Kargil war 1999 / ମୁନୀରଙ୍କୁ ମୌଲନାଙ୍କ ଚ୍ୟାଲେଞ୍ଜ; କୁହ କାରଗିଲ ଯୁଦ୍ଧରେ ପ୍ରାଣ ହରାଇଥିଲେ କେତେ ପାକିସ୍ତାନୀ ସୈନିକ
·12 hours ago·3 min read

Key Points
ମୌଲାନା ଫଜଲୁର ରେହମାନ ପାକିସ୍ତାନର ଜଣେ ପ୍ରମୁଖ ଦେଓବନ୍ଦୀ ଧର୍ମଗୁରୁ ଏବଂ ରାଜନେତା ମୁଫତି ମହମୁଦଙ୍କ ପୁଅ। ତାଙ୍କ ପିତା ୧୯୭୦ ଦଶକରେ ଖାଇବର ପଖତୁନଖ୍ୱା ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।
Maulana Fazlur Rehman targets Asim Munir: ପ୍ରତିବର୍ଷ ଜୁଲାଇ ୨୬ ତାରିଖରେ ପାଳିତ ହୋଇଥାଏ କାର୍ଗିଲ ଦିବସ ପାଳନ କରାଯାଏ। ଗତ ୧୯୯୯ ମସିହାରେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ କାର୍ଗିଲ ଦଖଲ କରିବାକୁ ଚେଷ୍ଟା କରିଥିଲା। ହେଲେ ଭାରତୀୟ ସେନାର ପରାକ୍ରମ ଆଗରେ ସେମାନଙ୍କୁ ପରାସ୍ତ କରି ତଡ଼ି ଦେଇଥିଲା। ବର୍ତ୍ତମାନ ଏହି ପ୍ରସଙ୍ଗକୁ ନେଇ ସରଗରମ ହୋଇଉଠିଛି ପାକିସ୍ତାନ ରାଜନୀଚି। ଦେଶର ଚର୍ଚ୍ଚିତ ରାଜନେତା ତଥା ସାଂସଦ ମୌଲାନା ଫଜଲୁର ରହମାନ ଏକ ବଡ଼ ବୟାନ ଦେଇଛନ୍ତି। ସେ ତାଙ୍କ ଦେଶର ଫିଲ୍ଡ ମାର୍ଶାଲ ଆସୀମ ମୁନୀରଙ୍କ ନା ନନେଇ କହିଛନ୍ତି, "ଶହୀଦଙ୍କ ଆଢୁଆଳରେ ଲୁଚିଯିବାକୁ ଚେଷ୍ଟା କରନାହିଁ। କାର୍ଗିଲ ଯଦ୍ଧରେ କେତେ ପାକିସ୍ତାନୀ ସୈନିକ ପ୍ରାଣ ହରାଇଥିଲେ ତାହା ପ୍ରକାଶ କରିବାର ତାଙ୍କର ସାହସ ମଧ୍ୟ ନାହିଁ।"
ଚର୍ଚ୍ଚାରେ ମୌଲାନାଙ୍କ ଭାଷଣ
ମୌଲାନା ଫଜଲୁର ରହମାନ କହିଥିଲେ, "ମୋତେ ଏକଥା ଜଣା ଯେ ଦେଶର ଶହୀଦଙ୍କ ପ୍ରତି ଆପଣଙ୍କ ଆଭିମୁଖ୍ୟ କ'ଣ? ଆପଣ ମୋତେ କହିପାରିବେ କି ଆପଣ କେବେ ଦେଶବାସୀଙ୍କ ଏକଥା କହିଛନ୍ତି ଆମର କେତେ ସୈନିକ କାର୍ଗିଲ ଯୁଦ୍ଧରେ ଶହୀଦ ହୋଇଥିଲେ ଏବଂ ସେଠାରୁ କେତେ ଶବ ସଂଗ୍ରହ କରାଯାଇଥିଲ? ଆପଣ ଆମ ଦେଶର ସୈନିକଙ୍କ ଶବ ହିନ୍ଦୁଙ୍କୁ ହସ୍ତାନ୍ତର କରି ଦେଇଥିଲ। ସେଠାରୁ ଏକ ବିବୃତ୍ତି ଆସିଥିଲା ଯେ ସେମାନେ ଇସଲାମୀୟ ପରମ୍ପରା ଅନୁସାରେ ସେମାନଙ୍କର ଅନ୍ତିମ ସଂସ୍ଖାର କରିଛନ୍ତି। ସେମାନଙ୍କର ସଂଖ୍ୟା ଭିନ୍ନ ଭିନ୍ନ ହୋଇ ଥଇପାରେ। କାର୍ଗିଲ ବେଳେ ଆମେ ଆମ ଦେଶର ସୈନିକଙ୍କ ମୃତଦେହ ଗ୍ରହଣ କରିବାକୁ ମଧ୍ୟ ପ୍ରସ୍ତୁତ ନଥିଲୁ। ଆପଣ ଆମ ସୈନିକକ ମୃତଦେହ ହିନ୍ଦୁଙ୍କୁ ହସ୍ତାନ୍ତର କରିଥିଲ। ଯଦି ଆମେ କର୍ଣ୍ଣେଲ ଶେର ଖାନଙ୍କୁ ପାଇଥିଲୁ, ତାହା କେବଳ ଭାରତର ଜିଦ୍ ପରେ ଯାଇ ଆମେ ତାଙ୍କର ମୃତଦେହ ସଂଗ୍ରହ କରିଥିଲୁ। ଆପଣ ଶହୀଦଙ୍କ ମୃତଦେହକୁ ଅପମାନିତ କରିଛ। ଆପଣ ଆପଣଙ୍କ ଅପରାଧକୁ ଘଣ୍ଟ ଘୋଡ଼ାଇବା ପାଇଁ ଶହୀଦଙ୍କ ଆଢୁଆଳରେ ଲୁଚି ଯିବାକୁ ଚେଷ୍ଟା କରନାହିଁ। ଆମେ କୌଣସି ଭୁଲ କଥା କହିନାହୁଁ।'
ଏହା ସହ ପଢନ୍ତୁ: ପାକ୍ ସରକାରଙ୍କ ବଡ଼ ନିଷ୍ପତ୍ତି ଏଣିକି ସୋସିଆଲ ମିଡ଼ିଆ ରୋଜଗାର ଉପରେ ଲାଗୁ ହେବ ଟ୍ୟାକ୍ସ
ଆସୀମ ମୁନୀରଙ୍କୁ କରୁଛନ୍ତି ନିରନ୍ତର ଟାର୍ଗେଟ
ନିକଟରେ, ଏକ କାର୍ଯ୍ୟକ୍ରମରେ, ଜମିଆତ ଉଲେମା-ଏ-ଇସଲାମ (Jamiat Ulema-e-Islam) ମୁଖ୍ୟ ମୌଲାନା ଫଜଲୁର ରେହମାନ କହିଥିଲେ, ଆପଣ ମୋ ରକ୍ତ ପାଇଁ କାହିଁକି ଋଣୀ? ଆପଣ ଆମର କଷ୍ଟ ଅର୍ଜିତ ଟଙ୍କା ଏବଂ ଟିକସରୁ ଦରମା ନେଉଛ ଏବଂ ଏହା ପରେ ଆପଣ ଆମକୁ ଏକ ସେନା ଗଠନ କରିବାକୁ ଏବଂ ଆତଙ୍କବାଦୀଙ୍କ ସହିତ ଲଢ଼ିବାକୁ କହୁଛ? ମୁଁ ସରକାରଙ୍କ ପାଖରୁ କୌଣସି ଦରମା ନେଇନାହିଁ। ମୁଁ କୌଣସି ଲସ୍କର ଗଠନ କରିବି ନାହିଁ। ଆପଣ ଚାଲିଯିବ, ହେଲେ ପିଢ଼ି ପରେ ପିଢ଼ି ଧରି ମୋ ଦେଶକୁ ଜାତିଭିତ୍ତିକ ଶତ୍ରୁତା, ରକ୍ତପାତ ଏବଂ ଲୁଣ୍ଠନ ଭିତରକୁ ଠେଲି ଦେବେ। ଯଦି ଆପଣ ରାଜନୀତି କରିବାକୁ ଚାହୁଁଛ, ତାହେଲେ ନିଜର ସେନା ୟୁନିଫର୍ମ କାଢ଼ି ନିର୍ବାଚନ ଲଢ଼ିପାର। ଏହା ପରେ ଯାଇ ଆପଣ ବୁଝିପାରିବ ଯେ ଜନସାଧାରଣ ୟୁନିଫର୍ମ ପିନ୍ଧା ଲୋକଙ୍କୁ କେତେ ଭୋଟ ଦିଅନ୍ତି।
କେତେ କ୍ଷମତାଶାଳୀ ମୌଲାନା ଫଜଲୁର ରହମାନ?
ମୌଲାନା ଫଜଲୁର ରହମାନ ହେଉଛନ୍ତି ପାକିସ୍ତାନର ଜଣେ ପ୍ରମୁଖ ଦେଓବନ୍ଦୀ ଧର୍ମଗୁରୁ ଏବଂ ରାଜନେତା ମୁଫତି ମହମୁଦଙ୍କ ପୁଅ। ତାଙ୍କ ପିତା ମୁଫତି ମହମୁଦ ୧୯୭୦ ଦଶକରେ ଖାଇବର ପଖତୁନଖ୍ୱା ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ତାଙ୍କ ପିତାଙ୍କ ମୃତ୍ୟୁ ପରେ, ଫଜଲୁର ରେହମାନ ୧୯୮୦ ଦଶକରେ ଜମିଆତ ଉଲେମା-ଏ-ଇସଲାମ (JUI) ନେତୃତ୍ୱ ନେଇଥିଲେ। ପରେ ତାଙ୍କ ଦଳ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଥିଲା ଏବଂ ମୌଲାନା ଫଜଲୁର ରେହମାନଙ୍କ ନେତୃତ୍ୱରେ ଗଠିତ ଗୋଷ୍ଠୀ JUI-F ଭାବରେ ପରିଚିତ ହୋଇଥିଲା। ମୌଲାନା ଫଜଲୁର ୭ ଥର ପାକିସ୍ତାନର ଜାତୀୟ ସଂସଦକୁ ନିର୍ବାଚିତ ହୋଇଛନ୍ତି। ଖାଇବର ପଖତୁନଖ୍ୱା ଏବଂ ବେଲୁଚିସ୍ତାନ ପ୍ରଦେଶର ପସ୍ତୁନ ସମ୍ପ୍ରଦାୟର ପ୍ରଭାବ ରହିଥିବା ଅଞ୍ଚଳରେ ତାଙ୍କ ଦଳର ତୃଣମୂଳସ୍ତରରେ ଏକ ମଜବୁତ ଆଧାର ସହ ଏକ ବଡ଼ ମଦ୍ରାସା ନେଟୱାର୍କ ମଧ୍ୟ ରହିଛି। ତାଙ୍କୁ ସର୍ବଦା ଜଣେ କଠୋରପନ୍ଥୀ ଏବଂ ଆଫଗାନ ତାଲିବାନ ନିକଟତର ବୋଲି ବିବେଚନା କରାଯାଏ।
ଏହା ସହ ପଢନ୍ତୁ: 'ମୋର ପୂର୍ବଜ ହିନ୍ଦୁ ଥିଲେ, ପାକିସ୍ତାନରେ ପଢାଯାଉଛି ଭୁଲ ଇତିହାସ'
ଇମ୍ରାନ ଖାନଙ୍କ ସରକାରକୁ ଗାଦିଚ୍ୟୁତ କରିବାରେ ରହିଥିଲା ହାତ
୧୯୯୦ ଦଶକରୁ ତାଙ୍କ ଦଳ ତାଲିବାନକୁ ଆଦର୍ଶଗତ ସମର୍ଥନ ଯୋଗାଇ ଆସୁଛି। ଅନେକ ଶୀର୍ଷ ତାଲିବାନ ନେତା, ପାକିସ୍ତାନରେ ଅବସ୍ଥିତ ମୌଲାନାଙ୍କ ଦଳ ସହିତ ଜଡି଼ତ ମଦ୍ରାସାରୁ ଧାର୍ମିକ ଶିକ୍ଷା ଗ୍ରହଣ କରିଥିଲେ। ଗତ ୨୦୨୧ ରେ ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଫେରିବା ପରେ, ମୌଲାନା ଫଜଲୁର ରହମାନ ଖୋଲାଖୋଲି ଭାବରେ ଅନ୍ତର୍ଜାତୀୟ ମଞ୍ଚରେ ତାଲିବାନ ସରକାରକୁ ସ୍ୱୀକୃତି ପ୍ରଦାନ କରିବାକୁ ଦାବି କରିଥିଲେ। ମୌଲାନା ଫଜଲୁର ରହମାନ ସର୍ବସମ୍ମତିକ୍ରମେ ପାକିସ୍ତାନ ଡେମୋକ୍ରାଟିକ୍ ମୁଭମେଣ୍ଟ (Pakistan Democratic Movement) ସଭାପତି ନିର୍ବାଚିତ ହୋଇଥିଲେ। ଯାହା ଗତ ୨୦୨୨ ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସରକାରକୁ ଭାଙ୍ଗିବା ପାଇଁ ଗଠିତ ଏକ ବିରୋଧି ମେଣ୍ଟ ଥିଲା। ତାଙ୍କ ନେତୃତ୍ୱରେ ଇମ୍ରାନ ଖାନଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା। ଇମ୍ରାନ ଖାନଙ୍କ ବହିଷ୍କାର ପରେ, ଶାହୱାଜ ସରିଫ ଆସୀମ ମୁନିରଙ୍କୁ ସେନା ମୁଖ୍ୟ ଭାବରେ ନିଯୁକ୍ତି ଦେଇଥିଲେ। ପରେ, ଶାହୱାଜଙ୍କ ସରକାର ସହିତ ମତଭେଦ ଯୋଗୁଁ, ମୌଲାନା ମେଣ୍ଟରୁ ଓହରିଗଲେ ଏବଂ ଏକ ସ୍ୱାଧିନ ବିରୋଧି ଦଳ ନେତା ଭୂମିକା ଗ୍ରହଣ କରିଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Fazlur Rehman Asim Munir Kargil warPakistan Army Kargil war casualtiesMaulana Fazlur Rehman slams Asim MunirJUI-F chief Kargil martyrs statementHow many Pakistani soldiers died in KargilFazlur Rehman exposes Pakistan Army Kargil deadColonel Sher Khan body Kargil war India PakistanPakistan Army disowned Kargil martyrsAsim Munir challenged by Fazlur RehmanPakistan military Kargil war truth exposedJUI-F leader attacks Pak Army Chief Asim Munir