Videos
|
International

Oil Theft Turns Deadly / ମଝି ସମୁଦ୍ରରେ ଜାହାଜରୁ ତେଲ ଚୋରି ପାଇଁ ଯାଇଥିଲେ, ବିଷାକ୍ତ ଗ୍ୟାସ୍‌ରେ ଆଖି ବୁଜିଲେ ୩୭ ଜଣ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ମଝି ସମୁଦ୍ରରେ ଜାହାଜରୁ ତେଲ ଚୋରି ପାଇଁ ଯାଇଥିଲେ, ବିଷାକ୍ତ ଗ୍ୟାସ୍‌ରେ ଆଖି ବୁଜିଲେ ୩୭ ଜଣ
37 Killed by Toxic Gas

Key Points

ସମୁଦ୍ର ମଝିରେ ତୈଳବାହୀ ଜାହାଜରୁ ଅଶୋଧିତ ତୈଳ ଚୋରାଇବା ପାଇଁ ପ୍ରୟାସ ବେଳେ ପ୍ରାୟ ୩୭ ଜଣଙ୍କ ମୃତ୍ୟୁ ହୋଛି । କୁହାଯାଉଛି, ଜାହାଜରୁ ଡ୍ରମରେ ତୈଳ ଚୋରାଇବା ବେଳେ ବିଷାକ୍ତ ଗ୍ୟାସ୍ ବାହାରିଥିଲା ।
ନୂଆଦିଲ୍ଲୀ: ଗଭୀର ସମୁଦ୍ର, ଅଥଳ ପାଣି । ମଝି ସମୁଦ୍ରରେ ଯାଉଥିବା ଜାହାଜରେ ଚଢ଼ି ସେଥିରୁ ତେଲ ଚୋରି । ଏଭଳି ଦୁଃସାହାସିକ ଚୋରି ବେଳେ ୩୭ ଜଣ ପ୍ରାଣ ହରାଇଛନ୍ତି । ଏକାଧିକ ଜଣ ନିଖୋଜ ଥିବା ଜଣାପଡ଼ିଛି । ନାଇଜେରିଆର ତୈଳ ସମୃଦ୍ଧ ରାଜ୍ୟ ରିଭର୍ସରେ ବଡ଼ ଦୁର୍ଘଟଣା ଘଟିଛି ।

ସୂଚନା ଅନୁସାରେ, ସମୁଦ୍ର ମଝିରେ ତୈଳବାହୀ ଜାହାଜରୁ ଅଶୋଧିତ ତୈଳ ଚୋରାଇବା ପାଇଁ ପ୍ରୟାସ ବେଳେ ପ୍ରାୟ ୩୭ ଜଣଙ୍କ ମୃତ୍ୟୁ ହୋଛି । କୁହାଯାଉଛି, ଜାହାଜରୁ ଡ୍ରମରେ ତୈଳ ଚୋରାଇବା ବେଳେ ବିଷାକ୍ତ ଗ୍ୟାସ୍ ବାହାରିଥିଲା । ଆଉ ସେହି ଗ୍ୟାସ ନିଶ୍ଵାସରେ ଶରୀରକୁ ଯିବାରୁ ଜୀବନ ଚାଲି ଯାଇଛି ।

ଏଥିସହ ପଢ଼ନ୍ତୁ: ଜନ୍ମାଷ୍ଟମୀରେ ନେପାଳ ସୁଡ଼ଙ୍ଗରୁ ଶ୍ରମିକଙ୍କୁ ମିଳିଲା ନୂଆ ଜୀବନ; ୯ ଦିନ ଧରି ଜପୁଥିଲେ 'କୃଷ୍ଣ' ନାମ 

ପରିବେଶ ସହ ଜଡ଼ିତ ସଂଗଠନ ୟୁଥ୍ସ ଏଣ୍ଡ ଏନଭରମେଣ୍ଟାଲ୍ ଆକଭୋକେସି ସେଣ୍ଟର ଶୁକ୍ରବାର ଏହି ଦୁର୍ଘଟଣା ନେଇ ସୂଚନା ଦେଇଛି । ସଂଗଠନ ଅନୁସାରେ, ଏହି ଘଟଣା ଗୁରୁବାର ଘଟିଛି । ଅନେକ ତୈଳ ଚୋରି କରିବାକୁ ନିଜ ନିଜର ଛୋଟ ଡଙ୍ଗା ନେଇ ଯାଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିପାଇ ଏକ ଅବୈଧ ତୈଳ ସଂଗ୍ରହ ସ୍ଥାନର ବ୍ୟବହାର କରାଯାଉଥିଲା । ତୈଳ ଚୋରି କରିବା ସମୟରେ ବିଷାକ୍ତ ଗ୍ୟାସ୍ ଓ ଧୂଆଁ ବାହାରିଥିଲା । ଫଳରେ ଛୋଟ ଡଙ୍ଗା ନେଇ ଯାଇଥିବା ୩୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ହୋଇଥିବା କୁହାଯାଉଛି ।

ମଝି ସମୁଦ୍ରରେ ଏଭଳି ଅଘଟଣ ଘଟିଥିବା ନେଇ ଶୁକ୍ରବାର ପୋଲିସ ସ୍ପଷ୍ଟ ସୂଚନା ଦେଇଛି । ତେବେ ପୋଲିସ ମୃତକଙ୍କ ସଂଖ୍ୟା ପ୍ରକାଶ କରି ନାହିଁ । ପୋଲିସ କହିଛି ଯେ, "ମାମଲାର ତଦନ୍ତ ଆରମ୍ଭ କରାଯାଇଛି । ପୋଲିସ କମାଣ୍ଡ ହିଁ ମୃତ୍ୟୁ କଥା କହିପାରିବେ । ତେବେ ଅଶୋଧିତ ତୈଳ ଚୋରି କରିବାକୁ ପ୍ରୟାସ ବେଳେ ଏହି ଅଘଟଣ ଘଟିଛି ।"

ଡେଲ୍ଟାରେ ନୂଆ ନୁହେଁ ତୈଳ ଚୋରି

ସୂଚନାଯୋଗ୍ୟ, ନାଇଜେରିଆର ନାଇଜର ଡେଲ୍ଟା ଅଞ୍ଚଳରେ ଏଭଳି ତୈଳ ଚୋରି ଦୀର୍ଘ ଦିନରୁ ହୋଇ ଆସୁଛି । ଏହି ଅଞ୍ଚଳରେ ଦେଶର ସର୍ବାଧିକ ତୈଳ ଉତ୍ତୋଳନ ହୋଇଥାଏ । ଆଫ୍ରିକାର ସବୁଠୁ ବଡ଼ ତୈଳ ଉତ୍ପାଦନକାରୀ ଦେଶ ହେଉଛି ନାଇଜେରିଆ । କିନ୍ତୁ, ପ୍ରଚୁର ତୈଳ ସମ୍ପଦ ଥିବା ସତ୍ତ୍ଵେ ନାଇଜର ଡେଲ୍ଟା ଜନସଂଖ୍ୟାର ବଡ଼ ଅଂଶ ଗରିବୀ ଓ ବେରୋଜଗାର ସହ ଜୁଝିଛନ୍ତି ।

ଏଥିସହ ପଢ଼ନ୍ତୁ: ୩୦୦୦ ମୁଣ୍ଡ ନେଲାଣି ଇବୋଲା; ଏମିତି ବ୍ୟାପେ ଏହି ଘାତକ ଭାଇରସ୍, ଜାଣନ୍ତୁ କିପରି ସୁରକ୍ଷିତ ରହିବେ 

ଅଞ୍ଚଳରେ ଦଶନ୍ଧି ଧରି ତୈଳ ସନ୍ଧାନ ଓ ଉତ୍ତୋଳନ ପାଇଁ ପରିବେଶ ବେଶ୍ କ୍ଷତି ସହୁଛି । ପାଇପଲାଇନ୍‌ରେ ଅବୈଧ ଭାବେ ଛିଦ୍ର କରି ତୈଳ ଚୋରି ହେଉଛି । ଛୋଟ ଡଙ୍ଗା ଓ ଅନ୍ୟ ମାଧ୍ୟମରେ ତୈଳ ଚୋରି କରି ନେବା ସେଠାକାର ନିତିଦିନିଆ ଘଟଣା ଅଟେ ।