Videos
|
International

Flood Risk Again In Nepal / ନେପାଳରେ ପୁଣି ଆସିପାରେ ମହାପ୍ରଳୟ; ଚୀନ କଲାଣି ସତର୍କ, ଜମା ହେଲାଣି 'ଡେଥ୍ ଲେକ୍'

Debashree Debasmita Sahoo
Browse all articles by Debashree Debasmita Sahoo
·49 mins ago·2 min read
ନେପାଳରେ ପୁଣି ଆସିପାରେ ମହାପ୍ରଳୟ; ଚୀନ କଲାଣି ସତର୍କ, ଜମା ହେଲାଣି 'ଡେଥ୍ ଲେକ୍'
Flood Risk Again In Nepal

Key Points

ନେପାଳରେ ପୁଣି ଆସିପାରେ ଆଉ ଏକ ପ୍ରଳୟ
ସମୟ ପୂର୍ବରୁ ଚେତାବନୀ ଦେଲା ଚୀନ
ପୁଣି ନେପାଳରେ ହୋଇପାରେ ମହାପ୍ରଳୟ । ନେପାଳରୁ ୧୮ କିମି ଦୂର ତିବ୍ଦତରେ ପୁଣି ସୃଷ୍ଟି ହେଲା ହ୍ରଦ । ଜମା ହୋଇସାରିଲାଣି ୨୦ ଲକ୍ଷ କ୍ୟୁବିକ୍ ମିଟର ଜଳ । ଫଳରେ ପୁନର୍ବାର ବନ୍ୟା ଆଶଙ୍କା ବିଷୟରେ ନେପାଳକୁ ସତର୍କ କରାଇଛି ଚୀନ । ସୀମାର ଉଭୟ ପାର୍ଶ୍ୱରେ ଦୁଇଟି ବଡ଼ ହ୍ରଦ ସୃଷ୍ଟି ହୋଇଛି, ଯାହାକି ଆଗାମୀ ୨ରୁ ୩ ଦିନ ମଧ୍ୟରେ ଫାଟିବା ସହ ବନ୍ୟା ଆଶଙ୍କା ସୃଷ୍ଟି କରିପାରେ । ଚୀନ କହିଛି ଯେ ଆସନ୍ତା ୩ ଦିନ ମଧ୍ୟରେ ପ୍ରାୟ ୩୦ ଲକ୍ଷ ଘନ ମିଟର ପାଣି ବା ପ୍ରାୟ ୧୨୦୦ ଅଲମ୍ପିକ୍ ସ୍ଵିମିଂ ପୁଲ୍ ଯେତିକି ପାଣି ହ୍ରଦରେ ପହଞ୍ଚିପାରେ । ଜଳସ୍ତର ବଢୁଥିବାରୁ ଅକସ୍ମାତ୍ ହ୍ରଦ ଫାଟି ପୁଣି ପ୍ରଳୟ ସୃଷ୍ଟି କରିପାରେ ।

ନେପାଳର ବିପର୍ଯ୍ୟୟ ପରିଚାଳନା ସଂସ୍ଥା କହିଛି ଯେ ବନ୍ୟା ଅଞ୍ଚଳରେ ଏକ ନଦୀକୁ ମାଟି ଓ ଅନ୍ୟାନ୍ୟ ଭଗ୍ନାବଶେଷ ଅବରୋଧ କରିଛି । ଫଳରେ ହ୍ରଦରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ଏବଂ ଫାଟିବାର ଆଶଙ୍କା ରହିଛି । ତଳିଆ ଅଞ୍ଚଳବାସୀଙ୍କ ସହ ଯାତ୍ରୀ, ଉଦ୍ଧାର କର୍ମୀ ଏବଂ ସମସ୍ତେ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବା ସହ ନଦୀ କୂଳରୁ ଦୂରରେ ସୁରକ୍ଷିତ ସ୍ଥାନରେ ରହିବାକୁ ଅନୁରୋଧ କରାଯାଇଛି ।

  • କେତେବେଳେ ବି ଆସିପାରେ ପ୍ରଳୟ
କାଠମାଣ୍ଡୁ ସ୍ଥିତ ଇଣ୍ଟରନ୍ୟାସନାଲ ସେଣ୍ଟର ଫର୍ ଇଣ୍ଟିଗ୍ରେଟେଡ୍ ମାଉଣ୍ଟେନ୍ ଡେଭଲପମେଣ୍ଟର ଜଳବାୟୁ ବିଶେଷଜ୍ଞ ଏବଂ ଜଳବାୟୁ ଏବଂ ପରିବେଶଗତ ବିପଦ ବିଭାଗର ମୁଖ୍ୟ କିଆଙ୍ଗୋଙ୍ଗ୍ ଝାଙ୍ଗ କହିଛନ୍ତି, "ନେପାଳ-ଚୀନ ସୀମାରେ ନଦୀର ଉପର ଭାଗରେ ଭଗ୍ନାବଶେଷ ଅବରୋଧ ହେବା ଅର୍ଥ ହେଉଛି ଯେକୌଣସି ସମୟରେ ଆଉ ଏକ ବନ୍ୟା ଆସିପାରେ । ନେପାଳ-ଚୀନ ସୀମାରେ ନଦୀର ଉପର ଭାଗ ଏବେ ବି ଅବରୋଧିତ ।"

  • ବୁଧବାର ଆସିଥିଲା ଭୟଙ୍କର ବନ୍ୟା
ନେପାଳରେ ଗତ ଅଗଷ୍ଟ ୨୬ ତାରିଖରେ ଅକସ୍ମାତ କ୍ଷୀପ୍ର ଗତିରେ ମାଡ଼ି ଆସିଥିଲା ବନ୍ୟା । କେହି କିଛି ବୁଝିବା ଆଗରୁ ସବୁକିଛି ଆଖି ଆଗରେ ଧ୍ଵଂସ ହୋଇଯାଇଥିଲା । ଘରଦ୍ଵାର ସବୁ ଭାସିଗଲା । ଅନେକ ସ୍ଥାନରେ ବନ୍ୟାପାଣିର ପ୍ରଖର ଗତିରେ ବଡ଼ ବଡ଼ ବ୍ରିଜ ମଧ୍ୟ କାଗଜ ପରି ଭାସିଗଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି । ସେଥିରୁ ଜଣାପଡୁଛି ଯେ ଏହି ଅକସ୍ମାତ ବନ୍ୟା କେତେ ଭୟଙ୍କର ଥିଲା । ନେପାଳ ଓ ତିବ୍ଦତର ଉଦ୍ଧରକାରୀ ଟିମ ଏବେ ବି ନିଖୋଜଙ୍କୁ ଖୋଜିବାରେ ଲାଗିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ନେପାଳ ପ୍ରଳୟଙ୍କାରୀ ବନ୍ୟା; ବିପର୍ଯ୍ୟୟ ବେଳେ ବନ୍ଧୁ ପରି ସହାୟତା ବଢାଇଲା ଭାରତ

  • ବନ୍ୟା ପରେ ୩୦ରୁ ଅଧିକ ଦେଶର ଲୋକ ନିଖୋଜ
ନେପାଳ ପୋଲିସ ନିଶ୍ଚିତ କରିଛି ଯେ ନେପାଳ-ତିବ୍ଦତ ସୀମା ନିକଟରେ ଏକ ଗ୍ଲେସିଅର ଭାଙ୍ଗିବା ଏବଂ ଭୂସ୍ଖଳନ ଯୋଗୁଁ ମୃତ୍ୟୁ ସଂଖ୍ୟା ୪୬୯ରେ ପହଞ୍ଚିଛି । ମୃତକଙ୍କ ମଧ୍ୟରୁ ଅନେକ ବିଦେଶୀ ଥିଲେ ଯେଉଁମାନେ ଟ୍ରେକିଂ, ଗାଇଡେଡ୍ ଟୁର୍ କିମ୍ବା ଏକ ପବିତ୍ର ହିନ୍ଦୁ ସ୍ଥଳକୁ ତୀର୍ଥଯାତ୍ରା ପାଇଁ ଯାଇଥିଲେ ।

  • କେତେ ଭାରତୀୟ ନିଖୋଜ ?
ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ୨୮୮ ଜଣ ଭାରତୀୟ ନାଗରିକଙ୍କ ସହ ଯୋଗାଯୋଗ ସମ୍ଭବ ହେଉନାହିଁ । ଏଥିରେ ଏକ ବିଦ୍ୟୁତ ପ୍ରକଳ୍ପରେ କାମ କରୁଥିବା ୭୩ ଜଣ ଲୋକ ମଧ୍ୟ ସାମିଲ ଥିଲେ । ନେପାଳୀ ଅଧିକାରୀମାନେ କହିଛନ୍ତି ଯେ ଅନେକ ଭାରତୀୟ ପର୍ଯ୍ୟଟକ ତିବ୍ଦତର କୈଳାସ ପର୍ବତକୁ ତୀର୍ଥଯାତ୍ରାରେ ଯାଇଥିଲେ, ଯାହା ହିନ୍ଦୁମାନଙ୍କ ପାଇଁ ଏକ ପବିତ୍ର ସ୍ଥଳ ।