Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Rawalpindi judicial complex viral video / ଡ୍ୟାନ୍ସ ରୁମ୍ ପାଲଟିଲା କୋର୍ଟ ରୁମ୍; ଟଙ୍କା ଉଡ଼ାଇବା ଭିଡ଼ିଓ ଭାଇରାଲ

Subhramjit Ray
Browse all articles by Subhramjit Ray
·1 month ago·2 min read
ଡ୍ୟାନ୍ସ ରୁମ୍ ପାଲଟିଲା କୋର୍ଟ ରୁମ୍;  ଟଙ୍କା ଉଡ଼ାଇବା ଭିଡ଼ିଓ ଭାଇରାଲ
Rawalpindi judicial complex viral video

Key Points

ପାକିସ୍ତାନର ରାୱଲପିଣ୍ଡିରେ କୋର୍ଟ ପରିସରରେ ଓକିଲଙ୍କ ଦ୍ୱାରା ଏକ ଡ୍ୟାନ୍ସ ପାର୍ଟି ଆୟୋଜନ କରାଯାଇଥିଲା। ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି।
Pakistan lawyers court dance party: ଡ୍ୟାନ୍ସ ରୁମ୍ ପାଲଟି ଯାଇଛି କୋର୍ଟ ରୁମ୍। ପାକିସ୍ତାନର ରାୱଲପିଣ୍ଡିରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି କୋର୍ଟ ପରିସରରେ ଏକ ଡ୍ୟାନ୍ସ ପାର୍ଟି ଆୟୋଜିତ ହୋଇଥିଲା ଏବଂ ନୃତ୍ୟ କରିବା ପାଇଁ ଜଣେ ମହିଳା ଡ୍ୟାନ୍ସର୍ ଙ୍କୁ ମଧ୍ୟ ଡକରା ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ନିଜେ ଓକିଲ ଆୟୋଜିତ କରିଥିଲେ। ଏହି ଭିଡିଓ ଭାଇରାଲ ହେବା ମାତ୍ରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଥିଲା। ଏନେଇ ଏଫଆଇଆର ଦାଖଲ କରାଯିବା ଏହାର ତଦନ୍ତ ଆରମ୍ଭ ହୋଇଯାଇଛି।

କ'ଣ ରହିଛି ପୁରା ଘଟଣାକ୍ରମ?
ଏବେ ସୋସିଆଲ ମିଡ଼ିଆରେ ଯେଉଁ ଭିଡି଼ଓ ଭାଇରାଲ ହେଉଛି ସେଥିରେ ଦେଖିବାକୁ ମିଳିଛି ଯେ କୋର୍ଟ ପରିସରରେ ଏକ ଡ୍ୟାନ୍ସ ପାର୍ଟି ଆୟୋଜିତ ହୋଇଛି। ଏହି ଭିଡ଼ିଓ ସାମ୍ନାକୁ ଆସିବା ପରେ ସୋମବାର (ଜୁନ୍ ୮) ରାୱଲପିଣ୍ଡିର ସିଭିଲ୍ ଲାଇନ୍ସ ଥାନାରେ ଏକ ଏଫଆଇଆର ପଞ୍ଜୀକୃତ ହୋଇଥିଲା। ସେସନ୍ସ କୋର୍ଟ୍ ର ଜଣେ ଚୌକିଦାର ଏହି ଅଭିଯୋଗ ଦାଖଲ କରିଥିଲେ। ଯିଏ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡି଼ଓ ସମ୍ପର୍କରେ ଜଣାଇଥିଲେ। ଯେଉଁଥିରେ କୋର୍ଟ ପରିସରରେ ନୃତ୍ୟର ଆସର ଜମିବା ସହ ସେଠାରେ ଉପସ୍ଥିତ ରହିଥିବା ଲୋକେ ସେହି ମହିଳା ନର୍ତ୍ତକୀଙ୍କ ଉପରେ ଟଙ୍କା ଉଡ଼ାଉଥିଲେ।



ଅଭିଯୋଗରେ ଚୌକିଦାର କହିଛନ୍ତି ଯେ ସେ ସୋସିଆଲ ମିଡିଆରେ ଏକ ଭିଡିଓ ଦେଖିଥିଲେ। ଯେଉଁଥିରେ କୋର୍ଟ ପରିସରରେ ଉଭୟ ପୁରୁଷ ଏବଂ ମହିଳା ନାଚଗୀତରେ ମସଗୁଲ ରହିଥିଲେ। ଏହି ଘଟଣାରେ ଦାଏର ହୋଇଥିବା ଏଫଆଇଆର ଅନୁଯାୟୀ, ଏହି ଘଟଣା ଓକିଲଙ୍କ ଦ୍ୱାରା ବ୍ୟବହୃତ ହେଉଥିବା କୋର୍ଟ ପରିସରରେ ଘଟିଛି। ଅଭିଯୋଗକାରୀ ଅଭିଯୋଗ କରିଛନ୍ତି ଯେ ସେଠାରେ ଉଭୟ ପୁରୁଷ ଏବଂ ମହିଳା ସ୍ପଷ୍ଟ ଭାବରେ ଅଶାଳୀନ ଆଚରଣ କରୁଥିବାର ଦେଖାଯାଉଛି।

ଏହା ସହ ପଢନ୍ତୁ: ପାକିସ୍ତାନ ସରକାରଙ୍କ ନିଷ୍ପତ୍ତି; ବିଦେଶୀ ଋଣ ଶୁଝିବେ ଗଧ!

ସେ ଏହା ମଧ୍ୟ କହିଛନ୍ତି ଯେ ଭିଡିଓରେ ନଜର ଆସୁଥିବା ବ୍ୟକ୍ତିଙ୍କୁ ସହଜରେ ଚିହ୍ନଟ କରାଯାଇପାରିବ। ପାକିସ୍ତାନୀ ଗଣମାଧ୍ୟମ ସମା ଟିଭି ରିପୋର୍ଟ ଅନୁସାରେ ଏଫଆଇଆର ଦାୟର ହେବା ପରେ, ସିଭିଲ୍ ଲାଇନ୍ସ ପୋଲିସ ଭିଡିଓରେ ଦେଖାଯାଉଥିବା ବ୍ୟକ୍ତିଙ୍କୁ ଚିହ୍ନଟ ଏବଂ ଗିରଫ କରିବା ପାଇଁ ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି। ପୋଲିସ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତଙ୍କୁ ଖୋଜିବା ଏବଂ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରୟାସ ଚାଲିଛି। ଅଧିକାରୀ ଭିଡିଓ ଏବଂ ଅନ୍ୟାନ୍ୟ ଉପଲବ୍ଧ ପ୍ରମାଣକୁ ଯାଞ୍ଚ କରୁଛନ୍ତି। ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହି ମାମଲା ସାମ୍ନାକୁ ଆସିଛି। ଏପର୍ଯ୍ୟନ୍ତ କୌଣସି ଗିରଫଦାରୀ ହୋଇନାହିଁ ଏବଂ ଏହି ଘଟଣାରେ ତଦନ୍ତ ଜାରି ରହିଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Viral Video: Pakistan Lawyers Dance Party Inside Court Premises Sparks Outrage | Argus News