Videos
|
International

Nepal Death Toll / ନେପାଳରେ ମୃତ୍ୟୁସଂଖ୍ୟା ୭୮୮କୁ ବୃଦ୍ଧି; ଏବେ ବି ୨୫୦୦ରୁ ଅଧିକ ନିଖୋଜ

Debashree Debasmita Sahoo
Browse all articles by Debashree Debasmita Sahoo
·45 mins ago·2 min read
ନେପାଳରେ ମୃତ୍ୟୁସଂଖ୍ୟା ୭୮୮କୁ ବୃଦ୍ଧି; ଏବେ ବି ୨୫୦୦ରୁ ଅଧିକ ନିଖୋଜ
Nepal Death Toll Rises

Key Points

ବନ୍ୟା ଓ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୭୮୮କୁ ବୃଦ୍ଧି
ସୁଡ଼ଙ୍ଗରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ଜାରି
ଏପଟେ ପୁଣି ଭୋତେକୋଶୀ ନଦୀର ଜଳସ୍ତର ବୃଦ୍ଧି
ନେପାଳ ପ୍ରଳୟ ପରେ ଚାଲିଛି ଜୀବନ ଖୋଜା । ନିଖୋଜଙ୍କୁ ଖୋଜୁଛନ୍ତି ଉଦ୍ଧାରକାରୀ ଟିମ୍ । ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୭୦୦ ଟପିଛି । ତିବ୍ଦତ ସୀମାରେ ଗ୍ଲାସିଅର୍ ଧସିବା ଯୋଗୁଁ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ବନ୍ୟାର ୬ ଦିନ ପରେ ବି ହଜାର ହଜାର ଉଦ୍ଧାରକାରୀ ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ଚଳାଇଛନ୍ତି ଉଦ୍ୟମ । ବର୍ତ୍ତମାନ ସୁଦ୍ଧା ବନ୍ୟାରେ ମୃତ୍ୟୁସଂଖ୍ୟା ୭୦୦ ଟପିଥିବା ବେଳେ ୨୫୦୦ରୁ ଉର୍ଦ୍ଧ୍ୱ ଲୋକ ଏବେ ବି ନିଖୋଜ ଅଛନ୍ତି ।

  • ନେପାଳରେ ଟଳିନି ବନ୍ୟା ବିପଦ
ଚୀନ୍ କର୍ତ୍ତୃପକ୍ଷ ପୁଣି ବନ୍ୟା ଆଶଙ୍କା ନେଇୁ ସୂଚନା ଦେବା ପରେ ନେପାଳରେ ଆଲର୍ଟ ଜାରି କରାଯାଇଛି । କାଠମାଣ୍ଡୁ କର୍ତ୍ତୃପକ୍ଷ କହିଛନ୍ତି ଯେ ଭୋଟେକୋଶୀ ନଦୀରେ ଜଳସ୍ତର ବିପଜ୍ଜନକ ଭାବେ ବୃଦ୍ଧି ପାଉଛି ଏବଂ ପାଣିପାଗ ବିଗିଡ଼ିବା ଯୋଗୁଁ ଅନ୍ୟ ଏକ ଆକସ୍ମିକ ବନ୍ୟା ଆସିବାର ଆଶଙ୍କା ରହିଛି । ଅନ୍ୟପଟେ ଉଦ୍ଧାରକାରୀ ଦଳ କାଠମାଣ୍ଡୁକୁ ବନ୍ୟା ପ୍ରଭାବିତ ଅଞ୍ଚଳ ସହ ଯୋଡ଼ୁଥିବା ରାସ୍ତାଗୁଡ଼ିକୁ ସଫା କରିବାରେ ଲାଗିଛନ୍ତି ।

  • ମୃତଦେହର ରହୁଛି DNA ନମୁନା
ନେପାଳର ରସୁୱା ଏବଂ ନୁୱାକୋଟ୍ ଜିଲ୍ଲାରେ ଶୋକସନ୍ତପ୍ତ ପରିବାରବର୍ଗ ନିଜ ନିଖୋଜ ସମ୍ପର୍କୀୟଙ୍କୁ ଖୋଜିବା ପାଇଁ ଉଦ୍ଧାର କେନ୍ଦ୍ର ଓ ଡାକ୍ତରଖାନାରେ ଭିଡ଼ ଜମାଉଛନ୍ତି । ପ୍ରଚୁର ସଂଖ୍ୟକ ମୃତଦେହ ଏବଂ ଉପଯୁକ୍ତ ସଂରକ୍ଷଣ ସୁବିଧାର ଅଭାବ ଯୋଗୁଁ ନେପାଳ କର୍ତ୍ତୃପକ୍ଷ ଚିହ୍ନଟ ପ୍ରକ୍ରିୟା ଶେଷ ହେବା ପୂର୍ବରୁ ହିଁ ଶବଗୁଡ଼ିକୁ ପୋତିବା ଆରମ୍ଭ କରିଛନ୍ତି । ପରେ ପରିବାର ଲୋକେ ଯେପରି ଦାବି କରି ପାରମ୍ପରିକ ଅନ୍ତିମ ସଂସ୍କାର କରିପାରିବେ, ସେଥିପାଇଁ ମୃତଦେହଗୁଡ଼ିକର ଡିଏନ୍‌ଏ ନମୁନା ରଖାଯାଉଛି ।

ପଢନ୍ତୁ ଏହି ଖବର: ବନ୍ୟା ବେଳେ କୈଳାସ ମାନସରୋବର ତୀର୍ଥଯାତ୍ରୀଙ୍କ ସମେତ ୪୯ ଭାରତୀୟ ନିଖୋଜ


  • ଭାରତରୁ ପହଞ୍ଚୁଛି ସହାୟତା
ଭାରତ ନେପାଳକୁ ରିଲିଫ୍ ସାମଗ୍ରୀର ଚତୁର୍ଥ ଥର ପାଇଁ ପଠାଯାଇଛି । ଶନିବାର ରାତିରେ ଭାରତୀୟ ବାୟୁସେନାର ଏକ C-୧୩୦ ବିମାନ ଖଣି ଉଦ୍ଧାର ଉପକରଣ, ବୈଷୟିକ ସାମଗ୍ରୀ ଏବଂ DNA ପରୀକ୍ଷା ଉପକରଣ ସମେତ ୧୧ ଟନ୍ ସାମଗ୍ରୀ ଧରି ନେପାଳ ଅଭିମୁଖେ ଯାତ୍ରା କରିଛି । ଭାରତ ଏପର୍ଯ୍ୟନ୍ତ ନେପାଳକୁ ୬୮.୫ ଟନ୍ ରିଲିଫ୍ ସାମଗ୍ରୀ ଯୋଗାଇ ଦେଇଛି । ଏଥିରେ ଔଷଧ, ପୋର୍ଟେବଲ୍ ଜେନେରେଟର, ଖାଦ୍ୟ ପ୍ୟାକେଟ, ଜଳ ବିଶୋଧନ ଟାବଲେଟ୍, କମ୍ବଳ, ଶୋଇବା ବ୍ୟାଗ ଏବଂ ସ୍ୱଚ୍ଛତା କିଟ୍ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ରହିଛଇ । ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ନେପାଳକୁ ସଂଯୋଗ ପୁନରୁଦ୍ଧାର କରିବା ପାଇଁ ଷ୍ଟିଲ୍ ଏବଂ ବେଲି ବ୍ରିଜ୍ ସାମଗ୍ରୀ ମଧ୍ୟ ପଠାଯାଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories