Israel Secret Military Base / ଚର୍ଚ୍ଚାରେ ଇସ୍ରାଏଲ କାରନାମା; ତାଜୁବ ହୋଇଗଲା ଇରାକ ସହ ପୁରା ବିଶ୍ୱ
·1 hour ago·3 min read

Key Points
ମଧ୍ୟ ପ୍ରାଚ୍ୟ ସଂଘର୍ଷ ବେଳେ ପରେ ଇରାନ୍ ଆଉ ପରେ ଇରାକ୍, ଇସ୍ରାଏଲ ସେନାର ଗୁପ୍ତ କାରନାମାରେ ତାଜୁବ ହୋଇଯାଇଛି।
Israel Secret Military Base Iraq: ସାମରିକ ରଣନୀତି ଏବଂ ବୈଷୟିକ ଜ୍ଞାନକୌଶଳ ପାଇଁ ଚର୍ଚ୍ଚାରେ ରହୁଥିବା ଇସ୍ରାଏଲ ପୁଣି ଥରେ ଏହାର କାରନାମା ପାଇଁ ଚର୍ଚ୍ଚାକୁ ଆସିଛି। ଏଥର ସ୍ୱଦେଶରେ ନୁହେଁ ବରଂ ବିଦେଶରେ ଇସ୍ରାଏଲ ସେନା ନିଜର କରାମତି ଦେଖାଇଛି। ମଧ୍ୟ ପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ବେଳେ ଇସ୍ରାଏଲ, ଇରାକରେ ଏକ ଗୋପନୀୟ ସାମରିକ ଘାଟି ପ୍ରତିଷ୍ଠା କରି ସାରା ବିଶ୍ୱକୁ ତାଜୁବ କରିଦେଇଛି।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଘଟଣା ସମ୍ପର୍କରେ ପ୍ରଥମେ ଇରାକର ଜଣେ ସ୍ଥାନୀୟ ପଶୁ ଚରାଳିଙ୍କୁ ପ୍ରଥମେ ଖବର ମିଳିଥିଲା। ଏପରିକି ସ୍ୱଦେଶରେ ବିଦେଶୀ ସେନା ସାମରିକ ପ୍ରତିଷ୍ଠା କରିଥିବା ନେଇ ଇରାକ ସୈନ୍ୟ ବାହିନୀକୁ କୌଣସି ଖବର ମଧ୍ୟ ମିଳିନଥିଲା। ଦେଶର ପଶ୍ଚିମ ଭାଗରେ ଅବସ୍ଥିତ ମରୁଭୂମିରେ ସେହି ପଶୁ ଚରାଳି କିଛି ଅସାଧାରଣ ଘଟଣା ଦେଖିବାକୁ ପାଇଥିଲେ। ଯେଉଁଠି ହେଲିକ୍ୟାପ୍ଟର ବହୁତ କମ ଉଚ୍ଚତାରେ ଉଡ଼ାଣ ଭରୁଥିଲା। ସେହି ନିର୍ଜନ ଅଞ୍ଚଳରେ ଏକ ଅଦ୍ଭୁତ ଶବ୍ଦ ଶୁଣିବାକୁ ମିଳୁଥିଲା। ସମ୍ପୃକ୍ତ ପଶୁ ଚରାଳି ଜାଣି ପାରିନଥିଲେ ଯେ ସେ ଇରାନ ବିରୋଧରେ ଚାଲିଥିବା ଯୁଦ୍ଧ ବେଳେ ଇସ୍ରାଏଲ ଦ୍ୱାରା ନିର୍ମିତ ଏକ ଗୁପ୍ତ ସାମରିକ ଘାଟିରେ ସେ ପହଞ୍ଚି ଯାଇଛନ୍ତି।
ଏହା ସହ ପଢନ୍ତୁ: ଇସ୍ରାଏଲ ଆକ୍ରମଣରେ କମ୍ପି ଉଠିଲା ଲେବାନନ୍; ମାଟିରେ ମିଶିଲା ହିଜିବୁଲ୍ଲା ଶିବିର
ଆମେରିକୀୟ ଗଣମାଧ୍ୟମ "ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ" ପକ୍ଷରୁ ଏକ ରିପୋର୍ଟ ଅନୁଯାୟୀ, ଆମେରିକୀୟ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଇସ୍ରାଏଲ ଇରାନ ବିରୋଧରେ ଏହାର ବାୟୁ ଆକ୍ରମଣକୁ ସମର୍ଥନ କରିବା ପାଇଁ ଇରାକ ମରୁଭୂମିରେ ଏକ ସାମରିକ ଘାଟି ସ୍ଥାପନ କରିଥିଲା। ଏହି ସୈନ୍ୟ ଘାଟି ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ନିର୍ମିତ ହୋଇଥିଲା। ଯଦିଓ ଆମେରିକା ଏ ସମ୍ପର୍କରେ ଅବଗତ ଥିଲା, ହେଲେ ଇରାକ ଏହି ଘଟଣା ସମ୍ପର୍କରେ କୌଣସି ଖବର ପାଇନଥିଲା।
କାହିଁକି ବିଦେଶରେ ସାମରିକ ଘାଟି ସ୍ଥାପନ କରିଥିଲା ଇସ୍ରାଏଲ?
