Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୁଣି ପାକିସ୍ତାନକୁ ମିଳିଲା ଧୋକ୍କା; ପ୍ରଶିକ୍ଷଣ ବେଳେ Crash ହୋଇଗଲା ଜେଏଫ-୧୭

International

Chinese Fighter Jet Crash / ପୁଣି ପାକିସ୍ତାନକୁ ମିଳିଲା ଧୋକ୍କା; ପ୍ରଶିକ୍ଷଣ ବେଳେ Crash ହୋଇଗଲା ଜେଏଫ-୧୭

Subhramjit Ray
Browse all articles by Subhramjit Ray
·3 weeks ago·2 min read
ପୁଣି ପାକିସ୍ତାନକୁ ମିଳିଲା ଧୋକ୍କା; ପ୍ରଶିକ୍ଷଣ ବେଳେ Crash ହୋଇଗଲା ଜେଏଫ-୧୭
Chinese JF-17 Fighter Jet

Key Points

ଗଣମାଧ୍ୟମ ରିପୋର୍ଟ ଅନୁସାରେ ବିଗତ ବର୍ଷରେ ଏହା ପାକିସ୍ତାନରେ ଚୀନ୍ ଦ୍ୱାରା ବିକଶିତ ହୋଇଥିବା ଲଢ଼ୁଆ ବିମାନ ସହିତ ଜଡ଼ିତ ସପ୍ତମ ଦୁର୍ଘଟଣା। 
Chinese JF-17 Fighter Jet:: ପୁଣି ଥରେ ପାକିସ୍ତାନକୁ ଧୋକ୍କା ଦେଇଛି ଶସ୍ତା ଚୀନୀ ସାମଗ୍ରୀ। ଚୀନ୍ ଦ୍ୱାରା ବିକଶିତ ହୋଇଥିବା ଯୁଦ୍ଧ ବିମାନ ଜେଏଫ-୧୭ ଥଣ୍ଡର୍ ଏକ ତାଲିମ ମିଶନ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପାକିସ୍ତାନର କାମରାରେ ପାକିସ୍ତାନ ଏରୋନଟିକାଲ୍ କମ୍ପ୍ଲେକ୍ସ ନିକଟରେ ଏହି ଦୁର୍ଘଟମା ଘଟିଥିବାର ଖବର ଆସିଛି। ଏହି ଘଟଣା ପରେ ପୁଣି ଥରେ ଚୀନ୍ ଦ୍ୱାରା ନିର୍ମିତ ଯୁଦ୍ଧ ବିମାନର ସୁରକ୍ଷା ଉପରେ ପ୍ରଶ୍ନ ଉଠିବାରେ ଲାଗିଛି। ରିପୋର୍ଟ ଅନୁଯାୟୀ ବିମାନରେ ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବାର ସନ୍ଦେହ କରାଯାଉଛି। ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ଉଭୟ ପାଇଲଟ୍ ସୁରକ୍ଷିତ ଭାବରେ ବର୍ତ୍ତି ଯାଇଥିଲେ। ହେଲେ ସେମାନେ ଗୁରୁତର ଆହତ ହୋଇଥିଲେ। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କୌଣସି ସାଧାରଣ ନାଗରିକ ମୃତାହତ ହୋଇଥିବାର ଖବର ଆସିନାହିଁ।

ପାକିସ୍ତାନର କାମରାରେ ପାକିସ୍ତାନ ଏରୋନଟିକାଲ୍ କମ୍ପ୍ଲେକ୍ସ ନିକଟରେ ଚୀନ୍ ନିର୍ମିତ ଯୁଦ୍ଧ ବିମାନ ଜେଏଫ-୧୭ ଥଣ୍ଡର୍ ଦୁର୍ଘଟଣାଗ୍ରସ୍ତ ହେବାର ଭିଡ଼ିଓ ସୋସିଆଲ ମିଡି଼ଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ ଦୁର୍ଘଟଣାଗ୍ରସ୍ତ ପୂର୍ବରୁ ଚୀନୀ ବିମାନ ଉଡ଼ାଣ ଭରୁଥିଲା, ଯାହା ପରେ ପାଇଲଟ୍ ଙ୍କୁ ପାରାଚୁଟ୍ ସହୟତାରେ ତଳକୁ ଓହ୍ଲାଉଥିବାର ଦେଖିବାକୁ ମିଳିଥିଲା। ଦୁର୍ଘଟଣା ଘଟିବା ମାତ୍ରେ ଘଟଣାସ୍ଥଳରେ ତୁରନ୍ତ ଉଦ୍ଧାରକାରୀ ଦଳ ଏବଂ ସ୍ଥାନୀୟ ବାସିନ୍ଦା ପହଞ୍ଚିଥିଲେ ଆହତ ପାଇଲଟ୍ ଙ୍କୁ ସହାୟତା କରିଥିଲେ।

ଏହା ସହ ପଢନ୍ତୁ: କାହିଁକି ଡ୍ରାଗନ୍ ନାମରେ ନାମିତ ହେଲା ଚୀନ୍? କ'ଣ ରହିଛି ଏହା ପଛର କାହାଣୀ

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସାମ୍ପ୍ରତିକ ବର୍ଷରେ ପାକିସ୍ତାନରେ ସପ୍ତମ ଥର ପାଇଁ ଚୀନ୍ ଦ୍ୱାରା ବିକଶିତ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯାହା ପାକିସ୍ତାନର ଚୀନ୍ ବର୍ଦ୍ଧିତ ନିର୍ଭରଶୀଳତା, ନିର୍ଭରଯୋଗ୍ୟତା ଏବଂ ରକ୍ଷଣାବେକ୍ଷଣ ଉପରେ ପ୍ରଶ୍ନ ଉଠାଇଛି।

ଜେଏଫ-୧୭ ଥଣ୍ଡର୍ ହେଉଛି ଚୀନ୍-ପାକିସ୍ତାନ ଦ୍ୱାରା ମିଳିତ ଭାବରେ ବିକଶିତ ହୋଇଥିବା ଏକ ହାଲୁକା ଏବଂ ଏକକ ଇଞ୍ଜିନ୍ ବିଶିଷ୍ଟ ବହୁମୁଖି ଯୁଦ୍ଧ ବିମାନ। ଏହି ବିମାନ ବାୟୁରେ ଶତ୍ରୁ ପକ୍ଷକୁ ଅଟକାଇବା, ସ୍ଥଳ ଭାଗରେ ଆକ୍ରମଣ, ସାମୁଦ୍ରିକ ଲକ୍ଷ୍ୟକୁ ଟାର୍ଗେଟ କରିବା ଏବଂ ଗୁପ୍ତଚର ଅଭିଯାନ ଆଦି କାର୍ଯ୍ୟ ପାଇଁ ବ୍ୟବହୃତ ହୋଇଥାଏ।
କେବଳ ପାକିସ୍ତାନ ନୁହେଁ ବରଂ ଆହୁରି ଅନେକ ଦେଶ ଚୀନ୍ ଦ୍ୱାରା ନିର୍ମିତ ବିମାନ ବ୍ୟବହାର କରି ଅସୁବିଧାରେ ପଡ଼ିଛନ୍ତି। ଖରାପ ଗୁଣବତ୍ତା ପାଇଁ ଚୀନ୍ ଦ୍ୱାରା ନିର୍ମିତ ସାମରିକ ଉପକରଣକୁ ନେଇ ବହୁ ସମୟରେ ବିବାଦ ଉପୁଜିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Chinese Build Fails Pakistan: JF-17 Fighter Jet Crashes in Kamra | Argus News