Videos
|
National

Nepal Survivor Story / ୨ ଦିନ, ଗୋଟିଏ ରାତି ମୃତ୍ୟୁ ସହ ସଂଗ୍ରାମ; ନେପାଳରୁ ଫେରିବା ପରେ ଛାତିଥର କାହାଣୀ ବଖାଣିଲେ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
୨ ଦିନ, ଗୋଟିଏ ରାତି ମୃତ୍ୟୁ ସହ ସଂଗ୍ରାମ; ନେପାଳରୁ ଫେରିବା ପରେ ଛାତିଥର କାହାଣୀ ବଖାଣିଲେ
Nepal Survivor Story

Key Points

ପ୍ରଳୟଙ୍କାରୀ ବନ୍ୟାରୁ ଜୀବିତ ଫେରିଛନ୍ତି
ଦୁଇ ଦିନ, ଗୋଟିଏ ରାତି ମୃତ୍ୟକୁ ପାଖରୁ ଦେଖିଥିଲେ
ଆଜି ପରିବାର ଗହଣରେ ଛାତିଥରା କାହାଣୀ କହିଲେ
ନେପାଳ ପ୍ରଳୟଙ୍କାରୀ ବନ୍ୟା ଶହ ଶହ ଲୋକଙ୍କୁ ଦାଣ୍ଡରେ ଠିଆ କରିଛି । କାହାର ଘର ଭାସିଯାଇଛି । କାହାର ଆପଣା ଲୋକେ ହଜିଯାଇଛନ୍ତି । କିଏ ସୁଡ଼ଙ୍ଗ ତଳେ କିଟିକିଟି ଅନ୍ଧାର ଭିତରେ ଦିନରାତି କାଟିଛି । ପ୍ରକୃତିର ତାଣ୍ଡବ ଆଗରେ କିଏ ହାର ମାନି ଶେଷ ନିଶ୍ଵାସ ତ୍ୟାଗ କରିଛି ତ ଆଉ କିଏ ଚମତ୍କାର ଘଟିଲା ପରେ ଜୀବନ୍ତ ଫେରୁଛି । ଏଠି ବି ଏମିତି କିଛି ଘଟିଛି । ମୃତ୍ୟୁକୁ ମାତ୍ ଦେଇ ହିମାଚଳପ୍ରଦେଶର ଜଣେ ବ୍ୟକ୍ତି ଘରକୁ ଫେରିବା ପରେ ଛାତିଥରା କାହାଣୀ ବଖାଣିଛନ୍ତି ।

ହିମାଚଳ ପ୍ରଦେଶ ମଣ୍ଡି ଜିଲ୍ଲାର ସୁନ୍ଦରନଗର ଅଞ୍ଚଳର ଅଧିବାସୀ ୫୦ ବର୍ଷୀୟ ଜ୍ଞାନ ସିଂହ । ସେ ଗତ ୩୦ ବର୍ଷ ପରି ପାୱାର ପ୍ରୋଜେକ୍ଟରେ କାମ କରୁଛନ୍ତି । କିନ୍ତୁ ଗତ ୮ ମାସ ଧରି ସେ ନେପାଳର ବିଦ୍ୟୁତ ପ୍ରକଳ୍ପରେ ଜଣେ ଫୋରମ୍ୟାନ୍ ବା ସୁପରଭାଇଜର ଭାବେ କାମ କରୁଥିଲେ । ଅଗଷ୍ଟ ୨୬ ତାରିଖରେ ଯେତେବେଳେ ନେପାଳରେ ହଠାତ୍ ବନ୍ୟା ଆସିଥିଲା, ସେତେବେଳେ ଜ୍ଞାନ ପ୍ରକଳ୍ପର ପାୱାର ହାଉସରେ ନିଜର ଡ୍ୟୁଟି କରୁଥିଲେ ।

  • ଛାତିଥର କାହାଣୀ ବଖାଣିଲେ
ବନ୍ୟା ପ୍ରଭାବିତ ଜ୍ଞାନ ସେହି କାଳ ରାତିକୁ ମନେ ପକାଇ କହିଥିଲେ, "ହଠାତ୍ ବନ୍ୟା ପାଣି ଆସିଥିଲା । ତା'ପରେ ଆମେ ସମସ୍ତେ ପାହାଡ଼ ଆଡ଼କୁ ଦୌଡ଼ିବାକୁ ଲାଗିଲୁ । ନେପାଳ ବାୟୁସେନା ବ୍ୟତୀତ ବଞ୍ଚିବାର ଆଉ କୌଣସି ଆଶା ନଜର ଆସୁନଥିଲା । ଗୋଟିଏ ରାତି, ଦୁଇ ଦିନ ମୃତ୍ୟୁ ସହ ସଂଗ୍ରାମ କଲୁ । ଏମିତି ଏକ ସମୟ ଆସିଥିଲା ଯେ ବଞ୍ଚିବାର କୌଣସି ରାସ୍ତା ନଜର ଆସୁନଥିଲା । ତଥାପି ଆମେ ସାହାସ ରଖିଥିଲୁ । ପରେ ନେପାଳ ସେନା ହେଲିକପ୍ଟର ସାହାଯ୍ୟରେ ଆମକୁ ଉଦ୍ଧାର କରିଥିଲା ।"

  • ୧୦୦ ଲୋକଙ୍କ ସହ ଫସିଥିଲେ
ଜ୍ଞାନ ସିଂହ କହିଥିଲେ ଯେ ସେ ଯେଉଁଠି ଫସିଯାଇଥିଲେ, ସେଠାରେ ଆଉ ୧୦୦ ଜଣ ଲୋକ ଥିଲେ । କେବଳ ଜଣକୁ ଛାଡ଼ି ବାକି ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ହେଲେ ସେହି ଯୁବକ ଜଣକ ଏବେ ବି ପ୍ରୋଜେକ୍ଟରେ ଫସି ରହିଛନ୍ତି । ସେ କହିଛନ୍ତି ଯେ ତାଙ୍କ ପ୍ରକଳ୍ପରେ କାମ କରୁଥିବା ୯୮ ଜଣ ଲୋକ ଏବେ ବି ନିଖୋଜ ଅଛନ୍ତି । ଏହି ପ୍ରକଳ୍ପରେ ତାଙ୍କ ସହିତ ହିମାଚଳରୁ ଆଉ ୪ ଜଣ କାମ କରୁଥିଲେ । ସମସ୍ତଙ୍କ ମଧ୍ଯରୁ ୩ ଜଣ ସୁରକ୍ଷିତ ଭାବେ ଫେରିଆସିଛନ୍ତି । ଏବେ ଉନା ଜିଲ୍ଲାର ଜଣେ ଯୁବକ ନିଖୋଜ ଅଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଏବେ ବି ସରିନି ଜୀବନର ଆଶା; ନେପାଳ ପ୍ରଳୟଙ୍କରୀ ବନ୍ୟାର ୯ ଦିନ ପରେ ଚମତ୍କାର

  • ସୁରକ୍ଷିତ ଭାବେ ଘରେ ପହଞ୍ଚିଲେ
ଜ୍ଞାନ ସିଂହଙ୍କ ପତ୍ନୀ କଲାୱତୀ କହିଛନ୍ତି ଯେ ବନ୍ୟା ଖବର ଶୁଣିବା ପରେ ସେ ନିଜ ସ୍ଵାମୀଙ୍କ ସହିତ କୌଣସି ଯୋଗାଯୋଗ କରିପାରୁନଥିଲେ । ଏଥିଲାଗି ସେ ଭୟଭୀତ ହୋଇପଡ଼ିଥିଲେ । ମାତ୍ର ଦ୍ଵିତୀୟ ଦିନ ତାଙ୍କ ସ୍ଵାମୀ ଫୋନ କରିଥିଲେ ଓ ଏହାପରେ ସେ ଦୀର୍ଘ ନିଶ୍ଵାସ ନେଇଥିଲେ । ସ୍ଵାମୀ ସୁରକ୍ଷିତ ଭାବେ ଫେରିଆସିବା ପରେ କଲାୱତୀ ଦେବାଦେବୀଙ୍କୁ କୋଟି କୋଟି ଧନ୍ୟବାଦ ଜଣାଇଛନ୍ତି । ଏପରି ପ୍ରକୃତିର ତାଣ୍ଡବରୁ ଜୀବିତ ଫେରିବା ଭଗବାନଙ୍କ ଆଶୀର୍ବାଦ ଛଡ଼ା ଆଉ କିଛି ନୁହେଁ ବୋଲି ସେ କହିଛନ୍ତି ।