Pakistan trolled online / ପୁଣି କାରନାମା ପାଇଁ ଚର୍ଚ୍ଚାରେ ପାକିସ୍ତାନ; ସ୍ୱାସ୍ଥ୍ୟ ସେବା ପାଇଁ ହେଲା ଟ୍ରୋଲିଂ
·3 hours ago·2 min read

Key Points
ଆତଙ୍କବାଦକୁ ଏକ ଜାତୀୟ ନୀତି କରିଥିବା ପାକିସ୍ତାନ ଏବେ ମଧ୍ୟ ଦେଶବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାରେ କେତେ ପଛରେ ରହିଛି।
Pakistan trolled online for cycle ambulance: ଗୋଟିଏ ପଟେ ବିଶ୍ୱ ଚନ୍ଦ୍ର ପୃଷ୍ଠରେ ପହଞ୍ଚି ସାରିଲାଣି। ହେଲେ ଅନ୍ୟପଟେ ପାକିସ୍ତାନ ପୁଣି ଥରେ ନିଜର କାରନାମା ପାଇଁ ଚର୍ଚ୍ଚାକୁ ଆସିଛି। ସାଇକେଲ ଆମ୍ବୁଲାନ୍ସ ସେବା ଆରମ୍ଭ କରି ପୁନର୍ବାର ଟ୍ରୋଲ୍ ହୋଇଛି ପାକିସ୍ତାନ। ସଦ୍ୟ ଭାଇରାଲ ହୋଇଥିବା ଭିଡ଼ିଓ ପାଇଁ ପାକିସ୍ତାନ ପରିହାସର ପାତ୍ର ପାଲଟିଛି। ଏଥିରେ ଦେଖିବାକୁ ମିଳିଛି କରାଚି ମେୟର ବାରିଷ୍ଟର ମୁର୍ତାଜା ୱାହାବ ଏକ ସାଇକେଲ ଆମ୍ବୁଲାନ୍ସ ଚଲାଉଛନ୍ତି। ସ୍ଥାନୀୟ ଗଣମାଧ୍ୟମ "ଟାଇମ୍ସ ଅଫ୍ କରାଚି" ଖବର ଅନୁଯାୟୀ, ମେୟର ଜରୁରୀକାଳୀନ ସେବାକୁ ଉନ୍ନତ କରିବା ପାଇଁ ଏକ ସାଇକେଲ ଆମ୍ବୁଲାନ୍ସ ସେବାର ଉଦଘାଟନ କରିଛନ୍ତି। ଏହି ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡ଼ିଆ ୟୁଜର ଏହାର ମଜାକ ଉଡ଼ାଇଛନ୍ତି।
ପାକିସ୍ତାନ ସାଇକେଲ ଆମ୍ବୁଲାନ୍ସ ସେବାର ଭିଡ଼ିଓ ଭାଇରାଲ୍
ଗୋଟିଏ ଭାଇରାଲ୍ ପୋଷ୍ଟରେ ଲେଖାଯାଇଛି, "ବିଶ୍ୱ ଉଡ଼ନ୍ତା ICU ନିର୍ମାଣ କରୁଛି। ହେଲେ କରାଚି ମେୟର ସାଇକେଲ ଆମ୍ବୁଲାନ୍ସ ସେବା ଆରମ୍ଭ କରୁଛନ୍ତି।"
ଅନ୍ୟ ଏକ ପୋଷ୍ଟରେ ବ୍ୟଙ୍ଗାତ୍ମକ ଶୈଳୀରେ କୁହାଯାଇଛି, "ସିନ୍ଧ ସରକାର କରାଚୀକୁ ପିପିପିରୁ ଏକ "ଚମତ୍କାର ଉପହାର", "ସାଇକେଲ ଆମ୍ବୁଲାନ୍ସ" ଦେଇ ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଇଛି। ଯଦି ଏହି ଆମ୍ବୁଲାନ୍ସ ଆସିବା ଆଗରୁ କୌଣସି ରୋଗୀ ପ୍ରାଣ ହରାନ୍ତି, ତାହେଲେ ମନେରଖନ୍ତୁ ଯେ ଏହା ମେୟର କିମ୍ବା ଆମ୍ବୁଲାନ୍ସ ସେବାର ଦୋଷ ନୁହେଁ।"
ହେଲେ ସତ୍ୟକୁ ଲୁଚାଯାଉଛି...
