Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - 'ଯେପର୍ଯ୍ୟନ୍ତ ମୁଁ ପ୍ରଧାନମନ୍ତ୍ରୀ ଅଛି ସେପର୍ଯ୍ୟନ୍ତ ଇରାନ ହେବ ନାହିଁ ପରମାଣୁ ଶକ୍ତି ସମ୍ପନ୍ନ'

International

Israel PM Benjamin Netanyahu / 'ଯେପର୍ଯ୍ୟନ୍ତ ମୁଁ ପ୍ରଧାନମନ୍ତ୍ରୀ ଅଛି ସେପର୍ଯ୍ୟନ୍ତ ଇରାନ ହେବ ନାହିଁ ପରମାଣୁ ଶକ୍ତି ସମ୍ପନ୍ନ'

Subhramjit Ray
Browse all articles by Subhramjit Ray
·2 hours ago·2 min read
'ଯେପର୍ଯ୍ୟନ୍ତ ମୁଁ ପ୍ରଧାନମନ୍ତ୍ରୀ ଅଛି ସେପର୍ଯ୍ୟନ୍ତ ଇରାନ ହେବ ନାହିଁ ପରମାଣୁ ଶକ୍ତି ସମ୍ପନ୍ନ'
Israel PM Benjamin Netanyahu

Key Points

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ସ୍ପଷ୍ଟ ଭାବରେ କହିଛନ୍ତି ଯେ ତାଙ୍କ କାର୍ଯ୍ୟକାଳରେ ଇରାନ କେବେ ହେଲେ ପରମାଣୁ ଅସ୍ତ୍ର ବିକଶିତ କରିପାରିବ ନାହିଁ। ସେ ଦାବି କରିଛନ୍ତି ଯେ ସେ ଏବଂ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ମତ ଏହି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ସମାନ ରହିଛି।
Israel Iran nuclear weapons update: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଇରାନ ସମ୍ପର୍କରେ ଦେଇଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ବୟାନ। ଏନେଇ ପ୍ରଧାନମନ୍ତ୍ରୀ ଦାବି କରିଛନ୍ତି ଯେ ଇସ୍ରାଏଲ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପରମାଣୁ ଶକ୍ତି ସମ୍ପନ୍ନ ହେବାରୁ ରୋକିବା ପାଇଁ ସମ୍ପୂର୍ଣ୍ଣ ଏକମତ। ନେତାନ୍ୟାହୁ ଚେତାବନୀ ଦେଇଛନ୍ତି ଯେ ଯଦି ସେ ବିଗତ ତିନି ଦଶନ୍ଧି ଧରି ଇରାନ ବିରୋଧରେ କୌଣସି ପ୍ରକାରର ଆନ୍ତର୍ଜାତୀୟ ଯୁଦ୍ଧ କରିନଥାନ୍ତେ, ଯଦି ଇରାନ ବହୁ ପୂର୍ବରୁ ଇସ୍ରାଏଲକୁ ଧ୍ୱଂସ କରିଦେବା ପାଇଁ କୌଣସି ପରମାଣୁ ବୋମା ବିକଶିତ କରିନଥାନ୍ତା। ସେ ଆହୁରି କହିଛନ୍ତି ଯେ ଯେପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ରହିବେ, ସେପର୍ଯ୍ୟନ୍ତ ସେ ଇରାନ କୌଣସି ପରିସ୍ଥିତି ପରମାଣୁ ଶକ୍ତି ସମ୍ପନ୍ନ ହେବାକୁ ଦେବେ ନାହିଁ।

'ଇରାନ କେବେ ପରମାଣୁ ଅସ୍ତ୍ର ବିକଶିତ କରିପାରିବ ନାହିଁ'
ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି, "ଯେପର୍ଯ୍ୟନ୍ତ ମୁଁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ରହିଛି, ସେପର୍ଯ୍ୟନ୍ତ ଇରାନ କେବେ ହେଲେ ପରମାଣୁ ଅସ୍ତ୍ର ବିକଶିତ କରିପାରିବ ନାହିଁ। ରାଷ୍ଟ୍ରପତି ଟ୍ରମ୍ପ ଏବଂ ମୁଁ ଏହି ବିଷୟରେ ସମାନ ମତ ରଖୁଛୁ। ମୁଁ ୩୦ ବର୍ଷରୁ ଅଧିକ ସମୟ ଧରି ବିଶ୍ୱବ୍ୟାପୀ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ବିରୋଧ କରିଆସୁଛି। ଯଦି ମୁଁ ଏହି ଯୁଦ୍ଧ ଲଢ଼ି ନଥାନ୍ତି, ତାହେଲେ ଇରାନ ବହୁ ପୂର୍ବରୁ ଇସ୍ରାଏଲକୁ ଧ୍ୱଂସ କରିଦେବା ପାଇଁ ଏକ ପରମାଣୁ ବୋମା ବିକଶିତ କରି ଦେଇଥାନ୍ତା।"

ନେତାନ୍ୟାହୁ କହିଛନ୍ତି ଯେ ଇରାନ ଆମ ଦେଶକୁ ଧ୍ୱଂସ କରିବାକୁ ଚାହୁଁଛି। ମୁଁ ସେମାନଙ୍କୁ ରୋକିବା ପାଇଁ ମୁଁ ମୋର ସର୍ବସ୍ୱ ବାଜିରେ ​ଲଗାଇ ଦେଇଛି। ଯେପର୍ଯ୍ୟନ୍ତ ମୁଁ ପ୍ରଧାନମନ୍ତ୍ରୀ ଅଛି, ସେପର୍ଯ୍ୟନ୍ତ ପରାମାଣୁ ଶକ୍ତି ସମ୍ପନ୍ନ ହେବା ପାଇଁ ଇରାନ ଦେଖୁଥିବା ସ୍ୱପ୍ନ କେବେ ପୂରଣ ହେବ ନାହିଁ।

ଏହା ସହ ପଢନ୍ତୁ: ଚର୍ଚ୍ଚାରେ ଇସ୍ରାଏଲ କାରନାମା; ତାଜୁବ ହୋଇଗଲା ଇରାକ ସହ ପୁରା ବିଶ୍ୱ

ଇରାନର ପରମାଣୁ କାର୍ଯ୍ୟକ୍ରମ ବିରୋଧ କରି ଆସୁଛନ୍ତି ଆମେରିକା-ଇସ୍ରାଏଲ
ଇରାନ ବିରୋଧରେ ଆମେରିକା-ଇସ୍ରାଏଲ ଲଢୁଥିବା ଯୁଦ୍ଧର ପ୍ରାଥମିକ କାରଣ ହେଉଛି ପରମାଣୁ କାର୍ଯ୍ୟକ୍ରମ। ଇରାନ ବର୍ଷ ବର୍ଷ ଧରି ଏହାର ପରମାଣୁ କାର୍ଯ୍ୟକ୍ରମକୁ ଜାରି ରଖି ଆସିଛି। ହେଲେ ଆମେରିକା ଏହାକୁ ନିରନ୍ତର ବିରୋଧ କରିଆସୁଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଅନେକ ଥର ସର୍ବସାଧାରଣରେ କହି ସାରିଛନ୍ତି ଯେ ସେ ଇରାନକୁ କୌଣସି ପରିସ୍ଥିତିରେ ପରମାଣୁ ଶକ୍ତି ସମ୍ପନ୍ନ ହେବାକୁ ଦେବେ ନାହିଁ। ନିକଟରେ ସେ କହିଥିଲେ ଯେ ଇରାନ ସହିତ ସଂଘର୍ଷ ଶେଷ ହେବାକୁ ଯାଉଛି। ସେ ଆହୁରି କହିଥିଲେ ଯେ ଇରାନ ପରମାଣୁ ଶକ୍ତି ସମ୍ପନ୍ନ ହେବା ପାଇଁ ଯେଉଁ ସ୍ୱପ୍ନ ଦେଖୁଛି ତାହାକୁ କୌଣସି ନା କୌଣସି ଉପାୟରେ ବନ୍ଦ କରି ଦିଆଯିବ।

ଟ୍ରମ୍ପ୍ କହିଛନ୍ତି ଯେ ଆମେରିକା ଇରାନକୁ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ହେବାରୁ ରୋକିବାର ଲକ୍ଷ୍ୟ ପ୍ରାୟତଃ ହାସଲ କରିସାରିଛି। କାରଣ ଆମେ ପରମାଣୁ ଅସ୍ତ୍ରର ବିପଦକୁ ଦୂର କରିବାକୁ ଚାହୁଁଥିଲୁ। ଆମେ ଇରାନକୁ କେବେ ଏହାର ଲକ୍ଷ୍ୟ ହାସଲ କରିବାକୁ ଦେବୁ ନାହିଁ। ସେ ଆହୁରି କହିଛନ୍ତି ଯେ, ଆମେ ଆମର ଲକ୍ଷ୍ୟକୁ ପ୍ରାୟତଃ ହାସଲ କରିସାରିଛୁ। ଆମେ କୌଣସି ନାଁ କୌଣସି ଉପାୟରେ ଆମର ଲକ୍ଷ୍ୟକୁ ପୂରଣ କରିସାରିଛୁ। ହେଲେ ଏହା ଏକ ଚୁକ୍ତି ସହିତ କିମ୍ବା ଅନ୍ୟ କୌଣସି ଏକ କଷ୍ଟକର ପ୍ରକ୍ରିୟା ମାଧ୍ୟମରେ ଶେଷ ହେବ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored