Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପାକିସ୍ତାନ ସରକାରଙ୍କ ନିଷ୍ପତ୍ତି; ବିଦେଶୀ ଋଣ ଶୁଝିବେ ଗଧ!

International

Pakistan Economic Crisis / ପାକିସ୍ତାନ ସରକାରଙ୍କ ନିଷ୍ପତ୍ତି; ବିଦେଶୀ ଋଣ ଶୁଝିବେ ଗଧ!

Subhramjit Ray
Browse all articles by Subhramjit Ray
·2 hours ago·2 min read
ପାକିସ୍ତାନ ସରକାରଙ୍କ ନିଷ୍ପତ୍ତି; ବିଦେଶୀ ଋଣ ଶୁଝିବେ ଗଧ!
Pakistan Economic Crisis

Key Points

ଚୀନ୍ ପାଖରୁ ନେଇଥିବା ରଣ ପରିଶୋଧ କରିବା ପାକିସ୍ତାନ ସରକାର ଏବେ ଗଧଙ୍କ ଭରସାରେ ଅଛନ୍ତି।
Chinese Loan on Pakistan: ଅସମୟରେ ଭଗବାନ ଗଧ ଶରଣକୁ ଯାଇଥିବା କଥା ଆପଣ ଶୁଣିଥିବେ। ଯାହା ଏବେ ପାକିସ୍ତାନ ଅର୍ଥନୀତି ପାଇଁ ପ୍ରଯୁଜ୍ୟ ହେବା ଭଳି ମନେ ହେଉଛି। କାରଣ ପାକିସ୍ତାନ ସରକାର ଏବେ ବିଦେଶୀ ରଣ ପରିଶୋଧ କରିବା ପାଇଁ ଗଧଙ୍କୁ ଭରସାରେ କରିଛନ୍ତି। ଗଧ ବିକ୍ରି କରି ଚୀନ୍ ପାଖରୁ ନେଇଥିବା ରଣ ଶୁଝିବାକୁ ଯୋଜନା କରିଛି ପାକିସ୍ତାନ। ଦେଶର ଅର୍ଥନୈତିକ ସମନ୍ୱୟ କମିଟି ଗ୍ୱାଦର ବନ୍ଦରରୁ ଚୀନ୍କୁ ଗଧ ମାଂସ ଏବଂ ଚମଡା ରପ୍ତାନୀକୁ ମଞ୍ଜୁରୀ ଦେଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପାକିସ୍ତାନୀ ଗଧଙ୍କ ଚମଡାରୁ ଚୀନରେ ଏକ ସ୍ୱତନ୍ତ୍ର ଧରଣର ଔଷଧ ପ୍ରସ୍ତୁତ ହୋଇଥାଏ। ହେଲେ ଗଧ ବିକ୍ରି କରି ପାକିସ୍ତାନ ସରକାର ବିଦେଶୀ ଋଣ ଶୁଝିବାକୁ କାହିଁକି ନିଷ୍ପତ୍ତି ନେଇଛନ୍ତି? ଚୀନ୍ ରେ କ'ଣ ପାଇଁ ପାକିସ୍ତାନୀ ଗଧଙ୍କ ପାଇଁ ଏତେ ଅଧିକ ଚାହିଦା ରହିଛି?

ଗଧ ବିକ୍ରି କରି ବିଦେଶୀ ଋଣ ଶୁଝିବାକୁ କାହିଁକି ନିଷ୍ପତ୍ତି ନେଇଛନ୍ତି ପାକିସ୍ତାନ ସରକାର?
ପାକିସ୍ତାନୀ ଗଣମାଧ୍ୟମ "ଡନ୍‌" ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଦେଶର ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ପରାମର୍ଶ ବିଚାର କରିବା ପରେ ପାକିସ୍ତାନ ଅର୍ଥନୈତିକ ସମନ୍ୱୟ କମିଟି ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛି। ଦେଶରୁ ଏବେ ଗଧ ମାଂସ ଏବଂ ଚମଡା ଆନୁଷ୍ଠାନିକ ଭାବରେ ଗ୍ୱାଦର ବନ୍ଦରରୁ ଚୀନ୍କୁ ରପ୍ତାନୀ କରାଯିବ। ଏହି ବୈଠକ ପାକିସ୍ତାନର ଅର୍ଥମନ୍ତ୍ରୀ ମହମ୍ମଦ ଔରଙ୍ଗଜେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।

ଏହା ସହ ପଢନ୍ତୁ: ନାଁ ତେଲ ନାଁ ଟଙ୍କା; ବ୍ଲାକ୍ ଆଉଟ୍ ପାଇଁ ରିପବ୍ଲିକ୍ ଡେ ପ୍ୟାରେଡ୍ ବନ୍ଦ

କାହିଁକି ଚୀନ୍ ରେ ରହିଛି ପାକିସ୍ତାନୀ ଗଧଙ୍କ ଚାହିଦା?
ଚୀନ୍‌ରେ ଗଧଙ୍କୁ ବ୍ୟବହାର କରି ଏକ ବିଶେଷ ଧରଣର ଔଷଧ "ଏଜିଆଓ" ଉତ୍ପାଦନ କରାଯାଏ। ଏହି ଔଷଧର ବର୍ଦ୍ଧିତ ଚାହିଦାକୁ ପୂରଣ କରିବା ପାଇଁ ପ୍ରତିବର୍ଷ ବହୁ ସଂଖ୍ୟକ ଗଧ ବଳି ପଡ଼ିଥାନ୍ତି। ଚୀନ୍ ରେ ପ୍ରସ୍ତୁତ ହେଉଥିବା ପାରମ୍ପରିକ ଔଷଧରେ ବ୍ୟବହୃତ ହେଉଥିବା ଏକ ପ୍ରକାରର ଜିଲେଟିନ୍ ହେଉଛି "ଏଜିଆଓ" , ଏହାକୁ ପ୍ରସ୍ତୁତ କରିବା ପାଇଁ, ମୃତ ଗଧଙ୍କ ଚମଡ଼ାକୁ ଫୁଟାଇ ସେଥିରୁ ଏକ ପ୍ରକାରର ତରଳ ପଦାର୍ଥ ବାହାର କରାଯାଏ।

ସୁପ୍ ଭଳି ଦେଖା ଯାଉଥିବା "ଏଜିଆଓ" ଏତେ ସ୍ୱତନ୍ତ୍ର କାହିଁକି? ପାରମ୍ପରିକ ଚୀନ୍‌ ଔଷଧରେ ତିନୋଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଟନିକ୍ ମଧ୍ୟରୁ ଏହାକୁ ଗୋଟିଏ ବୋଲି ବିବେଚନା କରାଯାଏ। ରିପୋର୍ଟ ଅନୁଯାୟୀ "ଏଜିଆଓ" ପ୍ରାୟ ୩୦୦୦ ବର୍ଷ ଧରି ଚୀନ୍‌ରେ ବ୍ୟବହୃତ ହୋଇଆସୁଛି। ବିଗତ କିଛି ଦଶନ୍ଧି ମଧ୍ୟରେ ଚୀନ୍‌ ବାହାରେ ଯେପରିକି ଇଣ୍ଡୋନେସିଆ, ସିଙ୍ଗାପୁର, ହଂକଂରେ ଏହି ଔଷଧର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ଏହା ସହିତ ଏହି ଔଷଧକୁ ପ୍ରସ୍ତୁତ କରୁଥିବା କମ୍ପାନୀ ବିଶ୍ୱବ୍ୟାପୀ ସେମାନଙ୍କର ବ୍ୟବସାୟ ଏବଂ ବ୍ୟବହାରକୁ ବିସ୍ତାର କରିଛନ୍ତି।

ଏହା ସହ ପଢନ୍ତୁ: ଖୋଲାଖୋଲି ବିକୁଥିଲେ ପାକିସ୍ତାନ ମାଲ୍; ୩ ଜଣଙ୍କୁ ଉଠାଇନେଲା ପୋଲିସ

ପରିସ୍ଥିତି ଏପରି ହୋଇଛି ଯେ ଚୀନ୍‌ ପାକିସ୍ତାନରୁ ଗଧ ଆମଦାନୀ କରିବାକୁ ବାଧ୍ୟ ହେଉଛି। କାରଣ ଚୀନ୍‌ରେ ଗଧଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇଛି। ରିପୋର୍ଟ ଅନୁଯାୟୀ, ୧୯୯୦ ମସିହାରେ ଗଧଙ୍କ ସଂଖ୍ୟା ୫୬ ଲକ୍ଷ ରହିଥିବା ବେଳେ, ଏହା ୨୦୨୨ ସୁଦ୍ଧା ହ୍ରାସ ପାଇ ମାତ୍ର ୮.୬ ଲକ୍ଷକୁ ହ୍ରାସ ପାଇଥିଲା। ଗଧଙ୍କ ସଂଖ୍ୟାରେ ୮୦ ପ୍ରତିଶତ ହ୍ରାସ ପାଇଥିବାର ଦେଖିବାକୁ ମିଳିଛି। ଏହି ହ୍ରାସ ଯୋଗୁଁ ଚୀନ୍ ଆଫ୍ରିକା, ଦକ୍ଷିଣ ଆମେରିକା ଏବଂ ଅନ୍ୟାନ୍ୟ ଏସୀୟ ଦେଶରୁ ଗଧ ଆମଦାନୀ କରୁଥିଲା। ହେଲେ ଗତ ୨୦୨୪ ରେ, ଆଫ୍ରିକୀୟ ସଂଘ ଗଧ ଚମଡ଼ା କାରବାରକୁ ନିଷିଦ୍ଧ କରିଥିଲା। ଯାହା ଫଳରେ ପାକିସ୍ତାନ ଚୀନ୍ ର ଏକମାତ୍ର ପ୍ରମୁଖ ଯୋଗାଣକାରୀ ହୋଇଯାଇଥିଲା।




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Donkey Exports for Debt? Pakistan’s Bizarre Plan to Repay China Loans | Argus News