Videos
|
National

India Help to Nepal / ନେପାଳ ପ୍ରଳୟଙ୍କାରୀ ବନ୍ୟା; ବିପର୍ଯ୍ୟୟ ବେଳେ ବନ୍ଧୁ ପରି ସହାୟତା ବଢାଇଲା ଭାରତ

Debashree Debasmita Sahoo
Browse all articles by Debashree Debasmita Sahoo
·51 mins ago·2 min read
ନେପାଳ ପ୍ରଳୟଙ୍କାରୀ ବନ୍ୟା; ବିପର୍ଯ୍ୟୟ ବେଳେ ବନ୍ଧୁ ପରି ସହାୟତା ବଢାଇଲା ଭାରତ
India Help to Nepal

Key Points

୪୭ ଟନ ରିଲିଫ୍, ମେଡିସିନ୍ ଓ ଖାଦ୍ୟ ସାମଗ୍ରୀ ପହଞ୍ଚାଇଲା
ନେପାଳରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ଅପରେସନ୍
ପ୍ରଳୟଙ୍କରୀ ବନ୍ୟା ପରେ ୨୮୮ ଭାରତୀୟଙ୍କ ପତ୍ତା ମିଳୁନି
ନେପାଳରେ ବିଧ୍ବଂସୀ ବନ୍ୟାପରେ ତ୍ବରାନ୍ବିତ ହୋଇଛି ଉଦ୍ଧାରକାର୍ଯ୍ୟ । ପ୍ରଖର ସୁଅରେ ଧସି ଆସିଥିବା ମାଟି ଅତଡା ତଳେ ଅନେକ ଘର ଦବିଯାଇଛି । ଧ୍ବଂସାବଶେଷ ତଳୁ ଖୋଜାଚାଲିଛି ଜୀବନ । ପର୍ଯ୍ୟଟନ ପାଇଁ ପ୍ରସିଦ୍ଧି ଲାଭ କରିଥିବା ନେପାଳକୁ ବହୁ ସଂଖ୍ୟାରେ ଭାରତୀୟ ମଧ୍ୟ ଯାଇଥିଲେ । ସେମାନଙ୍କ ମଧ୍ୟରୁ ୨୮୮ ଜଣ ପର୍ଯ୍ୟଟକଙ୍କ ସମ୍ପର୍କରେ କୌଣସି ଖୋଜଖବର ମିଳୁନାହିଁ । ତ୍ରିଶୂଳି ଓ୍ବାନ୍ ପାଓ୍ବାର ପ୍ରୋଜେକ୍ଟରେ କାମ କରୁଥିବା ୭୩ଜଣଙ୍କ ପତ୍ତା ମିଳୁନି ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟଶ୍ବାଲ।

  • ଭାରତୀୟଙ୍କୁ ଉଦ୍ଧାର ପାଇଁ ଅପରେସନ୍
ସେମାନଙ୍କୁ ଠାବ କରିବା ପାଇଁ ଭାରତ ପକ୍ଷରୁ ନିଆଯାଇଛି ତ୍ବରିତ ପଦକ୍ଷେପ । ବିପର୍ଯ୍ୟୟ ପରେ ସେ ଅଂଚଳକୁ ଯୋଗାଯୋଗ ବ୍ୟବସ୍ଥା ବିଚ୍ଛିନ୍ନ ହୋଇଥିବାରୁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । କୈଳାସ ମାନସରୋବାର ଯାତ୍ରା କରିଥିବା ତାମିଲନାଡୁର ଦୁଇଟି ଅଲଗା ଗ୍ରୁପରେ ଥିବା ୮୬ଜଣଙ୍କ ସମ୍ପର୍କରେ ସୂଚନା ମିଳୁନାହିଁ । ସେହିପରି ପଶ୍ଚିମବଙ୍ଗର ୩୨ଜଣ ଓ କେରଳର ୩୩ଜଣ ବ୍ୟକ୍ତିଙ୍କ ନିଖୋଜ ଅଛନ୍ତି । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି ।

  • ସହାୟତାର ହାତ ବଢାଇଲା ଭାରତ
ଏଭଳି ବିପର୍ଯ୍ୟୟ ବେଳେ ନେପାଳ ସହ କାନ୍ଧକୁ କାନ୍ଧ ମିଳାଇ ଭାରତ ସହାୟତାର ହାତ ବଢାଇଛି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳ ପ୍ରଧାନମନ୍ତ୍ରୀ ବଲେନ୍ ଶାହଙ୍କ ସହ କଥା ହୋଇ ସମସ୍ତ ପ୍ରକାର ସହାୟତା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଭାରତ ପକ୍ଷରୁ ଏଯାବତ୍ ୪୭ ଟନର ରିଲିଫ୍ ସାମଗ୍ରୀ, ମେଡିସିନ୍ ଓ ଖାଦ୍ୟ ପୁଡିଆ ଯୋଗାଇ ଦିଆଯାଇଛି । ବିପନ୍ନଙ୍କ ଚିକିତ୍ସା ପାଇଁ ୮ଟନ୍ ମେଡିସିନ୍ ରହିଛି । ଏଥିସହ ଭାସିଯାଇଥିବା ବାଲେ ବ୍ରିଜକୁ ମରାମତି କରିବା ପାଇଁ ଏକ ଟିମ୍ ପଠାଯାଇଛି ।

ପଢନ୍ତୁ ଏହି ଖବର: ନେପାଳରେ ବନ୍ୟାର ତାଣ୍ଡବ; ନିଖୋଜ ବାରିପଦାର ୨୧ ବର୍ଷୀୟା କୁଲସୁମ ନିଗାର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ଏଥିସହ କାଠମାଣ୍ଡୁ ଓ ବେଜିଂରେ ଥିବା ଭାରତୀୟ ଦୂତାବାସରେ ସହାୟତା ପାଇଁ ହେଲପଲାଇନ୍ କରାଯାଇଛି । ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଗୁରୁତ୍ବପୂର୍ଣ୍ଣ ବୈଠକ ଡାକି ସ୍ଥିତିର ସମୀକ୍ଷା କରିଛନ୍ତି । MEA ପକ୍ଷରୁ ବିଭିନ୍ନ ମନ୍ତ୍ରାଳୟ, ରାଜ୍ୟ ସରକାର, ଟୁର ଅପରେଟର ଓ ପ୍ରକଳ୍ପ ଅଧିକାରୀଙ୍କ ସହ ସମନ୍ବୟ ରକ୍ଷା କରି ଉଦ୍ଧାର କାର୍ଯ୍ୟକୁ ତ୍ଵରାନ୍ଵିତ କରାଯାଉଛି । ଫ୍ଲାସ ଫ୍ଲଡ ପରେ ନେପାଳର ତିନିଟି ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ବିପର୍ଯ୍ୟୟର ଛାତିଧରା ଦୃଶ୍ୟ ଉଦ୍ଧାରକାରୀ ଟିମ ପାଇଁ ବଡ଼ ଚ୍ୟାଲେଂଜ ସୃଷ୍ଟି କରିଛି । ବର୍ତ୍ତମାନ ସୁଦ୍ଧା ୨୭୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରରୁ ଅଧିକ ଲୋକଙ୍କ ସମ୍ପର୍କରେ କୌଣସି ସୂଚନା ମିଳି ପାରୁନାହିଁ ।