Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପାକିସ୍ତାନରେ ଭୟଙ୍କର ବୋମା ବିସ୍ଫୋରଣ, ୯ ମୃତ

International

Pakistan Bomb Blast / ପାକିସ୍ତାନରେ ଭୟଙ୍କର ବୋମା ବିସ୍ଫୋରଣ, ୯ ମୃତ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·1 min read
ପାକିସ୍ତାନରେ ଭୟଙ୍କର ବୋମା ବିସ୍ଫୋରଣ, ୯ ମୃତ
Pakistan Blast

Key Points

ଥରିଲା ପାକିସ୍ତାନ
ଜନଗହଳିପୂର୍ଣ୍ଣ ବଜାରରେ ବିସ୍ଫୋରଣ
୯ ମୃତ,୨୩ ଗୁରୁତର ଆହତ
ମଙ୍ଗଳବାର ପାକିସ୍ତାନର ଖାଇବର ପଖତୁନଖ୍ବାରେ ଏକ ବଡ଼ ଧରଣର ବୋମା ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଅତିକମ୍‌ରେ ୯ ଜଣ ପ୍ରାଣ ହରାଇଥିବା ବେଳେ ପ୍ରାୟ ୨୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ତେବେ ଆଗକୁ ଏହି ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି ।

ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ଖାଇବର ପଖତୁନଖ୍ୱାର ଲକ୍କି ମରୱାତ ଜିଲ୍ଲାର ଏକ ବଜାରରେ ଏକ ବଡ଼ ବିସ୍ଫୋରଣ ଘଟିଛି । ଏଥିରେ ଦୁଇଜଣ ଟ୍ରାଫିକ୍ ପୋଲିସ ଅଧିକାରୀଙ୍କ ସମେତ ଅତି କମରେ ନଅ ଜଣ ପ୍ରାଣ ହରାଇଛନ୍ତି । ଅନ୍ୟ ୨୩ ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।

ବିସ୍ଫୋରଣ ବିଷୟରେ ପୋଲିସ କ’ଣ କହିଛି ?

ପାକିସ୍ତାନ ପୋଲିସର ସୂଚନା ଅନୁଯାୟୀ, ଏକ ଜନଗହଳିପୂର୍ଣ୍ଣ ବଜାରରେ ଭିଡ଼ ସମୟରେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି ଏକ ରିକ୍ସା ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ପରେ ରେସ୍କ୍ୟୁ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତକ ଏବଂ ଆହତମାନଙ୍କୁ ଚିକିତ୍ସା ପାଇଁ ନୌରଙ୍ଗ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ । ତେବେ ଅନେକ ଆହତଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।

ଅଧିକ ପଢ଼ନ୍ତୁ: ଭାରତକୁ ପ୍ରଶଂସା କଲେ ନେତାନ୍ୟାହୁ; ପାକିସ୍ତାନକୁ କହିଲେ ଖଳନାୟକ


ବିସ୍ଫୋରଣ ପରେ ତୁରନ୍ତ ପୋଲିସ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ ଏବଂ ତଦନ୍ତ କରିବା ପାଇଁ ଘଟଣାସ୍ଥଳକୁ ଘେରାବନ୍ଦୀ କରିଛି । ପୋଲିସ ରିପୋର୍ଟ କରିଛି ଯେ ଉଦ୍ଧାର କାର୍ଯ୍ୟରେ ସହାୟତା କରିବା ଏବଂ ଆହତଙ୍କ ପାଇଁ ରକ୍ତଦାନ କରିବା ପାଇଁ ବହୁ ସଂଖ୍ୟକ ସ୍ଥାନୀୟ ବାସିନ୍ଦା ମଧ୍ୟ ହସ୍ପିଟାଲରେ ଏକତ୍ରିତ ହୋଇଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Deadly Bomb Blast in Pakistan Kills 9, Several Injured | Argus News