Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Kim Jong Un / ଯିଏ ଦେଖୁଛି କହୁଛି ଅଜବ; କିମଜୋଙ୍ଗକୁ ଦେଖି କାନ୍ଦିଲେ ଡେଇଁଲେ ମହିଳା ଫୁଟବଲର୍

Debashree Debasmita Sahoo
Browse all articles by Debashree Debasmita Sahoo
·1 month ago·2 min read
ଯିଏ ଦେଖୁଛି କହୁଛି ଅଜବ; କିମଜୋଙ୍ଗକୁ ଦେଖି କାନ୍ଦିଲେ ଡେଇଁଲେ ମହିଳା ଫୁଟବଲର୍
Kim Jong Un

Key Points

ଉତ୍ତର କୋରିଆରୁ ଆସିଲା ପୁଣି ଅଜବ ଦୃଶ୍ୟ
ଏକଛତ୍ରବାଦ ଶାସକ କିମ ଜୋଙ୍ଗଙ୍କ ଭିଡିଓ ଭାଇରାଲ
ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ୍ ଜୋଙ୍ଗ ଉନ ନିଜର କଠୋର ନିୟମ ଓ ଦେଶବାସୀଙ୍କୁ ନିୟନ୍ତ୍ରଣରେ ରଖିବା ନେଇ ବେଶ ଚର୍ଚ୍ଚାରେ ରୁହନ୍ତି । ଏବେ ଠିକ୍ ଏହି କଥାକୁ ପ୍ରମାଣିତ କଲା ପରି ଏକ ଦୃଶ୍ୟ ସମସ୍ତଙ୍କୁ ବିସ୍ମିତ କରିଛି । କିମଙ୍କୁ ଦେଖି ଉତ୍ତର କୋରିଆର ମହିଳା ଫୁଟବଲ ଖେଳାଳି ଯେଉଁଭଳି ଭାବରେ ପ୍ରତିକ୍ରିୟା ଦେଇଛନ୍ତି, ତାହା ଅଜବ ପରି ମନେ ହେଉଛି । କିମ ଖେଳାଳିଙ୍କୁ ଭେଟିବା ସମୟରେ ସମସ୍ତ ଖେଳାଳି ଏକାସାଙ୍ଗରେ କାନ୍ଦିବା ଓ ଡେଉଁଥିବା ନଜର ଆସିଛନ୍ତି ।

  • ଏକାବେଳେ ସମସ୍ତେ କାନ୍ଦିଲେ-ଡେଇଁଲେ
ସୋସିଆଲ ମିଡିଆରେ ଏହି ଭିଡିଓଟି ବେଶ ଭାଇରାଲ ହେଉଛି । କିମ୍ ଜୋଙ୍ଗ ଉନ୍ ଜଣକ ପରେ ଜଣେ ମହିଳା ଫୁଟବଲ ଖେଳାଳିଙ୍କୁ ଭେଟୁଛନ୍ତି ଓ ସମସ୍ତ ଖେଳାଳି ଏକା ସାଙ୍ଗରେ କାନ୍ଦୁଛନ୍ତି ଏବଂ ଖୁସିରେ ଡେଉଁଥିବା ନଜର ଆସିଛି । ଉତ୍ତର କୋରିଆର ନାଏଗୋହ୍ୟୋଙ୍ଗ ମହିଳା ଏଫସି ଟିମ AFC ମହିଳା ଚାମ୍ପିଆନ୍ ଲିଗର ଟାଇଟଲ୍ ଜିତି ଇତିହାସ ସୃଷ୍ଟି କରିଛନ୍ତି ।
ଟିମର ଏହି ଐତିହାସିକ ସଫଳତା ପରେ କିମ ଜୋଙ୍ଗ ଉନ୍ ନିଜେ ଖେଳାଳିଙ୍କୁ ହ୍ୟାଣ୍ଡସେକ୍ କରି ଶୁଭେଚ୍ଛା ଜଣାଇବାକୁ ପଡ଼ିଆକୁ ଓହ୍ଲାଇଥିଲେ ।

ଯେତେବେଳେ ସେ ଖେଳାଳିଙ୍କୁ ଭେଟିବା ଆରମ୍ଭ କରିଥିଲେ, ଏହି ସମୟରେ ସମସ୍ତ ଖେଳାଳି ଏକାସାଙ୍ଗରେ କାନ୍ଦିବା ସହିତ ଡେଇଁବାକୁ ଲାଗିଥିଲେ । ସତେ ଯେପରି ଏହା କୌଣସି ନିୟମ ପରି ଲାଗୁଥିଲା । ଭିଡିଓରେ କିମ୍ ଜୋଙ୍ଗ ହସି ହସି ଖେଳାଳିଙ୍କୁ ଭେଟୁଥିବା ନଜର ଆସିଛି । ଏହାପରେ କିମ୍ ପୂରା ଟିମ ସହିତ ଫଟୋ ଉଠାଇଥିଲେ ଓ ଷ୍ଟାଡିୟମରେ ବସି ଖେଳାଳିଙ୍କୁ ସମ୍ମାନିତ କରିଥିଲେ ।


  • ଇତିହାସ ରଚିଲା ନାଏଗୋହ୍ୟୋଙ୍ଗ ମହିଳା ଦଳ
ନାଏଗୋହ୍ୟୋଙ୍ଗ ମହିଳା ଦଳ ଗତ ମାସରେ ସିୟୋଲରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ଜାପାନର ଟୋକୟୋ ବର୍ଡି ବେଲେଜାକୁ ୧-୦ରେ ହରାଇଥିଲା । ଏହାସହିତ ଦଳ AFC ୱିମେନ୍ସ ଚାମ୍ପିଆନ୍ ଲିଗ୍ ଜିତିଥିବା ପ୍ରଥମ ଉତ୍ତର କୋରିଆ କ୍ଲବ ଟିମ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟ ୨୦୨୪ରେ ଆରମ୍ଭ ହୋଇଥିଲା ଓ ଏହାକୁ ଏସିଆ ମହିଳା କ୍ଲବ୍ ଫୁଟବଲର ସବୁଠୁ ବଡ଼ ପ୍ରତିଯୋଗିତା ଭାବେ ବିବେଚନା କରାଯାଏ । ଏହି ବିଜୟ ପରେ ନାଏଗୋହ୍ୟୋଙ୍ଗ କ୍ଲବକୁ ୧୦ ଲକ୍ଷ ଡଲାରରୁ ଅଧିକ ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଏହାସହିତ ଟିମକୁ ଆସନ୍ତା ବର୍ଷ ହେବାକୁ ଥିବା ଫିଫା ୱିମେନ୍ସ ଚାମ୍ପିଆନ୍ କପ୍ ଓ ୨୦୨୮ରେ ଆୟୋଜିତ ହେବାକୁ ଥିବା ପ୍ରଥମ ମହିଳା କ୍ଲବ ବିଶ୍ଲକପ୍ ଲାଗି ନିଜର ସ୍ଥାନ ପକ୍କା କରିଛନ୍ତି ।

ପଢନ୍ତୁ ଏହି ଖବର: ଉତ୍ତର କୋରିଆର ନୂଆ ସମ୍ଵିଧାନ; ସେନା କରିବ ଅଟୋମେଟିକ୍ ପରମାଣୁ ଆକ୍ରମଣ, ଯଦି...

ଏହି ସଫଳତା ରାଜନୈତିକ ଦୃଷ୍ଟିକୋଣରୁ ମଧ୍ୟ ବେଶ ଗୁରୁତ୍ଵପୂର୍ଣ୍ଣ । ନାଏଗୋହ୍ୟୋଙ୍ଗ ଗତ ୮ ବର୍ଷ ଧରି ଦକ୍ଷିଣ କୋରିଆ ଗସ୍ତ କରିଥିବା ପ୍ରଥମ ଉତ୍ତର କୋରିଆନ୍ କ୍ଲବ୍ ଟିମ୍ ପାଲଟିଛି । ଉଭୟ ଦେଶ ମଧ୍ୟରେ ଦୀର୍ଘ ସମୟ ଧରି ଉତ୍ତେଜନାପୂର୍ଣ୍ଣ ସମ୍ପର୍କ ଥିବାବେଳେ ଦକ୍ଷିଣ କୋରିଆର ରାଷ୍ଟ୍ରପତି ଲି ଜେ-ମ୍ୟୁଙ୍ଗ ଦଳର ଏହି ଐତିହାସିକ ବିଜୟ ପାଇଁ ସାର୍ବଜନୀନ ରୂପରେ ଶୁଭେଚ୍ଛା ଜଣାଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored