Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଆକାଶ ଗିଳିଦେଲା ନା ସମୁଦ୍ରରେ ବୁଡ଼ିଗଲା ? କରାଚିରେ ଅବତରଣ ପୂର୍ବରୁ ଆରବ ସାଗରରେ ବିମାନ ନିଖୋଜ

International

Cargo Plane Missing / ଆକାଶ ଗିଳିଦେଲା ନା ସମୁଦ୍ରରେ ବୁଡ଼ିଗଲା ? କରାଚିରେ ଅବତରଣ ପୂର୍ବରୁ ଆରବ ସାଗରରେ ବିମାନ ନିଖୋଜ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଆକାଶ ଗିଳିଦେଲା ନା ସମୁଦ୍ରରେ ବୁଡ଼ିଗଲା ? କରାଚିରେ ଅବତରଣ ପୂର୍ବରୁ ଆରବ ସାଗରରେ ବିମାନ ନିଖୋଜ
Sharjah to Karachi Cargo Plane Disappears

Key Points

ପାକିସ୍ତାନର କାର୍ଗୋ ବିମାନ ଗାଏବ ହୋଇଯିବା ପରେ ଆରବ ସାଗରରେ ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ୍ । ରଡାରରେ ଦେଖା ଯାଉଛି ଯେ, କାର୍ଗୋ ବିମାନଟି ଅତି ଦ୍ରୁତଗତିରେ ଆକାଶରୁ ତଳକୁ ଖସୁଛି । ଆଉ କିଛି ସମୟରେ ସମ୍ପର୍କ ତୁଟି ଯାଉଛି ।
ନୂଆଦିଲ୍ଲୀ: ୟୁଏଇର ଶାରଜାହରୁ କରାଚି ଆସୁଥିବା ପାକିସ୍ତାନର କାର୍ଗୋ ବିମାନ ନିଖୋଜ । ଆରବ ସାଗର ଉପରୁ ଗାଏବ ହୋଇଗଲା ପାକିସ୍ତାନର ବିମାନ । ପାକିସ୍ତାନ ଏୟାରପୋର୍ଟ କର୍ତ୍ତୃପକ୍ଷ (PAA) ଅନୁସାରେ, ଜୁଲାଇ ୮ ତାରିଖରେ କରାଚୀ ଉପକୂଳ ନିକଟରେ ବୋଇଂ କାର୍ଗୋ ଗାଏବ ହୋଇ ଯାଇଛି ।

ପାକିସ୍ତାନର କାର୍ଗୋ ବିମାନ ଗାଏବ ହୋଇଯିବା ପରେ ଆରବ ସାଗରରେ ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ୍ । ରଡାରରେ ଦେଖା ଯାଉଛି ଯେ, କାର୍ଗୋ ବିମାନଟି ଅତି ଦ୍ରୁତଗତିରେ ଆକାଶରୁ ତଳକୁ ଖସୁଛି । ଆଉ କିଛି ସମୟରେ ସମ୍ପର୍କ ତୁଟି ଯାଉଛି । ଏହି ବିମାନକୁ ଘରୋଇ K2 ସଂସ୍ଥା ପରିଚାଳନା କରୁଥିଲେ । ବିମାନରେ ୫ ଜଣ କ୍ରିଉ ମେମ୍ବର ଥିଲେ ।

ଏଥିସହ ପଢ଼ନ୍ତୁ: ଟଳିଲା ବଡ଼ ଅଘଟଣ; ମୁମ୍ବାଇ ବିମାନବନ୍ଦରରେ ଗୋଟିଏ ରନ୍‌ୱେରେ ଥିଲେ ୨ ବିମାନ 

ବିମାନଟି ୟୁଏଇର ଶାରଜାହରୁ କରାଚି ଆସୁଥିଲା । ମଙ୍ଗଳବାର ସନ୍ଧ୍ୟାରେ ବିମାନର ନ୍ୟାଭିଗେସନ୍ ସିଷ୍ଟମରେ ତ୍ରୁଟି ଦେଖାଦେଇଥିଲା । ଯାହାପରେ ବିମାନଟି ନିଖୋଜ ହୋଇ ଯାଇଛି । PAA ଅନୁସାରେ, ରାତି ୯ଟା ୨୧ରେ ରଡାରରୁ ବିମାନ ଦ୍ରୁତ ଗତିରେ ତଳକୁ ଖସୁଥିବା ବେଳେ ଦିଗ ବଦଳି ଯାଇଥିଲା । କରାଚୀଠାରୁ ପ୍ରାୟ ୧୫୫ ନଟିକାଲ୍ ମାଇନଲ୍ ପଶ୍ଚିମରେ ବିମାନଠାରୁ ସମ୍ପର୍କ ତୁଟି ଯାଇଛି ।


PAA ଅନୁସାରେ, ନିଖୋଜ ବିମାନକୁ ଖୋଜିବା ଓ ଉଦ୍ଧାର ପାଇଁ ରେସ୍କ୍ୟୁ କୋଅର୍ଡିନେସନ୍ ସେଣ୍ଟରକୁ ସକ୍ରିୟ କରାଯାଇଛି । ଆରବ ସାଗରରେ ଉଦ୍ଧାର କାର୍ଯ୍ଯ ଆରମ୍ଭ ହୋଇଛି । ଫ୍ଲାଇଟ୍ ଟ୍ରାକିଂ ସର୍ଭିସ୍ ଦେଉଥିବା Flightradar24.com ଅନୁସାରେ, ପ୍ଲେନ୍‌ରୁ ମିଳିଥିବା ତଥ୍ୟ ଦର୍ଶାଉଛି ବିମାନଟି କମ୍ ଉଚ୍ଚରେ ଥିଲା, ପୁଣି ଉପରକୁ ଉଠିବା ପରେ ତଳକୁ ଦ୍ରୁତଗତିରେ ଖସିଛି ।

ଏଥିସହ ପଢ଼ନ୍ତୁ: ହର୍ମୁଜ ଆକ୍ରମଣ ପରେ ଆମେରିକାର ବଡ଼ ପ୍ରତିଶୋଧ, ୮୦ରୁ ଅଧିକ ସୈନ୍ୟ ଟାର୍ଗେଟ୍ ଧ୍ୱଂସ ! 

K2 ଏୟାରୱେଜ ହେଉଛି ପାକିସ୍ତାନର ଏକ ଘରୋଇ କାର୍ଗୋ ଏୟାରଲାଇ୍ । ଯିଏ ଦେଶ ଓ ଅନ୍ତର୍ଜାତୀୟ ସ୍ତରରେ ଚାର୍ଟର ବିମାନ ସେବା ଯୋଗାଇଥାଏ । ଯାହାର ଆରମ୍ଭ ୨୦୧୮ ମେରେ ହୋଇଥିଲା । ସେହିଭଳି ନିଖୋଜ ବିମାନଟି ୧୯୯୯ରେ ତିଆରି ହୋଇଥିଲା । ୨୦୧୨ରେ ତାକୁ କାର୍ଗୋ ବିମାନ ଭାବେ ପରିବର୍ତ୍ତନ କରାଯାଉଥିଲା । ତା ପୂର୍ବରୁ ବିମାନଟିକୁ ଏରୋଫ୍ଲୋଟ ଓ ଗଋଡ଼ ଇଣ୍ଡୋନେସିଆ ଯାତ୍ରୀ ବିମାନ ଭାବେ ଉଡ଼ାଣ କରୁଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored