Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜାରି ରହିଛି ଗ୍ୟାସ୍ ସଂକଟ; ରୋଷେଇ ପୂର୍ବରୁ ଖାଲି ଛାଡ଼ିବାକୁ ପଡୁଛି

International

Pakistan Gas Crisis 2026 / ଜାରି ରହିଛି ଗ୍ୟାସ୍ ସଂକଟ; ରୋଷେଇ ପୂର୍ବରୁ ଖାଲି ଛାଡ଼ିବାକୁ ପଡୁଛି

Subhramjit Ray
Browse all articles by Subhramjit Ray
·2 hours ago·2 min read
ଜାରି ରହିଛି ଗ୍ୟାସ୍ ସଂକଟ; ରୋଷେଇ ପୂର୍ବରୁ ଖାଲି ଛାଡ଼ିବାକୁ ପଡୁଛି
Pakistan Gas Crisis 2026

Key Points

ଏନେଇ ଲୋକଙ୍କ କହିବା କଥା ଯେ ସେମାନେ ସେମାନକର ଗ୍ୟାସ୍ ବିଲ୍‌ରେ ପବନ ପାଇଁ ଦେୟ ପ୍ରଦାନ କରୁଛନ୍ତି।
Pakistan LPG Gas Crisis 2026: ପାକିସ୍ତାନର ଦୁଇ ପ୍ରମୁଖ ସହର ପେଶାୱାର ଏବଂ ହାଇଦ୍ରାବାଦରେ ଏକ ଗୁରୁତର ଗ୍ୟାସ୍ ସଙ୍କଟ ଦେଖିବାକୁ ମିଳିଛି। ଏଠାରେ ପରିସ୍ଥିତି ଏତେ ଭୟଙ୍କର ହୋଇଛି ଯେ ଗ୍ୟାସ ପରିବର୍ତ୍ତେ ପାଇପଲାଇନ୍ରୁ କେବଳ ୧୫-୨୦ ମିନିଟ୍ ପାଇଁ କେବଳ ପବନ ବାହାରୁଛି। ଏହା ସତ୍ତ୍ୱେ, ମିଟର ଚାଲୁ ରହିଛି। ଜନସାଧାରଣ କୌଣସି ଗ୍ୟାସ ବ୍ୟବହାର ନକରି କେବଳ "ବାୟୁ" ପାଇଁ ମୋଟା ଅଙ୍କର ବିଲ୍ ଦେବାକୁ ବାଧ୍ୟ ହେଉଛନ୍ତି।

ଗ୍ୟାସ ଯୋଗାଣ ୨୪ ଘଣ୍ଟାରୁ କେବଳ ୯ ଘଣ୍ଟା ପାଇଁସ ହେଉଛି
ସୁଇ ଗ୍ୟାସ କମ୍ପାନୀ (Sui Gas Company) ହାଇଦ୍ରାବାଦ ଏବଂ ଆଖପାଖ ଅଞ୍ଚଳରେ ୯ ଘଣ୍ଟାର ଦୈନିକ ଗ୍ୟାସ୍ ଯୋଗାଣ ସମୟସୂଚୀ ସ୍ଥିର କରିଛି। ନିୟମ ଅନୁଯାୟୀ, ସକାଳ, ଅପରାହ୍ନ ଏବଂ ରାତି ସମୟରେ ୩ ଘଣ୍ଟା ପାଇଁ ଗ୍ୟାସ୍ ଉପଲବ୍ଧ ହେବ। ହେଲେ ବାସ୍ତବରେ ଏହି ନିର୍ଦ୍ଧାରିତ ସମୟରେ ମଧ୍ୟ ଗ୍ୟାସ୍ ଲୋକଙ୍କ ପାଖରେ ପହଞ୍ଚୁ ନାହିଁ। ଯେଉଁ ଅଞ୍ଚଳରେ ଗ୍ୟାସ୍ ଯୋଗାଣ (Gas Supply in Pakistani City) ଉପଲବ୍ଧ ରହିଛି, ସେଠାରେ ଗ୍ୟାସ୍ ପ୍ରେସର (Gas Pressure) ଏତେ କମ୍ ଯେ ରୋଷେଇ ଅସମ୍ଭବ ହୋଇପଡୁଛି।

ଏନେଇ ମହିଳାଙ୍କ କହିବା କଥା ଯେ ସେମାନଙ୍କୁ ପାଇପଲାଇନ୍ରୁ ଗ୍ୟାସ ଆସିବା ପାଇଁ ଅପେକ୍ଷା କରିବାକୁ ପଡୁଛି। ଗ୍ୟାସ୍ ଆସୁଛି ନାଁ ନାହିଁ ତାହା ଯାଞ୍ଚ କରିବା ପାଇଁ ସେମାନଙ୍କୁ ପାଇପ୍‌ ମଧ୍ୟରେ ଫସି ରହିଥିବା ପବନ ବାହାରକୁ ବାହାର କରିବା ପାଇଁ ସେମାନଙ୍କୁ ୧୫ ମିନିଟ୍ ପର୍ଯ୍ୟନ୍ତ ଗ୍ୟାସ୍ ବର୍ଣ୍ଣର ଚାଲୁ ରଖିବାକୁ ପଡୁଛି। ଆମେ ଆମର ଗ୍ୟାସ୍ ବିଲ୍‌ରେ ପବନ ପାଇଁ ଦେୟ ପ୍ରଦାନ ଦେଉଛୁ। ପରିବାର ଲାଗି ରୋଷେଇ କରିବା ପାଇଁ ଆମକୁ ଘଣ୍ଟା ଘଣ୍ଟା ଧରି ରୋଷେଇ ଘରେ ସଂଘର୍ଷ କରିବାକୁ ପଡୁଛି।

ଏହା ସହ ପଢନ୍ତୁ: ପାକ୍ ସରକାରଙ୍କ ବଡ଼ ନିଷ୍ପତ୍ତି ଏଣିକି ସୋସିଆଲ ମିଡ଼ିଆ ରୋଜଗାର ଉପରେ ଲାଗୁ ହେବ ଟ୍ୟାକ୍ସ

କଳା ବଜାରୀରେ ବିକ୍ରି ହେଉଛି ଏଲପିଜି ସିଲିଣ୍ଡର
ପାଇପ୍‌ଲାଇନ୍ ଯୋଗେ ହେଉଥିବା ଗ୍ୟାସ୍ ଅଭାବ ଯୋଗୁଁ ପେଶାୱର ସହରରେ ହଠାତ୍ ଏଲପିଜି ସିଲିଣ୍ଡରର ଚାହିଦା ବୃଦ୍ଧି ପାଇଛି। ଲାଭଖୋର ବ୍ୟବସାୟୀ ସିଧାସଳଖ ଏହାର ଲାଭ ଉଠାଉଛନ୍ତି। ସରକାରୀ ମୂଲ୍ୟ ଅନୁସାରେ, ଏକ କିଲୋଗ୍ରାମ ଏଲପିଜି ଗ୍ୟାସ୍ ବର୍ତ୍ତମାନ ୩୦୦ ପାକିସ୍ତାନୀ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି। ହେଲେ ତଥାପି ଏହାର କଳାବଜାରୀ କରାଯିବା ସହ ଏହାକୁ କିଲୋଗ୍ରାମ ପିଛା ୪୦୦-୫୦୦ ଟଙ୍କାରେ ବିକ୍ରି କରାଯାଉଛି। ଏନେଇ ଅଭିଯୋଗ ଆସିବା ପରେ, ସ୍ଥାନୀୟ ପ୍ରଶାସନ ଚଢାଉ ଆରମ୍ଭ କରିଛି। ହେଲେ ମୂଲ୍ୟକୁ ଏପର୍ଯ୍ୟନ୍ତ ନିୟନ୍ତ୍ରଣ କରାଯାଇ ପାରିନାହିଁ।

ସଙ୍କଟ ମଧ୍ୟରେ ବୃଦ୍ଧି ପାଉଛି ଏସବୁ ସାମଗ୍ରୀର ଚାହିଦା

ଏହି ଗମ୍ଭୀର ଗ୍ୟାସ୍ ଅଭାବ ଲୋକଙ୍କ ଜୀବନଶୈଳୀକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ପାକିସ୍ତାନୀ ଏବେ ଅଧିକ ମହଙ୍ଗା ବିକଳ୍ପ ଆଡକୁ ମୁହାଁଇବାକୁ ବାଧ୍ୟ ହେଉଛନ୍ତି। ବଜାରରେ ବୈଦ୍ୟୁତିକ ଚୁଲା (Electric Stoves), ଇଣ୍ଡକ୍ସନ କୁକଟପ୍ (Induction Cooktops), ସିରାମିକ୍ କୁକର (Ceramic Cookers) ଏବଂ ସୌର ଚୁଲ୍ଲା (Solar Stoves) ବିକ୍ରୟ ବୃଦ୍ଧି ପାଇଛି। ଏହା ବ୍ୟତୀତ ଲୋକେ ଭାରୀ ଲୁହା ସିଲିଣ୍ଡର ବଦଳରେ ହାଲୁକା, କଳଙ୍କ-ପ୍ରତିରୋଧୀ ଫାଇବର ଗ୍ଲାସ୍ ଏଲପିଜି ସିଲିଣ୍ଡର କ୍ରୟ କରିବାରେ ଲାଗିଛନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored