Nepal Flood / ନେପାଳରେ ପ୍ରଳୟଙ୍କାରୀ ବନ୍ୟାର ୫ ମାସ ପୂର୍ବରୁ ଆସିଥିଲା ରିପୋର୍ଟ; ଚେତାବନୀକୁ କାହିଁକି କରାଗଲା ଅଣଦେଖା ?
·1 hour ago·2 min read

Key Points
ଅଗଷ୍ଟ ୨୬ ତାରିଖର ଘଟଣା ନେଇ ବୈଜ୍ଞାନିକଙ୍କ ପ୍ରାରମ୍ଭିକ ଆକଳ ହେଲା- ଏହାର ମୁଖ୍ୟ କାରଣ ଗ୍ଲେସିଅର୍ ହ୍ରଦ ଫାଟିବା ନୁହେଁ । ବରଂ ଉଚ୍ଚତାରୁ ଗ୍ଲେସିଅର୍ର ବଡ଼ ଖଣ୍ଡ ତଳକୁ ଖସିବା, ନଦୀର ଗତିପଥକୁ ରୋକିବା ଏବଂ ହଠାତ୍ ପାଣିର ପ୍ରବାହ ଅଧିକ ହେବା
ନୂଆଦିଲ୍ଲୀ: ନେପାଳରେ ଦଶନ୍ଧିର ସବୁଠୁ ଶକ୍ତିଶାଳୀ ବନ୍ୟା ବ୍ୟାପକ କ୍ଷୟକ୍ଷତି ଘଟାଇଛି । କିନ୍ତୁ ଏହି ପ୍ରାକୃତିକ ବିପର୍ଯ୍ୟୟର ପ୍ରାୟ ୪ ମାସ ତଳୁ ବୈଜ୍ଞାନିକ ସତର୍କ କରିଥିଲେ । ହିମାଳୟ କ୍ଷେତ୍ରରେ ଗ୍ଲେସିଅର୍ ଓ ହ୍ରଦକୁ ନେଇ ଜାରି କରିଥିଲେ ଗମ୍ଭୀର ଚେତାବନୀ ।
୨୦୨୬ ମାର୍ଚ୍ଚ ମାସରେ ଇଣ୍ଟରନ୍ୟାସନାଲ୍ ସେଣ୍ଟର୍ ଫର୍ ଇଣ୍ଟିଗ୍ରେଟେଡ୍ ମାଉଣ୍ଟେନ୍ ଡେଭଲପମେଣ୍ଟ (ICIMOD) ପକ୍ଷରୁ ହିନ୍ଦୁ କୁଶ ହିମାଳୟ କ୍ଷେତ୍ରରେ ଗ୍ଳେସିଅର୍ ସ୍ଥିତି ନେଇ ରିପୋର୍ଟ ପ୍ରକାଶ କରିଥିଲା । ଯେଉଁଥିରେ କୁହାଯାଇଥିଲା, ୨୦୦୦ ମସିହା ପରେ ଗ୍ଲେସିଅର୍ ଦୁଇ ଗୁଣା ବେଗରେ ତରଳି ଚାଲିଛି ।
ଏଥିସହ ପଢ଼ନ୍ତୁ: ନେପାଳ ପାଇଁ ବିପଦ ନୂଆ ହ୍ରଦ; ଚୀନ-ନେପାଳ ସୀମାରେ ପୁଣି...
ଏଥିସହ ବୈଜ୍ଞାନିକ ଚେତାବନୀ ଦେଇଥିଲେ ଯେ- ଗ୍ଲେସିଅର୍ ତରଳିବା, ଗଡ଼ାଣିଆ ଅସ୍ଥିର ପାହାଡ଼ ଓ ବୃଦ୍ଧି ପାଉଥିବା ଗ୍ଲେସିଅର୍ ହ୍ରଦ ପାଇଁ ଆଗାମୀ ଦିନରେ ଅଚାନକ ଓ ପ୍ରଳୟଙ୍କାରୀ ବନ୍ୟା ବିପଦ ସୃଷ୍ଟି ହୋଇପାରେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଶେଷଜ୍ଞଙ୍କ ଅନୁସାରେ, ବର୍ତ୍ତମାନ ଆସିଥିବା ପ୍ରଳୟଙ୍କାରୀ ବନ୍ୟା ଚେତାବନୀର ଗମ୍ଭୀରତାକୁ ସାମ୍ନାକୁ ଆଣିଛି । ଗ୍ଲେସିଅର୍ ତରଳି ସୃଷ୍ଟି ହୋଇଥିବା ହ୍ରଦର ପାଣି ଯଦି ପ୍ରାକୃତକ ବନ୍ଧ ବାଙ୍ଗି ଅଚାନକ ତଳକୁ ଆସେ ତାହେଲେ କିଛି ମିନିଟ୍ରେ ନଦୀର ଜଳସ୍ତର ଅନେକ ମିଟର ବଢ଼ିଯିବ ।
