Donkey Meat Export / ପାକିସ୍ତାନର ପକେଟ୍ ଖାଲି; ଗଧ ଆଣିବେ ଟଙ୍କା
·9 hours ago·2 min read

Key Points
ଗଧଙ୍କ ଦମ୍ରେ ପାକିସ୍ତାନ ତାର ଭଣ୍ଡାର ବା କୋଷାଗାର ଭରିବାକୁ ପ୍ରସ୍ତୁତି ଆରମ୍ଭ କରିଛି । ଚୀନକୁ ପାକିସ୍ତାନ ଗଧ ମାଂସ ସହ ସମ୍ବନ୍ଧିତ ଉତ୍ପାଦ ରପ୍ତାନୀ କରିବ ।
ନୂଆଦିଲ୍ଲୀ: ଗଧକୁ ସବୁବେଳେ ନିମ୍ନ ଦୃଷ୍ଟିରେ ଦେଖାଯାଏ । କଥା କଥାରେ ଆମେ କାହାରିକୁ ଗଧ ବୋଲି କହି ଦେଇ ଥାଉ । ଏବେ ସେହି ଗଧଙ୍କ ଦମ୍ରେ ପାକିସ୍ତାନ ତାର ଭଣ୍ଡାର ବା କୋଷାଗାର ଭରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ।
ଚୀନକୁ ପାକିସ୍ତାନ ଗଧ ମାଂସ ସହ ସମ୍ବନ୍ଧିତ ଉତ୍ପାଦ ରପ୍ତାନୀ କରିବ । କାହିଁକି ନା ପୂର୍ବରୁ ହିଁ ଚୀନରେ ପାକିସ୍ତାନୀ ଗଧଙ୍କ ମାଂସରୁ ପ୍ରସ୍ତୁତ ଉତ୍ପାଦର ଚାହିଦା ରହିଛି । ପୁଷ୍ଟି ଓ ଔଷଧିୟ ଗୁଣ ଅଧିକ ରହିଥିବାରୁ ଚୀନରେ ପାକିସ୍ତାନୀ ଗଧଙ୍କ ଚାହିଦା ରହିଛି । ଏଭଳି ସ୍ଥିତିରେ ପାକିସ୍ତାନ ରପ୍ତାନୀକୁ ଆହୁରି ବଢ଼ାଇବାକୁ ଯାଉଛି ।
ଏଥିସହ ପଢ଼ନ୍ତୁ: ଚିନି ରପ୍ତାନୀ ଉପରେ ଭାରତର ପ୍ରତିବନ୍ଧକ; କେଜି ପିଛା ଦର ବଢ଼ିଲା ୧୫ ଟଙ୍କା
ପାକିସ୍ତାନର ଅର୍ଥ ମନ୍ତ୍ରୀ ମହମ୍ମଦ ଔରଙ୍ଗଜେବ ଗୁରୁବାର ପାକିସ୍ତାନର ଆର୍ଥିକ ସମୀକ୍ଷା ୨୦୨୫-୨୬ର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, "ପାକିସ୍ତାନ ଗଧ ମାଂସ ଓ ତା ସହ ଜଡ଼ିତ ଅନ୍ୟ ଉତ୍ପାଦର ରପ୍ତାନୀ ଚୀନକୁ ବଢ଼ାବା ପାଇଁ କାମ କରୁଛୁ ।"
ସେ କହିଛନ୍ତି, "ଚୀନ ଗଧ ମାଂସ, ଛାଲ ଓ ସମ୍ବନ୍ଧିତ ଉତ୍ପାଦ ପାଇଁ ବଡ଼ ବଜାର ଅଟେ । ଚୀନରେ ଏବେ ଏସବୁର ଚାହିଦା ବଢ଼ୁଛି, ଭବିଷ୍ୟତର ସମ୍ଭାବନା ରହିଛି । ଚୀନରେ ଗଧ ମାଂସ, ଦୁଗ୍ଧ ଓ ଜିଲୋଟିନକୁ ପୋଷଣ ତଥା ଔଷଧ ଗୁଣ ପାଇଁ ପ୍ରାଥମିକତା ଦିଆଯାଏ ।"
ପାକିସ୍ତାନ-ଚୀନ ମଧ୍ୟରେ ଚୁକ୍ତି
ସୂଚନା ଅନୁସାରେ, ଏହି ବାଣିଜ୍ୟକୁ ସମର୍ଥନ ଦେବା ପାଇଁ ପାକିସ୍ତାନ ସରକାର ଚୀନ ସହ ଚୁକ୍ତି ସ୍ଵାକ୍ଷର କରିଛନ୍ତି । ଯାହାଦ୍ଵାରା ବିଦେଶୀ ନିବେଶ ବୃଦ୍ଧି ସହ ଦ୍ଵିପାକ୍ଷିକ ସମ୍ବନ୍ଧ ମଜଭୁତ୍ ହେବ । ସ୍ଥାନୀୟ କୃଷକଙ୍କୁ ରୋଜଗାର ସହ ଜୀବନ ଜୀବିକା ଉନ୍ନତ ହେବ ।
ପାକିସ୍ତାନର ଗ୍ଵାଦର ବନ୍ଦରରୁ ରପ୍ତାନୀ ବଢ଼ିବ । ଗ୍ଵାଦରର ଫ୍ରି ଜୋନ୍ରେ ଗଧଙ୍କ ପାଇଁ ସେଲ୍ଟର ହାଉସ୍ ସ୍ଥାପନ କରାଯିବ ଷ ଏଥିପାଇଁ ଶାହଜାଦ ଏଣ୍ଡ୍ ଶାଓ କମ୍ପାନୀକୁ ଲାଇସେନ୍ସ ମିଳିଛି ।
ଏଥିସହ ପଢ଼ନ୍ତୁ: ଯୁଦ୍ଧ ବେଳେ ରେକର୍ଡ଼ ଭାଙ୍ଗିଲା ଇସ୍ରାଏଲ; ପଛରେ ପଡ଼ିଗଲା ଋଷିଆ
ପାକିସ୍ତାନରେ ୬୨ ଲକ୍ଷରୁ ଅଧିକ ଗଧ
ପାକିସ୍ତାନର ଆର୍ଥିକ ସମୀକ୍ଷା ରିପୋର୍ଟ ୨୦୨୫-୨୬ ଅନୁସାରେ, ୨୦୨୪-୨୫ରେ ଦେଶରେ ଗଧଙ୍କ ସଂଖ୍ୟା ୬୦ ଲକ୍ଷ ଥିଲା । ଯାହା ଏବେ ୨୦୨୫-୨୬ରେ ୬୨ ଲକ୍ଷକୁ ବୃଦ୍ଧି ପାଇଛି । ଯେତେବେଳେ କି ୨୦୨୩-୨୪ରେ ୫୯ ଲକ୍ଷ ଗଧ ଥିଲେ ।
ଏବେ ପାକିସ୍ତାନରେ ପ୍ରତି ବର୍ଷ ଗଧଙ୍କ ସଂଖ୍ୟା ବୃଦ୍ଧି ପାଉଛି । ପାରମ୍ପରିକା ଭାବେ ଗଧଙ୍କୁ ଭାରୀ ସାମଗ୍ରୀ ପରିବହନ ପାଇଁ କିମ୍ବା ଟାଣିବା ପାଇଁ ବ୍ୟବବହାର କରାଯାଏ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories