Videos
|
International

North Cyprus Ferry Accident / ସମୁଦ୍ରରେ ଓଲଟିଗଲା ୨୭୯ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା; ଜାରି ରହିଛି ଉଦ୍ଧାର ଅଭିଯାନ

Subhramjit Ray
Browse all articles by Subhramjit Ray
·32 mins ago·3 min read
ସମୁଦ୍ରରେ ଓଲଟିଗଲା ୨୭୯ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା; ଜାରି ରହିଛି ଉଦ୍ଧାର ଅଭିଯାନ
North Cyprus Ferry Accident

Key Points

ଉପକୂଳରୁ ପ୍ରାୟ ୪ ମାଇଲ ଦୂରରେ ଏହି ଡଙ୍ଗାରେ ପାଣି ଭର୍ତ୍ତି ହେବା ଆରମ୍ଭ ହୋଇ ଯାଇଥିଲା। ଯାହା ପରେ ଏହି ଡଙ୍ଗା ଓଲଟି ପଡ଼ିଥିଲା।
Northern Cyprus Ferry Capsize: ରବିବାର (୩୦ ଅଗଷ୍ଟ) ଉତ୍ତର ସାଇପ୍ରସ୍ ଉପକୂଳରେ ଘଟିଯାଇଛି ଏକ ବଡ ଦୁର୍ଘଟଣା। ଅପରାହ୍ନରେ ଉପକୂଳ ଛାଡିବାର କିଛି ସମୟ ପରେ ପ୍ରାୟ ୨୭୯ ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିବା ଏକ ଯାତ୍ରୀବାହୀ ଡଙ୍ଗା ଓଲଟି ପଡ଼ିଥିଲା। ରୟଟର୍ସ ରିପୋର୍ଟ ଅନୁସାରେ ଏହି ଘଟଣାରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ତୁରନ୍ତ କିଛି ଜଣାପଡ଼ି ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ଧାର ଅଭିଯାନ ଜାରି ରହିଛି। ଅନ୍ୟପଟେ ନ୍ୟୁଜ ଏଜେନ୍ସି ଆସୋସିଏଚଟେଡ଼ ପ୍ରେସ୍ (AP) ଖବର ଅନୁଯାୟୀ ଦୁର୍ଘଟଣାଗ୍ରସ୍ତ ଏହି କୈଟାମାରାନ୍ ଶୈଳୀର ଡଙ୍ଗା ଉତ୍ତର ସାଇପ୍ରସ ସ୍ଥିତ କାୟରେନିଆ ବନ୍ଦର ଠାରୁ ତୁର୍କୀୟେର ମର୍ସିନ୍ ପ୍ରଦେଶରେ ଅବସ୍ଥିତ ତାସୁଚୁ ବନ୍ଦର ଅଭିମୁଖେ ଯାତ୍ରା କରୁଥିବା ବେଳେ ଦୁର୍ଘଟଣାର ଶୀକାର ହୋଇଥିଲା।

ସ୍ଥାନୀୟ ସମ୍ବାଦପତ୍ର "କିବ୍ରିସ୍" ରିପୋର୍ଟ ଅନୁଯାୟୀ, ଉପକୂଳରୁ ପ୍ରାୟ ୪ ମାଇଲ ଦୂରରେ ଏହି ଡଙ୍ଗାରେ ପାଣି ଭର୍ତ୍ତି ହେବା ଆରମ୍ଭ ହୋଇ ଯାଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳକୁ ଆମ୍ବୁଲାନ୍ସ ପଠାଯାଇଥିଲା। ନ୍ୟୁଜ୍ ଏଜେନ୍ସି AFP ରିପୋର୍ଟ ଅନୁସାରେ ଉତ୍ତର ସାଇପ୍ରସ୍ ସ୍ଥିତ ତୁର୍କୀୟେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଉଦ୍ଧାର କାର୍ଯ୍ୟ ଏବଂ ସ୍ୱାସ୍ଥ୍ୟ ସେବା ଦ୍ୱାରା ଦ୍ରୁତ ପ୍ରତିକ୍ରିୟା ଦେବା ପାଇଁ ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି କରାଯାଉଛି।


