Muhammad Ali Jinnah / 'ଜିନ୍ନା ଚନ୍ଦ୍ରରେ ମଧ୍ୟ କରିଦେବେ ବିଭାଜନ', କାହିଁକି ପାକିସ୍ତାନର ପ୍ରଥମ ଚନ୍ଦ୍ର ଅଭିଯାନର ଉଡୁଛି ମଜାକ
·2 weeks ago·2 min read

Key Points
ପ୍ରଥମ ଚନ୍ଦ୍ର ଅଭିଯାନର ନାମ "ଜିନ୍ନା-୧" ରଖିବା ପାଇଁ ଏବେ ପାକିସ୍ତାନର ମଜାକ ଉଡ଼ିବାରେ ଲାଗିଛି।
Pakistan First Lunar Rover Jinnah-1: ଆସନ୍ତା ୨୦୨୯ ରେ ପାକିସ୍ତାନ, ଚୀନ୍ ସହାୟତାରେ ଚନ୍ଦ୍ର ଅଭିମୁଖେ ଏହାର ପ୍ରଥମ ଲୁନାର ରୋଭର "ଜିନ୍ନା-୧" ପଠାଇବାକୁ ପ୍ରସ୍ତୁତ ହେଉଛି। ହେଲେ ଏହା ପୂର୍ବରୁ ଭାରତ ଏହାର "ଚନ୍ଦ୍ରଯାନ" ଅଭିଯାନକୁ ସଫଳତାର ସହ କାର୍ଯ୍ୟକାରୀ କରିସାରିଛି। ଭାରତର ଏହି ସଫଳତାକୁ ଇତି ମଧ୍ୟରେ ଦୁଇ ଦଶନ୍ଧିରୁ ଅଧିକ ସମୟ ବିତିଗଲାଣି।
ପାକିସ୍ତାନୀ ଗଣମାଧ୍ୟମ "ଦ ଡନ୍" ଅନୁଯାୟୀ, ଏହି ମୁନ୍ ରୋଭର ଚୀନ୍ ର ଚାଙ୍ଗ "ଇ-୮" ମିଶନ ଅଧିନରେ ଚନ୍ଦ୍ର ପୃଷ୍ଠ ଅଭିମୁଖେ ଉଡ଼ାଣ ଭରିବ। ଏହା ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ବୈଜ୍ଞାନିକ ଗବେଷଣା କରିବ। ହେଲେ ତଥାପି, ଆତଙ୍କବାଦକୁ ସମର୍ଥନ ଏବଂ ବିଭାଜନକାରୀ ନୀତି ପାଇଁ ପାକିସ୍ତାନ ବିଭିନ୍ନ ସମୟରେ ସମାଲୋଚିତ ହୋଇଆସିଛି। ଏବେ ଲୁନାର ରୋଭର୍ "ଜିନ୍ନା-୧" ଅଭିଯାନ (Pakistan First Moon Mission) ସମ୍ପର୍କରେ ଜଣାପଡ଼ିବା ପରେ ପାକିସ୍ତାନକୁ ଉପହାସ କରାଯାଉଛି।
ଲେଖକ ଏବଂ ପୂର୍ବତନ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ.ଜେ.ଆକବର କହିଛନ୍ତି, "ପାକିସ୍ତାନର ପ୍ରଥମ ଚନ୍ଦ୍ର ଅଭିଯାନ, ଯାହାକୁ ସେମାନେ "ଜିନ୍ନା-୧" ନାମରେ ନାମିତ କରିଛନ୍ତି, ଏହା ସମଗ୍ର ବିଶ୍ୱ ପାଇଁ ବହୁତ ଖରାପ ଖବର ପ୍ରମାଣିତ ହୋଇପାରେ। ସେମାନେ ଏହାର ନାମ "ଜିନ୍ନା" ରଖିଛନ୍ତି। "ଜିନ୍ନା" ଚନ୍ଦ୍ର ପୃଷ୍ଠକୁ ଯିବା ପରେ ସର୍ବପ୍ରଥମେ ଏହାର ବିଭାଜନ କରିବେ।
ଏହା ସହ ପଢନ୍ତୁ: ପୁଣି କାରନାମା ପାଇଁ ଚର୍ଚ୍ଚାରେ ପାକିସ୍ତାନ; ସ୍ୱାସ୍ଥ୍ୟ ସେବା ପାଇଁ ହେଲା ଟ୍ରୋଲିଂ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନାମକରଣ ପାଇଁ ଅନୁଷ୍ଠିତ ହୋଇଥିଲା "ଲକି ଡ୍ର" ପ୍ରତିଯୋଗିତା
ରାଜଧାନୀ ଇସଲାମାବାଦ ଠାରେ ଆୟୋଜିତ ହୋଇଥିବା ଏକ ସମାରୋହରେ, ପାକିସ୍ତାନ ମହାକାଶ ଗବେଷଣା ସଂସ୍ଥା "ସୁପାର୍କୋ" (Pakistan Space Agency Suparco) କହିଛି ଯେ ଏକ ଦେଶବ୍ୟାପୀ ଆୟୋଜିତ ପ୍ରତିଯୋଗିତାରେ ପ୍ରାପ୍ତ ୪୦୦୦ ପ୍ରସ୍ତାବ ମଧ୍ୟରୁ "ଜିନ୍ନା-୧" (Pakistan First Lunar Rover Jinnah-1) ନାମ ଚୟନ କରାଯାଇଛି। "ସୁପାର୍କୋ" ବିବୃତ୍ତି ଅନୁଯାୟୀ,୭ ଜଣ ଅଂଶଗ୍ରହଣକାରୀ "ଜିନ୍ନା-୧" ନାମ ପ୍ରସ୍ତାବ ଦେଇଥିଲେ। ଏକ "ଲକି ଡ୍ର" ମାଧ୍ୟମରେ ବିଜେତାଙ୍କୁ ଚୟନ କରାଯାଇଥିଲା।
ସୁପାର୍କୋ କହିଛି ଯେ ବାହାୱଲନଗର ଅଞ୍ଚଳର ୧୭ ବର୍ଷୀୟ ତୈୟାବ କରିମଙ୍କୁ ନାମ ପ୍ରସ୍ତାବ ଦେବା ପାଇଁ ବିଜେତା ଘୋଷଣା କରାଯାଇଥିଲା। "ସୁପାର୍କୋ" ଅଧ୍ୟକ୍ଷଙ୍କ କହିବା ଅନୁଯାୟୀ, ଦେଶର ପ୍ରଥମ ଚନ୍ଦ୍ର ଅଭିଯାନର ଏପରି ନାମକରଣ, ପାକିସ୍ତାନର ସ୍ରଷ୍ଟା କାଇଦ-ଏ-ଆଜମ (Quaid e Azam of Pakistan) ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ (Muhammad Ali Jinnah) ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରେ।

Related Topics
Explore more stories