9 Days in Dark Tunnel / ଜନ୍ମାଷ୍ଟମୀରେ ନେପାଳ ସୁଡ଼ଙ୍ଗରୁ ଶ୍ରମିକଙ୍କୁ ମିଳିଲା ନୂଆ ଜୀବନ; ୯ ଦିନ ଧରି ଜପୁଥିଲେ 'କୃଷ୍ଣ' ନାମ
·1 hour ago·2 min read

Key Points
ପାଣି କାଦୁଅରେ ଭର୍ତ୍ତି ସୁଡ଼ଙ୍ଗ ଭିତରେ ୯ ଦିନ । ନେପାଳ ସେନାର ଅକ୍ଳାନ୍ତ ପରିଶ୍ରମ ପରେ ତ୍ରିଶୁଳୀ-୩ 'ଏ' ହାଇଡ୍ରୋପାୱାର ପ୍ରକଳ୍ପରୁ ଜୀବନ୍ତ ଉଦ୍ଧାର ହୋଇଛନ୍ତି ଶ୍ରମିକ ।
କାଠମାଣ୍ଡୁ: ଏହା କୌଣସି ଚମତ୍କାର ଠାରୁ କମ୍ ନୁହେଁ । ପାଣି କାଦୁଅରେ ଭର୍ତ୍ତି ସୁଡ଼ଙ୍ଗ ଭିତରେ ୯ ଦିନ । ନେପାଳ ସେନାର ଅକ୍ଳାନ୍ତ ପରିଶ୍ରମ ପରେ ତ୍ରିଶୁଳୀ-୩ 'ଏ' ହାଇଡ୍ରୋପାୱାର ପ୍ରକଳ୍ପରୁ ଜୀବନ୍ତ ଉଦ୍ଧାର ହେଲେ ଶ୍ରମିକ । ଶୁକ୍ରବାର ଜଣେ ଶ୍ରମିକ ସଞ୍ଜୟ ଶାହ (୩୦)ଙ୍କୁ ଉଦ୍ଧାର କରାଯାଇଛି ।
ସେନା ଦ୍ଵାରା ଉଦ୍ଧାର ହୋଇଥିବା ସଞ୍ଜୟ କହିଛନ୍ତି, "ପ୍ରଳଙ୍କାରୀ ବନ୍ୟା ପରେ ସୁଡ଼ଙ୍ଗରେ ଫସିବା ସମୟରୁ ଲଗାତାର 'କୃଷ୍ଣ' ନାମ ଜପ କରୁଥିଲି । 'କୃଷ୍ଣ' ନାମ ଜପିବା ସହ ସୁରକ୍ଷିତ ବାହାରକୁ ବାହରିବାର ଆଶାରେ ରହିଥିଲା । ଆଉ ସଂଯୋଗକୁ ଜନ୍ମାଷ୍ଟମୀ ଦିନ ହିଁ ନୂଆ ଜୀବନ ମିଳିଛି ।"
ଏଥିସହ ପଢ଼ନ୍ତୁ: ଏବେ ବି ସରିନି ଜୀବନର ଆଶା; ନେପାଳ ପ୍ରଳୟଙ୍କରୀ ବନ୍ୟାର ୯ ଦିନ ପରେ ଚମତ୍କାର
ମଧେଶ ପ୍ରାନ୍ତର ସପ୍ତରୀ ଜିଲ୍ଲାର ବାସିନ୍ଦା ହେଉଛନ୍ତି ସଞ୍ଜୟ ଶାହ । ସେ ନେପାଳ ବିଦ୍ୟୁତ୍ ପ୍ରାଧିକରଣର କର୍ମଚାରୀ ଅଟନ୍ତି । ସୁଡ଼ଙ୍ଗର ୧୭୦ ମିଟର ଭିତରୁ ନେପାଳ ସେନା ୨ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ତାଙ୍କ ଭିତରେ ସଞ୍ଜୟ ଅଛନ୍ତି । ଅନ୍ଯ ଜଣଙ୍କ ହେଉଛନ୍ତି ଅମୀର ମହାରାଜନ । ସେ ପ୍ରକଳ୍ପରେ ସୁପରଭାଇଜର୍ ଅଛନ୍ତି ।
ଉଦ୍ଧାର ବେଳେ ସୁରକ୍ଷାକର୍ମୀଙ୍କୁ ସଞ୍ଜୟ କହିଛନ୍ତି, ସୁଡ଼ଙ୍ଗରେ ଫସି ରହିଥିବା ବେଳେ ୯ ଦିନ ଧରି ସେ 'କୃଷ୍ଣ' ନାମ ଜପି ଆସୁଥିଲେ । ସୂତ୍ର ଅନୁସାରେ, ଏବେ ସଞ୍ଜୟଙ୍କ ଅବସ୍ଥାରେ ସ୍ଥିର ରହିଥିବା ବେଳେ ସ୍ଵାସ୍ଥ୍ୟ ସମ୍ବନ୍ଧୀୟ କୌଣସି ସମସ୍ୟା ନାହିଁ । ଏବେ ତାଙ୍କୁ ତ୍ରିଶୁଳୀର ଏକ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅମୀର ମହାରାଜନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ରହିଛି । ତେଣୁ ତାଙ୍କୁ ଏୟାର ଲିଫ୍ଟ କରାଯାଇ କାଠମାଣ୍ଡୁର ଛାଉନି ସ୍ଥିତ ନେପାଳ ଆର୍ମି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି ।
ସଞ୍ଜୟ କହିଛନ୍ତି, "ଅଗଷ୍ଟ ୨୬ ବନ୍ୟା ଆସିବା ଦିନ ମୁଁ ନିୟନ୍ତ୍ରଣ କକ୍ଷରେ ଥିଲି । ସମସ୍ତଙ୍କ ଜୀବନ ରକ୍ଷା ଦାୟିତ୍ଵ ମୋ ଉପରେ ରହିଥିଲା । ତେଣୁ, ମୁଁ ସମସ୍ତଙ୍କୁ ପ୍ରଥମେ ବାହାରି ଯିବାକୁ ଦେଇ ପଛରେ ରହି ଯାଇଥିଲି । ମୋ ଦାୟିତ୍ଵ ଥିଲା ସମସ୍ତଙ୍କ ଜୀବନ ବଞ୍ଚାଇବା ।"
ଦୌଡ଼ିବାକୁ ନଥିଲା ସମୟ
ସେ ଆହୁରି କହିଛନ୍ତି, ବନ୍ୟା ଦେଖି ସମସ୍ତଙ୍କୁ ଦୌଡ଼ିବା ପାଇଁ କହିଥିଲୁ । ସମସ୍ତେ ସେଠାରୁ ବାହାରିବା ବେଳକୁ ବହୁତ ବିଳମ୍ବ ହୋଇ ଯାଇଥିଲା । ଏବେ ସୁଡ଼ଙ୍ଗ ଭିତରେ ୩ରୁ ୪ ଜଣ ଫସି ରହିଥିଲେ । ସୁଡ଼ଙ୍ଗର ଗଭୀରରେ ଆଉ କିଛି ଲୋକ ଫସି ରହିଥିବା ନେଇ ସେ ଆଶଙ୍କା କରିଛନ୍ତି ।
ଏଥିସହ ପଢ଼ନ୍ତୁ: ନେପାଳରେ ଫ୍ଲାଶ ଫ୍ଲଡ ପାଇଁ ଏହି ଦେଶକୁ ଦୋଷ ଦେଲା... ୩ ଦେଶଠାରୁ କ୍ଷତିପୂରଣ ମାଗିଲା....
ସଞ୍ଜୟଙ୍କ ଅନୁସାରେ, ସୁଡ଼ଙ୍ଗରେ ବିଦ୍ୟୁତଘର ଅଞ୍ଚଳ ରହିଛି । ସେଠାରେ ଆଉ କିଛି ଲୋକ ଫସି ଥାଇ ପାରନ୍ତି । ଏଥିସହ ସୁଡ଼ଙ୍ଗ ଲମ୍ବ ଅଧିକ ଥିବାରୁ ପାଣିର ପ୍ରବଳ ତ୍ସୋତରେ ଆଉ କିଛି ଲୋକ ଭାସି ଯାଇଥିବା ଆଶଙ୍କା କରିଛନ୍ତି ସଞ୍ଜୟ ଶାହ । ଏବେ ନେପାଳ ସେନା ନେତୃତ୍ଵରେ ଏକ ଟିମ୍ ସ୍ଵତନ୍ତ୍ର ଉପକରଣ ସହାୟତାରେ ସୁଡ଼ଙ୍ଗରେ ସର୍ଚ୍ଚ ଏବଂ ରେସ୍କ୍ୟୁ ଅଭିଯାନ ଜାରି ରଖିଛି ।

Related Topics
Explore more stories