ଏହି ଭାଇରାଲ ପୋଷ୍ଟ ଏକ ଗୁରୁତ୍ୱପୂର୍ଣ୍ଣ ସତ୍ୟକୁ ଲୁଚାଇ ରଖିଛି। ପାକିସ୍ତାନର କରାଚୀରେ ଏହି ସାଇକେଲ ଆମ୍ବୁଲାନ୍ସ ସେବା କୌଣସି ନୂତନ ପଦକ୍ଷେପ ନୁହେଁ। ଏହାକୁ ଗତ ବର୍ଷ ମେ ମାସରେ ରେସ୍କ୍ୟୁ-୧୧୨୨ (Rescue-1122) ଦ୍ୱାରା ଏକ ପାଇଲଟ୍ ପ୍ରୋଜେକ୍ଟ ଭାବରେ ଆରମ୍ଭ କରାଯାଇଥିଲା। ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ଏହା ଥିଲା କରାଚୀ ଭଳି ସହରର ଘନ ଜନବସତି ଅଞ୍ଚଳକୁ ଶୀଘ୍ର ସହାୟତା ପ୍ରଦାନ କରିବା। ଯେଉଁଠାରେ ନିୟମିତ ଆମ୍ବୁଲାନ୍ସ ସେବା ପ୍ରବଳ ଟ୍ରାଫିକ୍ ଏବଂ ସଂକୀର୍ଣ୍ଣ ରାସ୍ତା ଯୋଗୁଁ ଉପଯୁକ୍ତ ସମୟରେ ପହଞ୍ଚି ପାରୁନଥିଲା। ଏପରି ଅଞ୍ଚଳରେ, ଦ୍ରୁତ ପ୍ରାଥମିକ ଚିକିତ୍ସା ପହଞ୍ଚାଇବା ପାଇଁ ସାଇକେଲ ଆମ୍ବୁଲାନ୍ସ ବ୍ୟବହାର କରାଯାଇଥିଲା।
ଏହା ସହ ପଢନ୍ତୁ: ମୁନୀରଙ୍କୁ ମୌଲନାଙ୍କ ଚ୍ୟାଲେଞ୍ଜ; କୁହ କାରଗିଲ ଯୁଦ୍ଧରେ ପ୍ରାଣ ହରାଇଥିଲେ କେତେ ପାକିସ୍ତାନୀ ସୈନିକ
ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ସାଇକେଲ ଆମ୍ବୁଲାନ୍ସ କେବଳ ତାଲିମପ୍ରାପ୍ତ ମହିଳା ସ୍ୱେଚ୍ଛାସେବକଙ୍କ ଦ୍ୱାରା ପରିଚାଳିତ ହୋଇଥାଏ। କୁହାଯାଇଥିଲା ଯେ ଏହା କେବଳ ସ୍ୱାସ୍ଥ୍ୟସେବା ପାଇଁ ଏକ ନୂତନ ସମାଧାନ ହୋଇନାହିଁ, ବରଂ ମହିଳା ସଶକ୍ତିକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମଧ୍ୟ। ହେଲେ ତଥାପି ଏହ ସତ୍ୟ ଏହି ଯେ ଏହି ଯୋଜନା ଦର୍ଶାଉଛି ଯେ ଆତଙ୍କବାଦକୁ ଏକ ଜାତୀୟ ନୀତି କରିଥିବା ପାକିସ୍ତାନ ଏବେ ମଧ୍ୟ ଦେଶବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାରେ କେତେ ପଛରେ ରହିଛି।

Welcome to the future, Pakistani style.
— OsintTV 📺 (@OsintTV) July 20, 2026
The world is building flying ICUs. Karachi's mayor is launching a cycle ambulance.
Only in Pakistan. pic.twitter.com/zcRZ3ygXwT
سندھ حکومت نے دنیا کو حیران کر دیا
— Rebel Flame 🔥 (@RevoltSpire) July 20, 2026
پیپلز پارٹی کا کراچی کی عوام کو بڑا تحفہ
سائیکل ایمبولنس متعارف
سائیکل ایمبولنس پہنچنے سے پہلے اگر مریض مر جاتا ہے تو اس میں مئیر کا یا ایمبولینس سروس کا کوئی قصور نہی ہوگا pic.twitter.com/D5a98FO1An
ହେଲେ ସତ୍ୟକୁ ଲୁଚାଯାଉଛି...
ଏହି ଭାଇରାଲ ପୋଷ୍ଟ ଏକ ଗୁରୁତ୍ୱପୂର୍ଣ୍ଣ ସତ୍ୟକୁ ଲୁଚାଇ ରଖିଛି। ପାକିସ୍ତାନର କରାଚୀରେ ଏହି ସାଇକେଲ ଆମ୍ବୁଲାନ୍ସ ସେବା କୌଣସି ନୂତନ ପଦକ୍ଷେପ ନୁହେଁ। ଏହାକୁ ଗତ ବର୍ଷ ମେ ମାସରେ ରେସ୍କ୍ୟୁ-୧୧୨୨ (Rescue-1122) ଦ୍ୱାରା ଏକ ପାଇଲଟ୍ ପ୍ରୋଜେକ୍ଟ ଭାବରେ ଆରମ୍ଭ କରାଯାଇଥିଲା। ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ଏହା ଥିଲା କରାଚୀ ଭଳି ସହରର ଘନ ଜନବସତି ଅଞ୍ଚଳକୁ ଶୀଘ୍ର ସହାୟତା ପ୍ରଦାନ କରିବା। ଯେଉଁଠାରେ ନିୟମିତ ଆମ୍ବୁଲାନ୍ସ ସେବା ପ୍ରବଳ ଟ୍ରାଫିକ୍ ଏବଂ ସଂକୀର୍ଣ୍ଣ ରାସ୍ତା ଯୋଗୁଁ ଉପଯୁକ୍ତ ସମୟରେ ପହଞ୍ଚି ପାରୁନଥିଲା। ଏପରି ଅଞ୍ଚଳରେ, ଦ୍ରୁତ ପ୍ରାଥମିକ ଚିକିତ୍ସା ପହଞ୍ଚାଇବା ପାଇଁ ସାଇକେଲ ଆମ୍ବୁଲାନ୍ସ ବ୍ୟବହାର କରାଯାଇଥିଲା।
ଏହା ସହ ପଢନ୍ତୁ: ମୁନୀରଙ୍କୁ ମୌଲନାଙ୍କ ଚ୍ୟାଲେଞ୍ଜ; କୁହ କାରଗିଲ ଯୁଦ୍ଧରେ ପ୍ରାଣ ହରାଇଥିଲେ କେତେ ପାକିସ୍ତାନୀ ସୈନିକ
ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ସାଇକେଲ ଆମ୍ବୁଲାନ୍ସ କେବଳ ତାଲିମପ୍ରାପ୍ତ ମହିଳା ସ୍ୱେଚ୍ଛାସେବକଙ୍କ ଦ୍ୱାରା ପରିଚାଳିତ ହୋଇଥାଏ। କୁହାଯାଇଥିଲା ଯେ ଏହା କେବଳ ସ୍ୱାସ୍ଥ୍ୟସେବା ପାଇଁ ଏକ ନୂତନ ସମାଧାନ ହୋଇନାହିଁ, ବରଂ ମହିଳା ସଶକ୍ତିକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମଧ୍ୟ। ହେଲେ ତଥାପି ଏହ ସତ୍ୟ ଏହି ଯେ ଏହି ଯୋଜନା ଦର୍ଶାଉଛି ଯେ ଆତଙ୍କବାଦକୁ ଏକ ଜାତୀୟ ନୀତି କରିଥିବା ପାକିସ୍ତାନ ଏବେ ମଧ୍ୟ ଦେଶବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାରେ କେତେ ପଛରେ ରହିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Pakistan cycle ambulance viral videoKarachi cycle ambulance trollingPakistan bicycle ambulance Rescue 1122Karachi Mayor cycle ambulance videoPakistan trolled online for cycle ambulanceDuniya chaand par pakistan cycle ambulanceKarachi narrow streets bicycle emergency servicePakistan cycle ambulance truth behind viral video