Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପାକିସ୍ତାନ ନିର୍ବାଚନ ; ଜେଲରୁ ଥାଇ ବାଜି ପଲଟାଇଦେଲେ ଇମରାନ

International

ପାକିସ୍ତାନ ନିର୍ବାଚନ ; ଜେଲରୁ ଥାଇ ବାଜି ପଲଟାଇଦେଲେ ଇମରାନ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ପାକିସ୍ତାନ ନିର୍ବାଚନ ; ଜେଲରୁ ଥାଇ ବାଜି ପଲଟାଇଦେଲେ ଇମରାନ

ଅର୍ଗସ ବ୍ୟୁରୋ : ନିର୍ବାଚନ ଫଳାଫଳ ଆସିବା ପରେ ଜଳୁଛି ପାକିସ୍ତାନ। ପାକିସ୍ତାନରେ ପ୍ରଥମ ଥର ଲାଗି ସେନାର ନିର୍ବାଚନ ଗଣିତ ଭୁଲ୍ ହୋଇଛି। ଯାହାକୁ ନେଇ ଦେଶରେ ଖେଳିଯାଇଛି ଅସ୍ଥିରତା। ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଜେଲରୁ ହିଁ ପଲଟାଇଦେଇଛନ୍ତି ପାକିସ୍ତାନ ନିର୍ବାଚନର ବାଜି। ଇମରାନଙ୍କ ସମର୍ଥିତ ସ୍ବାଧୀନ ପ୍ରାର୍ଥୀଙ୍କୁ ମୋଟ୍ 263ରୁ 180 ଆସନ ମିଳିଥିବା ନେଇ ଦାବି ହେଉଛି। ଏନେଇ ଇମରାନ ଖାନଙ୍କ ଦଳ ପିଟିଆଇ ନିଜ ଏକ୍ସପୋଷ୍ଟରେ ସ୍ପଷ୍ଟ କରିଛି। ଇମରାନ ଖାନ ଗିରଫ ହେବା ପରେ ପାକିସ୍ତାନ ସେନା ନିର୍ଦ୍ଦେଶରେ ତାଙ୍କ ଦଳ ପିଟିଆଇ ଉପରେ ବ୍ୟାନ ଲଗାଇଛନ୍ତି ପାକିସ୍ତାନ ସରକାର। ତେଣୁ ଚଳିତ ନିର୍ବାଚନରେ ତାଙ୍କ ଦଳ ସମର୍ଥିତ ପ୍ରାର୍ଥୀ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ। ସେପଟେ ପାକିସ୍ତାନ ସେନା ସମର୍ଥିତ ନୱାଜ ସରିଫଙ୍କ ଦଳ PML-N କୁ କମ୍ ସିଟ୍ ମିଳିଥିବା ସତ୍ତ୍ବେ ସେ ବିଜୟ ଲାଭ କରିଥିବା ନେଇ ସର୍ବସାଧାରଣରେ ଦାବି କରିଛନ୍ତି।

ଅଧିକ ପଢନ୍ତୁ : ଆଜି ପାକିସ୍ତାନରେ ସାଧାରଣ ନିର୍ବାଚନ

 ଯାହାକୁ ନେଇ ରାସ୍ତାକୁ ଓହ୍ଲାଇଛନ୍ତି ଇମରାନଙ୍କ ସମର୍ଥକ। ଦେଶର ବିଭିନ୍ନ ସ୍ଥାନରେ ପ୍ରତିବାଦ ଜାରି ରହିଥିବା ବେଳେ ଆନ୍ଦୋଳନକାରୀଙ୍କ ଉପରକୁ  ଆତର୍କିତ ଗୁଳିଚାଳନା କରିଛି ପାକିସ୍ତାନ ସେନା। ଦେଶର ବିଭିନ୍ନ ସ୍ଥାନରେ 144 ଧାରା ମଧ୍ୟ ଜାରି କରାଯାଇଛି। ପାକିସ୍ତାନର ଅଧିକାଂଶ ସ୍ଥାନରେ ଇଣ୍ଟରନେଟ ସଟଡାଉନ କରିଦିଆଯାଇଛି। ଯାହାକୁ ନେଇ କ୍ଷୋଭ ଏବଂ ଚିନ୍ତା ପ୍ରକଟ କରିଛନ୍ତି ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନ। ଆମେରିକା ଏବଂ ୟୁକେ ପାକିସ୍ତାନର ନିର୍ବାଚନ ଫଳାଫଳକୁ ନେଇ ଚିନ୍ତା ବ୍ୟକ୍ତ କରିବା ସହ ଲୋକଙ୍କ ମତକୁ ପ୍ରଭାବିତ କରାଯାଉଥିବା ଅଭିଯୋଗ କରିଛନ୍ତି। ଯାହାର ତଦନ୍ତ ହେବା ଆବଶ୍ୟକ ବୋଲି ମଧ୍ୟ ଦାବି କରିଛନ୍ତି। ଏଥି ସହ ଅନ୍ତର୍ଜାତୀୟ ମାନବାଧିକାର ଫାଉଣ୍ଡେସନ ମଧ୍ୟ ଲୋକଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ଚିନ୍ତା ପ୍ରକଟ କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
pakistan-election-results-2024-imran-khan-backed-candidates-take-lead | Argus News