Videos
|
International

Asim Munir / ନୂଆ ଚାଲ୍ ଖେଳିଲେ ପାକିସ୍ତାନ ସେନା ମୁଖ୍ୟ, ଆରବ ସାଗରରେ ବନ୍ଦର କରିବାକୁ ଆମେରିକାକୁ ଦେଲେ ପ୍ରସ୍ତାବ !

Santosh Kumar Sahoo
Browse all articles by Santosh Kumar Sahoo
·11 months ago·2 min read
ନୂଆ ଚାଲ୍ ଖେଳିଲେ ପାକିସ୍ତାନ ସେନା ମୁଖ୍ୟ, ଆରବ ସାଗରରେ ବନ୍ଦର କରିବାକୁ ଆମେରିକାକୁ ଦେଲେ ପ୍ରସ୍ତାବ !

Key Points

ପୁଣି ନୂଆ ଚାଲ୍ ଖେଳିଲେ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର । ପାକିସ୍ତାନ ଆରବ ସାଗରରେ ଏକ ନୂଆ ବନ୍ଦର ନିର୍ମାଣ ଏବଂ ପରିଚାଳନା କରିବାକୁ ଆମେରିକାକୁ ପ୍ରସ୍ତାବ ଦେଇଛି ।

ପୁଣି ନୂଆ ଚାଲ୍ ଖେଳିଲେ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର । ଭାରତ ବିରୋଧରେ ବଡ଼ ପ୍ଲାନ୍ କରୁଛନ୍ତି କି ପାକ୍ ସେନା ମୁଖ୍ୟ । ପାକିସ୍ତାନ ଆରବ ସାଗରରେ ଏକ ନୂଆ ବନ୍ଦର ନିର୍ମାଣ ଏବଂ ପରିଚାଳନା କରିବାକୁ ଆମେରିକାକୁ ପ୍ରସ୍ତାବ ଦେଇଛି । ବ୍ରିଟିଶ ଖବରକାଗଜ ଫାଇନାନ୍ସିଆଲ୍ ଟାଇମ୍ସ (FT)ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନୀ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ୍ ଅସୀମ୍ ମୁନିରଙ୍କ ପରାମର୍ଶଦାତାମାନେ ଆମେରିକୀୟ ଅଧିକାରୀମାନଙ୍କୁ ଏହି ପ୍ରସ୍ତାବ ପ୍ରଦାନ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ବୟଫ୍ରେଣ୍ଡ ସହ ଫେରାର ହୋଇଗଲା ସ୍ତ୍ରୀ, ୪ ପିଲାଙ୍କୁ ନେଇ ନଦୀକୁ ଡେଇଁପଡ଼ିଲା ସ୍ବାମୀ

ପ୍ରସ୍ତାବ ଅନୁଯାୟୀ, ଆମେରିକୀୟ ନିବେଶକମାନେ ବେଲୁଚିସ୍ତାନ ପ୍ରଦେଶର ପାସନି ସହରରେ ଏକ ବନ୍ଦର ଟର୍ମିନାଲ ନିର୍ମାଣ ଏବଂ ପରିଚାଳନା କରିବେ । ଯାହା ପାକିସ୍ତାନର ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥଗୁଡ଼ିକୁ ପହଞ୍ଚିବା ସହଜ ହୋଇପାରିବ । ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ଶେଷ ସୁଦ୍ଧା ୱାଶିଂଟନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କର ସାକ୍ଷାତ ପୂର୍ବରୁ ମୁନିରଙ୍କୁ ଏହି ଯୋଜନା ପ୍ରଦାନ କରାଯାଇଥିଲା । ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ସେ କୃଷି, ପ୍ରଯୁକ୍ତିବିଦ୍ୟା, ଖଣି ଏବଂ ଶକ୍ତି କ୍ଷେତ୍ରରେ ଆମେରିକୀୟ ନିବେଶ ଚାହୁଁଥିଲେ।

ଏହି ପ୍ରସ୍ତାବ ସାମରିକ ଉଦ୍ଦେଶ୍ୟରେ ବ୍ୟବହାର କରାଯିବା ପାଇଁ ଉଦ୍ଦିଷ୍ଟ ନୁହେଁ

ବିଦେଶୀ ଖବରକାଗଜ ନିଜସ୍ବ ସୂତ୍ରକୁ ଆଧାର କରି ଲେଖିଛି ଯେ, ଏହି ପ୍ରସ୍ତାବ କୌଣସି ସାମରିକ କାର୍ଯ୍ୟକଳାପ ପାଇଁ ବନ୍ଦରକୁ ବ୍ୟବହାର କରିବା ପାଇଁ ଉଦ୍ଦିଷ୍ଟ ନୁହେଁ । ବରଂ ଏକ ଆର୍ଥିକ ବିକାଶ ପ୍ରକଳ୍ପ ଭାବରେ ବ୍ୟବହାର ହେବ । ଯେଉଁଥିରେ ବନ୍ଦରରୁ ପାକିସ୍ତାନର ଖଣିଜ ସମୃଦ୍ଧ ପଶ୍ଚିମ ଅଞ୍ଚଳଗୁଡ଼ିକୁ ଏକ ରେଳ ନେଟୱାର୍କ ବିକଶିତ କରିବାର ଯୋଜନା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରିପୋର୍ଟରେ କୁହାଯାଇଛି ଯେ ଆମେରିକୀୟ ଅଧିକାରୀଙ୍କ ସହିତ ପ୍ରାରମ୍ଭିକ ଆଲୋଚନା ସମୟରେ ପାକିସ୍ତାନ ନିବେଶକଙ୍କୁ ଆକର୍ଷିତ କରିବା ଏବଂ ଦୀର୍ଘକାଳୀନ ସହଭାଗୀତା ହାସଲ କରିବା ବିଷୟରେ ଆଲୋଚନା କରିଥିଲା। ଏହି ପ୍ରସ୍ତାବକୁ ପାକିସ୍ତାନର ଆର୍ଥିକ କୂଟନୀତି ପାଇଁ ଏକ ନୂତନ ଦିଗ ଭାବରେ ଦେଖାଯାଉଛି । ବିଶେଷକରି ଯେତେବେଳେ ଚୀନ୍ ତା'ର ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ ଅଧୀନରେ ଗ୍ୱାଦର ବନ୍ଦରକୁ ଅଧିକ ଟାର୍ଗେଟ କରୁଛି ।

ତେବେ ବିଦେଶୀ ଖବର କାଗଜରେ ପ୍ରକାଶିତ ଏହି ରିପୋର୍ଟ ସମ୍ପର୍କରେ କୌଣସି ସରକାରୀ ବିବୃତ୍ତି ଜାରି କରାଯାଇ ନାହିଁ । ଆମେରିକାର ବୈଦେଶିକ ବିଭାଗ, ହ୍ୱାଇଟ୍ ହାଉସ୍ ଏବଂ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ତୁରନ୍ତ ଏହି ରିପୋର୍ଟ ଉପରେ ମନ୍ତବ୍ୟ ଦେଇନାହାଁନ୍ତି ।
ସେପଟେ ଏହି ପ୍ରସ୍ତାବକୁ ପାକିସ୍ତାନର ଆମେରିକା ସହିତ ଆର୍ଥିକ ଏବଂ ନିବେଶ ସମ୍ପର୍କକୁ ପୁନର୍ଜୀବିତ କରିବାର ରଣନୀତିର ଏକ ଅଂଶ ଭାବରେ ଦେଖାଯାଉଛି । ତେବେ ବିଶେଷଜ୍ଞମାନେ କହିଛନ୍ତି ଯେ ବେଲୁଚିସ୍ତାନରେ ଆମେରିକାର ନିବେଶର ସମ୍ଭାବନା ପାକିସ୍ତାନ ପାଇଁ ଚୀନର ପ୍ରଭାବକୁ ମୁକାବିଲା କରିବା ଏବଂ ୱାଶିଂଟନ୍ ସହିତ ସମ୍ପର୍କ ଉନ୍ନତ କରିବା ପାଇଁ ଏକ ପ୍ରମୁଖ ପଦକ୍ଷେପ ହୋଇପାରେ ।

Related Topics

Explore more stories