Videos
|
International

Nobel Prize / ଅର୍ଥନୀତିରେ ଜୋଏଲ-ଫିଲପ୍‌-ପିଟରଙ୍କୁ ପୁଣି ନୋବେଲ ପୁରସ୍କାର

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·2 min read
ଅର୍ଥନୀତିରେ ଜୋଏଲ-ଫିଲପ୍‌-ପିଟରଙ୍କୁ ପୁଣି ନୋବେଲ ପୁରସ୍କାର

Key Points

 ପୁରସ୍କାର ପ୍ରତିବର୍ଷ ସେହି ବ୍ୟକ୍ତିମାନଙ୍କୁ ଦିଆଯାଏ ଯେମାନେ ଅର୍ଥନୀତି ବିଜ୍ଞାନର ମାନବଜୀବନରେ ପ୍ରୟୋଗ, ବିକାଶ ଓ ଅବଦାନରେ ଗୁରୁତ୍ୱପୂର୍ଣ୍ଣ କାମ କରିଛନ୍ତି।

ରୟାଲ୍ ସ୍ୱିଡିସ୍ ଏକାଡେମୀ ଅଫ୍ ସାଇନ୍ସେସ୍ ୨୦୨୫ ମସିହା ପାଇଁ ଅର୍ଥନୀତିରେ ନୋବେଲ୍ ପୁରସ୍କାର ଘୋଷଣା କରିଛି। 'ଉତ୍ପାଦନ-ଚାଳିତ ଅର୍ଥନୈତିକ ଅଭିବୃଦ୍ଧିକୁ ବାଖ୍ୟା କରିଥିବାରୁ ଜୋଏଲ୍ ମୋକିର୍, ଫିଲିପ୍ ଆଗିଅନ୍ ଏବଂ ପିଟର୍ ହାୱିଟଙ୍କୁ ଅର୍ଥନୀତିରେ ନୋବେଲ୍ ପୁରସ୍କାର ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି । ଜୋଏଲ ମୋକିର ଆମେରିକାର ଇଭାଷ୍ଟନସ୍ଥିତ ନର୍ଥ-ଓ୍ବେଷ୍ଟର୍ଣ୍ଣ ବିଶ୍ବବିଦ୍ୟାଳୟରେ ଅଧ୍ୟାପନା କରୁଥିବା ବେଳେ ପିଟର ହାଓ୍ବିଟ ଆମେରିକାର ବ୍ରାଉନ ବିଶ୍ବବିଦ୍ୟାଳୟରେ ଅଧ୍ୟାପନା କରୁଛନ୍ତି।

ସୂଚନାଯୋଗ୍ୟ ଯେ ଅର୍ଥନୀତିରେ ନୋବେଲ ପୁରସ୍କାର ପ୍ରଦାନ କରିବା ଏହି ପୁରସ୍କାରର ପ୍ରତିଷ୍ଠାତା ସାର ଆଲଫ୍ରେଡ ନୋବେଲଙ୍କ ମୂଳ ଇଚ୍ଛାପତ୍ର ବା ଓ୍ବିଲରେ ନଥିଲା । ଏହି ପୁରସ୍କାର ପ୍ରଦାନ କରିବାକୁ ୧୯୬୮ ମସିହାରେ ସ୍ୱୀଡେନର କେନ୍ଦ୍ରୀୟ ବ୍ୟାଙ୍କ (ସ୍ୱେରିଜେସ ରିକସବ୍ୟାଙ୍କ) ପକ୍ଷରୁ ପ୍ରତଷ୍ଠା କରାଯାଇଥିଲା ଓ ପ୍ରଥମ ଥର ପାଇଁ ୧୯୬୯ରେ ପ୍ରଦାନ କରାଯାଇଥିଲା ।


ଏହାସହ ପଢ଼ନ୍ତୁ:- ଆଫଗାନିସ୍ତାନ ମାଡ଼ରେ ବେହାଲ ହେଲାଣି ପାକିସ୍ତାନ ସେନା !


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହାକୁ 'ସ୍ୱେରିଜେସ ରିକସବ୍ୟାଙ୍କ ପୁରସ୍କାର ଅର୍ଥନୀତି ବିଜ୍ଞାନରେ, ଆଲଫ୍ରେଡ୍ ନୋବେଲଙ୍କ ସ୍ମୃତିରେ' ବୋଲି ଆଧିକାରିକ ଭାବେ କୁହାଯାଏ। ଏହି ପୁରସ୍କାର ପ୍ରତିବର୍ଷ ସେହି ବ୍ୟକ୍ତିମାନଙ୍କୁ ଦିଆଯାଏ ଯେମାନେ ଅର୍ଥନୀତି ବିଜ୍ଞାନର ମାନବଜୀବନରେ ପ୍ରୟୋଗ, ବିକାଶ ଓ ଅବଦାନରେ ଗୁରୁତ୍ୱପୂର୍ଣ୍ଣ କାମ କରିଛନ୍ତି। ଏହା ଆଲଫ୍ରେଡ୍ ନୋବେଲଙ୍କ ମୂଳ ପୁରସ୍କାରଗୁଡିକ (ଯଥା ଶାନ୍ତି, ସାହିତ୍ୟ, ରସାୟନ, ଭୌତିକ ଓ ଜୀବବିଜ୍ଞାନ) ମଧ୍ୟରେ ନଥିଲେ ମଧ୍ୟ, ସେହି ସମାନ ଗୌରବ ଓ ପ୍ରତିଷ୍ଠା ରଖିଛି।

ଏହାପୂର୍ବରୁ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ୨୦୨୫ ପାଇଁ ୩ ଜଣ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ଦିଆଯାଇଛି । 'ମେଟାଲ ଅର୍ଗାନିକ୍ ଫ୍ରେମ୍‌ୱାର୍କ' ଉପରେ କାମ କରି ଜାପାନର କ୍ୟୋଟୋ ବିଶ୍ୱବିଦ୍ୟାଳୟର ସୁସୁମୁ କିଟାଗାୱା, ଅଷ୍ଟ୍ରେଲିଆର ମେଲବର୍ଣ୍ଣ ବିଶ୍ୱବିଦ୍ୟାଳୟର ରିଚାର୍ଡ ରବସନ ଏବଂ ଆମେରିକାର ବର୍କଲିର କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ଓମାର ଏମ୍. ୟାଘିଙ୍କୁ ମିଳିତ ଭାବରେ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି ।

ଏହି ତିନିଜଣ ବୈଜ୍ଞାନିକ ଏକାଠି ମିଶି ବିଭିନ୍ନ ଅଣୁଗୁଡ଼ିକୁ ନିର୍ଦ୍ଦିଷ୍ଟ ଉପାୟରେ ମିଶ୍ରଣ କରି କିଭଳି ଏକ ସଂରଚନା ସୃଷ୍ଟି କରାଯାଇପାରିବ, ତାହା ଉପରେ ରିସର୍ଚ୍ଚ କରିଥିଲେ, ଯେଉଁଥିରେ ଅଣୁମାନଙ୍କ ମଧ୍ୟରେ ବଡ଼ ସ୍ଥାନ କିମ୍ବା ଛିଦ୍ର ରଖିଥାଏ। ଏହି ଛିଦ୍ରଗୁଡ଼ିକ ଗ୍ୟାସ କିମ୍ବା ଅନ୍ୟାନ୍ୟ ରାସାୟନିକ ପଦାର୍ଥଗୁଡ଼ିକୁ ସହଜରେ ଯିବାକୁ ଅନୁମତି ଦିଅନ୍ତି। ଏହି ସଂରଚନାକୁ ପରବର୍ତ୍ତୀ ସମୟରେ 'ମେଟାଲ ଅର୍ଗାନିକ୍ ଫ୍ରେମ୍‌ୱାର୍କ' ବୋଲି କୁହାଗଲା ।


ଏହାସହ ପଢ଼ନ୍ତୁ:- ଖୁସି ଖବର, PF ଆକାଉଣ୍ଟରୁ ଉଠାଇ ପାରିବେ ୧୦୦% ପାଣ୍ଠି !


ଏହା ଦ୍ବାରା ମରୁଭୂମି ପବନରୁ ପାଣି ବାହାର କରିବା, କାର୍ବନ ଡାଇଅକ୍ସାଇଡ୍ ଧରିବା ଏବଂ ବିଷାକ୍ତ ଗ୍ୟାସ ସଂରକ୍ଷଣ କରିହେବ । ଏହା ଭବିଷ୍ୟତରେ ଜଳ ଅଭାବ, ଜଳବାୟୁ ପରିବର୍ତ୍ତନ ଏବଂ ଶିଳ୍ପ ପ୍ରଦୂଷଣର ମୁକାବିଲାରେ ଏକ ବଡ଼ ପରିବର୍ତ୍ତନକାରୀ ପ୍ରମାଣିତ ହୋଇପାରେ । ତେବେ ନୋବେଲ ପାଇଥିବା ଏହି ୩ ଜଣ ବୈଜ୍ଞାନିକଙ୍କ ଏହି ଆବିଷ୍କାର ସାମଗ୍ରୀ ବିଜ୍ଞାନ ଏବଂ ରସାୟନ ବିଜ୍ଞାନ ଉଭୟରେ ନୂତନ ସମ୍ଭାବନା ସୃଷ୍ଟି କରିଛି ।

Related Topics

Explore more stories

Nobel Prize | Nobel Prize in Economics 2025 awarded to Joel Mokyr, Philippe Aghion and Peter Howitt | Argus News