Shamli Tragedy / ବୟଫ୍ରେଣ୍ଡ ସହ ଫେରାର ହୋଇଗଲା ସ୍ତ୍ରୀ, ୪ ପିଲାଙ୍କୁ ନେଇ ନଦୀକୁ ଡେଇଁପଡ଼ିଲା ସ୍ବାମୀ

Key Points
ପ୍ରେମିକ ସହ ଫେରାର୍ ହୋଇଗଲା ସ୍ତ୍ରୀ । ଆଉ ଏହି ଦୁଃଖକୁ ସହିପାରିଲେନି ସ୍ବାମୀ । ଶେଷରେ ୪ ପିଲାଙ୍କୁ ନେଇ ନଦୀକୁ ଡେଈ ପଡ଼ିଲେ ବାପା ।
ପ୍ରେମିକ ସହ ଫେରାର୍ ହୋଇଗଲା ସ୍ତ୍ରୀ । ଆଉ ଏହି ଦୁଃଖକୁ ସହିପାରିଲେନି ସ୍ବାମୀ । ଶେଷରେ ଚାରି ପିଲାଙ୍କ ସହ ଯମୁନା ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ସ୍ବାମୀ । ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶର ଶାମଲି ଜିଲ୍ଲାରୁ ।
ଅଧିକ ପଢ଼ନ୍ତୁ: NHରେ ହୋଇପାରିବନି ରାଜନୈତିକ ରାଲି ଓ ରୋଡ୍ ଶୋ', ହାଇକୋର୍ଟ ଦେଲେ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ
ତେବେ ନଦୀରେ ଡେଇଁବା ପୂର୍ବରୁ ମୃତକ ଏକ ଭିଡିଓ ସୁଟିଂ କରି ତାଙ୍କ ଭଉଣୀଙ୍କୁ ପଠାଇଥିଲେ । ଏହି ଭିଡିଓରେ ସେ ତାଙ୍କ ଦୁଃଖଦ ଘଟଣା ବର୍ଣ୍ଣନା କରିଥିଲେ ଏବଂ ତାଙ୍କ ପିଲାମାନଙ୍କ ସହିତ ଶେଷ ଥର ପାଇଁ କଥା ହୋଇଥିଲେ । ମୃତକଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ମୃତ୍ୟୁ ପୂର୍ବରୁ, ସେ ଭିଡିଓରେ କହିଥିଲେ ଯେ ତାଙ୍କ ସ୍ତ୍ରୀ ଦୁଇ ଦିନ ପୂର୍ବରୁ ତାଙ୍କ ପ୍ରେମିକଙ୍କ ସହିତ ଘରୁ ଚାଲିଯାଇଥିଲେ ଏବଂ ସେବେଠାରୁ ସେ ଭାଙ୍ଗି ପଡ଼ିଥିଲେ।
ଅଧିକ ପଢ଼ନ୍ତୁ: 'ମୁଁ ଚିତ୍କାର କରି ସାହାଯ୍ୟ ମାଗୁଥିଲି, କିନ୍ତୁ କେହି ଆସିଲେନି', ଦଶହରାରେ ମହିଳା ସାମ୍ବାଦିକାଙ୍କୁ ଅସଦାଚରଣ
ତେବେ ଏହି ଘଟଣା ବିଷୟରେ ସୂଚନା ପାଇବା ପରେ ଶାମଲି ଜିଲ୍ଲାର କୈରାନା କୋତୱାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍କୁବା ଡାଇଭରଙ୍କ ସହାୟତାରେ ଯମୁନା ନଦୀରେ ପିଲା ଏବଂ ତାଙ୍କ ବାପାଙ୍କୁ ଖୋଜିଖୋଜି କରିଥିଲେ ।
ପୋଲିସ ଅଧିକାରୀମାନେ କହିଛନ୍ତି ଯେ ମୃତକ ଜଣକ ହେଉଛନ୍ତି ଖୈଲକାଲାର । ତାଙ୍କର ଚାରି ପିଲାଙ୍କ ସେ ରହୁଥିଲେ । କିନ୍ତୁ ମାନସିକ ଏବଂ ଭାବପ୍ରବଣ ଚାପ ଯୋଗୁଁ ଯୁବକ ଜଣକ ଏହି ଚରମ ପଦକ୍ଷେପ ନେଇଥିଲେ । ଶାମଲି ଏସପି କହିଛନ୍ତି ଯେ ବୁଡ଼ାଳିଙ୍କ ସହାୟତାରେ ମୃତଦେହଗୁଡ଼ିକୁ ଖୋଜା ଚାଲିଛି ଏବଂ ପରିବାର ସଦସ୍ୟଙ୍କୁ ପଚରାଉଚରା ଚାଲିଛି।
📱 Get Argus News App
✨Related Topics
Explore more stories