ଓଲଟି ଯାଇଥିଲା ଡଙ୍ଗା; ପୂର୍ବରୁ ଘଟଣାସ୍ଥଳରେ ପହଞ୍ଚି ସାରିଥିଲା ଉଦ୍ଧାରକାରୀ ଦଳ: ଉତ୍ତର ସାଇପ୍ରସ ମନ୍ତ୍ରୀ
AP ଖବର ଅନୁଯାୟୀ, ଉତ୍ତର ସାଇପ୍ରସ ପରିବହନ ମନ୍ତ୍ରୀ ଏରହାନ ଆରିକ୍ଲି, ତୁର୍କୀୟେ ସରକାରୀ ଗଣମାଧ୍ୟମ TRT ନ୍ୟୁଜ୍ କୁ କହିଛନ୍ତି ଯେ ୨୭୯ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ଓଲଟି ପଡ଼ିଥିଲା। ଉଦ୍ଧାରକାରୀ ଦଳ ପୂର୍ବରୁ ଘଟଣାସ୍ଥଳରେ ପହଞ୍ଚି ସାରିଥିଲେ। ବ୍ଲୁମବର୍ଗ ଅନୁଯାୟୀ, ଏପର୍ଯ୍ୟନ୍ତ ପ୍ରାୟ ଶହେରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ କାୟରେନିଆ ଅଣାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆମେ ଜାଣିନାହୁଁ ଯେ ଯାତ୍ରା ବେଳେ କାହିଁକି ଏହି ଡଙ୍ଗାରେ ପାଣି ଭର୍ତ୍ତି ହେବା ଆରମ୍ଭ ହୋଇଥିଲା। ହେଲେ ତଥାପି, ଅନେକ କମ୍ପାନୀ କାୟରେନିଆ ଏବଂ ତାସୁ ମଧ୍ୟରେ ରହିଥିବା ବ୍ୟସ୍ତ ବହୁଳ ମାର୍ଗରେ ଡଙ୍ଗା ଚଳାଇଥାନ୍ତି। ଓଲଟି ପଡ଼ିଥିବା ଡଙ୍ଗା କେଉଁ କମ୍ପାନୀର ଥିଲା ଏବଂ ଏହାର ମାଲିକ କିଏ ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ।" 

ଅନ୍ୟପଟେ ଉତ୍ତର ସାଇପ୍ରସର ପ୍ରଧାନମନ୍ତ୍ରୀ ଉନାଲ୍ ଉଷ୍ଟଜେଲ୍ ତୁର୍କୀୟେ ସରକାରୀ ଗଣମାଧ୍ୟମକୁ କହିଛନ୍ତି ଯେ ପ୍ରାୟ ୧୭୨ ଜଣରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଏହି ଦୁର୍ଘଟଣା ପରେ ଆତଙ୍କ ଖେଳି ଯାଇଥିଲା। ଦୁର୍ଘଟଣା ବିଷୟରେ ଖବର ମିଳିବା ମାତ୍ରେ ସ୍ଥାନୀୟ କର୍ତ୍ତୃପକ୍ଷ ଅନୁସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଉଦ୍ଧାରକାରୀ ଦଳ ସମୁଦ୍ରରେ ଫସି ରହିଥିବା ଲୋକଙ୍କୁ ଖୋଜି ବାହାର କରୁଛନ୍ତି। ଅନ୍ୟପଟେ ପରିବହନ ମନ୍ତ୍ରୀ ଏରହାନ ଆରାକଲି ଘଟଣା ବିଷୟରେ ସୂଚନା ଦେଇ କହିଛନ୍ତି ଯେ ଏଚ ଡଙ୍ଗା ଓଲଟି ପଡ଼ିଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଏକ ଅଭିଯାନ ଜାରି ରଖିଛି।

ଏହା ସହ ପଢନ୍ତୁ:  ଯାତ୍ରା ବେଳେ ଓଲଟିଲା ଡଙ୍ଗା; ଶିଶୁ ଏବଂ ମହିଳାଙ୍କ ସମେତ ୪୭ ମୃତ

ଯାତ୍ରା ବେଳେ ଦୁର୍ଘଟଣାର ଶୀକାର ହୋଇଥିଲା ଡଙ୍ଗା
ତୁର୍କୀୟେ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଦୁର୍ଘଟଣାଗ୍ରସ୍ତ ଡଙ୍ଗା ଦେଶର ତାସୁଚୁ ବନ୍ଦର (Tasucu Port Turkey) ଅଭିମୁଖେ ଆସୁଥିଲା। ତଟରକ୍ଷୀ ବାହିନୀ ଡଙ୍ଗା ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ କାର୍ଯ୍ୟ କରୁଛନ୍ତି। ଘରୋଇ ମାଲିକାନାରେ ଥିବା ଏହି ଡଙ୍ଗା ସ୍ଥାନୀୟ ସମୟ ଅନୁସାରେ ଦିନ ପ୍ରାୟ ୧୨ ଘଣ୍ଟା ୩୦ ମିନିଟ ସମୟରେ ଉତ୍ତର ସାଇପ୍ରସ ସ୍ଥିତ କାୟରେନିଆ ବନ୍ଦରରୁ (Kyrenia Harbour North Cyprus) ବାହାରିଥିଲା। କୌଣସି ଅଜଣା କାରଣରୁ ଏଥିରେ ତୁରନ୍ତ ପାଣି ଭର୍ତ୍ତି ହେବା ଆରମ୍ଭ ହୋଇଥିଲା। ରିପୋର୍ଟ ଅନୁଯାୟୀ, ଏହି ଡଙ୍ଗାରୁ ଉପକୂଳରୁ ପ୍ରାୟ ୪ ମାଇଳ ଯିବା ପରେ ଏଥିରେ ପାଣି ଭର୍ତ୍ତି ହେବା ଆରମ୍ଭ ହୋଇଥିଲା। କିଛି ମିନିଟ୍ ପରେ ଏହି ଡଙ୍ଗା ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: