Nepal Flood / ବିଦେଶୀ ସହାୟତା ନେଇ ନେପାଳର ୟୁ-ଟର୍ଣ୍ଣ; ଭାରତ ଓ ଚୀନକୁ ମାଗିଲା ସହାୟତା
·31 mins ago·2 min read

Key Points
ବନ୍ୟା ପ୍ରଭାବିତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଓ ଉଦ୍ଧାର କାର୍ଯ୍ୟରେ ସହାୟତା ନେଇ ନେପାଳ ସରକାର ନିଜ ନିଷ୍ପତ୍ତି ବଦଳାଇଛନ୍ତି । ବନ୍ୟାରେ ନିଖୋଜ ଅନ୍ୟ ରାଷ୍ଟ୍ରର ରାଜନୈତିକ ଚାପରେ ଏଭଳି ନିଷ୍ପତ୍ତି ନେପାଳ ନେଇଛି ।
ନୂଆଦିଲ୍ଲୀ: ନେପାଳରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟା ପରେ ଏବେବି ଅନେକ ନିଖୋଜ ଅଛନ୍ତି । ପ୍ରଭାବିତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଓ ଉଦ୍ଧାର କାର୍ଯ୍ୟରେ ସହାୟତା ନେଇ ନେପାଳ ସରକାର ନିଜ ନିଷ୍ପତ୍ତି ବଦଳାଇଛନ୍ତି । ବନ୍ୟାରେ ନିଖୋଜ ଅନ୍ୟ ରାଷ୍ଟ୍ରର ରାଜନୈତିକ ଚାପରେ ଏଭଳି ନିଷ୍ପତ୍ତି ନେପାଳ ନେଇଛି ।
ଏହାରି ଭିତରେ ଭାରତର ଟେକ୍ନିକାଲ୍ ଟିମ୍ ସହାୟତା ପାଇଁ କାଠମାଣ୍ଡୁରେ ପହଞ୍ଚିଛି । ଭାରତୀୟ ବାୟୁସେନା ନେପାଳରେ ସର୍ଚ୍ଚ ଅପରେସନ୍ ଓ ଉଦ୍ଧାର କାର୍ଯ୍ଯରେ ଲାଗିଛି । ଏଥିସହ ଭାରତ ଔଷଧ ଏବଂ ଖାଦ୍ୟ ଓ ପାନୀୟ ଆଦି ୧୦ ଟନର ଜରୁରୀ ଆବଶ୍ୟକୀୟ ସାମଗ୍ରୀ ନେପାଳ ପଠାଇଛି । ପ୍ରଭାବିତଙ୍କୁ ସହାୟତା ପାଇଁ ବାୟୁସେନାର ସି-୧୩୦ ବିମାନରେ ୧୦ ଟନ୍ ସାମଗ୍ରୀ ନେପାଳ ପଠା ଯାଇଛି ।
ଏଥିସହ ପଢ଼ନ୍ତୁ: ମୃତ୍ୟୁର ତାଣ୍ଡବ ଭିତରେ ବି ଥମିନି ବଞ୍ଚିବା ଓ ବଞ୍ଚାଇବାର ଲଢ଼େଇ, ପଙ୍କ ତଳେ ଜୀବନର ସନ୍ଧାନ
ଏହା ପୂର୍ବରୁ ନେପାଳ ସରକାର ବୁଧବାର କହିଥିଲେ, ଉଦ୍ଧାର କାର୍ଯ୍ୟ ପାଇଁ ନେପାଳ ସକ୍ଷମ ଅଟେ । ବିଦେଶୀ ଉଦ୍ଧାରକାରୀ ଦଳକୁ ଅନୁମତି ଦିଆଯିବ ନାହିଁ । କିନ୍ତୁ ଏବେ ନେପାଳ ସରକାର ନିଷ୍ପତ୍ତି ବଦଳାଇବା ସହ ଡିଏନ୍ଏ ଟେଷ୍ଟ, ଫରେନ୍ସିକ ଯାଞ୍ଚ ଓ ଉଦ୍ଧାର କାର୍ଯ୍ୟ ଭଳି କ୍ଷେତ୍ରରେ ସୀମିତ ଅନ୍ତରାଷ୍ଟ୍ରୀୟ ସହାୟତା ନେବାକୁ ନିଷ୍ପତ୍ତି ନେଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦ କାଠମାଣ୍ଡୁ ପୋଷ୍ଟକୁ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, "ଆନ୍ତର୍ଜାତୀୟ ସମୁଦାୟ ପକ୍ଷରୁ ବିଦେଶୀ ସହାୟତା ଓ ବିଶେଷଜ୍ଞଙ୍କ ସାହାଯ୍ୟ ନେବାକୁ ଚାପ ଥିଲା । ବନ୍ୟାରେ ଅନେକ ବିଦେଶୀ ନାଗରିକ ନିଖୋଜ ଅଛନ୍ତି । ଆମେ କିଛି ବିଶେଷ କ୍ଷେତ୍ରରେ ସୀମିତ ସଂଖ୍ୟାରେ ବିଶେଷଜ୍ଞଙ୍କୁ ଆସିବାକୁ ଅନୁମତି ଦେଇଛୁ ।"
ସୂଚନାଯୋଗ୍ୟ, ଚୀନ-ନେପାଳ ସୀମାରେ ହଠାତ୍ ଆସିଥିବା ବନ୍ୟାରେ ଏବେବି ୭୭ ଈଶା ତୀର୍ଥଯାତ୍ରୀ ନିଖୋଜ ଅଛନ୍ତି । ନେପାଳର ବିଦେଶ ମନ୍ତ୍ରୀ ଶିଶିର ଖନାଲ କହିଛନ୍ତି, "ନେପାଳକୁ ଟେକ୍ନୋଲୋଜି କ୍ଷେତ୍ରରେ ବିଦେଶୀ ସହାୟତା ଦରକାର ଅଛି । କିନ୍ତୁ ଆମରକୁ ଉଦ୍ଧାର ଓ ସର୍ଚ୍ଚ ଅପରେସନ୍ ପାଇଁ ବିଦେଶୀ ସହାୟତାର ଆବଶ୍ୟକତା ନାହିଁ ।
ନେପାଳରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ମୃତ୍ୟୁସଂଖ୍ୟା ୬୦୦ ପାର୍ କରିଛି । ଏବେ ସୁଦ୍ଧା ୬୨୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୫୦୦ ଲୋକ ନିଖୋଜ ଅଛନ୍ତି । ଏହି ପ୍ରାକୃତିକ ବିପର୍ଯ୍ୟୟରେ ଭାରତୀୟ ମଧ୍ୟ ଫସିଛନ୍ତି । ପ୍ରାୟ ୩୨୦ ଜଣ ଭାରତୀୟ ଫସି ରହିଥିବା ବେଳେ ସମ୍ପର୍କ ହୋଇପାରି ନାହିଁ ।
ଏଥିସହ ପଢ଼ନ୍ତୁ: ନେପାଳରେ ପ୍ରଳୟଙ୍କାରୀ ବନ୍ୟାର ୫ ମାସ ପୂର୍ବରୁ ଆସିଥିଲା ରିପୋର୍ଟ; ଚେତାବନୀକୁ କାହିଁକି କରାଗଲା ଅଣଦେଖା ?
ରସୁୱାର ଭୋଟେକାଶୀ ନଦୀରେ ଆସିଥିବା ବନ୍ୟାରେ ନିଖୋଜଙ୍କ ମଧ୍ୟର ନୱଲପରାସୀ ଜିଲ୍ଲାରେ ଶୁକ୍ରବାର ସନ୍ଧ୍ୟା ସଦ୍ଧା ୧୫୮ ଜଣଙ୍କ ମୃତଦେହ ମିଳିଛି । ଶନିବାର ଆଉ ୪୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି ।
ପୋଲିସ ଅନୁସାରେ, ନୱଲପରାସୀର ପୂର୍ବ ଦିଗରୁ ବୋହି ଆସିଥିବା ନାରାୟଣୀ ନଦୀର ଭିନ୍ନ ଭିନ୍ନ ସ୍ଥାନରୁ ଶୁକ୍ରବାର ସୁଦ୍ଧା ୧୫୮ ମୃତଦେହ ମିଳିଛି । ମୃତଦେହଗୁଡ଼ିକୁ ବିଭିନ୍ନ ହସ୍ପିଟାଲ୍ ସହ ବନ ବିଭାଗ କାର୍ଯ୍ୟାଳୟରେ ସୁରକ୍ଷିତ ରଖା ଯାଇଛି ।

Related Topics
Explore more stories