Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବୟସ ମାତ୍ର ୧୬ ହେଲେ କରିବାକୁ ଚାହୁଁଥିଲେ ଏହି କାମ; ଆଉ ଶେଷରେ...

International

Nigerian Kid Politician / ବୟସ ମାତ୍ର ୧୬ ହେଲେ କରିବାକୁ ଚାହୁଁଥିଲେ ଏହି କାମ; ଆଉ ଶେଷରେ...

Subhramjit Ray
Browse all articles by Subhramjit Ray
·2 hours ago·2 min read
ବୟସ ମାତ୍ର ୧୬ ହେଲେ କରିବାକୁ ଚାହୁଁଥିଲେ ଏହି କାମ; ଆଉ ଶେଷରେ...
Nigerian Kid Politician

Key Points

ସଦ୍ୟ ନାଇଜେରିଆରେ ମହମୁଦ ସାଦିସ ବୁବା ନାମକ ଜଣେ ବ୍ୟକ୍ତି ନିର୍ବାଚନ ଲଢିବାକୁ ନେଇ ଚର୍ଚ୍ଚାରେ ରହିଛନ୍ତି।
Mahmud Sadis Buba: ସଦ୍ୟ ଆଫ୍ରିକୀୟ ଦେଶ ନାଇଜେରିଆରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା। ଏଠାକାର ଜଣେ ରାଜନେତା ମହମୁଦ ସାଦିସ ବୁବା ତାଙ୍କ ସହ ଜଡ଼ିତ ଏକ ଅଜବ ବିବାଦ ଯୋଗୁଁ ଏବେ ଚର୍ଚ୍ଚାକୁ ଆସି ଯାଇଛନ୍ତି। ଆପଣ ନିର୍ବାଚନ ଲଢୁଥିବା ରାଜନେତାଙ୍କୁ ତାଙ୍କର ମିଥ୍ୟା ବୟସ ବିବରଣୀ ତଥ୍ୟ ପ୍ରଦାନ କରିଥିବାର ଖବର ଶୁଣିଥିବେ। ହେଲେ ନାଇଜେରିଆରେ ଏବେ ଯେଉଁ ଘଟଣା ଘଟିଛି​ ତାହାକୁ ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ। ସ୍ଥାନୀୟ ରିପୋର୍ଟ ଅନୁଯାୟୀ ୧୬ ବର୍ଷୀୟ ବୁବା ଆନୁଷ୍ଠାନିକ ଭାବରେ ତାଙ୍କ ବୟସ ୩୦ ବର୍ଷ ଦର୍ଶାଇଥିଲେ। ଯାହା ନାଇଜେରିଆର ସମ୍ବିଧାନ ଅନୁଯାୟୀ ନିର୍ବାଚନ ଲଢ଼ିବା ପାଇଁ ସର୍ବନିମ୍ନ ବୟସ ଆବଶ୍ୟକତା ପୂରଣ କରିଥାଏ। ହେଲେ ତଥାପି, ଗଣମାଧ୍ୟମ ସଙ୍ଗଠନ "ପିପୁଲ୍ସ ଗେଜେଟ୍" ପରେ ବୁବାଙ୍କ ଜାତୀୟ ପରିଚୟ ରେକର୍ଡ ଯାଞ୍ଚ କରିଥିବାର ଦାବି କରିଥିଲା। ​​ଯେଉଁଥିରେ ତାଙ୍କର ପ୍ରକୃତ ବୟସ ୧୬ ବର୍ଷ ବୋଲି ଜଣା ପଡ଼ିଥିଲା। ଯାହାର ଅର୍ଥ ହେଉଛି ଜଣେ ୧୬ ବର୍ଷୀୟ ନାବାଳକ ନିଜକୁ ୩୦ ବର୍ଷ ବୟସର ବୋଲି ଦାବି କରି ନିର୍ବାଚନ ଲଢ଼ିବାକୁ ଚେଷ୍ଟା କରୁଥିଲେ।

କିଏ ଏହି ମହମ୍ମଦ ସାଦିସ ବୁବା?

ନାଇଜେରିଆରେ ସ୍ଥାନୀୟ ଭାବରେ "ଆବିନ ଅଲ-ଆଜାବି" (ଯାହାର ଅର୍ଥ ହେଉଛି ଅଦ୍ଭୂତ) ନାମରେ ଜଣାଶୁଣା ମହମୁଦ ସାଦିସ ବୁବା (Mahmud Sadis Buba), ସେତେବେଳେ ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ସେ ୨୦୨୭ ​​ପ୍ରତିନିଧି ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଥିଲେ। ଏହି ଘୋଷଣା ପରେ ସେ ଗଣମାଧ୍ୟମର ଶିରୋନାମା ପାଲଟି ଯାଇଥିଲେ। ହେଲେ ତଥାପି ସେ ପରେ ଏହି ନିର୍ବାଚନରୁ ଓହରି ଯାଇଥିଲେ।

ଏକ ଫେସବୁକ୍ ପୋଷ୍ଟ୍ ରେ ୧୬ ବର୍ଷୀୟ ବୁବା ଘୋଷଣା କରିଥିଲେ ଯେ ସେ ପ୍ରତିନିଧି ସଭା ନିର୍ବାଚନରୁ ତତ୍କାଳ ପ୍ରଭାବରେ ଓହରି ଯାଉଛନ୍ତି। ସେ ତାଙ୍କ ଦଳ ଅଲ୍ ପ୍ରୋଗ୍ରେସିଭ୍ସ କଂଗ୍ରେସ (All Progressives Congress Nigeria) ଅଧ୍ୟକ୍ଷଙ୍କୁ ଲେଖିଥିବା ଚିଠିରେ ସେ କହିଛନ୍ତି ଯେ ଏହି ନିଷ୍ପତ୍ତି ଦଳର ସର୍ବୋତ୍ତମ ସ୍ୱାର୍ଥରେ ନିଆଯାଇଛି।

ଏହା ସହ ପଢନ୍ତୁ: ଟ୍ରମ୍ପଙ୍କ ପାଇଁ ବକ୍ରି ଇଦ୍ ବେଳେ ମହଙ୍ଗା ହୋଇଗଲା ଛେଳି; ହେଲେ କାହିଁକି?

ଯେତେବେଳେ ଲୋକେ ତାଙ୍କର ଛୋଟ ଉଚ୍ଚତା ବିଷୟରେ ଆଲୋଚନା କଲେ, ବୁବା କହିଥିଲେ ଯେ ତାଙ୍କର ବାମନତ୍ୱ ରହିଛି। ସେ ଦାବି କଲେ ଯେ ସେ ତାଙ୍କ ଜେଜେ ବାପାଙ୍କ ଠାରୁ ଏହି ଅବସ୍ଥା ଉତ୍ତରାଧିକାରୀ ଭାବରେ ପାଇଛନ୍ତି। ସେ କହିଛନ୍ତି ଯେ ତାଙ୍କର ଉଚ୍ଚତା କେବେବି ଜାତୀୟ ସଂସଦରେ ସେବା କରିବାର କ୍ଷମତାକୁ ପ୍ରଭାବିତ କରିବ ନାହିଁ। ହେଲେ ଯେତେବେଳେ ତାଙ୍କର ଜନ୍ମ ପ୍ରମାଣପତ୍ର ସମେତ କିଛି ଦସ୍ତାବିଜ୍ ସାମ୍ନାକୁ ଆସିଗଲା, ସେତେବେଳେ ସ୍ଥାନୀୟ ବାସିନ୍ଦାଙ୍କ ସୋସିଆଲ ମିଡିଆ ୟୁଜର ତାଙ୍କ ବାମନତ୍ୱ ଦାବି ଉପରେ ପ୍ରଶ୍ନ ଉଠାଇବା ଆରମ୍ଭ କଲେ।

ଏହି ରିପୋର୍ଟ ନାଇଜେରିଆରେ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କ ପାଇଁ ଯାଞ୍ଚ ପ୍ରକ୍ରିୟା ବିଷୟରେ ବ୍ୟାପକ ଜନଆକ୍ରୋଶ ଏବଂ ବିତର୍କ ସୃଷ୍ଟି କରିଛି। ହେଲେ ତଥାପି ବିଭାଗୀୟ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ଲିକ୍ ହୋଇଥିବା ଦସ୍ତାବିଜ୍ ର ସତ୍ୟତାକୁ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରିନାହାଁନ୍ତି।





Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Nigeria Age Fraud: 16-Year-Old Boy Fakes Age to Run for Parliament | Argus News