Nigeria Boat Tragedy / ଯାତ୍ରା ବେଳେ ଓଲଟିଲା ଡଙ୍ଗା; ଶିଶୁ ଏବଂ ମହିଳାଙ୍କ ସମେତ ୪୭ ମୃତ
·2 weeks ago·2 min read

Key Points
ଜାତୀୟ ଅନ୍ତର୍ଦେଶୀୟ ଜଳପଥ ପ୍ରାଧିକରଣର, ସୋକୋଟୋ ରାଜ୍ୟ ପରିଚାଳକ ଅବଦୁଲକାଦିର ୟୁସୁଫ୍ ଏହି ସାଂଘାତିକ ଦୁର୍ଘଟଣାର ନିଶ୍ଚିତ କରିଛନ୍ତି। ଏନେଇ ସେ କହିଛନ୍ତି ଯେ ମୃତ୍ୟୁ ସଂଖ୍ୟା ୪୭ ରହିଛି।
Boat Capsizes In Sokoto State Nigeria: ଗୁରୁବାର (ଅଗଷ୍ଟ ୨୦) ନାଇଜେରିଆର ଉତ୍ତର-ପଶ୍ଚିମ ସୋକୋଟୋ ପ୍ରଦେଶରେ ଘଟିଯାଇଛି ଏକ ବଡ଼ ଡଙ୍ଗା ଦୁର୍ଘଟଣା। ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ନଦୀରେ ବୁଡ଼ିଯିବାରୁ ଅତି କମରେ ୪୭ ଜଣଙ୍କ ମୃତ୍ୟୁ ହୋଇଛି। ଅଧିକାରୀ ଏବଂ ସ୍ଥାନୀୟ ବାସିନ୍ଦା ଏହି ଦୁର୍ଘଟଣାକୁ ନିଶ୍ଚିତ କରିଛନ୍ତି। ରିପୋର୍ଟ ଅନୁଯାୟୀ, ନଦୀରେ ବୁଡ଼ି ଯାଇଥିବା ଡଙ୍ଗାରେ ଯେଉଁ ଲୋକ ଲୋକ ଯାତ୍ରା କରୁଥୁଲେ ସେମାନେ ଧାନ ଚାଷ ହୋଇଥିବା ଜମିରେ କାମ କରିବା ପାଇଁ ଯାଉଥିଲା। ରାଜ୍ୟର ଗୋରୋନିଓ ସ୍ଥାନୀୟ ସରକାରୀ ଅଞ୍ଚଳର ଗୋରାଉ ସହର ନିକଟରେ ଏହି ଦୁର୍ଘଟଣା ଘଟିଥିଲା।
ଏଥିରେ ଯାତ୍ରା କରୁଥିବା ଅଧିକାଂଶ ଲୋକ ସେହି କୃଷି ଭୂମିରେ କାର୍ଯ୍ୟ କରିବା ପାଇଁ ନଦୀ ପାର ହେଉଥିଲେ। ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ ଏହି ଡଙ୍ଗା ସେହି ଜମି ମାଲିକ ଏବଂ ଧାନ ଅମଳ ପାଇଁ ନିୟୋଜିତ ଶ୍ରମିକଙ୍କୁ ନେଇ ଯାତ୍ରା କରୁଥିଲା। ଡଙ୍ଗା ବୁଡ଼ିଯିବା ସମୟରେ ସେଥିରେ ପ୍ରାୟ ୭୦ ଜଣରୁ ଅଧିକ ଲୋକ ଯାତ୍ରା କରୁଥିଲେ। ହେଲେ ତଥାପି ଅନ୍ୟ ଜଣେ ବାସିନ୍ଦା କହିଛନ୍ତି ଏହି ସଂଖ୍ୟା ପ୍ରାୟ ୫୭ ରହିଥିଲା।
୪୨ ମୃତଦେହ ଦେଖା ଯାଇଥିବାର ହୋଇଛି ଦାବି
ମିଡିଆ ରିପୋର୍ଟ ଅନୁଯାୟୀ, ସ୍ଥାନୀୟ ବାସିନ୍ଦା ସାମାଇଲା ଗରବା କହିଛନ୍ତି ଯେ ତାଙ୍କ ୧୩ ବର୍ଷୀୟା ନାତୁଣୀ ଜମିଲା ଉସମାନ ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ସେ ବ୍ୟକ୍ତିଗତ ଭାବରେ ୪୨ ମୃତଦେହ ଦେଖିଥିବା ଦାବି କରିଛନ୍ତି। ସେ କହିଛନ୍ତି ଯେ ମୃତକଙ୍କ ମଧ୍ୟରୁ ଅଧିକାଂଶ ମହିଳା ଏବଂ ଶିଶୁ ଅଛନ୍ତି। ସେ ଆହୁରି କହିଛନ୍ତି ଯେ ଦୁର୍ଘଟଣା ପରେ, ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ସ୍ଥାନୀୟ ଲୋକ ପୀଡିତଙ୍କୁ ଖୋଜି ବାହାର କରିବା ଆରମ୍ଭ କରିଥିଲେ। ହେଲେ ତଥାପି ଡଙ୍ଗାରେ ରହିଥିବା ମୋଟ ଲୋକଙ୍କ ସଂଖ୍ୟା ତୁରନ୍ତ ଜଣାପଡିନଥିଲା।
ଏହା ସହ ପଢନ୍ତୁ: ସୁନା ଖୋଜିବା ବେଳେ ଶ୍ରମିକଙ୍କ ଉପରେ ଧସିଲା ପାହାଡ଼; ୩୦ ମୃତ, ଜାରି ରହିଛି ଉଦ୍ଧାର ଅଭିଯାନ
୪୭ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ନିଶ୍ଚିତସ କରିଛନ୍ତି ଅଧିକାରୀ
ଦେଶର ଅନ୍ତର୍ଦେଶୀୟ ଜଳପଥ ପ୍ରାଧିକରଣର, ସୋକୋଟୋ ରାଜ୍ୟ ପରିଚାଳକ ଅବଦୁଲ କାଦିର ୟୁସୁଫ୍ ଏହି ଦୁର୍ଘଟଣାକୁ ନିଶ୍ଚିତ କରିଛନ୍ତି। ଏନେଇ ସେ କହିଛନ୍ତି ଯେ ଡଙ୍ଗା ବୁଡ଼ିଯିବା ଫଳରେ ୪୭ ଜଣଙ୍କ ମୃତ୍ୟୁ ହୋଇଛି। ସେ କହିଛନ୍ତି ଯେ ଦୁର୍ଘଟଣା ଘଟିବା ପରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ସମ୍ବନ୍ଧୀୟ ସୂଚନା ସଂଗ୍ରହ କରାଯାଉଛି। ବର୍ତ୍ତମାନ ଦୁର୍ଘଟଣା ପଛରେ ରହିଥିବା କାରଣ ସରକାରୀ ଭାବରେ ପ୍ରକାଶ କରାଯାଇ ନାହିଁ। ସ୍ଥାନୀୟ ଅଧିକାରୀ ଏହି ଦୁର୍ଘଟଣାର ତଦନ୍ତ କରୁଛନ୍ତି। ରିଲିଫ୍ କାର୍ଯ୍ୟ ପାଇଁ ସୂଚନା ସଂଗ୍ରହ କରୁଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ନାଇଜେରିଆରେ ପୂର୍ବରୁ ଏପରି ଡଙ୍ଗା ବୁଡ଼ିଯିବା ଘଟଣା ଅନେକ ଥର ହୋଇସାରିଛି। ବିଶେଷକରି ଦେଶର ଗ୍ରାମାଞ୍ଚଳରେ ଯେଉଁଠାରେ ଲୋକେ ଦୈନନ୍ଦିନ କାମ ଏବଂ କୃଷି କାର୍ଯ୍ୟ ପାଇଁ ନଦୀ ପାର ହୋଇଥାନ୍ତି। ଅତ୍ୟଧିକ ଭିଡ଼, ତ୍ରୁଟିପୂର୍ଣ୍ଣ ଡଙ୍ଗା ଏବଂ ସୁରକ୍ଷା ବ୍ୟବସ୍ଥାର ଅଭାବ ଏପରି ଦୁର୍ଘଟଣା ପଛର ମୁଖ୍ୟ କାରଣ।
Related Topics
Explore more stories