Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଯୁଦ୍ଧ ବେଳେ ରେକର୍ଡ଼ ଭାଙ୍ଗିଲା ଇସ୍ରାଏଲ; ପଛରେ ପଡ଼ିଗଲା ଋଷିଆ

International

Israel vs Russia / ଯୁଦ୍ଧ ବେଳେ ରେକର୍ଡ଼ ଭାଙ୍ଗିଲା ଇସ୍ରାଏଲ; ପଛରେ ପଡ଼ିଗଲା ଋଷିଆ

Subhramjit Ray
Browse all articles by Subhramjit Ray
·1 hour ago·3 min read
ଯୁଦ୍ଧ ବେଳେ ରେକର୍ଡ଼ ଭାଙ୍ଗିଲା ଇସ୍ରାଏଲ; ପଛରେ ପଡ଼ିଗଲା ଋଷିଆ
Israel vs Russia

Key Points

ଯୁଦ୍ଧ ଜାରି ରହିବା ସତ୍ତ୍ୱେ କ୍ରମାଗତ ପଞ୍ଚମ ବର୍ଷ ପାଇଁ ଇସ୍ରାଏଲ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛି। ହେଲେ ଅନ୍ୟପଟେ ଋଷିଆ ବହୁ ପଛରେ ପଡ଼ିଯାଇଛି।  
SIPRI global arms transfers report: ମଧ୍ୟ ପ୍ରାଚ୍ୟରେ ବିଭିନ୍ନ ମୋର୍ଚ୍ଚାରେ ଭିନ୍ନ ଭିନ୍ନ ଦେଶଙ୍କ ସହ ଯୁଦ୍ଧ ଲଢୁଛି ଇସ୍ରାଏଲ। ହେଲେ ଏହା ସତ୍ତ୍ୱେ ଇସ୍ରାଏଲ ବୈଶ୍ୱିକ ପ୍ରତିରକ୍ଷା ବଜାରରେ ଏକ ଇତିହାସ ସୃଷ୍ଟି କରିଛି। ଗତ ୨୦୨୫ ରେ ଇସ୍ରାଏଲର ଅସ୍ତ୍ରଶସ୍ତ୍ର ରପ୍ତାନି ରେକର୍ଡ଼ ୧୯.୨ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିବା ନେଇ ଆକଳନ କରାଯାଉଛି। ଆଶ୍ଚର୍ଯ୍ୟଜନକ ଭାବରେ ଅନ୍ତର୍ଜାତୀୟ ବହିଷ୍କାର ଏବଂ ଅନେକ ପ୍ରମୁଖ ପ୍ରତିରକ୍ଷା ପ୍ରଦର୍ଶନୀରୁ ବାଦ ଦିଆଯିବା ସତ୍ତ୍ୱେ, ବୈଶ୍ୱିକ ବଜାରରେ ଇସ୍ରାଏଲ ନିର୍ମିତ ହତିଆରର ଚାହିଦା ବୃଦ୍ଧି ପାଇଛି। ଏହି ସମୟରେ ଏକଦା ବୈଶ୍ୱିକ ହତିଆର ବଜାରର ନେତା ରହିଥିବା ଋଷିଆ ରପ୍ତାନୀ ମାମଲାରେ ପଛରେ ପଡ଼଼ିଯାଇଛି।

ନିରଟରେ ଇସ୍ରାଏଲୀ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ, ଦେଶର ପ୍ରତିରକ୍ଷା ରପ୍ତାନିରେ ଗତ ବର୍ଷ ପ୍ରାୟ ୩୦% ବୃଦ୍ଧି ହୋଇଥିବାର ରେକର୍ଡ କରିଛି। ଏହି ରେକର୍ଡ଼ ଭାଙ୍ଗିବା ସଫଳତା ପଛରେ ଅନେକ କାରଣ ରହିଛି। ଇସ୍ରାଏଲ ଦ୍ୱାରା ନିର୍ମିତ କ୍ଷେପଣାସ୍ତ୍ର, ରକେଟ୍ ଏବଂ ସଠିକ୍ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଯଦ୍ଧ ସମୟର ଏହାର ସାମର୍ଥ୍ୟ ସମଗ୍ର ବିଶ୍ୱ ଦେଖିସାରିଛି।

ଏହା ସହ ପଢନ୍ତୁ: ପୁଣି ପାକିସ୍ତାନକୁ ମିଳିଲା ଧୋକ୍କା; ପ୍ରଶିକ୍ଷଣ ବେଳେ Crash ହୋଇଗଲା ଜେଏଫ-୧୭

ଲଗାତାର ପଞ୍ଚମ ବର୍ଷ ପାଇଁ ରେକର୍ଡ଼ ଅଭିବୃଦ୍ଧି

କ୍ରମାଗତ ପଞ୍ଚମ ବର୍ଷ ପାଇଁ ଇସ୍ରାଏଲର ପ୍ରତିରକ୍ଷା ରପ୍ତାନୀ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ଅନ୍ତର୍ଜାତୀୟ ପ୍ରତିରକ୍ଷା ସହଯୋଗ ନିର୍ଦ୍ଦେଶାଳୟ (SIBAT) ଅନୁଯାୟୀ, ଇସ୍ରାଏଲର ପ୍ରତିରକ୍ଷା ରପ୍ତାନୀ ଗତ ୨୦୨୪ ରେ ୧୪.୮ ବିଲିୟନ ଡଲାର ରହିଥିଲା। ଯାହା ୨୦୨୫ ରେ ୧୯.୨ ବିଲିୟନ ଡଲାରକୁ ବୃଦ୍ଧି ପାଇଛି। ସେହିପରି ୨୦୨୩ ରେ ଏହାର ପରିମାଣ ୧୩ ବିଲିୟନ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ରପ୍ତାନୀ କରିଥିଲା। ଏହି ତଥ୍ୟ ସ୍ପଷ୍ଟ ଭାବରେ ବିଶ୍ୱ ବଜାରରେ ଇସ୍ରାଏଲୀ ଅସ୍ତ୍ରଶସ୍ତ୍ରର ବର୍ଦ୍ଧିତ ପ୍ରାଧାନ୍ୟକୁ ଦର୍ଶାଉଛି।

ଷ୍ଟକହୋମ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (SIPRI) ଦ୍ୱାରା ପ୍ରକାଶିତ "ଗ୍ଲୋବାଲ୍ ଆର୍ମସ୍ ଟ୍ରାନ୍ସଫର ଡାଟାବେସ୍" (SIPRI Global Arms Transfer Database) ଅନୁଯାୟୀ ଗତ ୨୦୨୧ ରୁ ୨୦୨୫ ମଧ୍ୟରେ ଇସ୍ରାଏଲ ବିଶ୍ୱର ସପ୍ତମ ବୃହତ ଅସ୍ତ୍ରଶସ୍ତ୍ର ରପ୍ତାନୀକାରୀ ଦେଶ ରହିଥିଲା। ଏହି ସମୟ ମଧ୍ୟରେ ବୈଶ୍ୱିକ ଅସ୍ତ୍ରଶସ୍ତ୍ର ରପ୍ତାନିର କେବଳ ଇସ୍ରାଏଲର ଭାଗ ୪.୪ ରହିଥିଲା। ବର୍ତ୍ତମାନ ୨୦୨୫ ରେ ୩୦ ପ୍ରତିଶତର ଏହି ବିଶାଳ ବୃଦ୍ଧି ସହିତ, ବୈଶ୍ୱିକ ଅସ୍ତ୍ରଶସ୍ତ୍ର ବଜାରରେ ଇସ୍ରାଏଲର ଅଂଶ ଆହୁରି ବୃଦ୍ଧି ପାଇବାକୁ ଯାଉଛି।

ଅନେକ ମୋର୍ଚ୍ଚାରେ ଲଢୁଛି ଯୁଦ୍ଧ, ହେଲେ ତଥାପି ହୋଇଛି ସମୟାନୁବର୍ତ୍ତୀ ବିତରଣ
ଇସ୍ରାଏଲର ସଫଳତା ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। କାରଣ ଗତ ୨୦୨୩ ଅକ୍ଟୋବର ୭ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପର ଠାରୁ ଏହି ଦେଶ ନିରନ୍ତର ଯୁଦ୍ଧ ଲଢିବା ଅବସ୍ଥାରେ ରହିଛି। ଯିଏ ବିଭିନ୍ନ ମୋର୍ଚ୍ଚାରେ ଭିନ୍ନ ଭିନ୍ନ ଦେଶ ଏକ ଭୟଙ୍କର ଯୁଦ୍ଧ ଲଢୁଛି। ଏପରି ଏକ କଷ୍ଟକର ସମୟରେ ଯେକୌଣସି ଦେଶ ପାଇଁ ଏହାର ଘରୋଇ ଆବଶ୍ୟକତା ପୂରଣ କରିବା ଏକ ପ୍ରମୁଖ ଚ୍ୟାଲେଞ୍ଜ। ହେଲେ ଇସ୍ରାଏଲ ଏଠାରେ ମଧ୍ୟ ନିଜର ଶକ୍ତି ପ୍ରମାଣିତ କରିଛି।

ଇସ୍ରାଏଲୀ ପ୍ରତିରକ୍ଷା କମ୍ପାନୀଗୁଡ଼ିକ କେବଳ ସେମାନଙ୍କ ଦେଶର ସାମରିକ ବାହିନୀର ଘରୋଇ ଆବଶ୍ୟକତା ପୂରଣ କରିନାହାଁନ୍ତି। ବରଂ ଧାର୍ଯ୍ୟ ସମୟ ମଧ୍ୟରେ ସେମାନଙ୍କର ସମସ୍ତ ଅନ୍ତର୍ଜାତୀୟ ଚୁକ୍ତିନାମା ଏବଂ ପ୍ରତିବଦ୍ଧତାକୁ ପୂରଣ କରିଛନ୍ତି। ଏହା ସହିତ ଯୁଦ୍ଧ ମଧ୍ୟରେ ଏହି କମ୍ପାନୀ ଅନେକ ପ୍ରମୁଖ ନୂତନ ପ୍ରତିରକ୍ଷା ଚୁକ୍ତି ହାସଲ କରିଛନ୍ତି। ଯାହା ତୀବ୍ର ଚାପ ଏବଂ ଯୁଦ୍ଧକାଳୀନ ପରିସ୍ଥିତିରେ ମଧ୍ୟ ଇସ୍ରାଏଲର ସମୟସୀମାରେ ଅସ୍ତ୍ରଶସ୍ତ୍ର ଯୋଗାଇବାର କ୍ଷମତା ଉପରେ ଏହା ଉପରେ ବିଶ୍ୱର ରହିଥିବା ଦୃଢ଼ ବିଶ୍ୱାସକୁ ପ୍ରମାଣିତ କରୁଛି।

ଏହା ସହ ପଢନ୍ତୁ: ଚୋରି ମାଲ୍ ପାଇଁ କାହିଁକି ମୁହାଁମୁହିଁ ଇସ୍ରାଏଲ-ୟୁକ୍ରେନ; କ'ଣ ରହିଛି ପରଦା ପଛର କାହାଣୀ?

ସମ୍ପୂର୍ଣ୍ଣ ଭାବରେ ଭୁଷୁଡ଼ି ଯାଇଛି ଋଷିଆ ଅସ୍ତ୍ରଶସ୍ତ୍ର ବଜାର
ଇସ୍ରାଏଲ ବୈଶ୍ୱିକ ବଜାରରେ ହତିଆର ରପ୍ତାନୀ କରିବାରେ ଏକ ନୂଆ ରେକର୍ଡ଼ କରିଥିବା ସମୟରେ, ଋଷିଆର ପ୍ରତିରକ୍ଷା ରପ୍ତାନି ସମ୍ପୂର୍ଣ୍ଣ ଭାବରେ ଭୁଷୁଡ଼ି ପଡ଼ିଛି। SIPRI ରିପୋର୍ଟ ଅନୁଯାୟୀ ଗତ ୨୦୧୯ ରୁ ୨୦୨୩ ମଧ୍ୟରେ ଋଷିଆର ଅସ୍ତ୍ରଶସ୍ତ୍ର ରପ୍ତାନି ବିଗତ ୫ ବର୍ଷ ତୁଳନାରେ ପ୍ରାୟ ୫୦% ହ୍ରାସ ପାଇଛି।

"ଦି ଜେମ୍ସଟାଉନ୍ ଫାଉଣ୍ଡେସନ୍" (The Jamestown Foundation) ତଥ୍ୟ ଅନୁଯାୟୀ, ଗତ ୨୦୨୧ ରୁ ୨୦୨୪ ମଧ୍ୟରେ ଋଷିଆର ଅସ୍ତ୍ରଶସ୍ତ୍ର ରପ୍ତାନି ଆଶ୍ଚର୍ଯ୍ୟଜନକ ଭାବରେ ୯୨ ପ୍ରତିଶତ ହ୍ରାସ ପାଇଛି। ଏହି ହ୍ରାସର ମୁଖ୍ୟ କାରଣ ହେଉଛି ୟୁକ୍ରେନ ଯୁଦ୍ଧରେ ଋଷିଆର ସମ୍ବଳର ବ୍ୟବହାର, ଅନ୍ତର୍ଜାତୀୟ କଟକଣା, ଦରଦାମ ବୃଦ୍ଧି ଏବଂ ପାଣ୍ଠିର ଘୋର ଅଭାବ। ଯାହାର ଫଳସ୍ୱରୂପ ଋଷିଆ ଅନ୍ତର୍ଜାତୀୟ ବଜାରରୁ ଏକ ପ୍ରକାର ଗାଏବ ହୋଇଯାଇଛି। ଇସ୍ରାଏଲ ଏହି ଶୂନ୍ୟସ୍ଥାନକୁ ଦ୍ରୁତ ଗତିରେ ପୂରଣ କରୁଛି।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored