Bakrid 2026 / ଟ୍ରମ୍ପଙ୍କ ପାଇଁ ବକ୍ରି ଇଦ୍ ବେଳେ ମହଙ୍ଗା ହୋଇଗଲା ଛେଳି; ହେଲେ କାହିଁକି?
·1 hour ago·3 min read

Key Points
ବକ୍ରି ଇଦ୍ ବେଳେ ଆକାଶଛୁଆଁ ହୋଇଛି ଛେଳିଙ୍କ ମୂଲ୍ୟ। ଏହା ପଛରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭୂମିକା ରହିଥିବା କୁହାଯାଉଛି।
Sacrificing Goat on Bakrid: ଆସନ୍ତାକାଲି (ମେ ୨୮) ତାରିଖରେ ପାଳିତ ହେବାକୁ ଯାଉଛି ତ୍ୟାଗ ଏବଂ ବଳିଦାନର ପର୍ବ ବକ୍ରିଇଦ୍। ହେଲେ ଏହା ପୂର୍ବରୁ ମହଙ୍ଗା ହୋଇଉଠିଛି ଛେଳି। ଆଫ୍ରକୀୟ ଦେଶ ନାଇଜେରିଆରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଯେଉଁଠି ଛେଳି ମେଣ୍ଢା ବିକ୍ରୟ ହେଉଥିବା ବଜାରରେ ଏଥର କମ୍ ଉତ୍ସାହ ରହିଥିବା ବେଳେ ଚିନ୍ତା ଅଧିକ ବଢିଯାଇଛି। ଆର୍ଥିକ ସଙ୍କଟ, ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ପେଟ୍ରୋଲ ଦର ବୃଦ୍ଧି ଏବଂ ଆତଙ୍କବାଦୀ ଆକ୍ରମଣର ଭୟ ପରିସ୍ଥିତିକୁ ଆହୁରି ଅଧିକ କଷ୍ଟଦାୟକ କରିଦେଇଛି। ବକ୍ରିଇଦ୍ ପାଇଁ ବଜାରକୁ ହଜାର ହଜାର ଛେଳି ମେଣ୍ଢା ଆସିଛନ୍ତି। ହେଲେ ଏଥର ଏହାକୁ କ୍ରୟ କରିବାକୁ ଚାହୁଁଥିବା କ୍ରେତାଙ୍କ ସଂଖ୍ୟା କମ୍ ରହିଛି। ଏନେଇ ଲୋକଙ୍କ କହିବା କଥା ଯେ ବକ୍ରିଇଦ୍ ଅବସରରେ ବଳି ଦିଆଯିବାକା ଥିବା ପଶୁଙ୍କୁ କିଣିବା ସାଧାରଣ ପରିବାର ପକ୍ଷେ ସମ୍ଭବପର ହୋଇନାହିଁ। ଦରଦାମ୍ ବଢିଥିବାରୁ ଏଥର ଲୋକେ ବକ୍ରି ଇଦ୍ ଅବସରରେ ଘରକୁ ଯିବାର ଯୋଜନା ମଧ୍ୟ ପରିତ୍ୟାଗ କରୁଛନ୍ତି।
କ'ଣ ରହିଛି ନାଇଜେରିଆ ସ୍ଥିତି?
ନ୍ୟୁଜ ଏଜେନ୍ସି ଆସୋସିଏଟେଡ୍ ଫ୍ରାନ୍ସ ପ୍ରେସ୍ ରିପୋର୍ଟ ଅନୁଯାୟୀ, ଗତ ସପ୍ତାହରେ ହୋଇଥିବା ପ୍ରବଳ ବର୍ଷା ମଧ୍ୟରେ ଦକ୍ଷିଣ-ପଶ୍ଚିମ ନାଇଜେରିଆର କାରା ମାର୍କେଟ, ଯାହା ଲାଗୋସ-ଓଗୁନ ସୀମା ନିକଟରେ ଅବସ୍ଥିତ ଏକ ପ୍ରମୁଖ ପଶୁ ବଜାର ସେଠାରେ ହଜାର ହଜାର ଛେଳି ମେଣ୍ଢା ବିକ୍ରି ହେବା ପାଇଁ ଆସିଥିଲେ। ହେଲେ ବ୍ୟବସାୟୀ ମନ୍ଥର ବିକ୍ରୟକୁ ନେଇ ଚିନ୍ତିତ ହୋଇ ଉଠିଥିଲେ। ଉତ୍ତର ନାଇଜେରିଆରୁ ପ୍ରତିଦିନ ହଜାର ହଜାର ପଶୁ ବିକ୍ରି ପାଇଁ ଏହି ବଜାରକୁ ଆସିଥାନ୍ତି। ଦେଶରେ ବସବାସ କରୁଥିବା ମୁସଲିମ ସମ୍ପ୍ରଦାୟ ବକ୍ରିଇଦ୍ ପର୍ବ ପାଳନ ପାଇଁ ପ୍ରସ୍ତୁତି କରୁଛନ୍ତି। ଦେଶର ପ୍ରାୟ ଅଧା ଜନସଂଖ୍ୟା ହେଉଛନ୍ତି ମୁସଲମାନ। ବକ୍ରିଇଦ୍ ସମୟରେ ସମୟରେ ଛେଳି, ମେଣ୍ଢା ଆଦି ପଶୁଙ୍କ ବେଶ ଚାହିଦା ରହିଥାଏ।
ଏହା ସହ ପଢନ୍ତୁ: ଚୋରି ମାଲ୍ ପାଇଁ କାହିଁକି ମୁହାଁମୁହିଁ ଇସ୍ରାଏଲ-ୟୁକ୍ରେନ; କ'ଣ ରହିଛି ପରଦା ପଛର କାହାଣୀ?
ଅନେକ ବ୍ୟବସାୟୀ ନ୍ୟୁଜ ଏଜେନ୍ସି ଏଏଫପି ସହ କଥାବାର୍ତ୍ତା କରିବା ବେଳେ କହିଛନ୍ତି ଯେ ଚଳିତ ବର୍ଷ ପଶୁଙ୍କ ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ଯାହା ଫଳରେ ବିକ୍ରି ଅନେକାଂରେ ହ୍ରାସ ପାଇଛି। ବକ୍ରିଇଦ୍ ସମୟରେ ସବୁଠାରୁ ଅଧିକ ଚାହିଦା ଥିବା ମେଣ୍ଢାର ମୂଲ୍ୟ ୨,୫୦,୦୦୦ (ଭାରତୀୟ ମୁଦ୍ରାରେ ପ୍ରାୟ ୧୮୦୦୦ ଟଙ୍କା) ନାଇରାରୁ ୧୨ ଲକ୍ଷ ନାଇରା (ଭାରତୀୟ ମୁଦ୍ରାରେ ପ୍ରାୟ ୮୪୦୦୦ ଟଙ୍କା) ପର୍ଯ୍ୟନ୍ତ ରହିଛି। ଏହି ମୂଲ୍ୟ ସେମାନଙ୍କ (ଛେଳି-ମେଣ୍ଢା) ଆକାର ଏବଂ ଓଜନ ଉପରେ ନିର୍ଭର କରିଥାଏ।
ଟ୍ରମ୍ପ ଲଢୁଥିବା ଯୁଦ୍ଧ ମଧ୍ୟ ଏକ ପ୍ରମୁଖ କାରଣ
ବ୍ୟବସାୟୀ ଏହି ବଜାର ଏବଂ ଦକ୍ଷିଣ-ପଶ୍ଚିମ ନାଇଜେରିଆର ଅନ୍ୟାନ୍ୟ ଅଞ୍ଚଳରେ ଛେଳି ମେଣ୍ଢା ବିକ୍ରୟ କରିବା ପାଇଁ ପ୍ରାୟ ୧୦୦୦ କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିଥାନ୍ତି। କାରଣ ବକ୍ରିଇଦ୍ ବେଳେ ଛେଳି ମେଣ୍ଢାଙ୍କ ଚାହିଦା ବହୁତ ରହିଥାଏ। ହେଲେ ଏଥର ବକ୍ରିଇଦ୍ ବେଳେ ବଳି ଦିଆଯିବାକୁ ଯାଉଥିବା ପଶୁଙ୍କୁ ବଜାର ପର୍ଯ୍ୟନ୍ତ ଆଣିବାର ଖର୍ଚ୍ଚ ବର୍ତ୍ତମାନ ଦ୍ୱିଗୁଣିତ ହୋଇଛି। ସାଧାରଣତଃ ପର୍ବପର୍ବାଣୀ ସମୟରେ ପରିବହନ ଖର୍ଚ୍ଚ ବୃଦ୍ଧି ପାଇଥାଏ। ହେଲେ ଚଳିତ ବର୍ଷ ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଇନ୍ଧନ ମୂଲ୍ୟ ବୃଦ୍ଧି ପାଇବା ଦ୍ୱାରା ଚାପ ଆହୁରି ବଢିଯାଇଛି।
ଏହା ସହିତ ପଢନ୍ତୁ: ପାକିସ୍ତାନ ସରକାରଙ୍କ ନିଷ୍ପତ୍ତି; ବିଦେଶୀ ଋଣ ଶୁଝିବେ ଗଧ!
ଅନେକ ମୁସଲମାନ ସେମାନଙ୍କ ପରିବାର ସହିତ ଇଦ୍ ପାଳନ କରିବାକୁ ଯାତ୍ରା କରିଥାନ୍ତି। ହେଲେ ବଢି ଚାଲିଥିବା ଯାତ୍ରୀ ଭଡ଼ା ଏବେ କିଛି ଲୋକଙ୍କୁ ସେମାନଙ୍କର ଯାତ୍ରା ଯୋଜନା ବାତିଲ କରିବାକୁ ବାଧ୍ୟ କରୁଛି। ଦେଶର ଅନେକ ସ୍ଥାନରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ପ୍ରାୟ ୮୫୦ ନାୟରା (ଭାରତୀୟ ମୁଦ୍ରାରେ ପ୍ରାୟ ୫୯ ଟଙ୍କା) ରୁ ବୃଦ୍ଧି ପାଇ ୧୩୨୦ ନାୟରା (ଭାରତୀୟ ମୁଦ୍ରାରେ ପ୍ରାୟ ୯୨ ଟଙ୍କା) ହୋଇଯାଇଛି। ଗତ ୨୦୨୩ ପ୍ରାରମ୍ଭରେ, ପେଟ୍ରୋଲ ଲିଟର ପିଛା ପ୍ରାୟ ୧୯୫ ନାୟରା (ଭାରତୀୟ ମୁଦ୍ରାରେ ପ୍ରାୟ ୧୩ ଟଙ୍କା) ମୂଲ୍ୟରେ ବିକ୍ରି ହେଉଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Bakrid 2026Bakrid 2026 inflationwhy goats are expensive in Nigeria TrumpTrump impact on Africa livestock pricesBakrid goat prices Nigeria 2026Donald Trump global economic policies livestock marketNigeria inflation Bakrid goat marketgeopolitical impact on Africa meat pricescurrency devaluation and livestock cost Nigeria