Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Internet Ban in Pakistan / ପାକିସ୍ତାନରେ ଚାଲିଛି କ'ଣ ? ଇସଲାମାବାଦ ଓ ରାଓ୍ବଲପିଣ୍ଡିରେ ଇଣ୍ଟରନେଟ୍ ବନ୍ଦ

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
ପାକିସ୍ତାନରେ ଚାଲିଛି କ'ଣ ? ଇସଲାମାବାଦ ଓ ରାଓ୍ବଲପିଣ୍ଡିରେ ଇଣ୍ଟରନେଟ୍ ବନ୍ଦ

Key Points

ପାକିସ୍ତାନରେ 3G/4G ଇଣ୍ଟରନେଟ୍ ସେବା ବନ୍ଦ । ଇସ୍‌ଲାମାବାଦ ଓ ରାୱଲପିଣ୍ଡିରେ ଇଣ୍ଟରନେଟ୍ ବନ୍ଦ । ପାକିସ୍ତାନ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି

ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ପାକିସ୍ତାନ ସ୍ଥିତି । ଏବେ ରାଜନୈତିକ ଅସ୍ଥିରତା ଓ ଆଭ୍ୟନ୍ତରୀଣ ଉତ୍ତେଜନା ପାକିସ୍ତାନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଆଉ ସେଠାର ସ୍ଥିତି ଏବେ ଧୀରେ ଧୀରେ ଜରୁରୀକାଳୀନ ପରିସ୍ଥିତି ଭଳି ହେବାକୁ ଯାଉଛି । ଏସବୁ ମଧ୍ୟରେ ବର୍ତ୍ତମାନ ପାକିସ୍ତାନର ରାଜଧାନୀ ଇସଲାମାବାଦ ଏବଂ ରାୱଲପିଣ୍ଡିରେ ମୋବାଇଲ୍ ଇଣ୍ଟରନେଟ୍ ସେବାକୁ ହଠାତ୍ ବନ୍ଦ କରିଦିଆଯାଇଛି । ଯାହା ସାଧାରଣ ଜୀବନ ଏବଂ ଯୋଗାଯୋଗକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ପ୍ରଭାବିତ କରିଛି ।


ପାକିସ୍ତାନର ଗୃହ ମନ୍ତ୍ରଣାଳୟ ଏବଂ ନାର୍କୋଟିକ୍ସ ନିୟନ୍ତ୍ରଣ ବିଭାଗ ଦ୍ୱାରା ଅକ୍ଟୋବର ୯ ତାରିଖରେ ଜାରି କରାଯାଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ, ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ ରହିବ । ବିଭାଗ କହିଛି ଯେ ଗୁଇନ୍ଦା ସଂସ୍ଥାଗୁଡ଼ିକର ସୁପାରିଶ ଏବଂ ପରିସ୍ଥିତିର ଗୁରୁତ୍ୱକୁ ବିଚାର କରି ଏହି ନିଷ୍ପତ୍ତି ନିଆଯାଇଛି । ତଥାପି, ପାକିସ୍ତାନ ସରକାର ଇଣ୍ଟରନେଟ୍ ବନ୍ଦ କରିବା ପଛର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବରେ କହିନାହାଁନ୍ତି ।


ଅଧିକ ପଢ଼ନ୍ତୁ: ଭୂମିକମ୍ପରେ ଥରିଲା ଫିଲିପାଇନ୍ସ, ଏହି ସବୁ ଦେଶକୁ ଏବେ ଭୟଙ୍କର ସୁନାମୀ ଆଲର୍ଟ


ତେବେ ପାକିସ୍ତାନ ସରକାରଙ୍କ ହଠାତ୍ ଇଣ୍ଟରନେଟ୍ ସେବା ବନ୍ଦ କରିବା ପଛରେ ଦୁଇଟି ମୁଖ୍ୟ କାରଣ ରହିଛି । ପ୍ରଥମତଃ ସୀମାପାର ଏୟାର ଷ୍ଟ୍ରାଇକ୍ ଓ ଦ୍ବିତୀୟଟି ତେହେରିକ୍-ଏ-ଲବୈକ୍ ପାକିସ୍ତାନର ପ୍ରତିବାଦ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପାକିସ୍ତାନ ବାୟୁସେନା ବର୍ତ୍ତମାନ ଆଫଗାନିସ୍ତାନ ସୀମାବର୍ତ୍ତୀ ଅଞ୍ଚଳରେ ଅପରେସନ୍ ଜାରି ରଖିଛି । ଏହି ଅପରେସନରେ ବାୟୁସେନା ପାକିସ୍ତାନ ବିରୋଧି ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଏୟାରଷ୍ଟ୍ରାଇକ୍ କରୁଛି । ଅନ୍ୟପଟେ ଆଜି ପାକିସ୍ତାନରେ TLP ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ତେବେ କେଉଁ କାରଣ ପାଇଁ ପାକିସ୍ତାନ ସରକାର ଇସଲାମାବାଦ ଓ ରାଓ୍ବଲପିଣ୍ଡିରେ ଇଣ୍ଟରନେଟ୍‌ ସେବା ବନ୍ଦ କରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।


ସେପଟେ ଅକ୍ଟୋବର ୧୦, ଶୁକ୍ରବାର ଇସଲାମାବାଦରେ ତେହେରିକ୍-ଏ-ଲବୈକ୍ ପାକିସ୍ତାନ ବିରୋଧ ପ୍ରଦର୍ଶନ କରିବ ବୋଲି କହିଥିଲା । ଏହା ପୂର୍ବରୁ ଇସଲାମାବାଦ ଏବଂ ରାୱଲପିଣ୍ଡିରେ ଗୁରୁବାରଠାରୁ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି । ସୁରକ୍ଷା କର୍ମୀମାନେ ପ୍ରଦର୍ଶନକାରୀଙ୍କୁ ରୋକିବା ପାଇଁ ପାଇଁ ପ୍ରମୁଖ ରାସ୍ତାରେ ସିପିଂ କଣ୍ଟେନର ରଖାଯାଇଥିଲା । ମୁଖ୍ୟ ସ୍ଥାନଗୁଡ଼ିକୁ ସିଲ୍ କରାଯାଇଥିଲା ଏବଂ ଅନେକ ତେହେରିକ୍-ଏ-ଲବୈକ୍ ପାକିସ୍ତାନ (TLP) କର୍ମୀଙ୍କୁ ଅଟକ ରଖାଯାଇଛି ।
ଅଧିକାରୀଙ୍କ ଅନୁଯାୟୀ, TLP ଆମେରିକୀୟ ଦୂତାବାସ ବାହାରେ ଇସ୍ରାଏଲ ବିରୋଧୀ ପ୍ରତିବାଦ ଯୋଜନା କରୁଛି। ଏହି ଭୟ ଯୋଗୁଁ, ସୁରକ୍ଷାକର୍ମୀମାନେ ଅନେକ ପ୍ରମୁଖ ରାସ୍ତା ବନ୍ଦ କରିଦେଇଛନ୍ତି, ବିଶେଷକରି ରେଡ୍ ଜୋନ୍ ଆଡକୁ ଯାଉଥିବା ରାସ୍ତା - ଯେଉଁଠାରେ କୂଟନୈତିକ ଏନକ୍ଲେଭ୍, ସଂସଦ, ପ୍ରଧାନମନ୍ତ୍ରୀଙ୍କ ସଚିବାଳୟ, ସୁପ୍ରିମକୋର୍ଟ ଏବଂ ଅନ୍ୟାନ୍ୟ ପ୍ରମୁଖ ସରକାରୀ ପ୍ରତିଷ୍ଠାନ ଅବସ୍ଥିତ ।


TLP ଫୈଜାବାଦରୁ ଆମେରିକୀୟ ଦୂତାବାସ ପର୍ଯ୍ୟନ୍ତ "ଆକସା ମିଲିୟନ୍ ମାର୍ଚ୍ଚ" କରିବାକୁ ଧମକ ଦେଇଥିଲା । TLPର ପ୍ରତିବାଦ ଶୋଭାଯାତ୍ରା ଆଜି ପାଇଁ ସ୍ଥିର କରାଯାଇଥିଲା। ସୁରକ୍ଷା କାରଣରୁ, ପାକିସ୍ତାନୀ ସେନା ସେମାନଙ୍କୁ ଅବରୋଧ କରିବା ପାଇଁ ରାସ୍ତାରେ ବଡ଼ କଣ୍ଟେନର ରଖିଥିଲା ।

Related Topics

Explore more stories

Sponsored
Pakistan Halts Internet in Islamabad Amid Political Turmoil | Argus News