ଅଗଷ୍ଟ ୨୪ରୁ ୨୭ ତାରିଖ ମଧ୍ଯରେ ଉକ୍ତ ଅଞ୍ଚଳରେ ପାଣି ଜମା ହୋଇଛି । ବନ୍ୟା ପରେ ସେଠାରେ ପଡ଼ି ରହିଥିବା ଅନ୍ୟ ଅଂଶ ଏବେ ପାଣିକୁ ରୋକିବା ଲାଗି ପ୍ରାକୃତିକ ବନ୍ଧ ଭଳି ପ୍ରାଚୀର ସୃଷ୍ଟି କରିଛି ଏବଂ ବନ୍ଧ ଡେଇଁ ପାଣି ଅତିକ୍ରମ କରିବା ଆରମ୍ଭ କଲାଣି ।
ଏଥିସହ ପଢ଼ନ୍ତୁ: ନେପାଳରେ ଦ୍ଵିତୀୟ ଥର 'ଜଳ ପ୍ରଳୟ'; ଆଲର୍ଟ ଜାରି ପରେ ଲୋକଙ୍କୁ କରାଯାଉଛି ସ୍ଥାନାନ୍ତର
ଏବେ ସବୁଠୁ ବଡ଼ ବିପଦ କ'ଣ ?

ସବୁଠୁ ବଡ଼ ସମସ୍ୟା ହେଉଛି ଏହା କୌଣସି ମଜଭୁତ୍ ବନ୍ଧ ନୁହେଁ । କାରଣ ହ୍ରଦର ପାଣିକୁ ପଥର ଓ ବନ୍ୟାରେ ଭାସି ଆସିଥିବା ଅନ୍ୟ ଆବର୍ଜନାରେ ସୃଷ୍ଟି ବନ୍ଧ ବାନ୍ଧି ରଖିଛି । ଏଭଳି ସ୍ଥିତିରେ ହ୍ରଦର ପାଣି ହଠାତ୍ ତଳ ଆଡ଼କୁ ପ୍ରବାହିତ ହେଲେ ପୁଣି ଥରେ ଆସିପାରେ ପ୍ରଳୟଙ୍କାରୀ ବନ୍ୟା ।
ନେପାଳର ଅଧିକାରୀଙ୍କ ଅନୁସାରେ, ଶୁକ୍ରବାର ହ୍ରଦର ପାଣି ବନ୍ଧ ଅତିକ୍ରମ କରିଛି । ସ୍ଥିତି ଦେଖି ନେପାଳରେ କିଛି ସମୟ ପାଇଁ ଉଦ୍ଧାର କାର୍ଯ୍ୟକୁ ସ୍ଥଗିତ ରଖା ଯାଇଛି । ଏଥିସହ ଲୋକଙ୍କୁ ଉଚ୍ଚ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି ।

Related Topics
Explore more stories