Salman Khan / ସଲମାନ ଖାନ୍ଙ୍କୁ ଆତଙ୍କବାଦୀ ଘୋଷଣା କଲା ପାକିସ୍ତାନ, ଜାଣନ୍ତୁ ଏହା ପଛର କାରଣ...
·8 months ago·2 min read

Key Points
ବଲୁଚିସ୍ତାନକୁ ପୃଥକ ଦେଶ କହିଦେଲେ ସଲମାନ୍ । ରାଗିକି ପାକିସ୍ତାନ ସଲମାନଙ୍କୁ ଘୋଷଣା କଲା ଆତଙ୍କବାଦୀ ।
ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ପାକିସ୍ତାନ ସରକାର ଆତଙ୍କବାଦୀ ଘୋଷଣା କରିଛନ୍ତି । ନିକଟରେ ସାଉଦି ଆରବରେ ଅନୁଷ୍ଠିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ସଲମାନ ଖାନ ବଲୁଚିସ୍ତାନକୁ ଏକ ପୃଥକ ଦେଶ ଉେଲି କହିଥିଲେ । ଆଉ ସଲମାନଙ୍କ ଏହି ବୟାନ ପରଠୁ ହିଁ ବିବାଦ ଆରମ୍ଭ ହୋଇଥିଲା । ସଲମାନଙ୍କ ଏହି ମନ୍ତବ୍ୟ ପାକିସ୍ତାନର ରାଜନୈତିକ ବ୍ୟବସ୍ଥାକୁ କ୍ରେଧିତ କରିଥିଲା । ଆଉ ଏହି ବୟାନ ପରେ ଶେହବାଜ ସରକାର ପାକିସ୍ତାନର ଆତଙ୍କବାଦ ବିରୋଧୀ ଆଇନ ଅନୁଯାୟୀ ସଲମାନ ଖାନଙ୍କୁ ଆତଙ୍କବାଦୀ ଘୋଷଣା କରି ଏକ ସରକାରୀ ବିଜ୍ଞପ୍ତି ଜାରି କରିଛନ୍ତି । ଏହା ସହ ସଲମାନ ଖାନଙ୍କ ନାମକୁ ଚତୁର୍ଥ ସିଡ୍ୟୁଲ୍ରେ ମଧ୍ୟ ସାମିଲ କରିଛନ୍ତି । ତେବେ ଏହାର ଅର୍ଥ କ'ଣ ଏବଂ ପାକିସ୍ତାନୀ ପୋଲିସ ସଲମାନ ଖାନଙ୍କୁ ଗିରଫ କରିପାରିବ କି ନାହିଁ ଆସନ୍ତୁ ଜାଣିବା...
ପାକିସ୍ତାନର ଚତୁର୍ଥ ସିଡ୍ୟୁଲ୍ କ'ଣ ?
ପାକିସ୍ତାନର ଆତଙ୍କବାଦ ବିରୋଧୀ ଆଇନ ୧୯୯୭ ଅନୁଯାୟୀ, ଚତୁର୍ଥ ସିଡ୍ୟୁଲରେ ଆତଙ୍କବାଦୀ କିମ୍ବା ଉଗ୍ରବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା କିମ୍ବା ସନ୍ଦେହ କରାଯାଉଥିବା ବ୍ୟକ୍ତିମାନଙ୍କୁ ତାଲିକାଭୁକ୍ତ କରାଯାଇଛି। ଏହି ତାଲିକାରେ ଅନ୍ତର୍ଭୁକ୍ତ ବ୍ୟକ୍ତିମାନଙ୍କୁ ପାକିସ୍ତାନ ମଧ୍ୟରେ ଯାତ୍ରା ପ୍ରତିବନ୍ଧକ, ସମ୍ପତ୍ତି ଫ୍ରିଜ୍ କରାଯିବା ସହ ତାଙ୍କ ବିରୋଧରେ ପାକିସ୍ତାନ ସରକାର କଡ଼ା ନଜର ରଖିଥାଏ । ତେବେ ଏହା ଏକ ଘରୋଇ ଆଇନଗତ ବ୍ୟବସ୍ଥା, ଅର୍ଥାତ୍ ଏହା କେବଳ ପାକିସ୍ତାନ ସୀମା ମଧ୍ୟରେ ହିଁ ଲାଗୁ ହେବ ।
ପାକିସ୍ତାନ ପୋଲିସ ସଲମାନ ଖାନଙ୍କୁ ଗିରଫ କରିପାରିବ କି?
ସୂଚନା ଅନୁସାରେ, ପାକିସ୍ତାନୀ ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକର ଭାରତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର କୌଣସି ଅଧିକାର ନାହିଁ । ପାକିସ୍ତାନରେ ସଲମାନ ଖାନଙ୍କୁ ଆତଙ୍କବାଦୀ ଘୋଷଣା କରିବା ସେମାନଙ୍କୁ ଭାରତୀୟ ଅଞ୍ଚଳରେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଅଧିକାର ଦିଏ ନାହିଁ ।
ଯଦି ପାକିସ୍ତାନ ସଲମାନ ଖାନଙ୍କ ବିରୁଦ୍ଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ, ତେବେ ଏହାକୁ ଏକ ପ୍ରତ୍ୟର୍ପଣ ଚୁକ୍ତି କିମ୍ବା ଏକ ପାରସ୍ପରିକ ଆଇନଗତ ସହାୟତା ଚୁକ୍ତି ମାଧ୍ୟମରେ ସହଯୋଗ ଲୋଡ଼ିବାକୁ ପଡ଼ିବ। କିନ୍ତୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ କୌଣସି ପ୍ରତ୍ୟର୍ପଣ ଚୁକ୍ତି ନାହିଁ ।
ଆନ୍ତର୍ଜାତୀୟ ଆଇନ କ’ଣ କହେ ?
ଆନ୍ତର୍ଜାତୀୟ ଆଇନ ଅନୁଯାୟୀ, ସୀମାପାର ଗିରଫଦାରୀ କେବଳ ଇଣ୍ଟରପୋଲ୍ ରେଡ୍ ନୋଟିସ୍ ଭଳି ସରକାରୀ ଆଇନଗତ ବ୍ୟବସ୍ଥା ମାଧ୍ୟମରେ କରାଯାଇପାରିବ। ଏପରି ଗିରଫଦାରୀ କେବଳ ଆତଙ୍କବାଦ କିମ୍ବା ଯୁଦ୍ଧ ଅପରାଧ ଭଳି ଗୁରୁତର ବିଶ୍ୱ ଅପରାଧ ସହିତ ଜଡିତ ମାମଲାରେ କରାଯାଇପାରିବ। ଏହା ବ୍ୟତୀତ, କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ବିଶ୍ୱସନୀୟ ପ୍ରମାଣ ଉପସ୍ଥାପନ କରାଯିବା ଆବଶ୍ୟକ । ତେବେ ସଲମାନ ଖାନଙ୍କ କ୍ଷେତ୍ରରେ ପାକିସ୍ତାନର ଏହି କାର୍ଯ୍ୟାନୁଷ୍ଠାନ କୌଣସି ଅପରାଧିକ କାର୍ଯ୍ୟକଳାପ ଉପରେ ନୁହେଁ ବରଂ ଏକ ବିବୃତ୍ତି ଉପରେ ଆଧାରିତ ।

ଅଧିକ ପଢ଼ନ୍ତୁ: ସୁଧୁରିବାରେ ଲାଗିଛି ସ୍ଥିତି, ଦୀର୍ଘ ୫ ବର୍ଷ ପରେ ଭାରତ-ଚୀନ ମଧ୍ୟରେ ଆରମ୍ଭ ହେଲା ବିମାନ ସେବା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories