300 Kids Infected with HIV / ଡାକ୍ତରଙ୍କ ବଡ଼ ଭୁଲ୍; ବାରମ୍ବାର ଫୋଡ଼ୁଥିଲେ ଗୋଟିଏ ସିରିଞ୍ଜ୍, ଏବେ ୩୦୦ରୁ ଅଧିକ ଛୁଆ HIV ସଂକ୍ରମିତ
·4 hours ago·2 min read

Key Points
ସରକାରୀ ଡାକ୍ତରଖାନାର ବଡ଼ ଅବହେଳା । ଗୋଟିଏ ସିରିଞ୍ଜ୍ରେ ଇଞ୍ଜେକ୍ସନ ଦେଇ ୩୩୧ ଜଣଙ୍କୁ କଲେ ଏଚଆଇଭି ସଂକ୍ରମିତ ।
ନୂଆଦିଲ୍ଲୀ: ଏଚ୍ଆଇଭି ଏଡ୍ସ ନ ବ୍ୟାପିବା ଲାଗି ମେଡିକାଲ୍ରେ ଗୋଟିଏ ସିରିଞ୍ଜ୍ ଥରେ ବ୍ୟବହାର କରାଯାଏ । ଏପରିକି ଜଣେ ରୋଗୀ ଏକାଧିକ ଇଞ୍ଜେକ୍ସନ ନେଲେ ବ୍ୟବହାର ହୁଏ ଏକାଧିକ ସିରିଞ୍ଜ୍ । ହେଲେ ସିରିଞ୍ଜ୍ ବ୍ୟବହାର କ୍ଷେତ୍ରରେ ମେଡିକାଲ୍ କର୍ତ୍ତୃପକ୍ଷଙ୍କ ଖାମଖିଆଲି ବଡ଼ ବିପର୍ଯ୍ୟୟ ଡାକି ଆଣିଛି ।
ଖରାପ ଆର୍ଥିକ ସ୍ଥିତି ଦେଇ ଗତି କରୁଥିବା ପାକିସ୍ତାନରେ ଏଭଳି ଆଶ୍ଚର୍ଯ୍ୟଜନକ ମାମଲା ଦେଖିବାକୁ ମିଳିଛି । ରିପୋର୍ଟ ଅନୁସାରେ, ତାନ୍ସୋର ଟିଏଚକ୍ୟୁ ହସ୍ପିଟାଲ୍ରେ ସ୍ଵାସ୍ଥ୍ୟକର୍ମୀଙ୍କ ବଡ଼ ଅସାବଧାନତାରୁ ଏବେ ୩୦୦ରୁ ଅଧିକ ଛୁଆ ଏଚ୍ଆଇଭି ଭଳି ପ୍ରାଣଘାତୀ ରୋଗରେ ସଂକ୍ରମିତ ହୋଇଛନ୍ତି ।
ଏଥିସହ ପଢ଼ନ୍ତୁ: ବାହା ହେବାକୁ ମନା କରିବାରୁ HIV ଇଞ୍ଜେକ୍ସନ ଫୋଡ଼ିଦେଲେ… ଭୟଭୀତ ହୋଇ ମହିଳା କଲେ ଆତ୍ମହତ୍ୟା
ହସ୍ପିଟାଲ୍ରେ ଗୋଟିଏ ସିରିଞ୍ଜ୍କୁ ବାରମ୍ବାର ବ୍ୟବହାର କରିବା ଏବଂ ସ୍ଵଚ୍ଛତା ନିୟମକୁ ପାଳନ ନ କରିବା ଫଳରେ ଏବେ ୩୦୦ରୁ ଅଧିକ ଛୁଆଙ୍କ ଜୀବନ ଅନ୍ଧକାର ଭିତରକ ଠେଲି ହୋଇ ଯାଇଛି ।
ବିବିସି ରିପୋର୍ଟରେ ଏହି ଚାଞ୍ଚଲ୍ୟକର ଖୁଲାସା ହୋଇଛି । ମନକୁ ବିଚଳିତ କରୁଥିବା ଏହି ଘଟଣାରେ ଜୀବନ ହାରିଛି ୮ ବର୍ଷର ମହମ୍ମଦ ଅମୀନ । ଏଚଆଇଭି ସଂକ୍ରମିତ ଜଣାପଡ଼ିବାର କିଛି ସମୟ ପରେ ଅମୀନ ଆଖି ବୁଜିଛି ।
ଅମୀନର ମାଆଙ୍କ କହିବା ଅନୁସାରେ, "କିଛିଦିନ ହେଲା ପୁଅକୁ ଜ୍ଵର ଆସୁଥିଲା । ଶରୀର ଯାକ କଷ୍ଟ ଅନୁଭବ କରୁଥିଲା ।" ଅମୀନର ମୃତ୍ୟୁ ପରେ ତାର ଭଉଣୀ ଅସ୍ମାର ରିପୋର୍ଟ ମଧ୍ୟ ଏଚ୍ଆଇଭି ସଂକ୍ରମିତ ବୋଲି ଜଣାପଡ଼ିଛି । ପରିବାରର ଅଭିଯୋଗ ହେଲା, ସରକାରୀ ହସ୍ପିଟାଲ୍ରେ ସଂକ୍ରମିତ ସିରିଞ୍ଜ ଫୋଡ଼ିବା ଫଳରେ ଛୁଆଙ୍କୁ ଏହି ଘାତକ ଭୂତାଣୁ ଆକ୍ରମଣ କରିଛି ।
ଏଥିସହ ପଢ଼ନ୍ତୁ: ବାହାଘର ଭାଙ୍ଗିବା ପରେ ଯୁବକ କଲେ ଏପରି କାମ ଶୁଣିଲେ ଉଡ଼ିଯିବ ହୋସ୍
୩୩୧ ଛୁଆ HIV ସଂକ୍ରମିତ
୨୦୨୪ ଶେଷ ଆଡ଼କୁ ସ୍ଥାନୀୟ ଜଣେ ଡାକ୍ତର ଗୁଲ କୈସରାନୀ ତାଙ୍କ କ୍ଲିନିକରେ ଛୁଆଙ୍କ ଠାରେ HIVର ଅସାମାନ୍ୟ ଲକ୍ଷଣ ଦେଖିଥିଲେ । ଏହାପରେ ଯାଞ୍ଚ କରିବାରୁ ଯାହା ଜଣାପଡ଼ିଲା, ତାହା ସମସ୍ତଙ୍କୁ ଚମକାଇ ଦେଲା ।
ରିପୋର୍ଟ ଅନୁସାରେ, ୨୦୨୪ ନଭେମ୍ବରରୁ ୨୦୨୫ ଅକ୍ଟୋବର ମଧ୍ୟରେ କେବଳ ତାନ୍ସୋରେ ଅତି କମ୍ରେ ୩୩୧ ଛୁଆ ଏଚ୍ଆଇଭି ସଂକ୍ରମିତ । ଏହି ସଂକ୍ରମଣର ସମ୍ପର୍କ ଅସୁରକ୍ଷିତ ଇଞ୍ଜେକ୍ସନ୍ ବୋଲି ଜଣାପଡ଼ିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories