Nepal Flood Alert / ନେପାଳରେ ଦ୍ଵିତୀୟ ଥର 'ଜଳ ପ୍ରଳୟ'; ଆଲର୍ଟ ଜାରି ପରେ ଲୋକଙ୍କୁ କରାଯାଉଛି ସ୍ଥାନାନ୍ତର
·17 mins ago·2 min read

Key Points
ପୁଣି ଥରେ ମାଡ଼ି ଆସୁଛି 'ଜଳ ପ୍ରଳୟ' । ନେପାଳରେ ପୁଣି ବନ୍ୟା ନେଇ ଆଲର୍ଟ ଜାରି କରାଯାଇଛି । ନେପାଳର ଉପର ମୁଣ୍ଡରେ ରହିଥିବା ତିବ୍ବତରେ ଆଉ ଏକ ହ୍ରଦର ବନ୍ଧ ଭାଙ୍ଗିବା ଖବର ଆସୁଛି ।
ନୂଆଦିଲ୍ଲୀ: ପ୍ରଥମ 'ଜଳ ପ୍ରଳୟ'କୁ ୩ ଦିନ ବିତିନି । ପୁଣି ଥରେ ମାଡ଼ି ଆସୁଛି 'ଜଳ ପ୍ରଳୟ' । ନେପାଳରେ ପୁଣି ବନ୍ୟା ନେଇ ଆଲର୍ଟ ଜାରି କରାଯାଇଛି । ନେପାଳର ଉପର ମୁଣ୍ଡରେ ରହିଥିବା ତିବ୍ବତରେ ଆଉ ଏକ ହ୍ରଦର ବନ୍ଧ ଭାଙ୍ଗିବା ଖବର ଆସୁଛି । ଯାହା ପରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ଦେଇଛି ପ୍ରଶାସନ ।
ଶୁକ୍ରବାର ନେପାଳରେ ପୁଣି ଥରେ ବନ୍ୟା ନେଇ ନୂଆ ଆଲର୍ଟ ଜାରି କରାଯାଇଛି । ତିବ୍ବତରେ ଥିବା ହ୍ରଦର ବନ୍ଧ ଭାଙ୍ଗି ଯାଇଥିବା ସୂଚନା ମିଳିଛି । ଯାହା ପରେ ନେପାଳ ଆଲର୍ଟ ଜାରି କରିଛି । ଉଦ୍ଧାର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଟିମ୍କୁ ମଧ୍ୟ ଆଲର୍ଟ କରାଯାଇଛି ।
ଏଥିସହ ପଢ଼ନ୍ତୁ: ନେପାଳରେ ପୁଣି ଆସିପାରେ ମହାପ୍ରଳୟ; ଚୀନ କଲାଣି ସତର୍କ, ଜମା ହେଲାଣି 'ଡେଥ୍ ଲେକ୍'
ପ୍ରଥମେ ବୁଧବାର 'ଜଳ ପ୍ରଳୟ' ଆସିଥିଲା ବହୁ କ୍ଷୟକ୍ଷତି କରିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏବେବି ୧୫୦୦ରୁ ଅଧିକ ଲୋକ ନିଖୋଜ ରହିଥିବା ବେଳେ ୪୬୯ ଜଣଙ୍କ ମୃତ୍ୟୁ ହୋଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନେପାଳ ସେନା ପକ୍ଷରୁ ଆଲର୍ଟ
ନେପାଳ ସେନା ପକ୍ଷରୁ ଆଲର୍ଟ ଜାରି କରି କୁହାଯାଇଛି, "ତିବ୍ବତ ପଟୁ ପୁଣି ଥରେ ପାଣି ମାଡ଼ି ଆସୁଥିବା ଜଣାପଡ଼ିଛି । ଧଡ଼ିଙ୍ଗ ଜିଲ୍ଲାରେ ପୋଲିସ ଲୋକଙ୍କୁ ସ୍ଥାନାନ୍ତର କରୁଛି । ଲୋକେ ଘରୁ ଜରୁରୀ ସାମଗ୍ରୀ ନେଇ ସୁରକ୍ଷିତ ସ୍ଥାନକୁ ଯାଉଛନ୍ତି ।"
ଧଡ଼ିଙ୍ଗ ଜିଲରେ ପୋଲିସ, ସ୍ପେଶାଲ୍ ଫୋର୍ସ ଓ ଏପିଏଫ୍ ସହାୟତାରେ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ବୟସ୍କଙ୍କୁ ଷ୍ଟ୍ରେଚର ସାହାଯ୍ୟରେ ସୁରକ୍ଷିତ ଅନ୍ୟତ୍ର ନିଆଯାଉଛି । ଆଲର୍ଟ ଜାରି ପରେ ଲୋକେ ପୁଣି ଥରେ ଭୟଭୀତ ହୋଇ ପଡ଼ିଛନ୍ତି । କାରଣ ଆଉ ମାତ୍ର କିଛି ଘଣ୍ଟାରେ ଆସିପାରେ 'ଜଳ ପ୍ରଳୟ' ।
ଏଥିସହ ପଢ଼ନ୍ତୁ: ବନ୍ୟା କବଳରୁ ଉଦ୍ଧାର ହେଲେ ଜାଁଆଳା ଶିଶୁ; କୋଳେଇ ନେଇ ସାହସ ଦେଲେ ଯବାନ
ତିବ୍ବତରେ ବନ୍ଦ ହେଲା ରେସ୍କ୍ୟୁ ଅପରେସନ୍
ସୂଚନା ଅନୁସାରେ, ପ୍ରାୟ ୨୦ ଲକ୍ଷ ଘନମିଟର ପାଣି ଜମା ହୋଇ ଯାଇଛି । ଆଉ ଉକ୍ତ ପୁଣି ତଳକୁ ଆସିବା ମାତ୍ରେ 'ପ୍ରଳୟ' ଆଣିବ । ସେପଟେ ଚୀନ, ତିବ୍ବତରେ ଉଦ୍ଧାର କାର୍ଯ୍ୟକୁ ବନଦ କରି ଦେଇଛି । ଉଦ୍ଧାର କାର୍ଯ୍ୟରେ ସାମିଲ୍ ଯବାନଙ୍କୁ ୧ କିଲୋମିଟର ପଛକୁ ଯିବାକୁ କୁହାଯାଇଛି ।

କାରଣ ପାଣି ଖୁବ୍ ଜୋରରେ ତଳକୁ ଆସିବ ଏବଂ ତାହା ଅଧିକ ବିପଜ୍ଜନକ ହୋଇପାରେ । କୁହାଯାଉଛି, ପାଣି ତଳକୁ ଆସିବାକୁ ୩ ଘଣ୍ଟା ସମୟ ଲାଗିପାରେ । ତେଣୁ ନେପାଳ ସେନ ଆଲର୍ଟରେ ରହିବା ସହ ତତକ୍ଷଣାତ୍ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଜାରି ରହିଛି ।
Related Topics
Explore more stories