Videos
|
International

Nepal flood rescue operation ends today / ଶେଷ ହେଲା ଉଦ୍ଧାର ଅଭିଯାନ; ୧୮୯ ଭାରତୀୟଙ୍କ ସମେତ ୫୨୮୫ ନିଖୋଜ

Subhramjit Ray
Browse all articles by Subhramjit Ray
·3 hours ago·2 min read
ଶେଷ ହେଲା ଉଦ୍ଧାର ଅଭିଯାନ; ୧୮୯ ଭାରତୀୟଙ୍କ ସମେତ ୫୨୮୫ ନିଖୋଜ
Nepal flood rescue operation ends today

Key Points

ନେପାଳରେ ଭୋଟେକୋଶି-ତ୍ରିଶୁଳି ନଦୀ ବନ୍ୟା ଆସିବାର ୪୦ ଦିନ ପରେ, ସମସ୍ତ ଅଣ-ଜରୁରୀ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି। ଦୁଃଖର ବିଷୟ, ନିଖୋଜ ହୋଇଥିବା ୫୨୮୫ ଜଣ ଲୋକଙ୍କ କୌଣସି ପତ୍ତା ମିଳିନାହିଁ।
ଚଳିତ ବର୍ଷ ଅଗଷ୍ଟ ମାସରେ ନେପାଳରେ ଆସିଥିଲା ପ୍ରଳୟଙ୍କାରୀ ବନ୍ୟା। ଏହି ବିନାଶକାରୀ ବନ୍ୟା ଆସିବାକୁ ଇତି ମଧ୍ୟରେ ୪୦ ଦିନ ବିତିଗଲାଣି। ହେଲେ ପରିସ୍ଥିତି ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇନାହିଁ। ସାଧାରଣ ଜୀବନ ଯାତ୍ରା ସମ୍ପୂର୍ଣ୍ଣ ଭାବରେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗତ ଅଗଷ୍ଟ ୨୬ ତାରିଖରେ ଆସିଥିବା ବନ୍ୟାରେ ଅଗଣିତ ପରିବାର କିଛି ମୁହୂର୍ତ୍ତ ମଧ୍ୟରେ ଛାରଖାର ହୋଇ ଯାଇଥିଲା। ଅନେକ ଲୋକ ସେମାନଙ୍କ ପ୍ରିୟଜନଙ୍କୁ ହରାଇଥିଲେ। ଭୋଟେକୋଶି-ତ୍ରିଶୁଳି ନଦୀରେ ଆସିଥିବା ବନ୍ୟାର ୪୦ ଦିନ ପରେ ଯଦିଓ ସମସ୍ତ ଅଣ-ଅତ୍ୟାବଶ୍ୟକୀୟ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟକୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି। ହେଲେ ଏପର୍ଯ୍ୟନ୍ତ ପ୍ରାୟ ୫୨୮୫ ଜଣ ନିଖୋଜ ଲୋକଙ୍କ କୌଣ ଖୋଜ ଖବର ମିଳିନାହିଁ।

ନେପାଳ ବନ୍ୟା ପରେ ନିଖୋଜ ହୋଇଗଲେ ୫୨୮୫ ଲୋକ
ନେପାଳରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ପ୍ରାୟ ୧୪୫୫ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ, ୫୨୮୫ ଜଣ ଏବେ ମଧ୍ୟ ନିଖୋଜ ଅଛନ୍ତି। ନେପାଳ ସରକାର ଏବେପୁନଃନିର୍ମାଣ ଏବଂ ପୁନର୍ବାସ ଉପରେ ସମ୍ପୂର୍ଣ୍ଣ ଧ୍ୟାନ କେନ୍ଦ୍ରୀତ କରିଛନ୍ତି। ନେପାଳ ବନ୍ୟାରେ ନିଖୋଜ ହୋଇଥିବା ଲୋକଙ୍କ ମଧ୍ୟରେ ୧୮୯ ଜଣ ଭାରତୀୟ ଏବଂ ଅନେକ ଭାରତୀୟ ବଂଶୋଦ୍ଭବ ଲୋକ ସାମିଲ ଅଛନ୍ତି।

ଦେଶର ପୁନଃନିର୍ମାଣ ଏବଂ ପୁନର୍ବାସ ଉପରେ ରହିଛି ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ନଜର
ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତୀୟ ବିପର୍ଯ୍ୟୟ ପରିଚାଳନା ପରିଷଦର ବୈଠକରେ ଦେଶକୁ ପୁନଃନିର୍ମାଣ ଏବଂ ପୁନର୍ବାସ କରିବାର ନିଷ୍ପତ୍ତି ନିଆଯାଇଛି। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କମିଟି, ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ଏବଂ ପରିଚାଳନା କର୍ତ୍ତୃପକ୍ଷ (NDRRMA) ଏବଂ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିବା ଦଳ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ସୁପାରିଶ ଉପରେ ଏହି ନିଷ୍ପତ୍ତି ନିଆଯାଇଛି।

ଏହା ସହଗ ପଢନ୍ତୁ: ବନ୍ୟା ବେଳେ କୈଳାସ ମାନସରୋବର ତୀର୍ଥଯାତ୍ରୀଙ୍କ ସମେତ ୪୯ ଭାରତୀୟ ନିଖୋଜ

୩୫,୦୦୦ କୋଟି ଯୋଗାଇ ଦେବାକୁ ଅର୍ଥ ମନ୍ତ୍ରଣାଳୟକୁ କରାଯାଇଛି ଅନୁରୋଧ
ଜାତୀୟ ବିପର୍ଯ୍ୟୟ ପରିଚାଳନା ପରିଷଦ ଅର୍ଥ ମନ୍ତ୍ରଣାଳୟକୁ ଏବଂ ବିଭିନ୍ନ ଏଜେନ୍ସି ଦ୍ୱାରା ଦାଖଲ କରାଯାଇଥିବା ୫୦୪ ପୁନଃନିର୍ମାଣ ଏବଂ ପୁନର୍ବାସ କାର୍ଯ୍ୟକ୍ରମ ପାଇଁ ୫୫୯ ବିଲିୟନ ନେପାଳୀ ଟଙ୍କା (ଭାରତୀୟ ମୁଦ୍ରାରେ ପ୍ରାୟ ୩୫ ହଜାର କୋଟି) ମଞ୍ଜୁର କରିବାକୁ ଅନୁରୋଧ କରିଛି। NDRRMA କୁ ଏପରି ପ୍ରକଳ୍ପ ପାଇଁ ଅତିରିକ୍ତ ପାଣ୍ଠି ସଂଗ୍ରହ କରିବାର ଦାୟିତ୍ୱ ମଧ୍ୟ ଦିଆଯାଇଛି। ଯାହାର ମୂଲ୍ୟ ଏପର୍ଯ୍ୟନ୍ତ ଆକଳନ କରାଯାଇ ନାହିଁ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୧୮୯ ଭାରତୀୟଙ୍କ ଏପର୍ଯ୍ୟନ୍ତ ମିଳିନାହିଁ କୌଣସି ଖୋଜ ଖବର
ନେପାଳ ପର୍ଯ୍ୟଟନ ବିଭାଗର ସଦ୍ୟତମ ତଥ୍ୟ ଅନୁସାରେ, ଦେଶରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ୩୬ ଦେଶର ପ୍ରାୟ ୬୦୬ ଜଣ ବିଦେଶୀ ପର୍ଯ୍ୟଟକ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ସେମାନଙ୍କ ମଧ୍ୟରେ ୧୮୯ ଭାରତୀୟ ମଧ୍ୟ ସାମିଲ ଅଛନ୍ତି। ଏହା ସହିତ ୬୫ ଜଣ ଆମେରିକୀୟ, ୫୫ ଜଣ ମାଲେସୀୟ, ୫୪ ଜଣ ୟୁକ୍ରେନ୍, ୩୭ ଜଣ ଚୀନ୍, ଅଷ୍ଟ୍ରେଲିଆ ଏବଂ ଲାଟଭିଆ ଉଭୟ ଦେଶର ୩୩ ଜଣ, ୩୨ ଜଣ ବ୍ରିଟିଶ ନାଗରିକ ଏବଂ ୩୦ ଜଣ କାନାଡୀୟ ଏବଂ ୧୮୮ ଜଣ ନେପାଳୀ ପର୍ଯ୍ୟଟକ ଏବେ ମଧ୍ୟ ନିଖୋଜ ଅଛନ୍ତି।

ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ସ୍ଥଗିତ
ନିଖୋଜ ଭାରତୀୟଙ୍କ ମଧ୍ୟରେ ତାମିଲନାଡୁର ୮୫ ଜଣ, ପଶ୍ଚିମବଙ୍ଗର ୩୭ ଜଣ, ଗୁଜରାଟର ୩୦ ଜଣ, ତେଲେଙ୍ଗାନାର ୨୫ ଜଣ, ଉତ୍ତର ପ୍ରଦେଶର ୨୨ ଜଣ, କର୍ଣ୍ଣାଟକ ଏବଂ ଆନ୍ଧ୍ର ପ୍ରଦେଶ ଉଭୟ ରାଜ୍ୟର ୧୩ ଜଣ, ବିହାରର ୧୨ ଜଣ, ମହାରାଷ୍ଟ୍ରର ୧୦ ଜଣ ଏବଂ ଓଡ଼ିଶାର ୪ ଜଣ ଅନ୍ତର୍ଭୁକ୍ତ ଅଛନ୍ତି। ଏହି ଲୋକ ୪୦ ଦିନ ପରେ ମଧ୍ୟ ନିଖୋଜ ଅଛନ୍ତି। ଅଣ-ଅତ୍ୟାବଶ୍ୟକୀୟ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟକୁ ଏବେ ସ୍ଥଗିତ ରଖାଯାଇଛି।