ଏହାକୁ ଗ୍ଲେସିଅର୍ ଲେକ୍ ଆଉଟବଷ୍ଟ୍ର ଫ୍ଲଡ୍ (GLOF) କୁହାଯାଏ । କିନ୍ତୁ, ଅଗଷ୍ଟ ୨୬ ତାରିଖର ଘଟଣା ନେଇ ବୈଜ୍ଞାନିକଙ୍କ ପ୍ରାରମ୍ଭିକ ଆକଳ ହେଲା- ଏହାର ମୁଖ୍ୟ କାରଣ ଗ୍ଲେସିଅର୍ ହ୍ରଦ ଫାଟିବା ନୁହେଁ । ବରଂ ଉଚ୍ଚତାରୁ ଗ୍ଲେସିଅର୍ର ବଡ଼ ଖଣ୍ଡ ତଳକୁ ଖସିବା, ନଦୀର ଗତିପଥକୁ ରୋକିବା ଏବଂ ହଠାତ୍ ପାଣିର ପ୍ରବାହ ଅଧିକ ହେବା । ଅର୍ଥାତ୍ ଏହି ବିପଦ କେବଳ ଗ୍ଲେସିଅର୍ ହ୍ରଦ ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ଅଚାନକ ଗ୍ଲେସିଅର୍ ଖସିବା ମଧ୍ୟ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି କରିପାରେ ।
ତରଳୁଛି ବରଫ
ମାର୍ଚ୍ଚରେ ICIMO ଜାରି କରିଥିବା ରିପୋର୍ଟ ଅନୁସାରେ, ହିନ୍ଦୁ କୁଶ ହିମାଳୟ କ୍ଷେତ୍ରରେ ୨୦୦୦ ମସିହା ପରେ ବରଫ ଅଧିକ ମାତ୍ରାରେ ତରଳି ଚାଲିଛି । ଏହି ଅଞ୍ଚଳରେ ବଡ଼ ମାତ୍ରାରେ ଗ୍ଲେସିଅର୍ ୪, ୫୦୦ରୁ ୬୦୦୦ ମିଟର ଉଚ୍ଚତାରେ ରହିଛି ଏବଂ ଏହି ଉଚ୍ଚତାରେ ତାପମାଚ୍ରା ବଢ଼ିବା ଚିନ୍ତାର କାରଣ ପାଲଟିଛି ।
ଜଳବାୟୁ ପରିବର୍ତ୍ତନ ଲାଗି ଗ୍ଲେସିଅର୍ ସହ ବରଫ ତରଳୁଛି । ଅନେକ ସ୍ଥାନରେ ପାହାଡ଼ର ଚଟଣାର ସ୍ଥିରତା ପ୍ରଭାବିତ ହେଉଛି । ୨୦୨୫ ଜୁଲାଇରେ ମଧ୍ୟ ଗ୍ଲେସିଅର୍ ପାଇଁ ବନ୍ୟା ଆସିଥିଲା । ଯାହାପରେ ଉଭୟ ଚୀନ ଓ ନେପାଳ ପରସ୍ପର ମଧ୍ୟରେ ବନ୍ୟା ଓ ଗ୍ଲେସିଅର୍ ନେଇ ସୂଚନା ଦେବାକୁ ସହମତି ପ୍ରକାଶ କରିଥିଲେ । କିନ୍ତୁ ଏହି ବ୍ୟବସ୍ଥା ବର୍ତ୍ତମାନ ସୁଦ୍ଧା ବିଧିବଦ୍ଧ ଭାବେ ଲାଗୁ ହୋଇନାହିଁ ।
ଏଥିସହ ପଢ଼ନ୍ତୁ: ନେପାଳରେ ଦ୍ଵିତୀୟ ଥର 'ଜଳ ପ୍ରଳୟ'; ଆଲର୍ଟ ଜାରି ପରେ ଲୋକଙ୍କୁ କରାଯାଉଛି ସ୍ଥାନାନ୍ତର

ଆଉ ଏବେ ଅଗଷ୍ଟ ୨୬ରେ ଆସିଥିବା ବନ୍ୟା ୫ ମାସ ତଳେ ବୈଜ୍ଞାନିକ ଦେଇଥିବା ଚେତାବନୀ ପରେ ନିଆ ଯାଇଥିବା ପଦକ୍ଷେପ ଉପରେ ପ୍ରଶ୍ନ ସୃଷ୍ଟି କରିଛି । କାରଣ ବିଶେଷଜ୍ଞଙ୍କ ମତରେ, ଏବେ ହିମାଳୟ କ୍ଷେତ୍ରରେ କେବଳ ଗ୍ଲେସିଅର୍ ଉପରେ ନଜର ରଖିବା ଯଥେଷ୍ଟ ନୁହେଁ । ଗ୍ଲେସିଅର୍ର ଗତି ସହ ଭୂସ୍ଖଳନ ଓ ନଦୀର ଜଳସ୍ତର ସାଟେଲାଇଟ୍ ଓ ଭୂକମ୍ପ ପ୍ରଣାଳୀକୁ ଦେଖିବା ଦରକାର ।
Related Topics
Explore more stories