ଏହି ସାମରିକ ଘାଟିରେ ଇସ୍ରାଏଲୀ ସ୍ୱତନ୍ତ୍ର ବାହିନୀ ନିୟୋଜିତ ରହିଥିଲେ। ଇସ୍ରାଏଲୀ ବାୟୁସେନା ପାଇଁ ଏହା ଏକ ଲଜିଷ୍ଟିକ୍ ହବ୍ ଭାବରେ କାର୍ଯ୍ୟ କରୁଥିଲେ। ଏହା ସହିତ ଏକ ସନ୍ଧାନୀ ଏବଂ ଉଦ୍ଧାର ଦଳକୁ ମଧ୍ୟ ସେଠାରେ ମୁତୟନ କରାଯାଇଥିଲା। ଯେଉଁମାନେ ଶତ୍ରୁ ଅଞ୍ଚଳରେ ଇସ୍ରାଏଲୀ ପାଇଲଟ୍ ଗୁଳି କରି ହତ୍ୟା କରାଯିବାର ତୁରନ୍ତ ପ୍ରତିକ୍ରିୟା ଦେବାକୁ ପ୍ରସ୍ତୁତ ଥିଲେ। ଏହି ଗୁପ୍ତ ସାମରିକ ଘାଟି ଇସ୍ରାଏଲ-ଇରାନ୍ ମଧ୍ୟରେ ଦୂରତା ଅନେକାଂଶରେ ହ୍ରାସ କରି ଦେଇଥିଲା। ଯାହା ଇସ୍ରାଏଲ ସେନା ଲାଗି ଦୀର୍ଘ ସମୟ ପାଇଁ ବାୟୁ ଅଭିଯାନକୁ ଜାରି ରଖିବା ସହଜ କରି ଦେଇଥିଲା।
ଗୁପ୍ତ ସାମରିକ ଘାଟିର ହୋଇଥାନ୍ତି ପର୍ଦ୍ଦାଫାଶ ହେଲେ...
ଗତ ମାର୍ଚ୍ଚ ପ୍ରାରମ୍ଭରେ ଏହି ଅଭିଯାନର ପର୍ଦ୍ଦାଫାସ ହେବାର ଆଶଙ୍କା ରହିଥିଲା। ଇରାକୀ ରାଷ୍ଟ୍ରାୟତ୍ତ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଯେ ଜଣେ ପଶୁ ଚରାଳି ସେହି ଅଞ୍ଚଳରେ ଅସାଧାରଣ ସାମରିକ କାର୍ଯ୍ୟକଳାପ ଦେଖିଥିଲେ। ଏହି ଘଟଣାର ତଦନ୍ତ ପାଇଁ ଇରାକୀ ସେନାକୁ ଘଟଣାସ୍ଥଳକୁ ପଠାଇଥିଲା। ହେଲେ ସେମାନଙ୍କୁ ଘଟଣାସ୍ଥଳକୁ ପହଞ୍ଚିବାରୁ ରୋକିବା ପାଇଁ ଇସ୍ରାଏଲ ବିମାନ ଆକ୍ରମଣ କରିଥିଲା। ଯେଉଁଥିରେ ଜଣେ ସୈନିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଥିଲେ। ଇରାକ ଏହି ଅଞ୍ଚଳରେ ଅଧିକ ଛାନଭିନ୍ କରିବା ପାଇଁ ଆଉ ଦୁଇଟି ୟୁନିଟ୍ ପଠାଇଥିଲା। ସେମାନେ ସେଠାରେ ସାମରିକ ବାହିନୀର ସାମ୍ପ୍ରତିକ ଉପସ୍ଥିତିକୁ ନିଶ୍ଚିତ କରୁଥିବାର ପ୍ରମାଣ ସହିତ ଫେରି ଆସିଥିଲେ।
ଏହା ସହ ପଢନ୍ତୁ: ମାଟିରେ ମିଶିଲା ହିଜବୁଲା ଟନେଲ; ଭିଡ଼ିଓ ଦେଖିଲେ ହୋଇଯିବେ
ଏହା ପରେ ଇରାକ ଏହି ଘଟଣାରେ ଜାତିସଂଘରେ ଆନୁଷ୍ଠାନିକ ଭାବରେ ଏକ ଅଭିଯୋଗ ଦାଖଲ କରିଥିଲା। ଇରାକୀ ସୈନ୍ୟଙ୍କ ଉପରେ ହୋଇଥିବା ଆକ୍ରମଣ ପାଇଁ ଆମେରିକାକୁ ଦାୟୀ କରିଥିଲା। ହେଲେ ଜଣେ ଆମେରିକୀୟ ଅଧିକାରୀ "ଦି ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ" କୁ କହିଥିଲେ ଯେ ସେହି କଥିତ ଆକ୍ରମଣ ସହ ଆମେରିକା ସେନାର କୌଣସି ସମ୍ପୃକ୍ତି ନାହିଁ। ବିଶାଳ ଏବଂ ପ୍ରାୟ ନିର୍ଜନ ହୋଇଥିବାରୁ ଇରାକର ପଶ୍ଚିମ ଭାଗରେ ଅବସ୍ଥିତ ମରୁଭୂମି ଗୁପ୍ତ ସାମରିକ କାର୍ଯ୍ୟକଳାପ ପାଇଁ ଏକ ଉପଯୁକ୍ତ ସ୍ଥାନ ରହିଆସିଛି। ୧୯୯୧ ଏବଂ ୨୦୦୩ ମସିହାରେ ତତ୍କାଳୀନ ଇରାକର ଶାସକ ସଦ୍ଦାମ ହୁସେନଙ୍କ ବିରୋଧରେ ହୋଇଥିବା ସାମରିକ ସଂଘର୍ଷ ସମୟରେ ଆମେରିକୀୟ ସେନା ପଶ୍ଚିମ ଭାଗରେ ଅବସ୍ଥିତ ସେହି ମରୁଭୂମିରୁ ଏହାର ଅଭିଯାନ ଆରମ୍ଭ କରିଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories