Videos
|
International

Loch Ness Lake Scotland / ହ୍ରଦରେ ନଜର ଆସିଲା ୩୩ ଫୁଟ ଲମ୍ବର ବିଶାଳକାୟ ପ୍ରାଣୀ; ୱେବକ୍ୟାମ୍ ରେ କଏଦ ହେଲା ଭିଡ଼ିଓ

Subhramjit Ray
Browse all articles by Subhramjit Ray
·1 hour ago·3 min read
ହ୍ରଦରେ ନଜର ଆସିଲା ୩୩ ଫୁଟ ଲମ୍ବର ବିଶାଳକାୟ ପ୍ରାଣୀ; ୱେବକ୍ୟାମ୍ ରେ କଏଦ ହେଲା ଭିଡ଼ିଓ
Loch Ness Lake Scotland

Key Points

ପୁଣି ଥରେ ରହସ୍ୟମୟ ଜୀବ ପାଇଁ ଚର୍ଚ୍ଚାକୁ ଆସିଛି ସ୍କଟଲ୍ୟାଣ୍ଡ ଠାରେ ଅବସ୍ଥିତ ପ୍ରସିଦ୍ଧ ହ୍ରଦ "ଲଚ୍ ନେସ୍"।
Loch Ness Lake Scotland Mystery Creature: ପୁଣି ଥରେ ଚର୍ଚ୍ଚାକୁ ଆସିଛି ସ୍କଟଲ୍ୟାଣ୍ଡ ଠାରେ ଅବସ୍ଥିତ ପ୍ରସିଦ୍ଧ ହ୍ରଦ "ଲଚ୍ ନେସ୍"। ରହସ୍ୟମୟ ପ୍ରାଣୀ ଦେଖାଯିବାକୁ ନେଇ ଏହି ହ୍ରଦ ଏବେ ଚର୍ଚ୍ଚାରେ ରହିଛି। ଜଣେ ଆୟାରଲ୍ୟାଣ୍ଡ ଶିକାରୀ ଏକ ଲାଇଭ୍ ୱେବକ୍ୟାମ ମାଧ୍ୟମରେ ଦୁଇଟି ବିଶାଳକାୟ ପ୍ରାଣୀ ଧିରେ ଧିରେ ପାଣିରେ ବୁଡ଼ି ଯାଉଥିବାର କହିଛନ୍ତି। ଏହି ଦାବି ଏପରି ସମୟରେ ଆସିଛି ଯେତେବେଳେ ଏହି ଅଞ୍ଚଳରେ ରହସ୍ୟମୟ ପ୍ରାଣୀଙ୍କ ଗତିବିଧି ବହୁତ ବୃଦ୍ଧି ପାଇଛି।

ବ୍ରିଟିଶ ଗଣମାଧ୍ୟମ "Daily Star" ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଆୟାରଲ୍ୟାଣ୍ଡର କାଉଣ୍ଟି ଡୋନେଗାଲ (County Donegal Ireland) ଠାରେ ତାଙ୍କ ଘରେ ବସି ଇଓନ୍ ଫାଗାନ୍ ନାମକ ଜଣେ ଶିକାରୀ (Irish Hunter Eoin Fagan) ଯିଏ ରହସ୍ୟମୟ ଜୀବଙ୍କ ଶିକାର କରିଥାନ୍ତି, ସେ ଲାଇଭ୍ ୱେବକ୍ୟାମ୍ ରେ "ଲଚ୍ ନେସ୍" ହ୍ରଦରେ (Loch Ness Lake Scotland) ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିଥିଲେ। ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଗତ ଜୁଲାଇ ୯ ତାରିଖ ଦିନ ପ୍ରାୟ ୩:୨୯ ସମୟରେ, ସେ ପାଣି ତଳେ ଭାସୁଥିବା ଦୁଇଟି ବିଶାଳକାୟ ଜିନିଷ ଦେଖିବାକୁ ପାଇଥିଲେ। ପାଣିରେ ଭାସିବା ପରେ, ଉଭୟ ପ୍ରାଣୀ ଧିରେ ଧିରେ ଗଭୀର ଜଳରେ ଅଦୃଶ୍ୟ ହେବାରେ ଲାଗିଥିଲେ।

ଶିକାରୀ ଇଓନ୍ ଫାଗାନ୍ ଙ୍କ କହିବା କଥା ଯେ, ଏହି ଦୁଇ ବିଶାଳକାୟ ପ୍ରାଣୀ ଏକ ଛୋଟ କ୍ରୁଜର ଡଙ୍ଗା ଭଳି ଦେଖାଯାଉଥିଲେ, ଯାହାର ଲମ୍ବ ପ୍ରାୟ ୨୩-୩୩ ଫୁଟ ହେବ। ସେ ଏହାକୁ ନିଶ୍ଚିତ କରିବା ପାଇଁ, ସେ ସେମାନଙ୍କୁ ସେହି ଅଞ୍ଚଳ ଦେଇ ଯାଉଥିବା ଏକ ଡଙ୍ଗା ଦ୍ୱାରା ଉଠାଯାଇଥିବା ଏକ ଫଟୋ ସହିତ ତୁଳନା କଲେ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଏହି ପ୍ରାଣୀା ଗୋଟିଏ ଥରରେ ଅଦୃଶ୍ୟ ହୋଇ ଯାଇନଥିଲେ। ବରଂ ପ୍ରାୟ 15 ସେକେଣ୍ଡ୍ ଅନ୍ତର ସହିତ ଧିରେ ଧିରେ "ଲଚ୍ ନେସ୍" ହ୍ରଦର ଜଳରେ ଅଦୃଶ୍ୟ ହେହାରେ ଲାଗିଗଲେ।

ଏହା ସହ ପଢନ୍ତୁ: ପିଜ୍ଜା ପାଇଁ ଆସିଲା ଭୟଙ୍କର ଅଫର୍; ଶୁଣିଲେ ତାଜୁବ ହୋଇଯିବେ ଆପଣ

ହ୍ରଦରେ ନଜର ଆସିଲେ ବିଶାଳକାୟ ଜୀବ
"ଲଚ୍ ନେସ୍" ହ୍ରଦରେ ଯଦିଓ ସିଲ୍‌ ଭଳି ପ୍ରାଣୀ ନଜର ଆସିଥାନ୍ତି, ହେଲେ ସେମାନେ ପ୍ରାୟ ୮ ଫୁଟ ପର୍ଯ୍ୟନ୍ତ ଲମ୍ବା ହୋଇଥାନ୍ତି। ଶିକାରୀ ଇଓନ୍‌ଙ୍କ କହିବା ଅନୁଯାୟୀ, ଏହି ଦୁଇଟି ପ୍ରାଣୀ ଯେକୌଣସି ସାଧାରଣ ଜଳଚର ପ୍ରାଣୀ ଅପେକ୍ଷା ଆକାରରେ ବହୁତ ବଡ଼ ଥିଲେ। ତାଙ୍କ କହିବା ଅନୁସାରେ ଏତେ ବର୍ଷ ଧରି ଏହି ହ୍ରଦର ଗଭୀରତାରେ ଏପରି ଏକ ବିଶାଳକାୟ ପ୍ରଜାତିର ଜୀବ ମଣିଷ ନଜରରୁ ଲୁଚି ରହିବା, କୌଣସି ରହସ୍ୟ ଠାରୁ କମ୍ ନୁହେଁ। ଯେତେବେଳେ ଏହି ଦୁଇଟି ପ୍ରାଣୀ ହ୍ରଦରେ ନଜର ଆସିଥିଲେ, ସେତେବେଳେ ପାଗ ଟିକିଏ ମେଘୁଆ ରହିଥିଲା। ପବନ ଯୋଗୁଁ ଦ୍ରଦରେ ହାଲୁକା ତରଙ୍ଗ ସୃଷ୍ଟି ହେଉଥିଲା।

ରିପୋର୍ଟ ଅନୁଯାୟୀ, ଏହି ଅଞ୍ଚଳରେ ରହସ୍ୟମୟ ଜୀବ ନଜର ଆସୁଥିବା ନେଇ ଅନେକ ରିପୋର୍ଟ ପ୍ରକାଶ ପାଇସାରିଛି। ଜଣେ ଅଷ୍ଟ୍ରେଲୀୟ ପର୍ଯ୍ୟଟକ କ୍ରିଷ୍ଟାଲ୍ ମଧ୍ୟ ଡଙ୍ଗାରେ ବସି ପାଣି ଉପରେ ଏକ ଅଦ୍ଭୁତ ମୁଣ୍ଡ ଭାସୁଥିବାର, ସେ ଦେଖିଥିବା ନେଇ ଦାବି କରିଛନ୍ତି। ଏହି ଘଟଣା ପୁଣି ଥରେ ଜନସାଧାରଣ ଏବଂ ବିଶେଷଜ୍ଞଙ୍କ ମଧ୍ୟରେ ଏହି ପୁରୁଣା ରହସ୍ୟ ଉପରୁ ପର୍ଦ୍ଦା ହଟାଇବା ପାଇଁ ଆଗ୍ରହ ସୃଷ୍ଟି କରିଛି।

ଏହା ସହ ପଢନ୍ତୁ: ଘରେ ପାଳିଥିଲା ଅଜଗର; ବିଦ୍ୟୁତ୍ ବିଲ୍ ପାଇଁ ହୋଇଗଲା କାରନାମା ଉଜାଗର

ପ୍ରାଚୀନ କିମ୍ବଦନ୍ତୀର ହେବ ଉନ୍ମୋଚନ
ଆସନ୍ତା ମାସରେ "ଲଚ୍ ନେସ୍" ହ୍ରଦର ଇତିହାସରେ ସର୍ବବୃହତ ସନ୍ଧାନ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏହି ଐତିହାସିକ ସନ୍ଧାନରେ ଅଂଶଗ୍ରହଣ କରିବା ପାଇଁ ସାରା ବିଶ୍ୱରୁ ଶହ ଶହ ସ୍ୱେଚ୍ଛାସେବକ ଏବଂ ବିଶେଷଜ୍ଞ ସ୍କଟଲ୍ୟାଣ୍ଡ ଠାରେ ଅବସ୍ଥିତ ରହିଥିବା ଉଚ୍ଚଭୂମି (Scottish Highlands) ଠାରେ ଏକତ୍ରିତ ହେଉଛନ୍ତି। ଏହି ହ୍ରଦ କୂଳରେ ସ୍ଥାପିତ ଶିବିର ଦିନରାତି ଏଠାର ହେଉଥିବା ପ୍ରତ୍ୟେକ ଗତିବିଧି ଉପରେ କଡ଼ା ନଜର ରଖିବା ପାଇଁ ପ୍ରସ୍ତୁତ ହେଉଛନ୍ତି। "ଲଚ୍ ନେସ୍" ଅନୁସନ୍ଧାନ ବିଶେଷଜ୍ଞ ରବ୍ ଲଙ୍ଗ କହିଛନ୍ତି ଯେ ସେମାନେ ଏହି ପୌରାଣିକ କାହାଣୀ ପଛରେ ରହିଥିବା ପ୍ରକୃତ ସତ୍ୟକୁ ବ୍ୟବସ୍ଥିତ ଭାବରେ ଉନ୍ମୋଚନ କରିବାକୁ ଚାହୁଁଛନ୍ତି। ସେମାନଙ୍କର ଲକ୍ଷ୍ୟ କୌଣସି ପ୍ରାଣୀଙ୍କୁ ଭୟଭୀତ କରିବା ନୁହେଁ ବରଂ ଏହି ଦୀର୍ଘକାଳୀନ ପ୍ରଶ୍ନର ଉତ୍ତର ଖୋଜିବା।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: