HIV Outbreak / ସରକାରୀ ହସ୍ପିଟାଲ୍ର ବଡ଼ ଖାମଖିଆଲି; ଗୋଟିଏ ଇଞ୍ଜେକ୍ସନ୍ରୁ ୭୮ ଛୁଆଙ୍କୁ AIDS, ୬ ମୃତ
·1 hour ago·2 min read

Key Points
ଯେଉଁ ହସ୍ପିଟାଲ୍ରେ ଛୁଆଙ୍କୁ ନୂଆ ଜୀବନ ମିଳେ । ସେଇ ହସ୍ପିଟାଲ୍ ଏବେ ଏମିତି ରୋଗ ଦେଇଛି, ଯାହାର ସମ୍ପୂର୍ଣ୍ଣ ଚିକିତ୍ସା ଆଜି ଯାଏ ସମ୍ଭବ ନୁହେଁ ।
ନୂଆଦିଲ୍ଲୀ: ଦେହ ଖରାପ ହେଲେ ଆମେ ହସ୍ପିଟାଲ୍ ଯାଉ । ଆଶା ଥାଏ ଡାକ୍ତରଙ୍କ ଔଷଧ ଓ ଚିକିତ୍ସାରେ ସ୍ଵାସ୍ଥ୍ୟ ଠିକ୍ ହୋଇଯବ । ଆଉ ଛୁଆଙ୍କ କ୍ଷେତ୍ରରେ ଏହି ଆଶା ଓ ଭରସା କେଇ ଗୁଣା ବଢ଼ିଯାଏ । ହେଲେ ଯେଉଁ ହସ୍ପିଟାଲ୍ରେ ଛୁଆଙ୍କୁ ନୂଆ ଜୀବନ ମିଳେ । ସେଇ ହସ୍ପିଟାଲ୍ ଏବେ ଏମିତି ରୋଗ ଦେଇଛି, ଯାହାର ସମ୍ପୂର୍ଣ୍ଣ ଚିକିତ୍ସା ଆଜି ଯାଏ ସମ୍ଭବ ନୁହେଁ ।
ପାକିସ୍ତାନର ଏକ ସରକାରୀ ଚିକିତ୍ସାଳୟର ଏହି ବଡ଼ ଅବହେଳା ଲାଗି ଅନେକ ଛୁଆଙ୍କ ଜୀବନ ବଦଳି ଯାଇଛି । ଗୋଟିଏ ସିରିଞ୍ଜକୁ ବାରମ୍ବାର ବ୍ୟବହାର କରିବା ଦ୍ଵାରା ଅତି କମ୍ରେ ୭୮ ଜଣ ଛୁଆ HIV ସଂକ୍ରମିତ ହୋଇଛନ୍ତି । ଯେଉଁଥିରୁ ୬ ଜଣ ଛୁଆଙ୍କ ମୃତ୍ୟୁ ମଧ୍ୟ ହୋଇଛି ।
ଏଥିସହ ପଢ଼ନ୍ତୁ: ହର୍ମୁଜ ପ୍ରଣାଳୀରେ ଇରାନ ମିସାଇଲ୍ ମାଡ଼ ଜଣେ ଭାରତୀୟଙ୍କ ମୃତ୍ୟୁ, ୮ ଆହତ
ହସ୍ପିଟାଲ୍ ନିକଟବର୍ତ୍ତୀ ଅଞ୍ଚଳରେ ୧୦ ହଜାର ୫୦୦ ଲୋକଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଛି । ଯେଉଁଥିରୁ ୧୨୦ ଲୋକଙ୍କ HIV ସଂକ୍ରମିତ ହୋଇଥିବା ରିପୋର୍ଟ ମିଳିଛି । କରାଚିର କୁଲସୁମ ବାଈ ବାଳିକା ହସ୍ପିଟାଲ୍ର ଏହି ଘଟଣା ଲୋକଙ୍କୁ ଆତଙ୍କିତ କରି ରଖିଛି । ଯାହା ପାକିସ୍ତାନର ସରକାରୀ ଚିକିତ୍ସାଳୟର ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ପାକିସ୍ତାନର ଜିୟୋ ନ୍ୟୁଜ୍ ଅନୁସାରେ, ମଙ୍ଗଳବାର ସିନ୍ଧ ପ୍ରଦେଶର ଶ୍ରମ ଓ ସାମାଜିକ କଲ୍ୟାଣ ମନ୍ତ୍ରୀ HIV ସଂକ୍ରମିତ ୬ ଛୁଆଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି । ସିନ୍ଦର ରାଜଧାନୀ କରାଚିରେ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ସଈଦ ଗନି କହିଛନ୍ତି, "ପ୍ରଭାବିତ ପରିବାର ସହ ସରକାର ଅଛନ୍ତି । ସ୍ଥିତିରୁ ବର୍ତ୍ତିବ ପାଇଁ ମେଡିକାଲ୍ ଏକ୍ସପର୍ଟଙ୍କ ସହ କାମ କରୁଛୁ ।"
ଏଥିସହ ଲୋକପାଳଙ୍କ ନିର୍ଦ୍ଦେଶରେ ଏକ ତଦନ୍ତ କମିଟି ଗଠନ କରାଯାଇଛି । ଯେଉଁ କମିଟି ଜୁନ୍ ୧୯ ତାରିଖରେ ସରକାରଙ୍କୁ ଦେଇଛି ତଦନ୍ତ ରିପୋର୍ଟ । ଏହି ଘଟଣାରେ ପ୍ରଶାସନ ମୋଟ ୩୭ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରିଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ।
ଏଥିସହ ପଢ଼ନ୍ତୁ: ଡ୍ରୋନ୍ ଆକ୍ରମଣରେ ବୁଡ଼ିଗଲା ଇରାନୀ ବୁଡ଼ାଜାହାଜ; ଭିଡି଼ଓ ଭାଇରାଲ
ହସ୍ପିଟାଲ୍ରୁ କେମିତି ହେଲା ସଂକ୍ରମଣ ?
ରିପୋର୍ଟ ଅନୁସାରେ, ୨୦୨୪ ନଭେମ୍ବରରୁ ୨୦୨୫ ଅକ୍ଟୋବର ମଧ୍ୟରେ ୩୩୧ ଛୁଆ HIV ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ଯାହାର କାରଣ ଥିଲା କରାଚିର ଏକ ହସ୍ପିଟାଲ୍ରେ ଗୋଟିଏ ସିରିଞ୍ଜରେ ଏକାଧିକ ଲୋକଙ୍କୁ ଇଞ୍ଜକ୍ସନ୍ ଦେବା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories