Videos
|
International

Nepal After 11 Days / ପ୍ରଳୟଙ୍କାରୀ ବନ୍ୟା; ୧୧ ଦିନ ପରେ କେମିତି ଅଛି ନେପାଳ ?

Debashree Debasmita Sahoo
Browse all articles by Debashree Debasmita Sahoo
·26 mins ago·2 min read
ପ୍ରଳୟଙ୍କାରୀ ବନ୍ୟା; ୧୧ ଦିନ ପରେ କେମିତି ଅଛି ନେପାଳ ?
Nepal Flash Floods

Key Points

ଫ୍ଲାସ୍ ଫ୍ଲଡ୍‌ର ୧୧ ଦିନ ପରେ ବି ଜୀବନର ଆଶା
ନେପାଳରେ ଜୋରଦାର ରେସ୍କ୍ୟୁ ଅପରେସନ୍
କାଠମାଣ୍ଡୁ: ନେପାଳରେ ପ୍ରଳୟଙ୍କାରୀ ବନ୍ୟାର ତାଣ୍ଡବକୁ ୧୧ ଦିନ ବିତିଯାଇଛି । ଏବେ ବି ଦେଶରେ ଜୀବନ ସହ ସଂଘର୍ଷ ଚାଲିଛି । କେମିତି ପୁଣି ଥରେ ଦେଶ ଅଣ୍ଟା ସଳଖିବ । ଫ୍ଲାସ ଫ୍ଲଡ୍ ପରେ ନେପାଳରେ ଚାଲିଛି ରେସ୍କ୍ୟୁ ଅପରେସନ । ଫ୍ଲାସଫ୍ଲଡର ୧୧ ଦିନ ପରେ ବି ସରିନି ଜୀବନ ଆଶା । ମାଟି ତଳେ କେହି ଜୀବିତ ଥିବା ଆଶାରେ ଜୋରଦାର ହୋଇଛି ରେସ୍କ୍ୟୁ ।

ନେପାଳର ତ୍ରିଶୂଳୀ ସୁଡ଼ଙ୍ଗ ସ୍ଥଳରୁ ଦୁଇଜଣ ବିଦ୍ୟୁତ୍ ପ୍ରକଳ୍ପ ଶ୍ରମିକଙ୍କୁ ଉଦ୍ଧାର କରାଯିବା ପରେ ଉଦ୍ଧାରକାରୀଙ୍କ ଆଶା ଆହୁରି ବଢ଼ିଛି । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ବିଶେଷଜ୍ଞ ମାନେ ଏଭଳି ଉଦ୍ଧାର କାର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ହେବା ସହ ଏହାକୁ ଅସାଧାରଣ ବୋଲି କହିଛନ୍ତି । ସେପଟେ ନେପାଳ ଚିଲିମେ ସୁଡ଼ଙ୍ଗରେ ଭାରତୀୟ ଉଦ୍ଧାରକାରୀ ଦଳ ନିଜର ପ୍ରୟାସ ଜାରି ରଖିଛନ୍ତି । ଯେଉଁଥିପାଇଁ ଭାରି ଯନ୍ତ୍ରପାତି ନେବା ପାଇଁ ଏକ ପଥ ପ୍ରସ୍ତୁତ କରାଯାଉଛି ।

  • ଜାରି ରହିଛି ଉଦ୍ଧାର କାର୍ଯ୍ୟ
ଭାରତରୁ ପଠାଯାଇଥିବା ଏକ ୩ ଟନ୍‌ ଓଜନର ଏକ୍ସକାଭେଟରକୁ ବିଭିନ୍ନ ଅଂଶରେ ସ୍ୟାବ୍ରୁବେସିକୁ ନିଆଯାଇଛି ଏବଂ ପଥ ପ୍ରସ୍ତୁତ ହେବା ପରେ ଏହାକୁ ଯୋଡ଼ି ସୁଡ଼ଙ୍ଗ ନିକଟକୁ ନିଆଯିବ । ହାତରେ କାଦୁଅ ଏବଂ ଆବର୍ଜନା ହଟାଇବା କାର୍ଯ୍ୟ ମଧ୍ୟ ଜାରି ରହିଛି । ଅଷ୍ଟ୍ରେଲିୟ ସୁଡ଼ଙ୍ଗ ବିଶେଷଜ୍ଞ ଆର୍ନୋଲ୍ଡ ଡିକ୍ସ ଏହି ସ୍ଥଳ ପରିଦର୍ଶନ କରି ଉଦ୍ଧାରକାରୀ ଦଳକୁ ଭେଟିଛନ୍ତି ।

  • ଏଯାବତ୍ ୧୩୪୪ ଜଣଙ୍କ ମୃତ୍ୟୁ
ସେହିପରି, ମୃତଦେହଗୁଡ଼ିକର ସଂରକ୍ଷଣ ଏବଂ ପରିଚାଳନାରେ ସହାୟତା ପାଇଁ ନୁୱାକୋଟ୍‌ରେ ଏକ ଭାରତୀୟ ରେଫର୍ ଟ୍ରକ୍ ନିୟୋଜିତ କରାଯାଇଛି । କାଠମାଣ୍ଡୁରେ ଥିବା ଏକ ଭାରତୀୟ ଫୋରେନ୍ସିକ୍ ଟିମ୍ ମଧ୍ୟ ଡିଏନ୍‌ଏ ନମୁନା ସଂଗ୍ରହ ଏବଂ ପ୍ରୋଫାଇଲ୍ ବିଶ୍ଳେଷଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରିଛି । ନେପାଳ ଫ୍ଲାସଫ୍ଲଡରେ ବର୍ତ୍ତମାନ ସୁଦ୍ଧା ୧୩୪୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ହଜାରରୁ ଅଧିକ ନିଖୋଜ ଅଛନ୍ତି । ଯେହେତୁ ୧୧ ଦିନ ବିତିଗଲାଣି ଏବେ ପ୍ରତିଟି ମୁହୂର୍ତ୍ତ ଗୁରୁତ୍ଵପୂର୍ଣ୍ଣ ହୋଇପଡ଼ିଛି । ପ୍ରତିଟି ନିଶ୍ୱାସ ପାଇଁ ଚାଲିଛି ରେସ୍ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ୨ ଦିନ, ଗୋଟିଏ ରାତି ମୃତ୍ୟୁ ସହ ସଂଗ୍ରାମ; ନେପାଳରୁ ଫେରିବା ପରେ ଛାତିଥର କାହାଣୀ ବଖାଣିଲେ

ଅନ୍ୟପଟେ ନେପାଳରେ ମାଟି ତଳୁ ପ୍ରତିଦିନ ବାହାରୁଛି ଶହ ଶହ ନିର୍ଜୀବ ଦେହ । କାହାର ସଂସାର ବୁଡ଼ିଛି ତ କାହାର କୋଳ ଖାଲି । ଶାନ୍ତିର ଦେଶ ଆଜି ପାଲଟିଛି ଲୁହର ସମୁଦ୍ର । ନଦୀ ଗିଳିଦେଇଛି ଶରୀର, ଚିତାରେ ଜଳୁଛି କୁଶ । ନେପାଳରୁ ଆସୁଥିବା ଗୋଟିଏ ପରେ ଗୋଟିଏ ଛାତିଫଟା ଦୃଶ୍ୟ ଯିଏ ଦେଖୁଛି ସେ ରୁନ୍ଧି ହେଇ ଯାଉଛି । ଧାଡ଼ି ଧାଡ଼ି ହୋଇ ଚିତା ଜଳୁଛି । ରୀତିନୀତି ଅନୁସାରେ ମନ୍ତ୍ର ଉଚ୍ଚାରଣ, ଚନ୍ଦନକାଠ, ଧୂପ ଏବଂ ନିଆଁର ଅଗ୍ନିଶିଖା ଭିତରେ ସ୍ୱଜନ କରୁଛନ୍ତି ପିଣ୍ଡଦାନ । ଏସବୁ ବିଚଳିତ କଲା ଭଳି ଦୃଶ୍ୟ ଯେମିତି କାନରେ ଆସି କହି ଦେଉଛି, ଏଠି ଜୀବନ ଅପେକ୍ଷାରେ, ଆଉ ମୃତ୍ୟୁ ଅପେକ୍ଷାହୀନ ।