New Zealand Wild Cat Encounters / ୩ ବର୍ଷ ଧରି ଫେରାର ଥିଲା ଶିକାରୀ ବିଲେଇ; ଶେଷରେ ହେଲା ଏନକାଉଣ୍ଟର
·1 hour ago·3 min read

Key Points
ବିଗତ ୩ ବର୍ଷ ଧରି ନ୍ୟୁଜିଲ୍ୟାଣ୍ଡରେ ଲୋକଙ୍କ ଠାରୁ ଦୂରେଇ ରହିଥିବା ଏହି ବିଲେଇକୁ 'ନାଇନ୍ ଲାଇଭ୍ସ' ନାମ ଦିଆଯାଇଥିଲା। କାରଣ ଲୋକେ ବିଶ୍ୱାସ କରୁଥିଲେ ଯେ ପ୍ରତ୍ୟେକ ଥର ଏହାକୁ ମାରିବା ପରେ ଏହା ପୁଣି ଥରେ ଜୀବିତ ହୋଇଉଠୁଛି।
Predatory Cat Encounter New Zealand: ପ୍ରାୟ ୩ ବର୍ଷ ଧରି ଫେରାର ରହିଥିବା ଏକ ଜଙ୍ଗଲୀ ଶିକାରୀ ବିଲେଇକୁ ଶେଷରେ ଏନକାଉଣ୍ଟର କରାଯାଇଛି। ସ୍ଥାନୀୟ ଭାଷାରେ ଏହି ଶିକାରୀ ହିଂସ୍ର ବିଲେଇ ନାମ "ନାଇନ୍ ଲାଇଭ୍ସ" (9 Lives) ରଖାଯାଇଥିଲା। ଲୋକ କହି ଅନୁସାରେ ଏହାର ପ୍ରକୃତରେ ନଅଟି (୯) ଜୀବନ ରହିଥିଲା। ପ୍ରାୟ ୩ ବର୍ଷ ଧରି ଏହାକୁ ଧରିବା ପାଇଁ ହୋଇଥିବା ପ୍ରତ୍ୟେକ ପ୍ରୟାସ ବିଫଳ ହୋଇଥିଲା। ଏହି ବିଲେଇକୁ ଧରିବା ପାଇଁ ଫାଶ ବିଛାଯାଇଥିଲା, ହେଲେ ସେ ସମସ୍ତଙ୍କୁ ଚକମା ଦେଇ ଗାଏବ ହୋଇ ଯାଉଥିଲା। ବନ୍ୟପ୍ରାଣୀ ବିଶେଷଜ୍ଞ ମଧ୍ୟ ତାହାର ଚତୁରତା ଦେଖି ଆଶ୍ଚର୍ଯ୍ୟ ହୋଉ ଯାଉଥିଲେ। ଶେଷରେ ୩ ବର୍ଷ ପରେ ଯାଇ ସେହି ଶିକାରୀ ହିଂସ୍ର ବିଲେଇ କାହାଣୀର ଅନ୍ତ ଘଟିଛି। ଏହାକୁ ସିଧା ଏନକାଉଣ୍ଟର କରି ଦିଆଯାଇଛି। ଏହି ବିଲେଇ ନ୍ୟୁଜିଲ୍ୟାଣ୍ଡର ଏକ ଅଞ୍ଚଳରେ ଏପରି ଆତଙ୍କ ସୃଷ୍ଟି କରିଥିଲା ଯେ ଯାହାକୁ ଧରିବା ପାଇଁ ୩ ବର୍ଷ ଧରି ପ୍ରୟାସ ଜାରି ରହିଥିଲା। ହେଲେ ଏହି ବିଲେଇ କେଉଁ ଅପରାଧ କରିଥିଲା? ଧରାପଡ଼ିବା ମାତ୍ରେ କାହିଁକି ଏହାକୁ ହତ୍ୟା କରାଯାଇଥିଲା?
କ'ଣ ରହିଛି ଏହି ଶିକାରୀ ହିଂସ୍ର ବିଲେଇର ଅପରାଧ? କାହିଁକି ଏହାକୁ କରାଗଲା ଏନକାଉଣ୍ଟର?
ବ୍ରିଟିଶ ଗଣମାଧ୍ୟମ, "The Guardian" ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଏହି ଶିକାରୀ ହିଂସ୍ର ବିଲେଇ ନ୍ୟୁଜିଲ୍ୟାଣ୍ଡର ଏକ ବିରଳ ପ୍ରଜାତିର ବତକ ଶିକାର କରୁଥିଲା। ଯାହା ଫଳରେ ଏହି ବତକ ବିଲୁପ୍ତ ହେବା ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ। କୁହାଯାଉଛି ଉତ୍ତର ଦ୍ୱୀପର ପୁରେରୁଆ ଉପଦ୍ୱୀପରେ ବିଚରଣ କରୁଥିବା ଏହି ବଡ଼ ଧୂସର ରଙ୍ଗର ଟାବି ବିଲେଇ (Grey Tabby Cat New Zealand) ନ୍ୟୁଜିଲ୍ୟାଣ୍ଡର ମୁଖ୍ୟଭୂମିରେ ମିଳୁଥିବା ଡଜନେ ଡଜନେ ବିରଳ ପ୍ରଜାତିର ବତକ, ଅନେକ କିୱି (ଦେଶର ଜାତୀୟ ପକ୍ଷୀ) ଶାବକ, ସ୍ଥାନୀୟ ସରୀସୃପ ଗେକୋ (Gecko) ଏବଂ ଅନ୍ୟାନ୍ୟ ସ୍ଥାନୀୟ ବନ୍ୟପ୍ରାଣୀଙ୍କୁ ଶୀକାର କରିଛି।
ଏହା ସହ ପଢନ୍ତୁ: ହ୍ରଦରେ ନଜର ଆସିଲା ୩୩ ଫୁଟ ଲମ୍ବର ବିଶାଳକାୟ ପ୍ରାଣୀ; ୱେବକ୍ୟାମ୍ ରେ କଏଦ ହେଲା ଭିଡ଼ିଓ
ରିପୋର୍ଟ ଅନୁଯାୟୀ, "ପେଷ୍ଟ ଫ୍ରି ପୁରେରୁଆ" (Pest-Free Purerua New Zeland) ସଂରକ୍ଷଣ ପ୍ରକଳ୍ପର ପ୍ରକଳ୍ପ ପରିଚାଳକ ଆଣ୍ଡି ମେଣ୍ଟର କହିଛନ୍ତି, "ଆମେ ଏହି ସଫଳତାକୁ ହାଲୁକା ଭାବରେ ନେଉନାହୁଁ। କାରଣ ଏହା ଆମକୁ ଦୀର୍ଘ ସମୟ ଧରି ଚକିତ କରିଆସିଛି। ନ୍ୟୁଜିଲ୍ୟାଣ୍ଡ ହେଉଛି ସବୁଠାରୁ ଅଧିକ ବିଲେଇ ପାଳୁଥିବା ଦେଶଙ୍କ ମଧ୍ୟରୁ ଅନ୍ୟତମ। ଦେଶର ବନ୍ୟପ୍ରାଣୀ ଉପରେ ଜଙ୍ଗଲୀ ଏବଂ ଘରୋଇ ବିଲେଇଙ୍କ ପ୍ରଭାବ ବହୁ ଦିନ ଧରି ଏକ ବିତର୍କର ଅଧ୍ୟାୟ ହୋଇ ରହିଆସିଛି। ସୋସିଆଲ ମିଡି଼ଆରେ କିଛି ଲୋକ "ନାଇନ୍ ଲାଇଭ୍ସ" ମୃତ୍ୟୁରେ ଦୁଃଖିତ ହୋଇ ପଡ଼ିଛନ୍ତି। ଏନେଇ ସେମାନେ କହିଛନ୍ତି ଯେ ଏହାକୁ ଜୀବିତ ରଖିବାର ଥିଲା। ଏହି ସମୟରେ, ଅନ୍ୟମାନେ ଏହାକୁ ଏକ ମହାନ ସଫଳତା ଭାବରେ ପ୍ରଶଂସା କରୁଛନ୍ତି।
"ପୁରେରୁଆ" ସ୍ଥିତ ଏକ ବନ୍ୟପ୍ରାଣୀ ସଂରକ୍ଷଣ ସଙ୍ଗଠନ ୨୦ ବିରଳ ପାଟେକେ ବତକ ଛାଡ଼ି ଦେଇଥିଲା। କାରଣ ସେମାନଙ୍କ ଯୋଜନା ଥିଲା ଏହି ବତକକୁ ବ୍ୟବହାର କରିଏହି ଅଞ୍ଚଳର ଜଙ୍ଗଲୀ ବିଲେଇ ସମସ୍ୟାକୁ ନିୟନ୍ତ୍ରଣ କରିହେବ। ହେଲେ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ, ଗୋଟିଏ ବତକ ମୃତ ମିଳିଥିଲା। ସେଠାରେ ଲଗାଯାଇଥିବା କ୍ୟାମେରା ଏକ ସ୍ୱତନ୍ତ୍ର ଚିହ୍ନିତ ବିଲେଇକୁ ଚିହ୍ନଟ କରିଥିଲା, ଯାହାକୁ ପରେ "ନାଇନ୍ ଲାଇଭ୍ସ" ନାମ ଦିଆଯାଇଥିଲା। ଏହା ପରେ ଆହୁରି ଅନେକ ବତକଙ୍କ ଶୀକାର କରିଥିଲା। ଏହାକୁ ଧରିବା ପାଇଁ ଅତିରିକ୍ତ ଫାଶ, ଅନ୍ୟାନ୍ୟ ଉପକରଣ ଏବଂ ରାତି ସମୟରେ ବ୍ୟବହୃତ ହେଉଥିବା କ୍ୟାମେରା ଲଗାଯାଇଥିଲା। ହେଲେ ଏହି ଶିକାରୀ ବିଲେଇ ପ୍ରତ୍ୟେକ ଥର ଖସି ଯାଉଥିଲା। ଗତ ୨୦୨୪ ରେ ଯେତେବେଳେ ଆଉ ୨୦ ବତକ ଛଡ଼ା ଯାଇଥିଲା, ସେହି ବିଲେଇ ପୁଣି ଥରେ ନଜର ଆସିଥିଲା। ଯିଏ ପ୍ରାୟ ୧୫ ବତକଙ୍କ ଶୀକାର କରିଥିଲା। ବର୍ତ୍ତମାନ ଏହାକୁ ଜାଲରେ ଫସାଇ ଏନକାଉଣ୍ଟର କରି ଦିଆଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Nine Lives feral catNew Zealand feral cat caughtNew Zealand wildlife cat encounterFeral cat caught after 3 yearsRare duck predator New ZealandNew Zealand native wildlife threatNew Zealand conservation cat huntFeral cat named Nine Lives caught in New ZealandElusive feral cat hunted rare ducks in New ZealandNew Zealand forest rangers catch feral cat after three years