Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Middle East War / ଟ୍ରମ୍ପଙ୍କୁ ଟେନେସନ ଦେଲେ କିମ୍; ଆମେରିକା ଯାଏଁ ପହଞ୍ଚିପାରୁଥିବା ମିସାଇଲ କଲେ ପରୀକ୍ଷା

Debashree Debasmita Sahoo
Browse all articles by Debashree Debasmita Sahoo
·3 months ago·2 min read
ଟ୍ରମ୍ପଙ୍କୁ ଟେନେସନ ଦେଲେ କିମ୍; ଆମେରିକା ଯାଏଁ ପହଞ୍ଚିପାରୁଥିବା ମିସାଇଲ କଲେ ପରୀକ୍ଷା
Kim vs Trump

Key Points

ଇରାନ ଯୁଦ୍ଧ ମଧ୍ୟରେ ଚିନ୍ତାରେ ଡୋନାଲ୍ଡ ଟ୍ରମ୍ପ
ଟ୍ରମ୍ପଙ୍କ ଚିନ୍ତା ବଢାଇଲେ କିମ୍ ଜୋଙ୍ଗ ଉନ୍
ପରୀକ୍ଷା କଲେ ହାଇ-ଥ୍ରଷ୍ଟ ମିସାଇଲ ଇଞ୍ଜିନ
ଇରାନ ସହିତ ଯୁଦ୍ଧ ମଧ୍ୟରେ ଆମେରିକାକୁ ଟେନସନ୍ ଦେଉଛି ଉତ୍ତର କୋରିଆ । ନିକଟରେ ଉତ୍ତର କୋରିଆରେ ଏକ ଅପଗ୍ରେଟେଡ୍ ସଲିଡ୍-ଫ୍ୟୁଲ୍ ରକେଟ୍ ଇଞ୍ଜିନର ପରୀକ୍ଷଣ ହୋଇଛି । ଏଥିରେ କାର୍ବନ-ଫାଇବର କମ୍ପୋଜିଟ୍ ଇଞ୍ଜିନର ବ୍ୟବହାର କରାଯାଇଛି, ଯାହାର ସର୍ବାଧିକ ଥ୍ରଷ୍ଟ ୨୫୦୦ କିଲୋନ୍ୟୁଟନ ବୋଲି କୁହାଯାଉଛି । ରବିବାର ଏହି ପରୀକ୍ଷଣ କରାଯାଇଥିବାବେଳେ ଦେଶର ଶାସକ କିମ୍ ଜୋଙ୍ଗ ଉନ୍ ସେଠାରେ ଉପସ୍ଥିତ ଥିଲେ । ଏହି ପରୀକ୍ଷଣ ଉତ୍ତର କୋରିଆର ଆଗାମୀ ୫ ବର୍ଷ ରକ୍ଷା ଯୋଜନାର ଅଂଶ ବୋଲି ଜଣାପଡ଼ିଛି ।

କିମ ଜୋଙ୍ଗ ଉନ ବିଗତ ଦିନଗୁଡ଼ିକରେ ଏପରି ମିସାଇଲର ପରୀକ୍ଷଣ କରୁଛନ୍ତି, ଯାହାର କ୍ଷମତା ଆମେରିକା ପର୍ଯ୍ୟନ୍ତ ପହଞ୍ଚିବ ବୋଲି ଲକ୍ଷ୍ୟ ରଖାଯାଉଛି । ଏଥିଲାଗି ଉତ୍ତର କୋରିଆର ଏହି ପରୀକ୍ଷଣ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟେନସନ ବଢାଇଛି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ଉତ୍ତର କୋରିଆ ଆଗୁଆ ସମସ୍ତ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବା ଲାଗି ପ୍ରସ୍ତୁତ ହେଉଛି । ଅନ୍ୟ ଅର୍ଥରେ କହିବାକୁ ଗଲେ ଏବେ ଉତ୍ତର କୋରିଆର ଟାର୍ଗେଟରେ ଅଛି ଆମେରିକା ।

ଉତ୍ତର କୋରିଆ ଟାର୍ଗେଟରେ ଆମେରିକା !
ଉତ୍ତର କୋରିଆର ନୂତନ ଇଞ୍ଜିନର ସର୍ବାଧିକ ଥ୍ରଷ୍ଟ ୨୫୦୦ କିଲୋଟନ୍ ଅଛି । ବିଶେଷଜ୍ଞମାନେ କହିଛନ୍ତି ଯେ ଇଞ୍ଜିନର ଶକ୍ତି ବୃଦ୍ଧି କରିବା ପାଇଁ ଏହି ପ୍ରୟାସ ଆମେରିକାର ପ୍ରତିରକ୍ଷା ଭେଦ କରିବାର ସମ୍ଭାବନାକୁ ବୃଦ୍ଧି କରିବା ପାଇଁ ଗୋଟିଏ କ୍ଷେପଣାସ୍ତ୍ରରେ ଏକାଧିକ ଯୁଦ୍ଧାସ୍ତ୍ର ସ୍ଥାପନ କରିବାର ପ୍ରୟାସ ସହିତ ଜଡିତ । ଉତ୍ତର କୋରିଆ ଗତ କିଛି ବର୍ଷ ମଧ୍ୟରେ ଅନେକ ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର (ICBM) ପରୀକ୍ଷଣ କରିଛି, ଯାହା ଆମେରିକାର ମୁଖ୍ୟଭୂମି ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭାବ୍ୟ କ୍ଷମତା ରଖେ ।

ପଢନ୍ତୁ ଏହି ଖବର: ଆମେରିକାକୁ ଇରାନର କଡ଼ା ଚେତାବନୀ, ‘ପାଦ ରଖିଲେ କଫିନ୍‌ରେ ଫେରିବ’

ଉଚ୍ଚ ଥ୍ରଷ୍ଟ ଇଞ୍ଜିନଗୁଡ଼ିକ କ'ଣ ?
ବିଶ୍ଳେଷକମାନେ କୁହନ୍ତି ଯେ ଏପରି ଅଧିକ ଥ୍ରଷ୍ଟ ବିଶିଷ୍ଟ ଇଞ୍ଜିନଗୁଡ଼ିକ ଦୀର୍ଘ ଦୂରତା ଏବଂ କମ୍ ଲଞ୍ଚ ସମୟ ସହିତ ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ଶକ୍ତି ପ୍ରଦାନ କରେ । କୋରିଆ ଇନଷ୍ଟିଚ୍ୟୁଟ୍ ଫର୍ ନ୍ୟାସନାଲ୍ ୟୁନିଫିକେସନ୍‌ର ଜଣେ ବିଶ୍ଳେଷକ ହଙ୍ଗ୍ ମିନ୍ କହିଛନ୍ତି ଯେ ଏହି ପରୀକ୍ଷଣ ଆମେରିକା ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରୁଥିବା କ୍ଷେପଣାସ୍ତ୍ର ହାସଲ କରିବା ପାଇଁ ଉତ୍ତର କୋରିଆର ଦୃଢ଼ ସଂକଳ୍ପକୁ ପ୍ରଦର୍ଶନ କରିଛି ।

ଆମେରିକା ବିରୋଧରେ କିମ୍‌ଙ୍କ ଗମ୍ଭୀର ଅଭିଯୋଗ
ଉତ୍ତର କୋରିଆରେ ଏହି ପରୀକ୍ଷଣ ଏପରି ସମୟରେ ହୋଇଛି ଯେତେବେଳେ କିମ୍ ଜୋଙ୍ଗ ଉନ୍ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି । ଇରାନ ଯୁଦ୍ଧ ପରେ କିମ୍ ଆମେରିକା ଉପରେ ବିଶ୍ୱବ୍ୟାପୀ 'ରାଷ୍ଟ୍ରୀୟ ଆତଙ୍କବାଦ ଏବଂ ଆକ୍ରମଣ'ର ଅଭିଯୋଗ ଆଣିଛନ୍ତି । ଏହା ସହିତ କିମ୍ ଉତ୍ତର କୋରିଆର ପରମାଣୁ ସ୍ଥିତିକୁ ମଜବୁତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
North Korea Tests High-Thrust Solid-Fuel Engine Amid Rising US Tensions | Argus News