Videos
|
National

Operation Sindoor / ପଦାରେ ପଡ଼ିଲା ଚୀନ-ପାକିସ୍ତାନର ଭିତିରିଆ ମେଣ୍ଟ

Sushanta Sahoo
Browse all articles by Sushanta Sahoo
·1 hour ago·3 min read
ପଦାରେ ପଡ଼ିଲା ଚୀନ-ପାକିସ୍ତାନର ଭିତିରିଆ ମେଣ୍ଟ
China military support to Pakistan

Key Points

ଭାରତର ବଢ଼ୁଥିବା ଶକ୍ତିକୁ ରୋକିବାକୁ 'ଅପରେସନ୍ ସିନ୍ଦୂର' ସମୟରେ ପାକିସ୍ତାନକୁ ପଛପଟୁ ସବୁ ପ୍ରକାର ସାମରିକ ଓ ଗୁଇନ୍ଦା ସହାୟତା ଯୋଗାଇଥିଲା ଚୀନ୍ । ଆମେରିକା କଂଗ୍ରେସର ରିପୋର୍ଟରେ ହୋଇଛି ଏହି ବଡ଼ ଖୁଲାସା ।
ନୂଆଦିଲ୍ଲୀ: ପୁଣି ଥରେ ବିଶ୍ୱ ଦରବାରରେ ପଦାରେ ପଡ଼ଛି ଚୀନ-ପାକିସ୍ତାନର ଭିତିରିଆ ମେଣ୍ଟ । ଭାରତର ବଢ଼ୁଥିବା ଶକ୍ତିକୁ ରୋକିବାକୁ 'ଅପରେସନ୍ ସିନ୍ଦୂର' ସମୟରେ ପାକିସ୍ତାନକୁ ପଛପଟୁ ସବୁ ପ୍ରକାର ସାମରିକ ଓ ଗୁଇନ୍ଦା ସହାୟତା ଯୋଗାଇଥିଲା ଚୀନ୍ । ଆମେରିକା କଂଗ୍ରେସର ରିପୋର୍ଟରେ ହୋଇଛି ଏହି ବଡ଼ ଖୁଲାସା ।

ତେବେ ଚୀନ୍‌ର ଏହି ଚାଲ୍ କ'ଣ ଭାରତ ଆଗରେ କାମ ଦେଇଥିଲା ? ନା ଭାରତୀୟ ସେନାର ପରାକ୍ରମ ଆଗରେ ମାଟି କାମୁଡ଼ିଥିଲା ଚାଇନିଜ୍ ଅସ୍ତ୍ରଶସ୍ତ୍ର ? ଭାରତର ବିକାଶକୁ ରୋକିବାକୁ ଚୀନ୍ କେଉଁ ସ୍ତରକୁ ଯାଇପାରେ, ତାର ଗୁମର ଖୋଲିଛି ଆମେରିକା-ଚୀନ୍ ଅର୍ଥନୈତିକ ଓ ସୁରକ୍ଷା ସମୀକ୍ଷା ଆୟୋଗର ୨୦୨୬ ବାର୍ଷିକ ରିପୋର୍ଟ ।

ଏଥିସହ ପଢ଼ନ୍ତୁ: ଏଣିକି ଅପରାଧୀଙ୍କ ଉପରେ AIର ନଜର! ମୁମ୍ବାଇରେ ଲାଗିବ ୫ ହଜାର ସ୍ମାର୍ଟ କ୍ୟାମେରା 

୨୦୨୫ ମେ ମାସରେ ଭାରତ 'ଅପରେସନ୍ ସିନ୍ଦୂର' ଆରମ୍ଭ କରିଥିବା ବେଳେ ପାକିସ୍ତାନୀ ବାୟୁସେନାର J-10CE ଯୁଦ୍ଧବିମାନକୁ ପୂର୍ଣ୍ଣ କ୍ଷମତାରେ ଚଳାଇବା ପାଇଁ ଚୀନ୍‌ର ବୈଷୟିକ ଟିମ୍ ଗ୍ରାଉଣ୍ଡରେ ରହି ସହାୟତା କରୁଥିଲା ।

କେବଳ ସାମରିକ ନୁହେଁ, LACରେ ଭିତ୍ତିଭୂମି ବିକାଶ ସହ ଇଲେକ୍ଟ୍ରୋନିକ୍ସ ଓ ଫାର୍ମା କ୍ଷେତ୍ରରେ କଟକଣା ଲଗାଇ ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ରୋକିବାକୁ ବେଜିଂ ଚେଷ୍ଟା କରୁଥିବା ଆମେରିକା ପ୍ୟାନେଲ୍ ସ୍ପଷ୍ଟ କରିଛି ।


ପ୍ରତିରକ୍ଷା ବିଶେଷଜ୍ଞ ବ୍ରିଗେଡିୟର ହେମନ୍ତ ମହାଜନଙ୍କ କହିବା ଅନୁଯାୟୀ, ଅପରେସନ୍ ସିନ୍ଦୂର ପୂର୍ବରୁ ଚୀନ୍ ୫ଟି ସାଟେଲାଇଟ୍ ଉତ୍‌କ୍ଷେପଣ କରି ଭାରତୀୟ ସାମରିକ ଘାଟିର ତଥ୍ୟ ପାକିସ୍ତାନକୁ ଦେଇଥିଲା। ପାକିସ୍ତାନକୁ ପ୍ରାୟ ୨୦ ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ଦେବା ସହ ଅଚଳ ପାକ୍ ଯୁଦ୍ଧବିମାନ ଓ ଜାହାଜର ମରାମତି କରିଥିଲା ଡ୍ରାଗନ୍ ।

କିନ୍ତୁ ଭାରତୀୟ ସେନା ଯେତେବେଳେ ପାକିସ୍ତାନୀ ଏୟାରଫିଲ୍ଡ ଉପରେ ଆକ୍ରମଣ କଲା, ସେତେବେଳେ 'ଆତ୍ମନିର୍ଭର ଭାରତ'ର ସ୍ୱଦେଶୀ ଅସ୍ତ୍ର ଆଗରେ ଚୀନର ନିମ୍ନମାନର ଅସ୍ତ୍ରଶସ୍ତ୍ର ସମ୍ପୂର୍ଣ୍ଣ ଫେଲ୍ ମାରିଥିଲା ।

ଏଥିସହ ପଢ଼ନ୍ତୁ: ଭାରତର ୭% GDP ଅଭିବୃଦ୍ଧିକୁ ଟ୍ରମ୍ପଙ୍କ ପ୍ରଶଂସା, ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କଲା ବିଜେପି 

ଆମେରିକାର ଏହି ରିପୋର୍ଟ ସ୍ପଷ୍ଟ କରିଛି ଯେ, ଭାରତକୁ ଏବେ 'ଟୁ-ଫ୍ରଣ୍ଟ୍ ଥ୍ରେଟ୍' ପାଇଁ ସଜାଗ ରହିବାକୁ ପଡ଼ିବ । ତେବେ ଚୀନର କୂଟନୈତିକ ଚାଲ୍ ଓ ପାକିସ୍ତାନର ଆତଙ୍କୀ ନୀତିକୁ ପ୍ରତିହତ କରିବା ପାଇଁ ଭାରତର ସ୍ୱଦେଶୀ ସାମରିକ ଶକ୍ତି ଯଥେଷ୍ଟ ବୋଲି ଅପରେସନ୍ ସିନ୍ଦୂର ପ୍ରମାଣିତ କରିସାରିଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: